Advertisment

ଅନୁଭବଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହକୁ ନେଇ ଫ୍ୟାମିଲି କୋର୍ଟରେ ମାମଲା ଚାଲିଥିବା ବେଳେ ଏହାର ତ୍ୱରିତ ଶୁଣାଣି ନିର୍ଦ୍ଦେଶ ପାଇଁ ସାଂସଦ ଅନୁଭବ ମହାନ୍ତି ଆବେଦନ କରିଥିଲେ। ମାତ୍ର ଅନୁଭବଙ୍କ ଏହି ଆବେଦନର ଅନ୍ତ ଘଟାଇଛନ୍ତି ହାଇକୋର୍ଟ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Anubhav-Varsha

Anubhav-Varsha

କଟକ: ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି ହାଇକୋର୍ଟ। ବିବାହ ବିଚ୍ଛେଦ ମାମଲାର ତ୍ୱରିତ ଶୁଣାଣି ପାଇଁ ଅନୁଭବ କରିଥିବା ଆବେଦନର ଅନ୍ତ ଘଟାଇ ହାଇକୋର୍ଟ କହିଛନ୍ତି ଯେ, ପୂର୍ବରୁ ସେହିପରି ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଭଳି ଅନେକ ବିବାହ ବିଚ୍ଛେଦ ମାମଲା ପଡ଼ି ରହିଥିବାରୁ ତ୍ୱରିତ ଶୁଣାଣି ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହକୁ ନେଇ ଫ୍ୟାମିଲି କୋର୍ଟରେ ମାମଲା ଚାଲିଥିବା ବେଳେ ଏହାର ତ୍ୱରିତ ଶୁଣାଣି ନିର୍ଦ୍ଦେଶ ପାଇଁ ସାଂସଦ ଅନୁଭବ ମହାନ୍ତି ଆବେଦନ କରିଥିଲେ।

Advertisment

ବର୍ଷା-ଅନୁଭବଙ୍କ ମଧ୍ୟରେ ଦାମ୍ପତ୍ୟ କଳହକୁ ନେଇ ଫ୍ୟାମିଲି କୋର୍ଟରେ ମାମଲା ଚାଲିଥିବା ବେଳେ ଜୁଲାଇ ୨୦ରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ଅନୁଭବ। ବିବାହ ବିଚ୍ଛେଦ ମାମଲାର ଚୂଡ଼ାନ୍ତ ଶୁଣାଣି ପାଇଁ ଆବେଦନ କରିଥିଲେ ଅନୁଭବ। ଚୂଡ଼ାନ୍ତ ଶୁଣାଣି ନେଇ ସମୟ ନିର୍ଦ୍ଧାରଣ କରିବାକୁ ସେ ଆବେଦନ କରିଥିଲେ। 

ସୂଚନାରୁ ପ୍ରକାଶ, ଛାଡପତ୍ର ନେଇ କଟକ ଫ୍ୟାମିଲି କୋର୍ଟରେ ମାମଲା ଦାୟର ହୋଇଥିଲା। ମାତ୍ର ଫ୍ୟାମିଲି କୋର୍ଟ କମିଶନର ବହୁବାର କୋର୍ଟରେ ହାଜର ହେବାକୁ ନୋଟିସ୍ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ଷା ହାଜର ହେଉଥିବା ବେଳେ ଅନୁଭବ ଆସୁ ନ ଥିଲେ। ଆଉ ଯେତେବେଳେ ଅନୁଭବ ଆସୁଥିଲା ବେଳେ ବର୍ଷା ହାଜର ହେଉ ନ ଥିଲେ। ଯେଉଁଥିପାଇଁ ଉଭୟଙ୍କ ଭିତରେ ଲାଗି ରହିଥିବା ଛାଡ଼ପତ୍ର ମାମଲାର ବିଚାର ଗଡ଼ି ଗଡ଼ି ଚାଲୁଛି। ଏହାରି ଭିତରେ ଅନୁଭବ ଜୁଲାଇ ୨୦ରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ।

Advertisment

କିଛିଦିନ ପୂର୍ବେ ଅନୁଭବ-ବର୍ଷା ଉଭୟ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଥିଲେ। ସେ ରହୁଥିବା ଘର ଆଡ଼କୁ ମନ୍ଦ ଉଦ୍ଦେଶ୍ୟରେ ସିସିଟିଭି ଲଗାଯାଇଛି ବୋଲି ବର୍ଷା ଅଭିଯୋଗ କରିଥିବା ବେଳେ ଘରେ ଅଜଣା ଲୋକ ପଶୁଥିବା ନେଇ ଅନୁଭବ ଅଭିଯୋଗ କରିଥିଲେ। ଘରେ ଅଜଣା ଲୋକ ପଶୁଥିବା ନେଇ ଅନୁଭବ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେମାନଙ୍କୁ ସେ ଚିହ୍ନି ନଥିବା ମଧ୍ୟ ଅଭିଯୋଗପତ୍ରରେ ଉଲ୍ଲେଖ କରିଥିଲେ ଅନୁଭବ। ଅନୁଭବଙ୍କ ଏହି ଅଭିଯୋଗକୁ ପୋଲିସ୍‌ ଗୁରୁତ୍ୱର ସହ ନେଇଥିଲେ।

Varsha Priyadarshini Anubhav Mohanty Anubhav- Varsha Marital Discord Anubhav-Varsha Family Dispute
Advertisment
Advertisment