ଭୁବନେଶ୍ୱରରୁ ବିଦେଶର ୭ ସହରକୁ ଉଡ଼ିବ ତ ବିମାନ? ଯଦି ଉଡ଼ିବ, ଏହା କେତେ ସଫଳ ହେବ? ଉଡ଼ାଣ ଲାଗି ରାଜ୍ୟ ସରକାର ଭାଏବଲ୍ ଗ୍ୟାପ୍ ଫଣ୍ଡ ଯୋଗାଇବାକୁ ରାଜି ହେବେ ତ ?
ତାଲିବାନଙ୍କ ବର୍ବର କାହାଣୀ ବଖାଣିଲେ ଓଡ଼ିଆ ଆଇଟିବି ଯବାନ। କେମିତି ଭାରତୀୟ ଦୂତାବାସରୁ ପ୍ରତିନିଧିଙ୍କୁ ଉଦ୍ଧାର କଲେ କହିଲେ ଅଙ୍ଗେନିଭା କଥା।
ପ୍ରାୟ ସମସ୍ତେ କହିଥାନ୍ତି ଯେ କୁକୁର ହେଉଛି ମଣିଷର ପ୍ରକୃତ ବନ୍ଧୁ । ତେଣୁ ଲୋକମାନେ ନିଜ ସୁରକ୍ଷା ପାଇଁ କୁକୁରଙ୍କୁ ପୋଷିଥାନ୍ତି । କିନ୍ତୁ ଏମିତିବି ଘଟଣା ଅଛି ଯେଉଁଠି କୁକୁର ତା’ର ମାଲିକର ଜୀବନ ବଞ୍ଚାଇବାକୁ ଯାଇକି ନିଜ ଜୀବନକୁ ବାଜି ଲଗାଇଦିଏ । ସେପଟେ ମଣିଷ କେତେବେଳେ ତା’ର ମାନବିକତାକୁ ଭୁଲି ପଶୁପକ୍ଷୀଙ୍କ ପ୍ରତି ଅମାନବିକତା ଦେଖାଇଥାଏ ତ ଆଉ କେତେବେଳେ ଆପଣାଇଥାଏ ।
ତରଙ୍ଗରେ ଆଜିଠାରୁ ପ୍ରସାରିତ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଧାରାବାହିକ ଶ୍ରୀମନ୍ଦିର । ଶ୍ରୀମନ୍ଦିର ସାକ୍ଷୀ ଥିବା କିଛି ତ୍ୟାଗ ଓ ଗୌରବମୟ କାହାଣୀକୁ ନେଇ ତରଙ୍ଗ ଟିଭି ପ୍ରସ୍ତୁତ କରିଛି ଏହି ନୂଆ ଧାରାବାହିକ ଶ୍ରୀମନ୍ଦିର ।
ପୂର୍ବରୁ ଆଫଗାନିସ୍ତାନରୁ ଯାଇ ଆମେରିକା, ୟୁରୋପ ସହ କାଶ୍ମୀରରେ ଆଙ୍କବାଦୀମାନେ ଆତଙ୍କୀ କାର୍ଯ୍ୟକଳାପ କରିଥିବାର ଅନେକ ନଜିର ରହିଛି । ଆଫଗାନିସ୍ତାନ ପରି ଅନ୍ୟ ଦେଶରେ ଏଭଳି ସ୍ଥିତି ଏବେ ଦେଖାଦେବାର ଆଶଙ୍କା ରହିଛି । ତେବେ ଏହାର ମୁକାବିଲା ଲାଗି ଭାରତ ପୂରା ପ୍ରସ୍ତୁତ ଅଛି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ । ଭାରତୀୟ ସେନା ଓ ଏୟାରଫୋର୍ସ ସମସ୍ତ ପ୍ରସ୍ତୁତ ଅଛନ୍ତି ।
ଗତ ୨୪ ଘଣ୍ଟାରେ କୋରାପୁଟରେ ୨ଟି ଦୁର୍ଘଟଣା ଘଟିଛି। ସୌଭାଗ୍ୟବଶତଃ, ଦୁର୍ଘଟଣାରେ କାହାର ମୃତ୍ୟୁ ଘଟି ନାହିଁ। ଭାରସାମ୍ୟ ହରାଇ ରାସ୍ତାକଡ଼କୁ ବସ୍ ଓଲଟି ପଡ଼ିବା ଯୋଗୁ ୪ ଜଣ ଆହତ ହୋଇଥିବା ବେଳେ ବୋଲେରୋ ଓଲଟି ୧୫ ଜଣ ଆହତ ହୋଇଛନ୍ତି।
ସମୁଦ୍ରରୁ ଅନେକ ରହସ୍ୟମୟ ଜୀବ ଠାବ ହେବା ଘଟଣା ସାମ୍ନାକୁ ଆସିଛି। ଏଭଳି ରହସ୍ୟମୟ ଜୀବ ଦୁନିଆ ସାମ୍ନାକୁ ହଠାତ୍ ଆସିଥାନ୍ତି, ଯାହାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥାଏ। ଏମିତି କିଛି ଘଟଣା ପଞ୍ଚିମବଙ୍ଗ କୋଲକାତାରରେ ଘଟିଛି।
ବଲାଙ୍ଗିର ଜିଲ୍ଳା ପୁଇଁନ୍ତଲା ଗାଁର ଦିବ୍ୟାଙ୍ଗ ସବ୍ୟସାଚୀ ପଟେଲ । ଭଗବାନ ଜନ୍ମରୁ ଗୋଡକୁ ସିନା ପଂଗୁ କରିଦେଲେ, କିନ୍ତୁ କଥା କହୁଛି ସବ୍ୟସାଚୀଙ୍କ ହାତର ଯାଦୁଗରୀ । ବିନା କୌଣସି ଯନ୍ତ୍ରପାତିରେ ସଢ଼େଇରେ ନିଜେ ସୁନ୍ଦର ସୁନ୍ଦର ସୌଖୀନ ସାମଗ୍ରୀ ତିଆରି କରୁଛନ୍ତି ।
ହଳଦିଆପଦରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରେନ୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଲେଭଲ୍ କ୍ରସିଂ ନିକଟରେ ଏହି ଦୁର୍ଘଟଣା ଘଟିଛି। ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ସେମାନଙ୍କୁ ଟ୍ରେନ୍ ଧକ୍କା ଦେଇଥିବା ସନ୍ଦେହ କରାଯାଉଛି।
ହଳଦିଢିହ ଓ ଆଉଁରୀ ପଂଚାୟତର ସମବାୟ ସମିତି ଗୋଟିଏ ହୋଇଥିବାରୁ ପକ୍ଷପାତିତା କରି ସମବାୟ ସମିତି ସମ୍ପାଦକ ଏଭଳି ହଇରାଣ ହରକତ କରୁଥିବା ଚାଷୀମାନେ ସିଧାସଳଖ ଅଭିଯୋଗ କରିଛନ୍ତି
ନବରଙ୍ଗପୁର. ଆନନ୍ଦପୁର ଓ ଜଳେଶ୍ୱର ଆଦି ଅନେକ ଅଂଚଳରେ ସବୁଠି ବେଆଇନ ବାଲି ଚାଲାଣ ଅଭିଯୋଗ ହୋଇଛି। ବିଭିନ୍ନ ଘାଟରୁ ବେଧଡକ ଲୁଟ ହେଉଛି ବାଲି, କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି ସରକାର। କେଉଁଝର ଜିଲ୍ଲାର ଆନନ୍ଦପୂରଠାରେ ଥିବା ବୈତରଣୀ ବାଲିଘାଟର ଦୃଶ୍ୟ ଦେଖିଲେ ଆପଣ ସବୁକିଛି ବୁଝିପାରିବେ। ବେଆଇନ୍ ଭାବେ ଡଙ୍ଗାରେ ମୋଟର ଲଗାଇ ପାଣି ଭିତରୁ ବାଲି ଉଠାଚାଲିଛି
ଆମ ପୃଥିବୀ ଉପରେ ଅନେକ ପ୍ରକାରର ବିକିରଣ ପହଞ୍ଚିଛି। ଆମ ଗ୍ରହର ଚୁମ୍ବକୀୟ କ୍ଷେତ୍ର ହେତୁ ଏହି ବିକିରଣ ମଧ୍ୟରୁ ଅନେକ ଭୂପୃଷ୍ଠରେ ପହଞ୍ଚେ ନାହିଁ, କିନ୍ତୁ ବାୟୁମଣ୍ଡଳରେ ଏହାର ସଂକେତ ବୈଜ୍ଞାନିକମାନଙ୍କୁ ଦୃଶ୍ୟମାନ ହୋଇଛି। ପ୍ରାୟ ଶହେ ବର୍ଷ ପୂର୍ବେ ବୈଜ୍ଞାନିକମାନେ ଆବିଷ୍କାର କରିବାକୁ ଲାଗିଥିଲେ ଯେ ଏପରି କିଛି ଜାଗତିକ ବିକିରଣ ଅଛି ଯାହାର ଉତ୍ସ ସ୍ଥାନୀୟ ନୁହେଁ। ବର୍ତ୍ତମାନ ଏକ ଅଧ୍ୟୟନରେ, ଅନୁସନ୍ଧାନକାରୀମାନେ ଗାଲାକ୍ସି ମିଲ୍କି ୱେରୁ ଏପରି ଜାଗତିକ ବିକିରଣର ଉତ୍ସ ସହିତ ଆସିଥିବା ବିକିରଣର ପରିମାଣ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି।
ରହସ୍ୟମୟ ଗାଁ। ଅନେକ ବର୍ଷ ହେବ ଏଠାରେ ନାହିଁ ଜନବସତୀ। ଏହି ରହସ୍ୟ ନେଇ ଗାଁଟି ରହିଆସିଛି ସବୁବେଳେ ଚର୍ଚ୍ଚାରେ। ଭାରତରେ ରହିଛି ଏଭଳି ଏକ ଗାଁ। ଆମେ କହୁଛୁ ରାଜସ୍ଥାନର କୁଳଧରା ଗାଁର କଥା। କୁହାଯାଏ ଯେ ଗତ କିଛି ବର୍ଷ ହେବ ଏହି ଗାଁ ଅଭିଶପ୍ତ ହୋଇ ପଡିରହିଛି। କୁଲଧରା ଗାଁର ଏହି ରହସ୍ୟ ପଛରେ ଲୁଚି ରହିଛି ଏକ ଐତିହାସିକ ଘଟଣା। ଏହି ଗାଁରେ ଗତ କିଛି ବର୍ଷ ହେବ ପକ୍ଷୀଟିଏ ବି ବସା ବାନ୍ଧି ନାହିଁ। ଗାଁର ଆଖପାଖ ଲୋକଙ୍କ କହିବା କଥା ଏଠାରେ ଅନେକ ପୈଶାଚିକ ଘଟଣା ଦେଖାଯାଏ। ଏହି କାରଣରୁ ଏଠାକୁ କେହି ବି ଯିବାକୁ ସାହସ କରନ୍ତି ନାହିଁ।
ଯେତେବେଳେ ନିଶା ପେଶା ହୋଇଯାଏ, ସେତେବେଳେ ଜୀବନ ଜିଇଁବାର ଆନନ୍ଦ ଆସେ । ଯିଏ ପିଲାଟି ବେଳୁ ବଂଶୀ ପ୍ରତି ଆକର୍ଷିତ ହେଉଥିଲେ ଆଉ ବଂଶୀର ସ୍ୱରରେ ବିଭୋର ହେଉଥିଲେ ସେ ସମୟକ୍ରମେ ପାଲଟିଗଲେ ଇଞ୍ଜିନିୟର । ହେଲେ ତଥାପି ମନ ଭିତରେ ବଂଶୀ ପ୍ରତି ଦୁର୍ବଳତା ତାଙ୍କୁ ବଂଶୀ ଆଡ଼କୁ ପୁଣି ଆକର୍ଷିତ କଲା
ଦିନ ଥିଲା ମୟୂରଭଞ୍ଜ ଜିଲ୍ଲା ରାମତୀର୍ଥ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଏଠାରେ ଶହ ଶହ ବିରଳ ଗୋ ମୁହାଁ ବା ମଗର ପ୍ରଜାତିର କୁମ୍ଭୀରଙ୍କ ପ୍ରଜନନ ହେଉଥିଲା । ହେଲେ ଏବେ ମାତ୍ର ୬ଟି କୁମ୍ଭୀରଙ୍କୁ ନେଇ ନାଁକୁ ମାତ୍ର ଚାଲିଛି ପ୍ରକଳ୍ପ । କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି, ପ୍ରଜନନ ଓ ସଂରକ୍ଷଣ ପାଇଁ ୮୦ଦଶକରେ ଅନୁଗୋଳ ଟିକରପଡା ସହ ମୟୁରଭଞ୍ଜର ରାମତୀର୍ଥ ଏବଂ କେନ୍ଦ୍ରାପଡ଼ା ଭିତରକନିକାରେ କୁମ୍ଭୀରଙ୍କ ପ୍ରଜନନ ଏବଂ ସଂରକ୍ଷଣ ପାଇଁ ଯୋଜନା ହୋଇଥିଲା
ଭଦ୍ରକ ଧାମନଗର ବ୍ଲକ ରାଧାବଲ୍ଲଭପୁର ପଞ୍ଚାୟତ ବନ୍ଧଟିଆ ଗାଁର ବିଦ୍ୟାଧର ସାହୁ ପାରା ମାନଙ୍କୁ ତାଙ୍କର ପରିବାରର ସଦସ୍ୟ ଭାବନ୍ତି । ସେହିପରି ଗଂଜାମ ଧରାକୋଟ ହରିଜନ ସାହିର ମୋଚିରାମ ନାୟକ କୁକୁରଙ୍କ ସେବାରେ ଲାଗିଛନ୍ତି ।
ବାପା ଚାଲିଗଲେ, ମାଁ ଚାଲିଗଲେ । ଏତେ ବଡ ଦୁନିଆରେ ଆହା ପଦେ କହିବାକୁ କେହି ନାହିଁ । କୋମଳ ବୟସରେ ପରଘରେ ମୂଳ ଲାଗୁଛି ସରିତା । ଦୁଇ ଅନାଥ ଭାଇ ଭଉଣୀଙ୍କ ବିଷୟରେ ଜାଣିବା ଆମର ଏହି ବିଶେଷ ରିପୋର୍ଟ ନାବାଳିକା ମୁଣ୍ଡରେ ସଂସାର ବୋଝ ।
ଖେଳୁ ଖେଳୁ ପ୍ରେସର କୁକରରେ ନିରୀହ ଦେଢ଼ ବର୍ଷର ଶିଶୁ ମୁଣ୍ଡ ଭର୍ତ୍ତି କରିଦେଇଥିଲା । ହେଲେ ମୁଣ୍ଡ ବାହାର ନକରି ପାରିବାରୁ ଛଟପଟ ହୋଇ ବିକଳ ଭାବରେ କାନ୍ଦିବାରେ ଲାଗିଲା । ପରିବାର ଲୋକଙ୍କ ଅନେକ ଚେଷ୍ଟା ପରେ ବି କୁକରୁ କୁନି ପୁଅର ମୁଣ୍ଡ ବାହାର କରିପାରିନଥିଲେ । ଏପଟେ କାନ୍ଦି କାନ୍ଦି ଅଥୟ ହୋଇଯାଉଥିଲା ଶୁଶୁଟି । ଶେଷରେ ଅନ୍ୟ ଉପାୟ ନପାଇ ତୁରନ୍ତ ହସ୍ପିଟାଲ ନେଇ ଯାଇଥିଲେ ପରିବାର ଲୋକ ।
ଆବାସ ଯୋଜନାର ଲାଭ ଉଠାଇ ପାରୁ ନାହାନ୍ତି ପ୍ରକୃତ ହିତାଧିକାରୀ। ଦୁଃଖ କଷ୍ଟରେ ବର୍ଷା, ଶୀତରେ ସରକାରୀ ଯୋଜନାରେ ଘର କରିବାକୁ ଦିନ ଗଣୁଛନ୍ତି ଗରିବ ଅସହାୟ ପରିବାର। ହେଲେ ସେମାନଙ୍କ ସ୍ଥାନରେ ବଡ଼ବଡ଼ିଆ ଯୋଜନାରେ ସାମିଲ ହେଉଥିବା ବେଳେ ଗରିବଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି।
ମଦ କଥା ଶୁଣିଲେ ଅନେକ ଭାରତୀୟ ହୁଏତ ନାକ ଟେକି ପାରନ୍ତି। କାରଣ ଭାରତରେ ମଦ୍ୟପାନକୁ ଏକ ଘୃଣ୍ୟ ଦୃଷ୍ଟିରେ ଦେଖାଯାଏ। ଏଭଳି କ୍ଷେତ୍ରରେ ଏମିତି ମଦ ଅଛି ଯାହାର ଦାମ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ। ଏହା ନାମ ହେଉଛି ସିଙ୍ଗଲ ମାଲ୍ଟ ହ୍ୱିସ୍କି। ଏହାକୁ ତିଆରି କହିବା ନେଇ ବହୁତ ପରିଶ୍ରମ ସାଙ୍ଗକୁ ଅନେକ ସମୟ ମଧ୍ୟ ଲାଗିଥାଏ। ଏହି କାରଣକୁ ଏହାକୁ ଚାରିଆଡେ ଅଧିକ ପସନ୍ଦ ମଧ୍ୟ କରାଯାଏ।
ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯାହା ନିଜ ଭିତରେ ଏକ ସ୍ୱତନ୍ତ୍ର ଜାଗା ତିଆରି କରେ। ସେଥିମଧ୍ୟରୁ ଗିଜାର ପିରାମିଡ୍ ଅନ୍ୟତମ। ଏହାର ନିର୍ମାଣ ଆଜକୁ ପ୍ରାୟ ୪ ହଜାର ବର୍ଷ ପୂର୍ବେ ହୋଇଥିଲା। ଇଜିପ୍ଟରେ ଥିବା ଏହି ପିରାମିଡ ଅନେକ ରହସ୍ୟରେ ବନ୍ଧା। ଏହି ପିରାମିଡ୍ ବିଷୟରେ ବହୁଦିନ ଧରି ଅଧ୍ୟୟନ କଲା ପରେ ସେ ସମୟରେ ଏହା କିପରି ନିର୍ମାଣ ହୋଇଥିଲା ସେ ବିଷୟରେ ପ୍ରତ୍ନତତ୍ତ୍ୱବିଦମାନେ ନିଷ୍କର୍ଷ ବାହାର କରିପାରେ ସଫଳ ହୋଇଛନ୍ତି।
ପକେଟ୍ରେ ମୋବାଇଲ୍ ଫୋନ୍ ଥିବାବେଳେ ହଠାତ୍ ବାହାରିଲା ଧୂଆଁ। ଉପସ୍ଥିତ ବୁଦ୍ଧି ଯୋଗୁ ପକେଟ୍ରୁ ଫୋନ୍ ବାହାର କରି ତଳେ ଫିଙ୍ଗି ଦେବାରୁ ଏକ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ଜଣେ ବ୍ୟକ୍ତି। ଗୁଜରାଟ ସୁରତ ଅଞ୍ଚଳର ରାଧନପୁର ସହରରେ ଏହି ଅଭାବନୀୟ ଘଟଣା ଘଟିଛି।
ଭିଆଇପି ଲାଇନରେ ଆମ୍ବୁଲାନ୍ସ କାହିଁକି ଆଣିଲ ବୋଲି ସଂପୃକ୍ତ ଅଣଓଡ଼ିଆ କର୍ମଚାରୀ ତାଙ୍କ ଯୁକ୍ତିତର୍କ କରିବା ସାଙ୍ଗକୁ ଆମ୍ବୁଲାନ୍ସକୁ ୭ରୁ ୮ମିନିଟ ଯାଏଁ ଅଟକାଇ ରଖିଥିବା ଡ୍ରାଇଭର ଅଭିଯୋଗ କରିଛନ୍ତି।
ବୈଦୁତିକ ଯାନର ନବୀକରଣ ଓ ଗବେଷଣାକୁ ମଧ୍ୟ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ସେହିଭଳି ଉତ୍ପାଦନକାରୀ କମ୍ପାନୀ ଓ ଯାନ ବ୍ୟବହାରକାରୀ ସାଧାରଣ ଲୋକଙ୍କୁ ଆର୍ଥିକ ରିହାତି ସହ ଗାଡ଼ି ପଞ୍ଜିକରଣ ଦେୟ, ରୋଡ୍ ଟ୍ୟାକ୍ସ ଆଦି ଛାଡ଼ କରାଯିବାର ପ୍ରାବଧାନ ରହିଛି।
ଆଖିରେ ଲୁହ, ଛାତିରେ କୋହ ତଥାପି ନିଜକୁ ସମ୍ଭାଳି ନେଇଥିଲେ ମନୋରଞ୍ଜନ। ଏମିତିକି ଏ ଦୁଃଖଦ ଖବର ଶୁଣି ସେତେବେଳେ ଖୋଲାକଥାର ହଟ୍ସିଟ୍ରେ ବସିଥିବା ଅତିଥି ତଥା ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କାର୍ଯ୍ୟକ୍ରମ ଅନ୍ୟ କେଉଁ ଦିନ କରିବାକୁ ଅନୁରୋଧ କରିଥିଲେ।