Advertisment

କୋଟିଆରେ ପଶି ଆନ୍ଧ୍ର ବାଣ୍ଟିଲା ଆନିମଲ୍ ହେଲ୍ଥ କାର୍ଡ

ପ୍ରାଣୀ ଡାକ୍ତର ଟିମ ଛେଳି, ମେଣ୍ଢା, ଗାଇ, ବଳଦଙ୍କୁ ଚିକିତ୍ସା କରୁଛନ୍ତି। ବର୍ଷା ଦିନରେ କିପରି ଗୃହପାଳିତ ପଶୁଙ୍କୁ ସୁରକ୍ଷା ଦିଆଯାଇପାରିବ। ସେଥିପାଇଁ ପ୍ରାଣୀ ଚିକିତ୍ସା ଶିବିର ବି ଆୟୋଜନ କରାଯାଉଛି। ୪ଶହ ପଶୁଙ୍କ ଔଷଧ ଦିଆଯାଇଥିବା ବେଳେ ୩ଶହ ଗାଇଙ୍କୁ ଟୀକାକରଣ କରାଯାଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
କୋଟିଆ ସହ ଆନ୍ଧ୍ର ନିର୍ବାଚନ ଅସିଦ୍ଧ

kotia-33

କୋରାପୁଟ: ଯେତେ ଯାହା କଲେ ବି ନା କୋଟିଆ ମୋହକୁ ଛାଡ଼ିପାରୁଛି ଆନ୍ଧ୍ର, ନା କାଟୁ କରୁଛି ଓଡ଼ିଶା ପ୍ରଶାସନର କଡ଼ା ପଦକ୍ଷେପ। ବେଫିକର ହୋଇ କୋରାପୁଟର ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ବୁଲୁଛନ୍ତି ଆନ୍ଧ୍ର ଅଧିକାରୀ। ବୃକ୍ଷରୋପଣ ପାଇଁ ମାଗଣା ଚାରା ବଣ୍ଟନ ସହ ଗାଁକୁ ଗାଁ ବୁଲି ଗୃହପାଳିତ ପଶୁଙ୍କ ଚିକିତ୍ସା କରୁଛନ୍ତି। ୩ ଦିନ ହେଲା, ପାର୍ବତୀପୁରମ ଆଇଟିଡିଏ ପିଓ ଆର୍.କେ. ଉର୍ମନାଥ, ଫାଟୁସେନେରି, ଫଗୁଣସେନେରି, ମାଡକର, ତଳସେମ୍ବି, ଉପରସେମ୍ବି ,ଗଂଜେଇପଦର ଗାଁକୁ ଯାଇ ଚାରା ବଣ୍ଟନ କରିଛନ୍ତି।

Advertisment

ଅପରପକ୍ଷେ ପ୍ରାଣୀ ଡାକ୍ତର ଟିମ ଛେଳି, ମେଣ୍ଢା, ଗାଇ, ବଳଦଙ୍କୁ ଚିକିତ୍ସା କରୁଛନ୍ତି। ବର୍ଷା ଦିନରେ କିପରି ଗୃହପାଳିତ ପଶୁଙ୍କୁ ସୁରକ୍ଷା ଦିଆଯାଇପାରିବ। ସେଥିପାଇଁ ପ୍ରାଣୀ ଚିକିତ୍ସା ଶିବିର ବି ଆୟୋଜନ କରାଯାଉଛି। ୪ଶହ ପଶୁଙ୍କ ଔଷଧ ଦିଆଯାଇଥିବା ବେଳେ ୩ଶହ ଗାଇଙ୍କୁ ଟୀକାକରଣ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୪ ତାରିଖ ଯାଏଁ ଏଭଳି ଚିକିତ୍ସା ସେବା ଜାରି ରହିବ ବୋଲି ସୂଚନା ମିଳିଛି। 

ସେହିପରି ୪୬ ଜଣ ଚାଷୀ ଏବଂ ଗ୍ରାମବାସୀଙ୍କୁ ସାଲୁର ମଣ୍ଡଳ ଡାକ୍ତରଙ୍କ ଦ୍ୱାରା ଆନିମଲ୍ ହେଲଥ କାର୍ଡ ଦିଆଯାଇଛି। ଆନ୍ଧ୍ର ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ କୋରାପୁଟବିକାଶ ପରିଷଦ ଓ ଆମ କୋଟିଆ ସଂଗଠନ ବିରୋଧ କରିବା ସହ କୋରାପୁଟ ପୋଲିସ ଓ ପ୍ରଶାସନ ଦୃଢ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Advertisment
Odisha News Andhra Pradesh Kotia Issue
Advertisment
Advertisment