Advertisment

ଅନ୍ତିମ ସଂସ୍କାରରେ ଯାଇଥିବା ୪ ପୋଲିସ କର୍ମଚାରୀଙ୍କ ମୃତ୍ୟୁ

ଓଡ଼ିଶା - ଆନ୍ଧ୍ର ସୀମାନ୍ତରେ ଥିବା ଇଚ୍ଛାପୁରମ ନିକଟରେ ଜଣେ ଆର୍ମି ଯବାନଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଇଥିଲେ। ଏହାପରେ ଶ୍ରୀକାକୁଲମ ସହରର ଜିଲ୍ଲା ମୁଖ୍ୟାଳୟକୁ ଫେରୁଥିଲେ।

author-image
Chandan Shishu
Road Accident

Road Accident

ଶ୍ରୀକାକୁଲମ: ଆର୍ମି ଯବାନଙ୍କ ଅନ୍ତିମ ସଂସ୍କାରରେ ଯାଇଥିବା ୪ ପୋଲିସ କର୍ମଚାରୀଙ୍କ ମୃତ୍ୟୁ। ଆଜି ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲାର ଇଚ୍ଛାପୁର-ଶ୍ରୀକାକୁଲମକୁ ସଂଯୋଗ କରୁଥିବା ୫ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପୋଲିସ କର୍ମଚାରୀଙ୍କ ଅକାଳ ବିୟୋଗ ଘଟିଛି। ଏହି ୪ ପୋଲିସ ହେଲେ ଆନ୍ଧ୍ରପ୍ରଦେଶ ପୋଲିସର ସଶସ୍ତ୍ର ରିଜର୍ଭ ପୋଲିସ୍ କନଷ୍ଟେବଳ।

Advertisment

ଓଡ଼ିଶା - ଆନ୍ଧ୍ର ସୀମାନ୍ତରେ ଥିବା ଇଚ୍ଛାପୁରମ ନିକଟରେ ଜଣେ ଆର୍ମି ଯବାନଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଇଥିଲେ। ଏହାପରେ ଶ୍ରୀକାକୁଲମ ସହରର ଜିଲ୍ଲା ମୁଖ୍ୟାଳୟକୁ ଫେରୁଥିଲେ। ସେମାନେ ପଲାସା ନିକଟରେ ପହଞ୍ଚିବା ବେଳକୁ ଯାତ୍ରା କରୁଥିବା ବୋଲେରୋ ଗାଡିର ଟାୟାର ଫାଟିଯାଇ ରୋଡ ଡିଭାଇଡରକୁ ଧକ୍କା ଦେଇଥିଲା।

ଧକ୍କା ଦେବା ପରେ ଗାଡିଟି ରାସ୍ତାର ଅପର ପାର୍ଶ୍ୱକୁ ଖସିପଡି ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣ କନଷ୍ଟେବଳଙ୍କ ମୃତ୍ୟୁ ଘଟିଥିଲା। 

Advertisment
India News Accident
Advertisment
Advertisment