କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଭାରିଗଦା ଠାରେ ଖରସ୍ରୋତା ନଦୀରେ ପ୍ରସ୍ତାବିତ ମେଗା ପାନୀୟଜଳ ପ୍ରକଳ୍ପକୁ ନେଇ ଦିନକୁ ଦିନ ବିବାଦ ଘନେଇବାରେ ଲାଗିଛି। ସରକାର ଓ ବିଭାଗୀୟ ଅଧିକାରୀ ମାନେ ଆଇଆଇଟି ହାଇଦ୍ରାବାଦର ମିଥ୍ୟା ତଥ୍ୟ ଦେଇ ମଞ୍ଜୁରୀ କରିଥିବା ଅଭିଯୋଗଆଣି ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ରାଜକନିକା ଥାନାରେ ଏତଲା ଦେଇଛନ୍ତି ।
ଇଭିଏମରେ ସିଲ୍ ପିପିଲି ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ। ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି ପିପିଲି ବାସୀ। ଇଭିଏମ ଗୁଡିକ ବର୍ତ୍ତମାନ ପେଣ୍ଠକଟା ୱେର ହାଉସ୍ ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି
ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ ପରେ ଚେତିଛନ୍ତି ରାଜ୍ୟ ସରକାର। ଜବତ ବିସ୍ଫୋରକ କେମିତି ରଖିବେ, ସେଥିପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏସ୍ଓପି ଜାରି କରାଯାଇଛି। ଅକ୍ଟୋବର ୫ ସୁଦ୍ଧା ସବୁ ଥାନାର ମାଲଖାନା ପରିଦର୍ଶନ କରିବାକୁ ଏସଡିପିଓ ବା ଡିଏସପିଙ୍କୁ ନିର୍ଦ୍ଦେଶ ଦେବାକୁ ଏସ୍ପିଙ୍କୁ କୁହାଯାଇଛି ଓ ସେ ଅନୁସାରେ ପଦକ୍ଷେପ ନେବାକୁ କୁହାଯାଇଛି।
କେବଳ କଟକ ନୁହେଁ ଭୁବନେଶ୍ୱରରେ ବି ସେଇ ସମାନ ସ୍ଥିତି। ସେହିପରି ପାର୍ବଣ କଟକଣା ପାଇଁ ଯାକଜମକ ନଥିବାରୁ ଡେକୋରେସନକୁ ନେଇ ତୋରଣ, ଆଲୋକୀକରଣ, ସାଉଣ୍ଡ ଏପରିକି ଚାନ୍ଦି, ତାରକସି ଗହଣା କାରିଗରଙ୍କ ସହ ବ୍ୟବସାୟୀ ବି ଚିନ୍ତାରେ କଟକଣା।
ବଢ଼ି ଚାଲିଛି ଧନୀ-ଗରିବ ତାରତମ୍ୟ । ବଢୁଛି ଧନୀଙ୍କ ଧନ ପରିମାଣ, ଅଧିକରୁ ଅଧିକ ଗରିବ ହେଉଛନ୍ତି ନିର୍ଧନ । କରୋନା ସଂକ୍ରମଣ କାଳରେ ଏହି ପ୍ରଭେଦ ମାତ୍ରାଧିକ ବୃଦ୍ଧି ପାଇଥିବା NSO ସର୍ବେକ୍ଷଣରୁ ନଜରକୁ ଆସିଛି ।
ବଣ୍ଡାଘାଟିର ହୀରା ମାଳତୀ ଶିଶା। ନିଜ ଅଞ୍ଚଳର ପ୍ରଥମ ଏମ୍ଏ ପଢୁଆ ଝିଅ। ହେଲେ ଏବେ ଚର୍ଚ୍ଚା ତାଙ୍କ ପାଠ ପାଇଁ ନୁହେଁ, ଚର୍ଚ୍ଚା ତାଙ୍କ କାମ ପାଇଁ।
ଦୁଇ ଦୁଇ ଥର ସ୍ଥଗିତ ପରେ ଶେଷରେ ଆଜି ଶାନ୍ତିଶୃଙ୍ଖଳାର ସହ ପିପିଲି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଶେଷ ହୋଇଛି । ନିର୍ବାଚନ କମିଶନ୍ଙ୍କ ସୂଚନା ଅନୁଯାୟୀ, ଅପରାହ୍ନ ୫ଟା ସୁଦ୍ଧା ୬୮.୪ ପ୍ରତିଶତ ମତଦାନ ହୋଇଛି ।
ହାତ ଛାଡ଼ି ଶଙ୍ଖ ଧରିବେ କି ପ୍ରଦୀପ ମାଝୀ । ବର୍ତ୍ତମାନ ପିସିସିର କାର୍ଯ୍ୟକାରୀ ସଭାପତି ଥିବା ପ୍ରଦୀପ ମାଝୀ, ବିଜେଡିରେ ସାମିଲ ହେବେ ବୋଲି କିଛି ଦିନ ହେଲା ଚର୍ଚ୍ଚା ହେଉଛି । କୁହାଯାଉଛି, ସବୁ ଅଙ୍କ ଛିଣ୍ଡିଛି, କେବଳ ଶୁଭ ମୁହୂର୍ତ୍ତକୁ ଅପେକ୍ଷା । ଏହି ଚର୍ଚ୍ଚାର ସତ କଣ, ମିଛ କଣ, ଓଟିଭିର ଲୋକପ୍ରିୟ ଟକ୍ ସୋ ଖୋଲାକଥାରେ ଖୋଲାଖୋଲି ଭାବେ ନିଜ ମତ ରଖିଛନ୍ତି ପ୍ରଦୀପ ।
ଅରିନ୍ଦମ ତାଙ୍କର ନ୍ୟୁଜ ମାଧ୍ୟମରେ ସାଧାରଣ ଲୋକଙ୍କ ସୁଖ ଦୁଃଖର ସାଥୀ ହେବା ସହ ସେମାନଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିପାରିଥିଲେ। ସେହିପରି ସୀତରାମ ବିପର୍ଯ୍ୟୟ ସମୟରେ ଅନେକ ଲୋକଙ୍କୁ ପାଣିରୁ ଉଦ୍ଧାର କରି ବେଶ୍ ପରିଚିତ ଥିଲେ। ତେବେ ଅରିନ୍ଦମ ଓ ସୀତାରାମଙ୍କ ଅକାଳ ବିୟୋଗ ଅପୂରଣୀୟ କ୍ଷତି।
କୋଟିଆକୁ ନେଇ ସାରା ରାଜ୍ୟରେ ଏବେ ଚର୍ଚ୍ଚା ଜୋର ଧରିଛି। ପଡୋଶୀ ଆନ୍ଧ୍ର ପ୍ରତିଦିନ ଅନୁପ୍ରବେଶ କରି ବିବାଦ ଆଡକୁ ଟାଣିଲା ଭଳି କାର୍ଯ୍ୟ କରୁଛି। ଗତ କିଛିଦିନ ହେଲା ଆନ୍ଧ୍ର ତେଲଗୁ ଭାଷାରେ ଫଳକ ପୋତି ବିବାଦ ଆଡକୁ ଟାଣି ଆଣୁଛି ତ ଆଉ କେବେ କିଛି ଲୋକଙ୍କୁ ପଟ୍ଟା , ଭତ୍ତା ପାଇଁ ପ୍ରଲୋଭିତ କରୁଛି
ପାର୍ବଣ ବେଳେ ଯିଏ ଚାନ୍ଦା ମାଗିବ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ
ୟେ ହେଉଛି ବମ୍ବେ ସହରର ଏକ ସିସିଟିଭି ଭିଡିଓ। ଜଣେ ମହିଳା ରାତିରେ ବାହାରକୁ ଆସିଥିଲେ। ଚିତ୍ର ଭଲରେ ଜଣା ପଡ଼ୁନି।
ପାଣି ଭିତରେ ମନ୍ଦିର ଓ ଏହାରି ଭିତରେ ଶୋଭା ପାଉଛି ମହାଦେବଙ୍କ ମନ୍ଦିର। ରାଜସ୍ଥାନ ବାଂଶବାଡ଼ାର ପ୍ରସିଦ୍ଧ ପୌରାଣିକ ସଙ୍ଗମେଶ୍ୱର ମନ୍ଦିର ବର୍ଷର ୮ ମାସ ପାଣିରେ ବୁଡ଼ି ରହେ। ୩୦୦ ବର୍ଷ ପୂର୍ବର ମନ୍ଦିର ଆଜି ବି ସୁନ୍ଦର ଓ ଆକର୍ଷଣୀୟ ରହିଛି।
ବର୍ଷ ବର୍ଷ ଧରି ଜଳବନ୍ଦୀ ଜୀବନ ବିତାଉଛନ୍ତି ଅଂଚଳବାସୀ । ହାଟ, ବଜାର କିମ୍ବା ସ୍ୱାସ୍ଥ୍ୟ ସେବା ଯୁଆଡେ ଗଲେ ମଧ୍ୟ ଅଥଳ ପାଣି ଭିତରେ ଏଠି ଡଙ୍ଗା ହିଁ ଭରସା ।
ରାଉରକେଲାରେ ଓଡ଼ିଶା ସରକାର ସୁଟ୍ ବସ୍ ସେବା ଆରମ୍ଭ କରିଥିଲେ। ଏବେ ଏକାଧିକ ସୁଟ୍ ବସ୍ ଶୋଇପଡ଼ିଛି। ଦେଖନ୍ତୁ ଭିଡିଓ
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଜାତୀୟ ରାଜପଥ ୨୦ର ଦରଖଳା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ନୂଆଦିଲ୍ଲୀ ସ୍ଥିତ ଜାତୀୟ ମାନ ନିର୍ଦ୍ଧାରଣ ଅଧିକାରୀ ଗୁହାର ଚନ୍ଦ ପନୱାରଙ୍କ ମୃତ୍ୟୁ ଘଟିଛି।
ଗାଁରେ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ଗର୍ଭବତୀଙ୍କୁ ୧୦ କିଲୋମିଟର ଭାରରେ ବୋହିଲେ ପରିବାର ଲୋକ । ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପୂର୍ବରୁ ହେଲା ପ୍ରସବ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ଖଜୁରୀଗୁଡା ଗାଁର ଗର୍ଭବତୀଙ୍କୁ ଓଡ଼ିଶାର ଜାନବାଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ପାଇଁ ଆମ୍ବୁଲାନ୍ସ ସହ ଯୋଗାଯୋଗ କରାଯାଇଥିଲା ।
ଜୀବନ ସାରା ରୋଗୀ ଦେଖି ଦେଖି ଚାକିରିରୁ ଅବସର ନେଲେ। ପରିଣତ ବୟସରେ ଘରେ ବସି ଅଏସ୍ କରିବା କଥା। କିନ୍ତୁ ଏଇ ବୟସରେ ସେ ଗୋଟିଏ ନିଶାରେ ପଡ଼ିଛନ୍ତି।
ପରୀକ୍ଷା କେନ୍ଦ୍ର ବାହାରେ ବିଦ୍ୟାଭାରତୀଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ପଚାରିଥିଲେ ମଧ୍ୟ ସେ ମୁହଁ ଖୋଲି ନଥିଲେ। ହେଲେ ଗଣମାଧ୍ୟମ ସାମ୍ନାରେ ବିଦ୍ୟାଭାରତୀଙ୍କ ବାପା ଶ୍ରୀହରି ପଣ୍ଡା ମୁହଁ ଖୋଲି ଥିଲେ।
ଆଜିକାଲି ଦୁନିଆରେ ମାଗଣାରେ କିଏ କାହାର କିଛି କଲାଣି କି? କିନ୍ତୁ ଭେଟନ୍ତୁ ଏମିତି ଜଣେ ଗୁରୁଙ୍କୁ, ଯିଏ ଗତ ୨୩ ବର୍ଷ ଧରି ପିଲାମାନଙ୍କୁ ମାଗଣାରେ ପାଠ ପଢ଼େଇ ଆସୁଛନ୍ତି।
ଓଡ଼ିଶା ହାଇକୋର୍ଟର ୪ ନୂଆ ବିଚାରପତିଙ୍କ ନିଯୁକ୍ତିକୁ ମଞ୍ଜୁରୀ ମିଳିଛି। ଦୁଇ ଜଣ ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ର, ମୃଗାଙ୍କ ଶେଖର ସାହୁ ବିଚାରପତି ଭାବେ ନିଯୁକ୍ତ ହେବେ । ସେହିଭଳି ଜୁଡ଼ିସିଆଲ ଅଫିସର ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର ବି ବିଚାରପତି ଭାବେ ପ୍ରମୋଟ୍ ହୋଇଛନ୍ତି। ଏହି ୪ ଜଣ ବିଚାରପତିଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟ କଲେଜିୟମ୍ ପକ୍ଷରୁ ମଂଜୁରୀ ମିଳିଛି।
ବର୍ଷ ବର୍ଷ ଧରି ଜଳବନ୍ଦୀ ଜୀବନ ବିତାଉଛନ୍ତି ଲୋକେ। ହାଟ, ବଜାର କିମ୍ବା ସ୍ୱାସ୍ଥ୍ୟ ସେବା ପାଇଁ ଯେଉଁଆଡ଼େ ଗଲେ ମଧ୍ୟ ଅଥଳ ପାଣି ଭିତରେ ଡଙ୍ଗା ହିଁ ଭରସା। ଲୋକଙ୍କ ଦୁଃଖକୁ ବୁଝି ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ବାଚନ ପୂର୍ବରୁ ସମସ୍ୟାର ସାମଧାନ ଖୁବ୍ ଶୀଘ୍ର କରାଯିବ ବୋଲି ଘୋଷଣା କରିଥିଲେ। କିନ୍ତୁ ଏବେ ଯାଏ ପ୍ରତିଶ୍ରୁତି କେବଳ ପାଣିର ଗାର ହୋଇ ରହି ଯାଇଥିବା ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି।
ରାଉରକେଲା ସହର ରାଜ୍ୟର ଦ୍ୱିତୀୟ ସ୍ମାର୍ଟ ସିଟିର ମାନ୍ୟତା ପାଇଛି। କିନ୍ତୁ ଏହା ଯେମିତି କେବଳ କାଗଜ କଲମରେ। ୨୦୧୪-୧୫ରେ ରାଉରକେଲା ସହରରେ ଆରମ୍ଭ ହୋଇଥିବା ସିଟି ବସ୍ ସେବାକୁ ଅନୁଧ୍ୟାନ କଲେ ଏହା ଯେ କେହି ବି ଜାଣିପାରିବେ।
ବୁର୍ଲା ଭିସୁଟ୍ରେ ଜଣେ ତୃତୀୟ ବର୍ଷର ଇଞ୍ଜିନିୟରିଂ ଛାତ୍ରଙ୍କୁ ମାଡ଼ମରା ଘଟଣାରେ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୨ ଜଣ ଛାତ୍ରଙ୍କୁ ୨ ବର୍ଷ ପାଇଁ ଏବଂ ଅନ୍ୟ ୧୦ ଜଣ ଛାତ୍ରଙ୍କୁ ବର୍ଷେ ପାଇଁ ବହିଷ୍କାର କରାଯାଇଛି।
କାହା ତ୍ରୁଟିରୁ ଘଟିଗଲା ମୁଣ୍ଡଳୀରେ ଛାତିଥରା ବୋଟ୍ ଟ୍ରାଜେଡି ? ଘଟଣାର ୫ଦିନ ପରେ ବି ପ୍ରଶ୍ନ ଅସମାହିତ ଥିବାବେଳେ ଏଣେ ଭରା ମହାନଦୀରେ ହାତୀ ଘଉଡ଼ାଇବାକୁ ଓଡ୍ରାଫ୍ ବୋଟ୍କୁ କିଏ ଦେଇଥିଲା ଅନୁମତି ? ସେ ନେଇ ମଧ୍ୟ ପିସିସିଏଫ୍ଠୁ ମିଳିଲାନି ସ୍ପଷ୍ଟ ଉତ୍ତର ।