Advertisment

ଟ୍ରେନକୁ ଅପେକ୍ଷା କରିଥିବା ସମୟରେ ସାଧାରଣ ୱେଟିଂ ହଲ୍‌ରେ ବସିଲେ ରେଳମନ୍ତ୍ରୀ, ପଚାରି ବୁଝିଲେ ଯାତ୍ରୀଙ୍କର ଅସୁବିଧା

ରେଳକୁ ଅପେକ୍ଷା କଲେ ରେଳ ମନ୍ତ୍ରୀ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତକାଲି ଓଡିଶାର ଏକ ରେଳ ଷ୍ଟେସନରେ ବସି ଟ୍ରେନକୁ ଅପେକ୍ଷା କରିଥିବା ଜଣାପଡ଼ିଛି । କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରେଳମନ୍ତ୍ରୀଙ୍କ ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ହାଇକ୍ଲାସ୍‌ ୱେଟିଂ ହଲ୍‌ରେ ନ ବସି ସାଧାରଣ ଯାତ୍ରୀଙ୍କ ସହ ଟ୍ରେନକୁ ଅପେକ୍ଷା କରିଥିଲେ ଅଶ୍ୱିନୀ। ଏମିତିକି ବିନା ଗଦି ବାଲା କାଠ ବେଂଚ୍‌ରେ ବସିଥିଲେ ରେଳମନ୍ତ୍ରୀ।

author-image
Sarbeswar
Ashwini Vaishnaw

Ashwini Vaishnaw

ନୂଆଦିଲ୍ଲୀ : ରେଳକୁ ଅପେକ୍ଷା କଲେ ରେଳ ମନ୍ତ୍ରୀ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତକାଲି ଓଡିଶାର ଏକ ରେଳ ଷ୍ଟେସନରେ ବସି ଟ୍ରେନକୁ ଅପେକ୍ଷା କରିଥିବା ଜଣାପଡ଼ିଛି । କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରେଳମନ୍ତ୍ରୀଙ୍କ ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ହାଇକ୍ଲାସ୍‌ ୱେଟିଂ ହଲ୍‌ରେ ନ ବସି ସାଧାରଣ ଯାତ୍ରୀଙ୍କ ସହ ଟ୍ରେନକୁ ଅପେକ୍ଷା କରିଥିଲେ ଅଶ୍ୱିନୀ। ଏମିତିକି ବିନା ଗଦି ବାଲା କାଠ ବେଂଚ୍‌ରେ ବସିଥିଲେ ରେଳମନ୍ତ୍ରୀ। ଉପସ୍ଥିତ ଥିବା ରେଳୱେ ଅଧିକାରୀ ମାନଙ୍କର ବାରମ୍ବାର ଅନୁରୋଧ ସତ୍ତ୍ୱେ ମଧ୍ୟ ମନ୍ତ୍ରୀ ହାଇ କ୍ଲାସ ୱେଟିଂ ରୁମ୍‌କୁ ଯାଇନଥିଲେ ।

Advertisment

ଏ ବାବଦରେ ରେଳମନ୍ତ୍ରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଯେଉଁଠାରେ ଦେଶର ସାଧାରଣ ନାଗରିକ ଟ୍ରେନକୁ ଅପେକ୍ଷା କରିଛନ୍ତି। ସେଇଠି ମୁଁ ବି ଟ୍ରେନର ଅପେକ୍ଷା କରିବି । ଆଉ ଏହି ସମୟରେ ରେଳୱେ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଟ୍ରେନକୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ଏଠାରେ କହିରଖୁଛୁ କି, ରେଳମନ୍ତ୍ରୀ ଅଶ୍ୱୀନି ବୈଷ୍ଣବ ଏବେ ଓଡିଶା ଗସ୍ତରେ ଅଛନ୍ତି। ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସମୟରେ ସେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ସହ ଅନେକ ଅଧା ରହିଥିବା ପ୍ରକଳ୍ପର କାମ କେମିତି ତ୍ୱରାନ୍ୱିତ ହୋଇପାରିବ ସେନେଇ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି।

Advertisment

ତେବେ ନିଜର ଗସ୍ତ ସମୟରେ ରେଳମନ୍ତ୍ରୀ ବିଭିନ୍ନ ଷ୍ଟେସନ୍‌ର ସ୍ୱଚ୍ଛତାକୁ ପରିଲକ୍ଷିତ କରୁଥିବା ଦେଖାଯାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରେଳମନ୍ତ୍ରୀ ନିଜ ଗସ୍ତ ସମୟରେ ସାଧାରଣ ଲୋକଙ୍କ ସହ କଥା ହେଉଥିବା ସହ ସେମାନଙ୍କର ସମସ୍ୟା ପଚାରି ବୁଝିଛନ୍ତି। ଏବଂ ରେଳ ମନ୍ତ୍ରଣାଳୟରେ କି କି ବିକାଶର ଆବଶ୍ୟକତା ରହିଛି ସେନେଇ ଆଲୋଚନା କରୁଥିବା ସୂଚନା ମିଳିଛି। ମନ୍ତ୍ରୀଙ୍କର ଏହି ଗସ୍ତ ସମୟରେ ତାଙ୍କ ସହ ୨ ସାଂସଦ ଥିବା ସୂଚନା ମିଳିଛି। ଆଉ ମନ୍ତ୍ରୀଙ୍କୁ ପାଖରେ ପାଇ ଯାତ୍ରୀମାନେ ମଧ୍ୟ ବେଶ୍‌ ଖୁସି ଥିବା ଦେଖାଯାଇଛି।

Odisha India Railway Minister
Advertisment
Advertisment