/odishatv-khabar/media/post_attachments/uploadimage/library/16_9/16_9_0/IMAGE_1629714645.jpg)
Dr Sasmit Patra
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଚାଷୀଙ୍କୁ ହଇରାଣ ହରକତ କରୁଛି ବୋଲି ଅଭିଯୋଗ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ବୀମା କମ୍ପାନୀ ମାନେ ଅଧିକ ଟଙ୍କା ବୀମା ବାବଦକୁ ନେଉଥିବା ବେଳେ କମ୍ ଟଙ୍କା ଦେଉଛନ୍ତି। ଓଡ଼ିଶାରେ ୨୦୨୦ ମସିହାରେ ଚାଷୀ ମାନେ ୬ ହଜାର ୧୬୩ କୋଟି ଟଙ୍କା ବୀମା ପାଇଁ ଦେଇଥିବା ବେଳେ ପାଇଛନ୍ତି ମାତ୍ର ୫ ହଜାର କୋଟି। ବାକି ହଜାରେ କୋଟି ଟଙ୍କା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସଫଳତା ମିଳି ପାରୁ ନ ଥିବାରୁ ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ତେଲେଙ୍ଗାନା, ବିହାର, ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ଏହି ଯୋଜନାରୁ ଓହରି ଗଲେଣି ବୋଲି ସେ କହିଛନ୍ତି। ବୀମା ଟଙ୍କା କମ୍ପାନୀ ପକେଟକୁ ନ ଯାଇ ଚାଷୀଙ୍କ ପାଖକୁ ଯାଉ ବୋଲି କହିଛି ବିଜେଡି। ଚାଷୀଙ୍କୁ ହକ୍ ନ ମିଳିବା ଯାଏଁ ବିଜେଡି ଏହି ସମସ୍ୟାକୁ ଉଜାଗର କରି ରଖିବ କହିଛନ୍ତି ସସ୍ମିତ ପାତ୍ର।
Also Read
ସେପଟେ, ରାଜ୍ୟରେ ଆସନ୍ନ ମରୁଡି ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି। ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରେସମିଟ୍ କରି କହିଛନ୍ତି, ରାଜ୍ୟର ବିଭିନ୍ନ ମରୁଡି ପ୍ରବଣ ଅଞ୍ଚଳକୁ ଯିବେ ବିଜେପି ପ୍ରତିନିଧି ଦଳ। ଏଥିପାଇଁ ୪ଟି କମିଟି ଗଠନ ହୋଇଛି। ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ ନେତୃତ୍ୱରେ ଗଠନ ହୋଇଛି ୪ଟି କମିଟି। ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇ ଟାସ୍କ ଫୋର୍ସ ଗଠନ କରନ୍ତୁ ଓ ତୁରନ୍ତ ଚାଷୀଙ୍କୁ ପାଣି ଯୋଗାଇ ଦେବାକୁ ଦାବି କରିଛି ବିଜେପି।
ଏପଟେ, ରାଜ୍ୟରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ନେଇ ପ୍ରସ୍ତୁତ ହେଲା ଆକ୍ସନ ପ୍ଲାନ୍ । ନିଆଣ୍ଟିଆ ବର୍ଷା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ବସିଥିଲା ବୈଠକ । ବୈଠକ ପରେ କୃଷି ସଚିବ ସୁରେଶ କୁମାର ବଶିଷ୍ଠ ପ୍ରତିକ୍ରିୟା ରଖିଛନ୍ତି ଯେ, ରାଜ୍ୟର ୧୫ ଜିଲ୍ଲାର ୩୦ ବ୍ଲକରେ ସ୍ୱାଭାବିକଠାରୁ କମ ବର୍ଷା ହୋଇଛି । ଆଗାମୀ ୧୦ ଦିନ ମଧ୍ୟରେ ବର୍ଷା ନହେଲେ କଣ କରାଯିବ । ସେ ନେଇ ବୈଠକରେ ଆଲୋଚନା ହୋଇଛି ।ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି । ଯେଉଁଠି କମ ବର୍ଷା ହୋଇଛି ସେଠି ଉଠା ଜଳସେଚନ ପଏଣ୍ଟ ସକ୍ରିୟ କରାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରତି ପାଣି ପଞ୍ଚାୟତରେ ଜଳସେଚନକୁ ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ । ଅନ୍ୟ ଜଳସେଚନ ସୁବିଧାକୁ ଆହୁରି ସକ୍ରିୟ କରାଯିବ । କୃଷି ଶ୍ରମିକ ମାନଙ୍କୁ ମନରେଗା ଓ ଅନ୍ୟ ସରକାରୀ ଯୋଜନାରେ ସାମିଲ କରାଯାଇ କାମ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)