ମନ୍ଦିରରେ କଣ ସୁବିଧା ଅସୁବିଧା ଅଛି, ତାର ଅନୁଧ୍ୟାନ କରିଥିଲେ। ମନ୍ଦିରର ସଂରକ୍ଷଣ ଓ ପୁନରୁଦ୍ଧାର କାମର ଅଗ୍ରଗତି ନେଇ ଆଲୋଚନା କରାଯିବ ବୋଲି ବିଏମ୍ସି କମିଶନର କହିଛନ୍ତି। ସେ ସୂଚନା ଦେଇଛନ୍ତି, ମନ୍ଦିର ଓ ପ୍ରଭୁ ଲିଙ୍ଗରାଜଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ। ନାଟ ମଣ୍ଡପରେ ପାଣି ଗଳିବା ନେଇ ଚିନ୍ତାଜନକ ସ୍ଥିତି ନାହିଁ, କିନ୍ତୁ ମରାମତି ପାଇଁ ଅନୁମତି ମିଳିଛି।
ଦେଶୀ ମଦରେ ବିଦେଶୀ ତଡ଼କା। ମଦ ପ୍ରସ୍ତୁୁତ ପାଇଁ ମହୁଲ ପୋଚରେ ମିଶୁଛି ଦାମୀ ଫଳ। ମହୁଲର ପୋଚରେ ସେଓ, ଅଙ୍ଗୁର, ଡାଳିମ୍ବ, ବେଦନା, ପିଜୁଳି ଭଳି ଫଳ ମିଶାଇ ମାଫିଆମାନେ ପ୍ରସ୍ତୁତ କରୁଛନ୍ତି ମଦ।
ଅନ୍ଲାଇନ୍ ଆପ୍ରେ ଟ୍ରେଡିଂ ନାଁରେ କୋଟି କୋଟି ଟଙ୍କା ଠକେଇ। କମ୍ ଟଙ୍କା ବ୍ୟୟରେ ପ୍ରତିଦିନ ଇନ୍କମ୍ର ପ୍ରତିଶ୍ରୁତି, ଆଉ ଏଥିରେ ଯିଏ ବିଶ୍ୱାସ କରିଗଲା ସେ ଠକାମୀର ଶିକାର ହେଲେ। ଏଭଳି ଅଭିନବ ଉପାୟରେ ଆପ୍ ମାଧ୍ୟମରେ ଟଙ୍କା ଅର୍ଜନ କରିବାର ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକି ନେଇଛି ଏକ କମ୍ପାନୀ।
ଶ୍ରୀମନ୍ଦିର ମରାମତି, ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ପାଇଁ ଏକ ୫ ବର୍ଷିଆ ଯୋଜନା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଏଏସ୍ଆଇକୁ ଅନୁରୋଧ କରିବ। ଏଥିପାଇଁ ଅଧିକ ଅର୍ଥ ଆବଶ୍ୟକ ହେଲେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ତାହା ଯୋଗାଇ ଦେବେ।
ଏଣିକି ଶ୍ରୀମନ୍ଦିର ମରାମତି ପାଇଁ ୫ ବର୍ଷୀୟା ଯୋଜନା ହେବ। ୫ ବର୍ଷୀୟା ସଂରକ୍ଷଣ ନେଇ ASI ଠାରୁ ପ୍ଲାନ ଆହ୍ୱାନ କରାଯିବ। ସଂରକ୍ଷଣ ପ୍ରସଙ୍ଗରେ ASI- ମନ୍ଦିର ପ୍ରଶାସନ ମିଳିତ ନିଷ୍ପତ୍ତି ନେବେ। ସଂରକ୍ଷଣ ପାଇଁ ଅଧିକ ଅର୍ଥ ଦରକାର ପଡ଼ିଲେ ସରକାର ବହନ କରିବେ।
ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହକୁ ନେଇ ଫ୍ୟାମିଲି କୋର୍ଟରେ ମାମଲା ଚାଲିଥିବା ବେଳେ ଏହାର ତ୍ୱରିତ ଶୁଣାଣି ନିର୍ଦ୍ଦେଶ ପାଇଁ ସାଂସଦ ଅନୁଭବ ମହାନ୍ତି ଆବେଦନ କରିଥିଲେ। ମାତ୍ର ଅନୁଭବଙ୍କ ଏହି ଆବେଦନର ଅନ୍ତ ଘଟାଇଛନ୍ତି ହାଇକୋର୍ଟ।
ଏରସମାରେ ଥିବା ଶିଆଳି ବେଳାଭୂମି ଏବେ ବିପଦରେ। ୨୦୧୬ରେ ରାଜ୍ୟ ସରକାରଙ୍କ ଦ୍ୱାରା ଏହା ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିଲେ ବି ଏହାପ୍ରତି ସତେ ଯେମିତି ସରକାରଙ୍କ ନିଘା ନାହିଁ।
ପ୍ରାଣୀ ଡାକ୍ତର ଟିମ ଛେଳି, ମେଣ୍ଢା, ଗାଇ, ବଳଦଙ୍କୁ ଚିକିତ୍ସା କରୁଛନ୍ତି। ବର୍ଷା ଦିନରେ କିପରି ଗୃହପାଳିତ ପଶୁଙ୍କୁ ସୁରକ୍ଷା ଦିଆଯାଇପାରିବ। ସେଥିପାଇଁ ପ୍ରାଣୀ ଚିକିତ୍ସା ଶିବିର ବି ଆୟୋଜନ କରାଯାଉଛି। ୪ଶହ ପଶୁଙ୍କ ଔଷଧ ଦିଆଯାଇଥିବା ବେଳେ ୩ଶହ ଗାଇଙ୍କୁ ଟୀକାକରଣ କରାଯାଇଛି।
ଆଇନା ସବୁ ବେଳେ ସତ କଥା କୁହେ, ଆଉ ଏବେ ସବୁ କଥା ବି ମାନିବ। ଶୁଣିବାକୁ ଅଜବ ଲାଗିଲେ ବି କଥାଟା ସତ। କଟକ ବୋଷ ଇଞ୍ଜିନିୟରିଂ ସ୍କୁଲର ଛାତ୍ର ସ୍ୱାଧୀନ ଦାସ ଏପରି ଏକ ଆଇନା ତିଆରି କରିଛନ୍ତି, ଯାହା ସାମ୍ନାରେ ଛିଡ଼ା ହୋଇ ଆପଣ ଯାହା ନିର୍ଦ୍ଦେଶ ଦେବେ ତାହା ହେବ।
ଗଛରେ କାର୍ ପିଟି ହେବା ଯୋଗୁ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି।ଝାଡ଼ଖଣ୍ଡ ଖୁଣ୍ଟି ନିକଟ ତରପା ଚୁର୍ଗି ନଦୀ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ଜାତୀୟ ମନିଟାଇଜେସନ୍ ପାଇପ୍ଲାଇନ୍ରେ ୧୨ଟି ମନ୍ତ୍ରଣାଳୟର ୨୦ରୁ ଅଧିକ ପ୍ରକାର ସଂପତ୍ତିକୁ ସାମିଲ ପାଇଁ ଯୋଜନା ରଖାଯାଇଛି। ୨୦୨୨ରୁ ୨୦୨୫ ମଧ୍ୟରେ କେନ୍ଦ୍ର ସରକାର ଏହି ସବୁ ପ୍ରକଳ୍ପକୁ PPP ମୋଡ୍ରେ ଚଳାଇ ୬ ଲକ୍ଷ କୋଟି ଆୟ ପାଇଁ ଲକ୍ଷ୍ୟ ରଖିଛନ୍ତି। ଯୋଜନାରେ ସଡ଼କ, ରେଳ ଓ ବିଦ୍ୟୁତ୍ ଶକ୍ତି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଛି।
ସନ୍ଧ୍ୟା ଆରମ୍ଭ ହେଉ ହେଉ ପାର୍କରେ ଡେରା ପକାଉଛନ୍ତି ମାଳ ମାଳ ବିଜେଡି ନେତା, ମନ୍ତ୍ରୀ ଓ ତାଙ୍କ ସମର୍ଥକ। ଏମାନେ ସବୁ କୁଆଡ଼େ ଗଂଜାମ ଜିଲ୍ଲାରେ ସ୍ମାର୍ଟ ସ୍କୁଲ କାର୍ଯ୍ୟକ୍ରମକୁ କିପରି ନିଜ ଜିଲ୍ଲାରେ କାର୍ଯ୍ୟକାରୀ କରିବେ ତାକୁ ଦେଖିବାକୁ ଆସୁଛନ୍ତି। ୩୦ ତାରିଖ ଭିତରେ ୧୦୮ ବିଧାୟକ ଆସିବା କାର୍ଯ୍ୟକ୍ରମ ରହିଛି।
ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପମାତ୍ରାର ଖରାପ ପ୍ରଭାବ ବର୍ତ୍ତମାନ ସମଗ୍ର ବିଶ୍ୱ ସାମ୍ନା କରୁଛି। ବୈଜ୍ଞାନିକମାନେ ଏହା ପଛରେ ଥିବା କାରଣଗୁଡିକ ଅଧ୍ୟୟନ କରୁଛନ୍ତି ଏବଂ ଏଥିରେ ମାନବଜନିତ କାର୍ଯ୍ୟକଳାପ ସହିତ ପ୍ରାକୃତିକ କାରଣଗୁଡିକ କ’ଣ ଏବଂ ଆମେ କିପରି ଏହି ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିପାରିବା ଜାଣିବାକୁ ଚେଷ୍ଟା କରୁଛନ୍ତି। ଜଳବାୟୁ ପରିବର୍ତ୍ତନ ଉପରେ ହୋଇଥିବା ଏକ ଅଧ୍ୟୟନରେ ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ଯେ ଭୌଗୋଳିକ ସମୟ ମଧ୍ୟରେ ବାୟୁମଣ୍ଡଳରୁ କାର୍ବନ ଡାଇଅକ୍ସାଇଡ୍ ଅପସାରଣ ପାଇଁ ବାରମ୍ବାର ଆଗ୍ନେୟଗିରି ଉଦ୍ଗିରଣ ହିଁ ଦାୟୀ।
କଡ଼ାକଡ଼ି ହେଲା ଟ୍ରାଫିକ୍ ନିୟମ । ଏଣିକି ଟିକିଏ ଏପଟ ସେପଟ ହେଲେ ସିଧା ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ । ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏକାଠି ବସି ପରିବାର ସଦସ୍ୟମାନେ ଡିନର୍ କରୁଥିବା ବେଳେ ହଠାତ୍ ଖସି ପଡ଼ିଲା ସିଲିଂ ଫ୍ୟାନ୍। ଫ୍ୟାନ୍ଟି ଜଣେ ଶିଶୁ ଉପରେ ଖସି ପଡ଼ିଥିବା ଜଣାପଡ଼ିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଅଗ୍ନିକୁ ସାକ୍ଷୀ ରଖି ସାରା ଜୀବନ ହାତ ନ ଛାଡ଼ିବାକୁ କଥା ଦେଇଥିଲେ ଓ ସ୍ତ୍ରୀର ମୃତ୍ୟୁ ପରେ ମଧ୍ୟ କଥା ରଖିଲେ ସ୍ୱାମୀ। ପତ୍ନୀଙ୍କ ମୃତ୍ୟୁକୁ ସହ୍ୟ କରି ନ ପାରି ଜଣେ ବୃଦ୍ଧ ଅଚାନକ ପତ୍ନୀଙ୍କ ଚିତାକୁ ଡେଇଁ ପଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି।
ମଶାଣି, ଏମିତି ଏକ ସ୍ଥାନ ଯାହା ନାଁ ଶୁଣିଲେ ମନରେ ଭୟ ଆସେ। ଅନ୍ତିମ ସଂସ୍କାର ପାଇଁ ଯିଏ ଶବ ସହ ମଣାଶିକୁ ଥରେ ଯାଆନ୍ତି, ସେମାନେ ଦ୍ୱିତୀୟ ଥର ସେଠାକୁ ନଯିବାକୁ ଭଗବାନଙ୍କୁ ପ୍ରାର୍ଥନା କରନ୍ତି। ହେଲେ ଆମେ ଆପଣଙ୍କୁ ଏମିତି ଏକ ମଶାଣି କଥା କହିବା, ଯେଉଁଠିକୁ ଥରେ ଗଲେ ଆପଣ ବାରମ୍ବାର ଯିବାକୁ ଇଚ୍ଛା ପ୍ରକାଶ କରିବେ।
ଆମମାନଙ୍କ ମଧ୍ୟରୁ ଅନେଙ୍କ ମନରେ, ଏହି ପ୍ରଶ୍ନ ନିଶ୍ଚିତ ଭାବରେ ଉଙ୍କିମାରେ ଯେ ମଶା କାହିଁକି କିଛି ଲୋକଙ୍କୁ ଅଧିକ କାମୁଡ଼ନ୍ତି ଏବଂ କିଛି ଲୋକଙ୍କୁ କମ୍ ? ମଶା ଅନେକ ସାଙ୍ଘାତିକ ରୋଗର କାରଣ। ମଶା କାମୁଡ଼ା ହେତୁ ବ୍ୟକ୍ତି ଭିତରେ ଅନେକ ଗମ୍ଭୀର ସମସ୍ୟା ଉପୁଜେ। ମଶା ମଧ୍ୟ ଅନେକ ବିପଜ୍ଜନକ ରୋଗର ବାହକ। ମଶା କାମୁଡାରେ ସାରା ବିଶ୍ୱରେ ପ୍ରତିବର୍ଷ ହଜାର ହଜାର ଲୋକ ମୃତ୍ୟୁ ବରଣ କରନ୍ତି। ଏହି କାରଣରୁ, ମଶାଠାରୁ ମୁକ୍ତି ପାଇବା ପାଇଁ ଅନେକ ଦେଶରେ ସ୍ୱତନ୍ତ୍ର ଅଭିଯାନ ଚାଲିଥାଏ।
ଦୁନିଆ ରହସ୍ୟମୟ। ତେଣୁ ଏହା ବିଷୟରେ ଜାଣିବା ପାଇଁ ଲୋକଙ୍କ ମନରେ ସର୍ବଦା ଏକ କୌତୁହଳ ରହିଥାଏ। ଅନେକଗୁଡିଏ ରହସ୍ୟକୁ ପର୍ଦାଫାସ କରାଯାଇଥିବା ବେଳେ, ଏପରି ଅନେକ ରହସ୍ୟ ମଧ୍ୟ ଅଛି ଯାହାର କେବଳ ରହସ୍ୟ ହିଁ ରହିଯାଇଛି। ଭାରତରେ ଏପରି ଅନେକ ସ୍ଥାନ ଅଛି ଯାହା ସର୍ବଦା ରହସ୍ୟମୟ ହୋଇ ରହିଆସିଛି। ଏହି ସ୍ଥାନଗୁଡିକ ମଧ୍ୟରୁ ଅନେକ ଲୋକଙ୍କ ବିଶ୍ୱାସ ସହିତ ଜଡିତ। ଭାରତରେ ଅନେକ ମନ୍ଦିର ଅଛି ଯାହା କେବଳ ରହସ୍ୟ ହିଁ ରହସ୍ୟ।
ନିୟମିତତା ଅଭିଯୋଗରେ ୪୮ଟି ଖଣି ଲିଜ୍ ଟେଣ୍ଡରକୁ ବାତିଲ୍ କଲେ ଜିଲ୍ଲାପାଳ
ଧାରା ଶ୍ରାବଣରେ ଲୁଚକାଳି ଖେଳିଲା, ଭାଦ୍ରବ ଆରମ୍ଭରୁ ପୁରା ଉଭାନ ହୋଇଗଲା। ବର୍ଷା ଅଭାବରୁ ଧାନ ଜମିର ଚିତ୍ର ଗମ୍ଭୀର ହେଲାଣି। ନୂଆପଡ଼ା କାଶୀପଲାରେ ଠିଆ ଜଳିଯାଉଛି ଧାନ ଗଛ। ଫାଟି ଆଁ କରିଥିବା ଜମିରେ ଗୋରୁ ଚରୁଛନ୍ତି। ଏପଟେ ବାଲେଶ୍ୱର ସୋରରେ ଫସଲ ବଞ୍ଚାଇବାକୁ ପୋଖରୀରେ ଅହରହ ପମ୍ପ ଲାଗିଛି
ଧାରା ଶ୍ରାବଣରେ ଲୁଚକାଳି ଖେଳିଲା, ଭାଦ୍ରବ ଆରମ୍ଭରୁ ପୁରା ଉଭାନ ହୋଇଗଲା। ବର୍ଷା ଅଭାବରୁ ଧାନ ଜମିର ଚିତ୍ର ଗମ୍ଭୀର ହେଲାଣି। ନୂଆପଡ଼ା କାଶୀପଲାରେ ଠିଆ ଜଳିଯାଉଛି ଧାନ ଗଛ। ଫାଟି ଆଁ କରିଥିବା ଜମିରେ ଗୋରୁ ଚରୁଛନ୍ତି। ଏପଟେ ବାଲେଶ୍ୱର ସୋରରେ ଫସଲ ବଞ୍ଚାଇବାକୁ ପୋଖରୀରେ ଅହରହ ପମ୍ପ ଲାଗିଛି। ଯେଉଁ ସମୟରେ ରୁଆ-ବେଉଷଣ ସମ୍ପୂର୍ଣ୍ଣ ସରି ଯିବା କଥା ସେତେବେଳେ ଚାଷୀ ଦୋଦୋ ପାଞ୍ଚ ହେଉଛି
ଓଡ଼ିଶା - ଆନ୍ଧ୍ର ସୀମାନ୍ତରେ ଥିବା ଇଚ୍ଛାପୁରମ ନିକଟରେ ଜଣେ ଆର୍ମି ଯବାନଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଇଥିଲେ। ଏହାପରେ ଶ୍ରୀକାକୁଲମ ସହରର ଜିଲ୍ଲା ମୁଖ୍ୟାଳୟକୁ ଫେରୁଥିଲେ।
ରେଳକୁ ଅପେକ୍ଷା କଲେ ରେଳ ମନ୍ତ୍ରୀ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତକାଲି ଓଡିଶାର ଏକ ରେଳ ଷ୍ଟେସନରେ ବସି ଟ୍ରେନକୁ ଅପେକ୍ଷା କରିଥିବା ଜଣାପଡ଼ିଛି । କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରେଳମନ୍ତ୍ରୀଙ୍କ ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ହାଇକ୍ଲାସ୍ ୱେଟିଂ ହଲ୍ରେ ନ ବସି ସାଧାରଣ ଯାତ୍ରୀଙ୍କ ସହ ଟ୍ରେନକୁ ଅପେକ୍ଷା କରିଥିଲେ ଅଶ୍ୱିନୀ। ଏମିତିକି ବିନା ଗଦି ବାଲା କାଠ ବେଂଚ୍ରେ ବସିଥିଲେ ରେଳମନ୍ତ୍ରୀ।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଚାଷୀଙ୍କୁ ହଇରାଣ ହରକତ କରୁଛି ବୋଲି ଅଭିଯୋଗ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ବୀମା କମ୍ପାନୀ ମାନେ ଅଧିକ ଟଙ୍କା ବୀମା ବାବଦକୁ ନେଉଥିବା ବେଳେ କମ୍ ଟଙ୍କା ଦେଉଛନ୍ତି। ଓଡ଼ିଶାରେ ୨୦୨୦ ମସିହାରେ ଚାଷୀ ମାନେ ୬ ହଜାର ୧୬୩ କୋଟି ଟଙ୍କା ବୀମା ପାଇଁ ଦେଇଥିବା ବେଳେ ପାଇଛନ୍ତି ମାତ୍ର ୫ ହଜାର କୋଟି। ବାକି ହଜାରେ କୋଟି ଟଙ୍କା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ