/odishatv-khabar/media/post_attachments/uploadimage/library/16_9/16_9_0/MNP_1629911727.jpg)
MNP
ଜାତୀୟ ମନିଟାଇଜେସନ୍ ପାଇପଲାଇଇନ୍ ଯୋଜନାରେ ୪ ବର୍ଷରେ ୬ ଲକ୍ଷ କୋଟି ଆୟ ଲକ୍ଷ୍ୟରେ କେନ୍ଦ୍ର ସରକାର। ଏହି ଯୋଜନାରେ ରାଜ୍ୟରେ କେଉଁ କେଉଁ ପ୍ରକଳ୍ପକୁ ସାମିଲ କରାଯିବ? ନିତି ଆୟୋଗ ପକ୍ଷରୁ ପ୍ରସ୍ତୁତ ଜାତୀୟ ମନିଟାଇଜେସନ ପାଇପଲାଇନ୍ରେ ସାମିଲ ଅଛି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର, ପାରାଦୀପ ପୋର୍ଟ ଟ୍ରଷ୍ଟ, ଭୁବନେଶ୍ୱରର କଳିଙ୍ଗ ଅଶୋକ ହୋଟେଲ୍ ଓ ପୁରୀର ହୋଟେଲ ନୀଳାଚଳ। ଏହାସହ ରାଜ୍ୟର କିଛି ଜାତୀୟ ରାଜପଥକୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇଛି।
ସେଗୁଡ଼ିକ ହେଲା ପୁଇଁତଳା-ସୁନାଖଳା, ସୁନାଖଳା-ଭୁବନେଶ୍ୱର, ଭୁବନେଶ୍ୱର-ପୁରୀ, ଚଣ୍ଡୀଖୋଲ-ଭଦ୍ରକ, ଭଦ୍ରକ-ବାଲେଶ୍ୱର ଓ ଚଣ୍ଡିଖୋଲ-ପାରାଦୀପ ରାସ୍ତା NMP ଜରିଆରେ ଏହି ପ୍ରକଳ୍ପଗୁଡ଼ିକୁ PPP ମୋଡ୍ରେ ଚଳାଇବା ପାଇଁ ଅନୁମତି ଦିଆଯିବ। ଯେଉଁ ଘରୋଇ ସଂସ୍ଥା ଏହାର ବିକାଶ ଓ ପରିଚାଳନା କରିବ ତାଠାରୁ ରାଜସ୍ବ ଆଦାୟ କରିବେ କେନ୍ଦ୍ର ସରକାର। ଏହା ଶୁଣିବା ପରେ ଏସବୁ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କ ମନରେ ନାନା ଆଶଙ୍କା ପ୍ରକାଶ ପାଇଛି। ଅର୍ଥନୀତି ବିଶେଷଜ୍ଞ କିନ୍ତୁ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଏହା ଦେଶର ଅର୍ଥନୀତି ପାଇଁ ଭଲ ବୋଲି କହିଛନ୍ତି।
Also Read
ଜାତୀୟ ମନିଟାଇଜେସନ୍ ପାଇପ୍ଲାଇନ୍ରେ ୧୨ଟି ମନ୍ତ୍ରଣାଳୟର ୨୦ରୁ ଅଧିକ ପ୍ରକାର ସଂପତ୍ତିକୁ ସାମିଲ ପାଇଁ ଯୋଜନା ରଖାଯାଇଛି। ୨୦୨୨ରୁ ୨୦୨୫ ମଧ୍ୟରେ କେନ୍ଦ୍ର ସରକାର ଏହି ସବୁ ପ୍ରକଳ୍ପକୁ PPP ମୋଡ୍ରେ ଚଳାଇ ୬ ଲକ୍ଷ କୋଟି ଆୟ ପାଇଁ ଲକ୍ଷ୍ୟ ରଖିଛନ୍ତି। ଯୋଜନାରେ ସଡ଼କ, ରେଳ ଓ ବିଦ୍ୟୁତ୍ ଶକ୍ତି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସମାଲୋଚନା କରିଥିବା ବେଳେ ଏହାର କଡ଼ା ଜବାବ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କୋଭିଡ୍ ସଂକଟ ବେଳେ ଦେଶର ଦୋହଲି ଯାଇଥିବା ଅର୍ଥନୀତିକୁ ଏହି ମନିଟାଇଜେସନ୍ ପାଇପଲାଇନ୍ ଆୟ ଯୋଗାଇବ ବୋଲି କେନ୍ଦ୍ର ସରକାର ଆଶା ରଖିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)