Advertisment

୭ ଦିନରେ ଉଜୁଡ଼ିଗଲା ପୁରା ପରିବାର: ସ୍ୱାମୀଙ୍କ ମୃତ୍ୟୁ ପରେ ଆଖି ବୁଜିଲେ ସ୍ତ୍ରୀ ଓ ପିଲା

ସପ୍ତାହକରେ ନିଶ୍ଚିହ୍ନ ହୋଇଗଲା ପୁରା ପରିବାର। ଜଣଙ୍କ ପରେ ଜଣେ ଆଖି ବୁଜିଲେ ୩ ସଦସ୍ୟ। ବିଷପାନ କରିଥିବା ପରିବାରର ଗତକାଲି ଭାଇ ଓ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ମା’ଙ୍କ ମୃତ୍ୟୁ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
3 Members Of A Family Dies After Attempts Suicide In Bargarh

3 Members Of A Family Dies After Attempts Suicide In Bargarh

ସପ୍ତାହକରେ ନିଶ୍ଚିହ୍ନ ହୋଇଗଲା ପୁରା ପରିବାର। ଜଣଙ୍କ ପରେ ଜଣେ ଆଖି ବୁଜିଲେ ୩ ସଦସ୍ୟ। ବିଷପାନ କରିଥିବା ପରିବାରର ଗତକାଲି ଭାଇ ଓ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ମା’ଙ୍କ ମୃତ୍ୟୁ ହୋଇଛି। ବରଗଡ଼ ଜିଲ୍ଲା ସୋହେଲାରେ ଏହି ଅଭାବନୀୟ ଘଟଣା ଘଟିଛି। ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଓ ଦୁଇ ପିଲା ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ଏଥିପାଇଁ ସେମାନେ ବିଷପାନ କରିଥିବା ଚର୍ଚ୍ଚା ହେଉଛି।

Advertisment

ସୂଚନା ଅନୁସାରେ, ଗତ ୬ ତାରିଖ ଦିନ ମାଷ୍ଟର୍ ପଡାରେ ରହୁଥିବା ଘରର ମୁଖିଆ ଅର୍ଜୁନ ସାହୁଙ୍କ ରୋଗଗ୍ରସ୍ତ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହାପରେ ପୁରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ ଓ ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗତକାଲି ଅର୍ଜୁନଙ୍କ ପତ୍ନୀ କୁମୁଦିନୀ ସାହୁ, ପୁଅ ବଂଶୀଧର ସାହୁ ଓ ଝିଅ ସୁବର୍ଣ୍ଣ ମହାଜନ ଘର କବାଟ ବନ୍ଦ କରି କୀଟନାଶକ ପିଇ ଦେଇଥିଲେ। ଏନେଇ ପଡ଼ୋଶୀ ପୋଲିସ୍‌କୁ ଖବର ଦେଇଥିଲେ।

ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଭାଙ୍ଗି କୁମୁଦିନୀ ଓ ତାଙ୍କ ୨ ପିଲାଙ୍କୁ ଉଦ୍ଧାର କରି ସୋହେଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ବଂଶୀଧରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବଂଶୀଧରଙ୍କର ମୃତ୍ୟୁ ହୋଇଥିବା ବେଳେ ବୁର୍ଲା ନେବା 
ବାଟରେ ସୁବର୍ଣ୍ଣଙ୍କ ମୃତ୍ୟୁ ହୋଇଥିଲ। ତେବେ ଆଜି କୁମୁଦିନୀ ଆଖି ବୁଜିଛନ୍ତି। ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ  କୁମୁଦିନୀଙ୍କ ମୃତ୍ୟୁ ହୋଇଛି।

Advertisment
Advertisment
Advertisment