Advertisment

ଲୋକଙ୍କ ପାଇଁ ପାର୍କରେ ତାଲା, ବିଜେଡି ନେତାଙ୍କ ପାଇଁ ପୁରା ମେଲା

ସନ୍ଧ୍ୟା ଆରମ୍ଭ ହେଉ ହେଉ ପାର୍କରେ ଡେରା ପକାଉଛନ୍ତି ମାଳ ମାଳ ବିଜେଡି ନେତା, ମନ୍ତ୍ରୀ ଓ ତାଙ୍କ ସମର୍ଥକ। ଏମାନେ ସବୁ କୁଆଡ଼େ ଗଂଜାମ ଜିଲ୍ଲାରେ ସ୍ମାର୍ଟ ସ୍କୁଲ କାର୍ଯ୍ୟକ୍ରମକୁ କିପରି ନିଜ ଜିଲ୍ଲାରେ କାର୍ଯ୍ୟକାରୀ କରିବେ ତାକୁ ଦେଖିବାକୁ ଆସୁଛନ୍ତି। ୩୦ ତାରିଖ ଭିତରେ ୧୦୮ ବିଧାୟକ ଆସିବା କାର୍ଯ୍ୟକ୍ରମ ରହିଛି।

author-image
Chandan Shishu
Park Encroachment

Park Encroachment

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ପାର୍କ କବ୍‌ଜା କରିଛନ୍ତି ଭିଭିଆଇପି। ସାଧାରଣ ଲୋକଙ୍କ ପାଇଁ ଗେଟ୍‌ ତାଲା। ହେଲେ ବିଜେଡି ଏମଏଲଏ ଓ ମନ୍ତ୍ରୀଙ୍କ ପାଇଁ ପୁରା ମେଲା। ଆମେ କହୁଛୁ ବ୍ରହ୍ମପୁର ସହରର ଏକମାତ୍ର ମନୋରଞ୍ଜନ ଉଦ୍ୟାନ ରାମଲିଙ୍ଗମ ଟ୍ୟାଙ୍କ ପାର୍କର କଥା। ଗଲା କିଛି ଦିନ ହେଲା ସେଠି ଏଭଳି ସ୍ଥିତିକୁ ନେଇ ଖପ୍ପା ସହରବାସୀ। ମାସ ମାସ ଧରି ଲକ୍ଡାଉନ-ସଟ୍‌ଡାଉନ୍‌ରେ ଛଟପଟ ଲୋକେ ଟିକେ ମନୋରଞ୍ଜନ ପାଇଁ ଆସିଲା ବେଳକୁ ପାର୍କରେ ପୁରାଇ ଦେଉନାହାନ୍ତି ସୁରକ୍ଷାକର୍ମୀ। ସୂଚନା ଫଳକ ମାରିଛନ୍ତି- ଅଗଷ୍ଟ ୧୮ରୁ ୩, ପାର୍କ ପୁରା ବନ୍ଦ ହେଲେ ଏ ଦୃଶ୍ୟକୁ ଟିକେ ଦେଖନ୍ତୁ, କେମିତି ସଞ୍ଜ ନଇଁଲେ ରଂଗୀନ ହେଉଛି ପାର୍କ। ଖିଆ ପିଆ ସାଙ୍ଗକୁ ମଉଜ ମସ୍ତିରେ ବିତୁଛି ରାତି।

Advertisment

ସନ୍ଧ୍ୟା ଆରମ୍ଭ ହେଉ ହେଉ ପାର୍କରେ ଡେରା ପକାଉଛନ୍ତି ମାଳ ମାଳ ବିଜେଡି ନେତା, ମନ୍ତ୍ରୀ ଓ ତାଙ୍କ ସମର୍ଥକ। ଏମାନେ ସବୁ କୁଆଡ଼େ ଗଂଜାମ ଜିଲ୍ଲାରେ ସ୍ମାର୍ଟ ସ୍କୁଲ କାର୍ଯ୍ୟକ୍ରମକୁ କିପରି ନିଜ ଜିଲ୍ଲାରେ କାର୍ଯ୍ୟକାରୀ କରିବେ ତାକୁ ଦେଖିବାକୁ ଆସୁଛନ୍ତି। ୩୦ ତାରିଖ ଭିତରେ ୧୦୮ ବିଧାୟକ ଆସିବା କାର୍ଯ୍ୟକ୍ରମ ରହିଛି। ତେଣୁ ସେମାନଙ୍କୁ ସ୍ୱାଗତ ପାଇଁ ପାର୍କରେ ଜ୍ୱାଇଁ ଚର୍ଚ୍ଚା ଭଳି ଆୟୋଜନ ଖାଲି ସାଧାରଣ ଲୋକଙ୍କୁ ଉପେକ୍ଷା ନୁହେଁ, ସ୍ଥାନୀୟ ବ୍ୟବସାୟୀଙ୍କ ପେଟକୁ ବି ଲାତ ମରାଯାଉଥିବା ଅଭିଯୋଗ ହୋଇଛି। ଅପରାହ୍ନ ୩ଟା ପରେ ଆଖପାଖ ଦୋକାନ ବନ୍ଦ ରଖିବାକୁ ବାଧ୍ୟ କରୁଛି ପ୍ରଶାସନ ଯାହାକୁ ନେଇ ଚିନ୍ତାରେ ବ୍ୟବସାୟୀ।

ଯାହାଙ୍କ ପାଇଁ ପାର୍କ ତାଙ୍କୁ ଉପେକ୍ଷା, ଅଥଚ ଅଭିଆଗତଙ୍କୁ ଜ୍ୱାଇଁ ଚର୍ଚ୍ଚା। ବ୍ରହ୍ମପୁର ମହାନଗର ନିଗମର ଏଭଳି ଆଭିମୁଖ୍ୟ ଉପରେ କେବଳ ଯେ, ସହରବାସୀ କ୍ଷୁବ୍ଧ ତାନୁହେଁ, ବିରୋଧୀ ବିଜେପି ବି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଗଂଜାମ ଜିଲ୍ଲା ବିଜେପି ସଭାପତି କହିଛନ୍ତି, ସାଧାରଣ ଲୋକଙ୍କ ପାଇଁ ଶୀଘ୍ର ପାର୍କ ଖୋଲା ନହେଲେ ଦଳ ଆନ୍ଦୋଳନକୁ ଓହ୍ଲାଇବ। ଜବାବରେ ଜିଲ୍ଲା ବିଜେଡି ସଭାପତି କହିଛନ୍ତି-ଏମିତି ପାର୍କ ଓଡ଼ିଶାରେ ନାହିଁ। ଯେହେତୁ ବିଧାୟକମାନେ ଆମ ଅତିଥି, ତେଣୁ ସହରବାସୀ ସେମାନଙ୍କ ପାଇଁ କିଛି ଦିନ ସହ୍ୟ କରିବାରେ ବିଶେଷ ଅସୁବିଧା ନାହିଁ। 

Advertisment
Odisha News BJD
Advertisment
Advertisment