Advertisment

ସ୍ତ୍ରୀର ଜୁଇକୁ ଡେଇଁ ଜୀବନ ହାରିଲେ ସ୍ୱାମୀ

ଅଗ୍ନିକୁ ସାକ୍ଷୀ ରଖି ସାରା ଜୀବନ ହାତ ନ ଛାଡ଼ିବାକୁ କଥା ଦେଇଥିଲେ ଓ ସ୍ତ୍ରୀର ମୃତ୍ୟୁ ପରେ ମଧ୍ୟ କଥା ରଖିଲେ ସ୍ୱାମୀ। ପତ୍ନୀଙ୍କ ମୃତ୍ୟୁକୁ ସହ୍ୟ କରି ନ ପାରି ଜଣେ ବୃଦ୍ଧ ଅଚାନକ ପତ୍ନୀଙ୍କ ଚିତାକୁ ଡେଇଁ ପଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Man jumps into wife’s funeral pyre

Man jumps into wife’s funeral pyre

ଧର୍ମଗଡ଼: ଅଗ୍ନିକୁ ସାକ୍ଷୀ ରଖି ସାରା ଜୀବନ ହାତ ନ ଛାଡ଼ିବାକୁ କଥା ଦେଇଥିଲେ ଓ ସ୍ତ୍ରୀର ମୃତ୍ୟୁ ପରେ ମଧ୍ୟ କଥା ରଖିଲେ ସ୍ୱାମୀ। ପତ୍ନୀଙ୍କ ମୃତ୍ୟୁକୁ ସହ୍ୟ କରି ନ ପାରି ଜଣେ ବୃଦ୍ଧ ଅଚାନକ ପତ୍ନୀଙ୍କ ଚିତାକୁ ଡେଇଁ ପଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ଫଳରେ ଗୋଟିଏ ଜୁଇରେ ଜଳିଗଲେ ସ୍ୱାମୀସ୍ତ୍ରୀ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ସିଆଲଯୋଡି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, ଗତ ସୋମବାର ସନ୍ଧ୍ୟାରେ ସିଆଲଯୋଡି ଗାଁର ନୀଳମଣି ଶବରଙ୍କ ପତ୍ନୀ ରଇବାରୀ ଶବରଙ୍କ(୬୦) ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା। ତାଙ୍କର ୪ ପୁଅ ଓ ଆତ୍ମୀୟ ସ୍ଵଜନ ଆସିବା ପରେ ତାଙ୍କର ଶବ ସତ୍କାର କରିବାକୁ ଗାଁ ମଶାଣିକୁ ନେଇଥିଲେ।

ଗାଁ ମଶାଣିରେ ରଇବାରୀଙ୍କ ଜୁଇ ଜଳିବା ପରେ ଅନେକ ଲୋକେ ସ୍ନାନ କରି ଘରକୁ ଫେରିଥିଲେ। କିନ୍ତୁ ତାଙ୍କ ସ୍ୱାମୀ ନୀଳମଣି ଓ ଅନ୍ୟ କିଛି ଲୋକେ ସମସ୍ତଙ୍କ ପଛରେ ସ୍ନାନ କରି ଫେରୁଥିଲେ। ଏହି ସମୟରେ ନୀଳମଣି ଦୌଡ଼ି ଯାଇ ଜଳୁଥିବା ପତ୍ନୀଙ୍କ ଜୁଇ ଉପରକୁ ଡେଇଁ ପଡ଼ିଥିଲେ। ପ୍ରଖର ନିଆଁ ଜଳୁଥିବାରୁ ତାଙ୍କୁ ବଞ୍ଚାଇବାକୁ କେହି ସାହାସ କରି ପାରିନଥିଲେ। ଘଟଣା ଜଣାପଡ଼ିବା ପରେ ନୀଳମଣିଙ୍କ ୪ ପୁଅ ଓ ଗ୍ରାମବାସୀ ଗାଁ ମାଶାଣିକୁ ଯାଇଥିଲେ। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା।

Advertisment

ସୂଚନାଯୋଗ୍ୟ, ନୀଳମଣି ଚହକା ଗ୍ରାମପଞ୍ଚାୟତର ସିଆଲଯୋଡି ଗାଁର ୫ ନମ୍ବର ୱାର୍ଡ଼ର ୱାର୍ଡମେମ୍ବର ଥିଲେ। ତେବେ ବିଗତ ଦିନରେ ସେ ଚହକା ଗ୍ରାମପଞ୍ଚାୟତର ସମିଟି ସଭ୍ୟ ମଧ୍ୟ ଥିଲେ ।

Odisha News Funeral Pyre
Advertisment
Advertisment