Advertisment

ଓଡ଼ିଆ ଛାତ୍ରଙ୍କ ସ୍ମାର୍ଟ ମିରର୍‌; ନିର୍ଦ୍ଦେଶ ମାତ୍ରେ ହୋଇଯାଉଛି କାମ

ଆଇନା ସବୁ ବେଳେ ସତ କଥା କୁହେ, ଆଉ ଏବେ ସବୁ କଥା ବି ମାନିବ। ଶୁଣିବାକୁ ଅଜବ ଲାଗିଲେ ବି କଥାଟା ସତ। କଟକ ବୋଷ ଇଞ୍ଜିନିୟରିଂ ସ୍କୁଲର ଛାତ୍ର ସ୍ୱାଧୀନ ଦାସ ଏପରି ଏକ ଆଇନା ତିଆରି କରିଛନ୍ତି, ଯାହା ସାମ୍ନାରେ ଛିଡ଼ା ହୋଇ ଆପଣ ଯାହା ନିର୍ଦ୍ଦେଶ ଦେବେ ତାହା ହେବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
smart mirror

smart mirror

କଟକ: ଆଇନା ସବୁ ବେଳେ ସତ କଥା କୁହେ, ଆଉ ଏବେ ସବୁ କଥା ବି ମାନିବ। ଶୁଣିବାକୁ ଅଜବ ଲାଗିଲେ ବି କଥାଟା ସତ। କଟକ ବୋଷ ଇଞ୍ଜିନିୟରିଂ ସ୍କୁଲର ଛାତ୍ର ସ୍ୱାଧୀନ ଦାସ ଏପରି ଏକ ଆଇନା ତିଆରି କରିଛନ୍ତି, ଯାହା ସାମ୍ନାରେ ଛିଡ଼ା ହୋଇ ଆପଣ ଯାହା ନିର୍ଦ୍ଦେଶ ଦେବେ ତାହା ହେବ। ଯେପରି ଫ୍ୟାନ୍ ଚାଲିବ, ବଲ୍‌ବ ଜଳିବ, ଟିଭି ଅନ୍-ଅଫ୍ ମଧ୍ୟ ହୋଇପାରିବ। ଖାଲି ଏତିକି ନୁହେଁ ପାଣିପାଗ ସମ୍ପର୍କରେ ସୂଚନା, ଗୀତ ଚଲାଇବା ଭଳି ବିଭିନ୍ନ କାମ ଆପଣ ଭଏସ୍ କମାଣ୍ଡ ଦେଇ କରିପାରିବେ। 

Advertisment

ମିରର୍‌ ସାମ୍ନାରେ ଛି଼ଡ଼ା ହୋଇ ଆପଣ ଯାହା ଭଏସ୍‌ କମାଣ୍ଡ ଦେବେ, ଠିକ୍ ସେହିଭଳି ଭାବେ କାମ କରିବ ଏହି ସ୍ମାର୍ଟ ମିରର୍‌। ଇଂଜିନିୟରିଂ ଛାତ୍ର ସ୍ୱାଧୀନ ଦାସ ଏହି ସ୍ମାର୍ଟ ମିରର୍‌ ବିକଶିତ କରିଛନ୍ତି। ସବୁବେଳେ ସତ କହୁଥିବା ମିରର୍‌ ଏବେ ସବୁ ନିର୍ଦ୍ଦେଶ ବି ମାନୁଛି। ଲାଇଟ୍‌ ଅନ୍‌ କହିଲେ ବଲ୍‌ବ ଜଳୁଛି, ଏସି ସାଙ୍ଗକୁ ଟିଭି ଅନ୍-ଅଫ୍ ବି ହେଉଛି। ଏପରିକି ପାଣିପାଗ ସମ୍ପର୍କରେ ସୂଚନା, ଗୀତ ଚଲାଇବା ଭଳି ବିଭିନ୍ନ କାମ ଭଏସ୍ କମାଣ୍ଡରେ ହୋଇପାରୁଛି। 

Advertisment

ଲକ୍‌ଡାଉନ୍‌ ସମୟରେ ଘରେ ଏଭଳି ସ୍ମାଟ୍ ମିରର୍ ତିଆରି କରିବାକୁ ଇଚ୍ଛା କରିଥିଲେ ସ୍ୱାଧୀନ। କିଛି ସହଯୋଗୀଙ୍କୁ ନେଇ କିଛି ନୂଆ କରିବାର ଇଚ୍ଛାଶକ୍ତି ତାଙ୍କୁ ସ୍ମାର୍ଟ ମିରର୍ ପାଇଁ ପ୍ରେରଣା ଦେଇଥିଲା। ପ୍ଲାଏ ବୋର୍ଡ, ଇଲେକ୍ଟ୍ରିକ୍‌ ଉପକରଣ ଜରିଆରେ ସ୍ମାର୍ଟ କମାଣ୍ଡ ସିଷ୍ଟମ୍ ତିଆରି କରାଯାଇ ଏହା ସାମ୍ନାରେ ମିରର୍‌ ଲଗାଯାଇଛି। ଏଥିପାଇଁ ୪ ମାସ ସମୟ ଲାଗିଥିବା ବେଳେ ୨୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଘରେ ଥିବା ଛୋଟ ପିଲା ଓ ବୟସ୍କଙ୍କ ପାଇଁ ଏହା ବେଶ ସହାୟକ ହୋଇପାରିବ। ସରକାରୀ ସହାୟତା ମିଳିଲେ ଆଗକୁ ଅଧିକ କ୍ରିୟାଶୀଳ କରାଯାଇପାରିବ ବୋଲି ସ୍ୱାଧୀନ କହିଛନ୍ତି।   

Odisha Cuttack Engineering Student Smart Mirror
Advertisment
Advertisment