Advertisment

ଏଣିକି ପାସ୍‌ପୋର୍ଟ ଭେରିଫିକେସନ ପାଇଁ ଆଉ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବନି

ଏଣିକି ପାସ୍‌ପୋର୍ଟ ଭେରିଫିକେସନ ପାଇଁ ଆଉ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ହାରାହାରି ୪ ଦିନ ମଧ୍ୟରେ ହେଉଛି ପାସ୍‌ପୋର୍ଟ ଭେରିଫିକେସନ୍। ପୂର୍ବାପେକ୍ଷା କମ୍ ସମୟ ମଧ୍ୟରେ ପାସ୍‌ପୋର୍ଟ ଭେରିଫିକେସନ ହେଉଛି ବୋଲି ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Passport Verification

Passport Verification

ଭୁବନେଶ୍ୱର: ଏଣିକି ପାସ୍‌ପୋର୍ଟ ଭେରିଫିକେସନ ପାଇଁ ଆଉ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ହାରାହାରି ୪ ଦିନ ମଧ୍ୟରେ ହେଉଛି ପାସ୍‌ପୋର୍ଟ ଭେରିଫିକେସନ୍। ପୂର୍ବାପେକ୍ଷା କମ୍ ସମୟ ମଧ୍ୟରେ ପାସ୍‌ପୋର୍ଟ ଭେରିଫିକେସନ ହେଉଛି ବୋଲି ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି। ସମଗ୍ର ଭାରତରେ ତତ୍‌କାଳ ପାସ୍‌ପୋର୍ଟ ଭେରିଫିକେସନ୍‌ ହେଉଥିବା ରାଜ୍ୟ ମଧ୍ୟରେ ଏବେ ଓଡ଼ିଶା ସାମିଲ ହୋଇପାରିଛି ବୋଲି ପୋଲିସ୍‌ ଡିଜି କହିଛନ୍ତି। ଏନେଇ ପୋଲିସ ଡିଜି ରାଜ୍ୟର ସମସ୍ତ ଥାନା ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି।

Advertisment

ପୋଲିସ୍‌ ଡିଜି କହିଛନ୍ତି, ‘୨୦୨୧ରେ ନିଷ୍ପତ୍ତି ନେଲୁ ପାସ୍‌ପୋର୍ଟ ଭେରିଫିକେସନ 5T  ଅଧୀନକୁ ଆଣି ତତ୍‌କାଳ ସୁବିଧା ଉପଲବ୍ଧ କରାଇବୁ। ଏଥିପାଇଁ ସବୁ ଥାନାକୁ ଗୋଟିଏ ଲେଖା ଟାବଲେଟ୍‌ ଦିଆଗଲା ଓ ପ୍ରତି ଟାବଲେଟ୍‌ରେ ପାସ୍‌ପୋର୍ଟ ଭେରିଫିକେସନ ପାଇଁ ଏକ ବିଶେଷ ଆପ୍‌ ଇନଷ୍ଟଲ କରାଗଲା। ଚଳିତ ବର୍ଷ ଏହି କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଛି।’

Advertisment

ସୂଚନାଥାଉ କି, ପୂର୍ବରୁ ୨୦୧୭ ମସିହାରେ ପାସ୍‌ପୋର୍ଟ ଭେରିଫିକେସନ ପାଇଁ ହାରାହାରି ୯୯ ଦିନ ଲାଗୁଥିଲା। ୨୦୧୮ରେ ୨୬ ଦିନ ଲାଗୁଥିବା ବେଳେ ୨୦୧୯ରେ ମଧ୍ୟ ୨୬ ଦିନ ଲାଗୁଥିଲା। ତେବେ କରୋନା ଯୋଗୁ ଏହି ସମୟ ସୀମା ବୃଦ୍ଧି ପାଇଥିଲା। ୨୦୨୦ରେ ପାସ୍‌ପୋର୍ଟ ଭେରିଫିକେସନ ପାଇଁ ୩୬ ଦିନ ସମୟ ଲାଗୁଥିଲା। ହେଲେ ଏଣିକି ହାରାହାରି ୪ ଦିନ ମଧ୍ୟରେ ହୋଇଯାଉଛି ପାସ୍‌ପୋର୍ଟ ଭେରିଫିକେସନ୍।   

Passport Passport Verification
Advertisment
Advertisment