Advertisment

ମଶାଣି, ଯାହାକୁ ଦେଖିଲେ ମନରେ ଭୟ ଆସେନି; ବରଂ ବୁଲିବାକୁ ଇଚ୍ଛା ହୁଏ

ମଶାଣି, ଏମିତି ଏକ ସ୍ଥାନ ଯାହା ନାଁ ଶୁଣିଲେ ମନରେ ଭୟ ଆସେ। ଅନ୍ତିମ ସଂସ୍କାର ପାଇଁ ଯିଏ ଶବ ସହ ମଣାଶିକୁ ଥରେ ଯାଆନ୍ତି, ସେମାନେ ଦ୍ୱିତୀୟ ଥର ସେଠାକୁ ନଯିବାକୁ ଭଗବାନଙ୍କୁ ପ୍ରାର୍ଥନା କରନ୍ତି। ହେଲେ ଆମେ ଆପଣଙ୍କୁ ଏମିତି ଏକ ମଶାଣି କଥା କହିବା, ଯେଉଁଠିକୁ ଥରେ ଗଲେ ଆପଣ ବାରମ୍ବାର ଯିବାକୁ ଇଚ୍ଛା ପ୍ରକାଶ କରିବେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Crematorium Park

Crematorium Park

ନୟାଗଡ଼: ମଶାଣି, ଏମିତି ଏକ ସ୍ଥାନ ଯାହା ନାଁ ଶୁଣିଲେ ମନରେ ଭୟ ଆସେ। ଅନ୍ତିମ ସଂସ୍କାର ପାଇଁ ଯିଏ ଶବ ସହ ମଣାଶିକୁ ଥରେ ଯାଆନ୍ତି, ସେମାନେ ଦ୍ୱିତୀୟ ଥର ସେଠାକୁ ନଯିବାକୁ ଭଗବାନଙ୍କୁ ପ୍ରାର୍ଥନା କରନ୍ତି। ହେଲେ ଆମେ ଆପଣଙ୍କୁ ଏମିତି ଏକ ମଶାଣି କଥା କହିବା, ଯେଉଁଠିକୁ ଥରେ ଗଲେ ଆପଣ ବାରମ୍ବାର ଯିବାକୁ ଇଚ୍ଛା ପ୍ରକାଶ କରିବେ। ମଶାଣିର ସୌନ୍ଦର୍ଯ୍ୟକରଣ ଏଭଳି ଭାବରେ ହୋଇଛି, ଯାହା ଲୋକଙ୍କୁ ଅଧିକ ଆକର୍ଷିତ କରୁଛି। ନୟାଗଡ଼ ଜିଲ୍ଲା ବିରୁଡ଼ା ପଞ୍ଚାୟତରେ ଥିବା ଏହି ମଶାଣିକୁ ଦେଖିଲେ ଏକ ପାର୍କର ଭ୍ରମ ସୃଷ୍ଟି କଲା ଭଳି ମନେ ହେବ। ଏ ମଶାଣିକୁ ପିଲାମାନେ ନିର୍ଭୟରେ ବୁଲିବାକୁ ଆସିବା ସହ ଫଟୋ ଉଠାଉଛନ୍ତି। ଏହାସହ ପରିବାର ତଥା ସାଙ୍ଗସାଥିଙ୍କ ସହ ସମୟ ମଧ୍ୟ ବିତାଉଛନ୍ତି।

Advertisment

ବିରୁଡ଼ା ପଞ୍ଚାୟତରେ ଥିବା ଏହି ମଶାଣିରେ ଡାଇନୋସୋର୍, ହାତୀ, ମାଙ୍କଡ ଓ ହରିଣଙ୍କ ଭଲି ନାନାଦି ବନ୍ୟଜନ୍ତୁଙ୍କ ମୂର୍ତ୍ତି ଶୋଭା ପାଉଛି। ପୌରାଣିକ କଥାବସ୍ତୁର ଅନେକ କାହାଣୀ ଏଠି ମୂର୍ତ୍ତି ମାଧ୍ୟମରେ ମଧ୍ୟ ବର୍ଣ୍ଣିତ  ହୋଇଛି। ଭଗବାନଙ୍କ ଗଜ ଉଦ୍ଧାର ଗାଥା ହେଉ କି ହେଉ ଶ୍ରବଣ କୁମାରଙ୍କ ସମ୍ପର୍କରେ ଏଭଳି ଅନେକ ଗାଥା ମୂର୍ତ୍ତି ମାଧ୍ୟମରେ ବର୍ଣ୍ଣିତ ହୋଇଛି। ମଣିଷର ଶେଷ ଯାତ୍ରାକୁ ସ୍ମରଣୀୟ ରଖିବାକୁ ଗ୍ରାମବାସୀ, ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରାଶାସନିକ ଅଧିକାରୀ ଏମିତି ଏକ ମଶାଣିର ପରିକଳ୍ପନା କରିଥିଲେ।

ଦିନେ କଣ୍ଟାବୁଦା, ଅଳିଆ ଆବର୍ଜନାରେ ଏହି ମଶାଣି ପରିପୂର୍ଣ୍ଣ ଥିଲା। ହେଲେ ଏବେ ଏହି ମଶାଣିରେ ସଞ୍ଜ ନଇଁଲେ ଲୋକଙ୍କ ଭିଡ଼ ଜମୁଛି। ସ୍ଥାନୀୟ ସରପଞ୍ଚ ବିଷ୍ଣୁପ୍ରିୟା ସ୍ୱାଇଁଙ୍କ ତଦାରଖରେ ଏହାର ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ଏଠାକୁ ଆସୁଥିବା ଲୋକଙ୍କ ପାଇଁ ଶୌଚାଳୟଠାରୁ ଆରମ୍ଭ କରି ପିଇବା ପାଣି ଓ ବିଶ୍ରାମ କକ୍ଷର ସୁବିଧା ମଧ୍ୟ ରହିଛି। ଯାହାକୁ ଲୋକମାନଙ୍କୁ ଅଧିକ ଆକର୍ଷିତ କରୁଛି। ବିରୁଡ଼ା ପଞ୍ଚାୟତ ସମିତି ସଭ୍ୟ ଦୁର୍ଯ୍ୟୋଧନ ଜେନା କହିଛନ୍ତି, ‘ଦିନେ ଏହି ମଶାଣି ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ଥିଲା। ତେଣୁ କିଭଳି ଭାବେ ଲୋକମାନେ ନିର୍ଭୟରେ ଶେଷ ଶ୍ରଦ୍ଧାଞ୍ଜଳି ଦେବେ, ଏହାକୁ ଦୃଷ୍ଟିରେ ରଖି ମଶାଣିର ସୌନ୍ଦର୍ଯ୍ୟକରଣ କରାଯାଇଛି।’ ଏକ ନିଆରା ପରିକଳ୍ପନାକୁ ବାସ୍ତବତାର ରୂପ ଦେବାରେ କେମିତି ଦୃଢ଼ ଇଚ୍ଛାଶକ୍ତି ସହାୟକ ହୁଏ, ତାହା ଏହି ମଶାଣିକୁ ଦେଖିଲେ ଜଣାପଡ଼ୁଛି। 

Advertisment
Odisha Nayagarh Crematorium Park
Advertisment
Advertisment