• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କଡ଼ାକଡ଼ି ହେଲା ଟ୍ରାଫିକ୍‌ ନିୟମ ।

  • ଏଣିକି ଟିକିଏ ଏପଟ ସେପଟ ହେଲେ ସିଧା ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ।

  • ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ୱର: କଡ଼ାକଡ଼ି ହେଲା ଟ୍ରାଫିକ୍‌ ନିୟମ । ଏଣିକି ଟିକିଏ ଏପଟ ସେପଟ ହେଲେ ସିଧା ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ । ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ଆଞ୍ଚଳିକ ପରିବହନ ଅଧତ୍କାରୀଙ୍କୁ ଟ୍ରନ୍ସପୋର୍ଟ କମିଶନର ଚିଠି ଲେଖିଛନ୍ତି । ଏଥିପ୍ରତି ଗୁରୁତ୍ୱ ଦେବା ପାଇଁ ଚିଠିରେ କଡ଼ା ନିର୍ଦେଶ ରହିଛି । ଟ୍ରାଫିକ୍‌ ନିୟମକୁ ଯେଭଳି ସମସ୍ତେ କଡ଼ାକଡ଼ି ଭାବେ ପାଳନ କରିବେ ସେନେଇ ଦୃଷ୍ଟି ଦେବାକୁ ସବୁ ଆଞ୍ଚଳିକ ପରିବହନ ଅଧିକାରୀକୁ କୁହାଯାଇଛି । ଏକ୍ଷେତ୍ରରେ ସୁପ୍ରିମକୋର୍ଟ କମିଟିର ନିର୍ଦ୍ଦେଶ ଲାଗୁ କରିବାକୁ ମଧ୍ୟ ଚିଠିରେ ଉଲ୍ଲେଖ ରହିଛି ।

ମୋଟରଯାନ ଆଇନ ଉଲ୍ଲଙ୍ଘନ କଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ । ପ୍ରଥମ ଥର ପାଇଁ ମୋଟର ଯାନ ଆଇନ୍‌ ଉଲଂଘନ କଲେ ୩ ମାସ ଯାଏଁ ଅସ୍ଥାୟୀ ଭାବେ ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ । ବାରମ୍ବାର ଯଦି ଏଭଳି ଭୁଲ ହୁଏ ତେବେ ଏଥିପ୍ରତି କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ ।

ସୂଚନାଯୋଗ୍ୟ, ଧାର୍ଯ୍ୟ ନିୟମଠାରୁ ଅଧତ୍କ ବେଗରେ ଗାଡ଼ି ଚଳାଇଲେ ଲାଇସେନ୍ସ ରଦ୍ଦ କରାଯିବ ବୋଲି କମିଶନର ଚିଠିରେ ଉଲ୍ଲେଖ କରିଛନ୍ତି । ଖାଲି ସେତିକି ନୁହେଁ ଓଭରଲୋଡ୍ କିମ୍ବା ମଦ୍ୟପାନ କରି ଗାଡ଼ି ଚାଳନା କଲେ ମଧ୍ୟ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ । ହେଲମେଟ୍ ପିନ୍ଧି ନଥିଲେ କିମ୍ବା ଗାଡ଼ି ଚଳାଉଥିବା ବେଳେ ମୋବାଇଲ ବ୍ୟବହାର କଲେ ମଧ୍ୟ ଲାଇସେନ୍ସ ରଦ୍ଦ ହେବ ।

ସେହିଭଳି ରେଡ୍ ଲାଇଟ୍ ଉଲ୍ଲଙ୍ଘନ କିମ୍ବା ରଙ୍ଗ୍‌ରୁଟ୍‌ରେ ଡ୍ରାଇଭ୍ କଲେ ମଧ୍ୟ ଲାଇସେନ୍ସ ରଦ୍ଦ ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଆଇନ ଉଲ୍ଲଙ୍ଘନ କ୍ଷେତ୍ରରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଚିଠିରେ ସବୁ ଆଞ୍ଚଳିକ ପରାବହନ ଅଧିକାରୀଙ୍କୁ ନିର୍ଦ୍ଦେଶ କମିଶନର ନିର୍ଦେଶ ଦେଇଛନ୍ତି ।