ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ଅଧୁସିତ ଅଞ୍ଚଳ ହୋଇଥିବା ବେଳେ ପ୍ରାକୃତିକ ପରିବେଶ ମଧ୍ୟ ଭରପୁର ରହିଛି । ଆଉ ଏହି ଜିଲ୍ଲାର ପାଣିପାଗକୁ ବେଶ ଖାପ ଖୁଆଛି ଲାଖ ଚାଷ । ଶିମିଳିପାଳ ପାଦଦେଶରେ ଥିବା ଠାକୁରମୁଣ୍ଡା ବ୍ଲକରେ ପ୍ରଥମେ ଆଦିବାସୀ ଉନୟନ ସଂସ୍ଥା ପକ୍ଷରୁ ଲାଖ ଚାଷ କରିବା ପାଇଁ ପାଇଲଟ ପ୍ରୋଜେକ୍ଟରେ ଆରମ୍ଭ କରାଯାଇଥିଲା । ଏଥିରେ ସଫଳ ହେଲା ପରେ ଏବେ ବିଭିନ୍ନ ସ୍ଥାନରେ ଲାଖ ଚାଷ ପାଇଁ ଉଦ୍ୟମ ଆରମ୍ଭ ହଇଛି ।
ଏଣିକି ପାସ୍ପୋର୍ଟ ଭେରିଫିକେସନ ପାଇଁ ଆଉ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ହାରାହାରି ୪ ଦିନ ମଧ୍ୟରେ ହେଉଛି ପାସ୍ପୋର୍ଟ ଭେରିଫିକେସନ୍। ପୂର୍ବାପେକ୍ଷା କମ୍ ସମୟ ମଧ୍ୟରେ ପାସ୍ପୋର୍ଟ ଭେରିଫିକେସନ ହେଉଛି ବୋଲି ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି।
ମୃତ୍ୟୁ ପ୍ରମାଣପତ୍ର କରାଇ ଦେବା ପାଇଁ ୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଉତ୍ତେଜନା । ଧରା ପଡ଼ିଯିବା ଭୟରେ ଲାଞ୍ଚ ନେଉଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ ସମ୍ପୃକ୍ତ ବେସରକାରୀ କର୍ମଚାରୀ। ଏଥିରେ ଉତ୍ତ୍ୟକ୍ତ ଲୋକ ତାଙ୍କୁ ଠେଲାପେଲା ସହ ଧସ୍ତାଧସ୍ତି କରିଥିବା ଜଣାପଡ଼ିଛି।
ମୁଣ୍ଡରେ ବସୁଛି, କାନ୍ଧରେ ବସୁଛି। ମିଟୁ ମିଟୁ ଡାକୁଛି। ସାଙ୍ଗରେ ସ୍କୁଲ୍ ଯାଉଛି। ଛୁଆ ଦେଖି ଖାଲି କୁରୁକୁରୁ ହୋଇ ହସୁଛନ୍ତି।
ଗାନ୍ଧି ଜୟନ୍ତୀ ଅବସରରେ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ ସାହୁ କରିଛନ୍ତି ବାଲୁକା କଳା। ୧୫ ଫୁଟ୍ ଓସାର ବିଶିଷ୍ଟ ଏହି ବାଲୁକା କଳାରେ ୧୫ ଟନ୍ ବାଲି ବ୍ୟବହାର ହୋଇଛି।
୯ବର୍ଷ ହେଲାଣି ହିତାଧିକାରୀ ଯିଏ ସିଏ ଚାଲିଗଲେଣି ଆର ପାରିକୁ। ହେଲେ ତାଙ୍କ ନାଁରେ ଭତ୍ତା ଟଙ୍କା ଉଠୁଛି। ଦେଖନ୍ତୁ କେନ୍ଦୁଝରରୁ ଏହି ରିପୋର୍ଟ।
ସାଙ୍ଗ ସାଥିଙ୍କ ସହ ସ୍କୁଲ୍ ଯାଉଛି ଶୁଆ। ମିଟୁ ଡାକ ଡାକି କେବେ ସାଙ୍ଗର ମୁଣ୍ଡ ଉପରେ ତ ପୁଣି କେବେ ସାଙ୍ଗର କାନ୍ଧ ଉପରେ ବସୁଛି ଶୁଆ। ସମୟରେ ସ୍କୁଲ୍ ଯାଉଛି ଆଉ ଛୁଟି ହେଲେ ଫେରୁଛି। ସ୍କୁଲ୍ କେତେବେଳେ ଖୋଲୁଛି ଆଉ କେତେବେଳେ ବନ୍ଦ ହେଉଛି ତାହା ବି ଜାଣିଛି ଏହି ଶୁଆ।
ନିତି ଆୟୋଗଙ୍କ ଆକାଂକ୍ଷୀ ଜିଲ୍ଲା ତାଲିକାରେ ସଭା ଉପରେ ଅଛି ଗଜପତି ଜିଲ୍ଲା।
ଭୂତ ଖାଉଛି ହିତାଧିକାରୀଙ୍କ ଭତ୍ତା। ସରକାରୀ ବ୍ୟବସ୍ଥା ଓ ଯୋଜନା କ’ଣ ଅସଲ ହିତାଧିକାରୀଙ୍କୁ ମିଳୁଛି ? କାରଣ ଭତ୍ତା ବଣ୍ଟନ ନେଇ ସରକାରୀ ବ୍ୟବସ୍ଥା ହୋଇଥିଲେ ବି ପ୍ରକୃତରେ କେତେ ହିତାଧିକାରୀଙ୍କୁ ମିଳୁଛି ତାର ଅଜବ ଚିତ୍ର ଏବେ ସାମ୍ନାକୁ ଆସିଛି।
ରାଜ୍ୟରେ ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବ୍ରେନ୍ ବ୍ୟାଙ୍କ୍ । ପୂର୍ବ ଭାରତରେ ପ୍ରଥମ ଥର ଏଭଳି ଏକ ବ୍ୟାଙ୍କ୍ ଖୋଲିବକୁ ଯାଉଛି । ମେଡିକାଲ କ୍ଷେତ୍ରରେ ଉଚ୍ଚ ଶିକ୍ଷା ଏବଂ ଗବେଷଣା ନିମନ୍ତେ ଏହା ବେଶ୍ ମହତ୍ୱ ରଖିବ ।
ଏଥର ବି ପାର୍ବଣକୁ ପାଣିଚିଆ କରିଦେବ ମହାମାରୀ କରୋନା । ନା ଚମକିବ ମେଢ଼, ନା ଝଟକିବ ମଣ୍ଡପ । ମହାମାରୀ ମାଡ଼ରେ ଗତବର୍ଷ ଭଳି ଏଥର ବି ଖାଁ ଖାଁ ଲାଗିବ ଚତୁର୍ଦ୍ଦିଗ । କାରଣ ବିନା ବାଣ ରୋଷଣୀ ସହ ପାର୍ବଣକୁ ନିରାଡମ୍ବର ଭାବେ ପାଳିବା ପାଇଁ ଅକ୍ଟୋବର ଗାଇଡଲାଇନ୍ସରେ ସରକାରଙ୍କ କଡ଼ା ନିର୍ଦ୍ଦେଶ ରହିଛି ।
ଝାଡ଼ଖଣ୍ଡ ସରକାର ଓଡ଼ିଆକୁ ଦ୍ୱିତୀୟ ରାଜ୍ୟ ଭାଷାର ମାନ୍ୟତା ଦେଇଥିଲେ ବି, ଏ ଭାଷା ଏବେ ବିପନ୍ନ ହେବାକୁ ଯାଉଛି। ଷଢେଇକଳା ଓ ଖରସୁଆଁରେ ୧୫୦ ଓଡ଼ିଆ ସ୍କୁଲ ବନ୍ଦ ହେଲାଣି। ଗତ ୫ ବର୍ଷ ହେବ ଆଉ ଓଡ଼ିଆ ଶିକ୍ଷକଙ୍କୁ ଆଉ ନିଯୁକ୍ତି ମିଳୁନି।
ମୋବାଇଲ ଗେମ୍ର ମାୟାରେ ବାୟା କିଶୋର କିଶୋରୀ ଓ ଯୁବପିଢ଼ି । ପବ୍ଜି ହେଉ କି ଫ୍ରି ଫାୟାର୍ ଅବା ବ୍ୟାଟଲ୍ ଗ୍ରାଉଣ୍ଡ । ଏହି ସବୁ ମୋବାଇଲ ଗେମ୍, ପିଲାଙ୍କ ପାଇଁ ଆଡିକ୍ସନ ବା ଏକପ୍ରକାର ନିଶା ପାଲଟି ଯାଉଛି ।
ଅନ୍ୟପଟେ ଉପଭୋକ୍ତାଙ୍କ ଚିନ୍ତା ବଢାଇଛି ଓଏଚପିସିର ଆଉ ଏକ ରିଭ୍ୟୁ ପିଟିସନ୍। କାହିଁକିନା ପୁନର୍ବିଚାର କରି ୟୁନିଟ୍ ପିଛା ଦର ବୃଦ୍ଧି ଲାଗି ଓଏଚପିସି କରିଥିବା ଆବେଦନକୁ ଓଇଆରସି ଗ୍ରହଣ କରିବା ସହ ଆସନ୍ତା ୨୬ ତାରିଖରୁ ଏହା ଉପରେ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି।
ଓଡ଼ିଶାର ଦୁଇ ପଡ଼ୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଉଚ୍ଚଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଜଗନମୋହନ ରେଡ୍ଡୀ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସେ ଚିଠି ଲେଖିଛନ୍ତି ।
ପାର୍ବଣର ଋତୁ ଆସିଯାଇଛି। ଏବେଠାରୁ ବର୍ଷ ଶେଷ ପର୍ଯ୍ୟନ୍ତ ଚାଲିବ ବହୁତ ‘ସେଲ୍’। ନବରାତ୍ରୀ ଠାରୁ ଆରମ୍ଭ ହୋଇଥିବା ଏହି ‘ସେଲ୍’ ଗୁଡ଼ିକ ରହି ରହି ଖ୍ରୀଷ୍ଟମାସ ପର୍ଯ୍ୟନ୍ତ ଚାଲିବ ଏବଂ ଏହି ସମୟ ମଧ୍ୟରେ କମ୍ପାନୀଗୁଡିକ ବିଭିନ୍ନ ଅଫର ମାଧ୍ୟମରେ ଗ୍ରାହକଙ୍କୁ ଭୁଆଁ ବୁଲେଇବେ। ଅନେକ ସମୟରେ ବହୁତ ଖୁସିରେ କରାଯାଇଥିବା ଏହି ସପିଂ ଦୁଃଖ ଦେଇଥାଏ, ଯେତେବେଳେ ଜଣାଯାଏ ଯେ ଶସ୍ତା ଜିନିଷ କିଣିବା ଲୋଭରେ ଆମେ ବହୁତ କ୍ଷତି ସହିଛେ।
ପରିବହନ କମିଶନରଙ୍କ ନିର୍ଦ୍ଦେଶକୁ ଫୁ । ରାଇରଙ୍ଗପୁର RTO କରୁଛନ୍ତି ବେଆଇନ ଗାଡି ଚେକିଙ୍ଗ । ତେବେ ଚେକିଙ୍ଗ ସମୟରେ ସାଧା କାଗଜରେ କଣ ଲେଖିକି ଦେଉଛନ୍ତି ଦେଖନ୍ତୁ…
କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଜାଗୁଗୁଡାରେ ଗ୍ରାନାଇଟ ଖଣି ଖନନ ପାଇଁ ଜନ ଶୁଣାଣି ହୋଇଛି । ଏଥିରେ ଖଣି ଖନନ ଲାଗି ସ୍ଥାନୀୟ ଲୋକେ ସମର୍ଥନ କରିଛନ୍ତି ।
ବଲାଙ୍ଗିରରେ ଆରମ୍ଭ ହେଲା କି ଦାଦନ ଋତୁ ? ଏବେ ଏବେ ଯାଇଛି ନୂଆଖାଇ। ଆଉ ଏବେ ଆରମ୍ଭ ହୋଇଗଲାଣି ଶ୍ରମିକ ଚାଲାଣ ?
ଦିବଂଗତ ସାମ୍ବାଦିକ ତଥା ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କୁ ନେଇ ଚାଲିଥିବା ଅପପ୍ରଚାର ବନ୍ଦ ହେଉ। ଏଭଳି କଠିନ ସମୟରେ ଆମେ ଏପରି ଗୁଜବକୁ ସ୍ୱୀକାର କରିବା ସ୍ଥିତିରେ ନାହୁଁ ବୋଲି ଅରିନ୍ଦମଙ୍କ ସାନ ଭଉଣୀ ଝରଣା ଦାସ ଟୁଇଟ୍ କରି ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, ଯେଉଁମାନେ ଗୁଜବ କରୁଛନ୍ତି ସେମାନେ ଭାବନ୍ତୁ ତ ତାଙ୍କ ପରିବାରରେ ଏଭଳି ଘଟଣା ଘଟିଥିଲେ କଣ ହୋଇଥାନ୍ତା ?
ରାସ୍ତା ପାଲଟିଛି ମରଣଯନ୍ତା । ଦେଖନ୍ତୁ ଏ ରାସ୍ତାକୁ ଯେଉଁଠି ପିଚୁ କମ୍ ମାଟି ଅଧିକ ଦେଖିବାକୁ ମିଳୁଛି। ଆପଣ ଦେଖୁଥିବା ଏ ରାସ୍ତା ହେଉଛି ରାୟଗଡରୁ ଭବାନୀପାଟଣା ଯାଉଥିବା ୫ ନମ୍ବର ରାଜ୍ୟ ରାଜପଥର ଅବସ୍ଥା।
ପିଲାଟି ନବମ ଶ୍ରେଣୀରେ ପଢୁଥିଲା। ମୋବାଇଲରେ ଅନଲାଇନ୍ ଗେମ୍ ଖେଳିବାରେ ଖୁସି ପାଏ। ଦିନକ ପରେ ପରୀକ୍ଷା ଥିବାରୁ ମାଆ ବାରଣ କଲେ। ପୁଅଠାରୁ ମୋବାଇଲ୍ ଛଡ଼େଇ ନେଲେ। ଏତିକିରେ ସବୁକିଛି ସରିଗଲା।
ଦିବଂଗତ ସାମ୍ବାଦିକ ତଥା ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କୁ ନେଇ ଚାଲିଥିବା ଅପପ୍ରଚାର ବନ୍ଦ ହେଉ। ଏଭଳି କଠିନ ସମୟରେ ଆମେ ଏପରି ଗୁଜବକୁ ସ୍ୱୀକାର କରିବା ସ୍ଥିତିରେ ନାହୁଁ ବୋଲି ଅରିନ୍ଦମଙ୍କ ସାନ ଭଉଣୀ ଝରଣା ଦାସ ଟୁଇଟ୍ କରି ଉଲ୍ଲେଖ କରିଛନ୍ତି
ଦୁନିଆର ସବୁଠୁ ଭିନ୍ନ ଘର ଆବିଷ୍କାର କରି ଚର୍ଚ୍ଚାରେ ଭାରତୀୟ ଯୁବକ । ଭାରତର ବାସ୍ତ୍ରୁଶାସ୍ତ୍ର ଅଧୟନ କରୁଥିବା ୨୦ ବର୍ଷୀୟ ଯୁବକଙ୍କୁ କମନ୍ୱେଲଥ୍ ଆୱାର୍ଡରେ ସମ୍ମାନିତ କରାଯାଇଛି । କାରଣ ଯୁବକ ଜଣକ ଏମିତି ଏକ ଭିନ୍ନ ଘରର ଆବିଷ୍କାର କରିଛନ୍ତି ତାହା ହୁଏ ତ ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
ସରକାରୀ ଉଦାସିନତା ପାଇଁ ରାସ୍ତା ପାଲଟିଛି ମରଣଯନ୍ତା। ଖାଲ ଖାମ ଓ ପାଣି ଭର୍ତ୍ତି ରାସ୍ତାରେ ଦୁର୍ଘଟଣା ନିତିଦିନିଆ ଘଟଣା ପାଲଟିଥିବାବେଳେ ନାକେଦମ ହେଉଛନ୍ତି ଗାଡି ଚାଳକ। ବାରମ୍ବାର ଅଭିଯୋଗ ପରେ ବି ହେଉନି ରାସ୍ତା ମରାମତି