/odishatv-khabar/media/post_attachments/uploadimage/library/16_9/16_9_0/india_1738855698.jpg)
india
ନାଗପୁରରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଇଂଲଣ୍ଡକୁ ୪ ଉଇକେଟରେ ହରାଇ ସହଜ ବିଜୟ ହାସଲ କରିଛି ଭାରତ। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୨୪୮ ରନରେ ଅଲଆଉଟ ହୋଇଥିଲା। ଜବାବରେ ଭାରତ ଉଇକେଟ ହରାଇ ବିଜୟ ହାସଲ କରି ନେଇଥିଲା। ଭାରତ ପକ୍ଷରୁ ଏହି ମ୍ୟାଚରେ ହର୍ଷିତ ରାଣା ଓ ଯଶସ୍ବୀ ଜୟସ୍ବାଲ ଦିନିକିଆ ପଦାର୍ପଣ କରିଥିଲେ।
ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲ। ଫିଲିପ ସଲ୍ଟ (୪୩) ଓ ବେନ ଡକେଟ(୩୨) ପ୍ରଥମ ଉଇକଟରେ ଦ୍ରୁତ ୭୫ ରନ ଯୋଡି ବଡ ସ୍କୋରର ମୂଳଦୂଆ ପକାଇଥିଲେ। ସଲ୍ଟ ଦୁର୍ଭାଗ୍ୟଜନକ ଭାବରେ ରନଆଉଟ ହେବାରୁ ଇଂଲଣ୍ଡର ରନ ହାର ଧୀମେଇ ଯାଇଥିଲା। ୭୫/୦ ରୁ ଦଳ ହଠାତ ୧୧୧/୪ରେ ପହଞ୍ଚି ଯାଇଥିଲା। ନିୟମିତ ବ୍ୟବଧାନରେ ଗୋଟିଏ ପଟରୁ ୱିକେଟ ପତନ ଘଟିଥିଲେ ମଧ୍ୟ ଜୋଶ ବଟଲର ଓ ଜାକବ ବେଥେଲ ଅର୍ଦ୍ଧଶତକ ହାସଲ କରିଥିଲେ।
ଅଧିକ ପଢ଼ନ୍ତୁ: ପ୍ରଥମ ଦିନିକିଆରୁ ବାଦ୍ ପଡିଲେ କୋହଲି, ଜାଣନ୍ତୁ କାହିଁକି?
ବଟଲର ୬୭ ବଲ ଖେଳି ୪ ଚୌକା ସହ ୫୨ ରନ କରିଥିଲେ। ଅନ୍ୟ ପକ୍ଷରେ ବେଥେଲ ୬୪ ବଲ ଖେଳି ୩ ଚୌକା ଓ ୧ ଛକା ସହ ୫୧ ରନ କରିଥିଲେ। ଶେଷ ଭାଗରେ ଜୋଫ୍ରା ଆର୍ଚର ଦ୍ରୁତ ୨୧ ରନ କରିବା କାରଣରୁ ଇଂଲଣ୍ଡ ୪୭.୪ ଓଭରରେ ୨୪୮ ରନ କରିଥିଲା। ଭାରତ ପକ୍ଷରୁ ହର୍ଷିତ ରାଣା ଓ ରବୀନ୍ଦ୍ର ଜାଡେଜା ୩ଟି ଲେଖାଏ ୱିକେଟ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୁଲଦୀପ ଯାଦବ, ମହମ୍ମଦ ଶାମି ଓ ଅକ୍ଷର ପଟେଲ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।
୨୪୯ ରନ ଲକ୍ଷ୍ୟରେ ଭାରତର ଦୁଇ ଓପନର ଯଶସ୍ବୀ ଜୟସ୍ବାଲ(୧୫) ଓ ରୋହିତ ଶର୍ମା(୨) ଦଳୀୟ ସ୍କୋର ୧୯ ରନରେ ପ୍ୟାଭିଲିୟନ ଫେରିଥିଲେ। ତେବେ ଶ୍ରେୟସ ଆୟର ଆକ୍ରମଣାତ୍ମକ ବ୍ୟାଟିଂ କରିବା ସହ ଦ୍ରୁତ ୫୯ ରନ କରିଥିଲେ। ୩୬ ବଲର ଇନିଂସରେ ସେ ୯ ଚୌକା ଓ ୨ ଛକା ମାରି ୫୯ ରନ କରିଥିଲେ। ଏହା ସହ ଚତୁର୍ଥ ୱିକେଟରେ ଶୁବମାନ ଗିଲ(୮୭)ଙ୍କ ସହିତ ସେ ୯୪ ରନ ଯୋଡିଥିଲେ। ଭାରତର ଟପ ସ୍କୋରର ରହିଥିବା ଗିଲ ୯୬ ବଲ ଖେଳି ୧୪ ଚୌକା ମାରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅକ୍ଷର ପଟେଲ ୫୨ ରନ କରିଥିଲେ। ରବୀନ୍ଦ୍ର ଜାଡେଜା ୧୨ ଓ ହାର୍ଦ୍ଦିକ ପାଣ୍ଡ୍ୟା ୯ ରନରେ ଅପରାଜିତ ରହି ଦଳକୁ ବିଜୟୀ କରିଥିଲେ। ଇଂଲଣ୍ଡ ପକ୍ଷରୁ ଆଦିଲ ରଶିଦ ଓ ଶାକିବ ମହମଦ ଦୁଇଟି ଲେଖାଏ ୱିକେଟ ନେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)