Advertisment

Damayanti Sagar: କୋଟପାଡ଼ ସହରର ଲାଇଫ୍ ଲାଇନ୍ ଅବହେଳିତ, ଦୟନୀୟ ସ୍ଥିତିରେ ରହିଛି ଦମୟନ୍ତୀ ସାଗର

ହଜିଯିବାକୁ ବସିଛି ଇତିହାସର ସ୍ବାକ୍ଷର ବହନ କରୁଥିବା,କୋରାପୁଟ କୋଟପାଡ ସହରର ଐତିହାସିକ ଦମୟନ୍ତୀ ସାଗର । ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି, ପୁତ୍ତିଗନ୍ଧମୟ ପରିବେଶ ବି ସୃଷ୍ଟି ହେଲାଣି ।

author-image
Santosh Kumar Sahoo
ଦୟନୀୟ ସ୍ଥିତିରେ ଦମୟନ୍ତୀ ସାଗର

ଦୟନୀୟ ସ୍ଥିତିରେ ଦମୟନ୍ତୀ ସାଗର

ଆଶା ଆଶଙ୍କାରେ କୋରାପୁଟ କୋଟପାଡ ସହରର ଐତିହାସିକ ଦମୟନ୍ତୀ ସାଗରର ପୁନରୁଦ୍ଧାର କାର୍ଯ୍ୟ । ମାସ ପରେ ମାସ ବିତୁଛି ହେଲେ ଯେଉଁ ମାଟିକୁ ସେଇ ମାଟି । ଯାହା ବି ସୌନ୍ଦର୍ଯ୍ୟ ଥିଲା ତାହା ବି ନଷ୍ଟ ହେଲାଣି । ସେପଟେ ପ୍ରଶାସନ ପକ୍ଷରୁ ଜାରି ରହିଥିବା ପୁନରୁଦ୍ଧାର କାର୍ଯ୍ୟଶୌଳୀକୁ ନେଇ ପ୍ରଶ୍ନ ଉଠାଇଲେଣି ସାଧାରଣ ଲୋକଙ୍କ ସମେତ ବୁଦ୍ଧିଜୀବୀ ।

Advertisment

ହଜିଯିବାକୁ ବସିଛି ଇତିହାସର ସ୍ବାକ୍ଷର ବହନ କରୁଥିବା କୋରାପୁଟ କୋଟପାଡ ସହରର ଐତିହାସିକ ଦମୟନ୍ତୀ ସାଗର । ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି, ପୁତ୍ତିଗନ୍ଧମୟ ପରିବେଶ ବି ସୃଷ୍ଟି ହେଲାଣି । ସରକାରୀ ଅନୁଦାନରେ ସାଗରର ପୁନଃରୁଦ୍ଧାର କଥା କୁହାଯାଉଛି, ଆପଣଙ୍କ ସାମ୍ନାରେ କିନ୍ତୁ ଏହାର ବାସ୍ତବ ଚିତ୍ର ।

ଅଧିକ ପଢ଼ନ୍ତୁ: କଟକ ଐତିହାସିକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

୧୧୪ ଏକର ପରିମିତ ଦମୟନ୍ତୀ ସାଗରକୁ, ଲୋକେ ଜବର ଦଖଲ କରିଦେଲେଣି । ଏବେ ୮୦ରୁ ୮୪ ଏକରରେ ଏହା ସୀମିତ ହୋଇଯାଇଛି । ତା ସାଙ୍ଗକୁ ଏହା ଆସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ସାଗରର ସୁରକ୍ଷା ପାଚେରୀ ବି ଭାଙ୍ଗି ଗଲାଣି । ଡ୍ରେନର କଥା ନ କହିବା ଭଲ । ଏସବୁର ସୁରକ୍ଷା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ଫଳ ଶୂନ । ଯାହାକୁ ନେଇ ଚିନ୍ତାରେ ସ୍ଥାନୀୟ ଲୋକ ଏବଂ ମୋ ଦମୟନ୍ତୀ ଟ୍ରଷ୍ଟର ସଦସ୍ୟ ।

Advertisment

ଦମୟନ୍ତୀ ସାଗରର ପୁନରୁଦ୍ଧାର ପାଇଁ ଦୀର୍ଘଦିନରୁ ଆନ୍ଦୋଳନ, ବିକ୍ଷୋଭ, ପ୍ରତିବାଦ ଜାରି ରହିଛି । କିଛି ମାସ ତଳେ ଲେକ୍‌ ମ୍ୟାନ ଭାବେ ପରିଚିତ ବାଙ୍ଗାଲୋରର ଆନନ୍ଦ ମଲିକୱାଡ କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିଲେ । ଜଗନ୍ନାଥ ସାଗର ଓ ଦମୟନ୍ତୀ ସାଗରରର ଅନୁଧ୍ୟାନ କରିଥିଲେ । ଏହା ପରେ ଏହାର ପୁନଃରୁଦ୍ଧାର ପାଇଁ ଆନନ୍ଦଙ୍କ ଜରିଆରେ ଅଣ୍ଟା ଭିଡିଥିଲା କୋରାପୁଟ ପ୍ରଶାସନ। ଜାତୀୟ ସ୍ତରର ସ୍ୱପ୍ନ ଦେଖାଇଲେ କିନ୍ତୁ ବାସ୍ତବ ସ୍ଥିତି ଓଲଟା ।

ସେପଟେ ଏହାକୁ ନେଇ ରାଜନୀତି ଜୋର୍ ଧରିଛି । ବିଜେଡି କହିଛି, ତତ୍କାଳିନ ସରକାର ଚାରୋଟି ଫଣ୍ଡ ସିଏଫସି, ଏସଏଫସି, ମୁକ୍ତା ଓ ଉନ୍ନତି ଫଣ୍ଡରେ ମୋଟ ୧୬ କୋଟି ୭୨ଲକ୍ଷ ଟଙ୍କା ବ୍ୟୟ ଅଟକଳ କରିଥିଲେ। ଯେଉଁଥିରେ ସାଗରର ପଙ୍କ ଉଦ୍ଧାର, ଚାରିପାଖ ସୁଦୃଢିକରଣ, ସାଗର ମଧ୍ୟରେ ମାଟିର ଟାପୁ ତିଆରି କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ସାଗରରେ ପୁଣି ପାଣି ଭର୍ତ୍ତି କରାଯିବାର ଯୋଜନା ରହିଥିଲା । ବିଜେପି କହିଛି, ପୁନରୁଦ୍ଧାର ନାଁରେ ଲୁଟ୍ ହୋଇଛି । ଯାହାକୁ ଖଣ୍ଡନ କରିଛନ୍ତି କୋଟପାଡ ଏନଏସି ଅଧ୍ୟକ୍ଷ ।

ଅଧିକ ପଢ଼ନ୍ତୁ: VIPଙ୍କ ପାଇଁ ମାଳ ମାଳ ପାସ୍, ସାଧାରଣ ଲୋକଙ୍କ ପାଇଁ ଟିକେଟ୍ ଖତମ୍

Koraput
Advertisment
Advertisment