• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ପାର୍ବଣର ଋତୁ ଆସିଯାଇଛି। ଏବେଠାରୁ ବର୍ଷ ଶେଷ ପର୍ଯ୍ୟନ୍ତ ଚାଲିବ ବହୁତ ‘ସେଲ୍’। ନବରାତ୍ରୀ ଠାରୁ ଆରମ୍ଭ ହୋଇଥିବା ଏହି ‘ସେଲ୍’ ଗୁଡ଼ିକ ରହି ରହି ଖ୍ରୀଷ୍ଟମାସ ପର୍ଯ୍ୟନ୍ତ ଚାଲିବ ଏବଂ ଏହି ସମୟ ମଧ୍ୟରେ କମ୍ପାନୀଗୁଡିକ ବିଭିନ୍ନ ଅଫର ମାଧ୍ୟମରେ ଗ୍ରାହକଙ୍କୁ ଭୁଆଁ ବୁଲେଇବେ। ଅନେକ ସମୟରେ ବହୁତ ଖୁସିରେ କରାଯାଇଥିବା ଏହି ସପିଂ ଦୁଃଖ ଦେଇଥାଏ, ଯେତେବେଳେ ଜଣାଯାଏ ଯେ ଶସ୍ତା ଜିନିଷ କିଣିବା ଲୋଭରେ ଆମେ ବହୁତ କ୍ଷତି ସହିଛେ। ଏହିପରି ପରିସ୍ଥିତିକୁ ଏଡାଇବା ପାଇଁ, ଅଫର୍ ସହିତ ଜଡିତ କିଛି ଶବ୍ଦର ଅର୍ଥ ବୁଝିବା ଅତ୍ୟନ୍ତ ଜରୁରୀ।

‘ସେଲ୍’ରେ ଅନେକ ପ୍ରକାରର ରିହାତି ଏବଂ ଅଫର ଦିଆଯାଏ। ଯେପରିକି ଫ୍ଲାଟ ରିହାତି, ପର୍‌ସେଣ୍ଟେଜ୍ ପ୍ଲସ୍ ରିହାତି, UPTO, ବାୟ ୱାନ୍ ଗେଟ୍ ୱାନ୍ ଇତ୍ୟାଦି। ସପିଂ କରିବା ସମୟରେ, ଏହା ଜାଣିବା ଜରୁରୀ ଯେ ଆପଣ ଏଗୁଡିକ ମାଧ୍ୟମରେ MRPରୁ କେତେ ରିହାତି ପାଇବାକୁ ଯାଉଛନ୍ତି।

UPTO: ଯେତେବେଳେ ରିହାତିର ଶତକଡ଼ା ସହିତ UPTO ଲେଖାଯାଇଥାଏ, ଏହାର ଅର୍ଥ ନୁହେଁ ଯେ ଆପଣ ଲେଖାଯାଇଥିବା ପ୍ରତିଶତ ରିହାତି ପାଇବେ। ଏହାର ଅର୍ଥ ହେଉଛି ସେହି ପ୍ରତିଶତ ପର୍ଯ୍ୟନ୍ତ ରିହାତି ଉପଲବ୍ଧ ହେବ। ଯେପରିକି UPTO ୫୦% ଅର୍ଥ ହେଉଛି ବିକ୍ରିରେ ମିଳୁଥିବା ଜିନିଷ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଉପଲବ୍ଧ ହେବ ଏବଂ ଏହି ରିହାତି ୧ ପ୍ରତିଶତରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ। ଏହାର ଅର୍ଥ ନୁହେଁ ଯେ ଆପଣଙ୍କୁ ସବୁ ଜିନିଷ ଉପରେ ୫୦ ପ୍ରତିଶତ ରିହାତି ମିଳିଯିବ।

UPTO ସହିତ ଟଙ୍କା ଲେଖାଥିଲେ: ଯଦି UPTO ସହିତ ଦିଆଯାଇଥିବା ଶତକଡା ସହିତ ଟଙ୍କା ଲେଖାଯାଇଥାଏ, ତେବେ ଏହାର ଅର୍ଥ ହେଉଛି ଜିନିଷ ଉପରେ ଲେଖାଯାଇଥିବା ଶତକଡା ପର୍ଯ୍ୟନ୍ତ ରିହାତି ମିଳିବ, କିନ୍ତୁ ସେହି ରିହାତି ଦିଆଯାଇଥିବା ମୂଲ୍ୟଠାରୁ ଅଧିକ ହେବ ନାହିଁ। ଉଦାହରଣ, ଯଦି UPTO ୫୦% ସହିତ ୧୦୦୦ ଟଙ୍କା ଲେଖାଯାଇଥାଏ, ତେବେ ଆପଣ ବିକ୍ରି ସାମଗ୍ରୀ ଉପରେ ୫୦ ପ୍ରତିଶତ ରିହାତି ପାଇବେ। କିନ୍ତୁ ଆପଣ ଯେତେ ସପିଂ କଲେ ମଧ୍ୟ ମୋଟ ରିହାତି ୧୦୦୦ରୁ ଅଧିକ ହେବ ନାହିଁ।

ଫ୍ଲାଟ୍‌ ରିହାତି : ଏହାର ଅର୍ଥ ହେଉଛି ଜିନିଷ ଉପରେ ଯେତିକି ରିହାତି ଲେଖାଯାଇଥିବ ସେତିକି ରିହାତି ଉପଲବ୍ଧ ହେବ। ଯଦି ଫ୍ଲାଟ୍‌ ୫୦ ପ୍ରତିଶତ ଲେଖାଯାଇଥାଏ, ତେବେ ୧୦୦ ଟଙ୍କାର ଜିନିଷରେ ୫୦ ଟଙ୍କା ରିହାତି ମିଳିବ। କିନ୍ତୁ ଏହି ରିହାତି ବହୁତ କମ୍ ଆଇଟମ୍ ଉପରେ ହୋଇଥାଏ, ତେଣୁ କେଉଁ ଆଇଟମ୍ ଗୁଡିକରେ ଫ୍ଲାଟ ରିହାତି ଅଛି ଯାଞ୍ଚ କରିବା ନିହାତି ଆବଶ୍ୟକ।

ଫ୍ଲାଟ୍‌ ପ୍ଲସ୍ ରିହାତି: ଫ୍ଲାଟ୍‌ ପ୍ଲସ୍ ରିହାତି ଅର୍ଥ ହେଉଛି ଫ୍ଲାଟ୍‌ ପୂର୍ବରୁ ଯେତିକି ଶତକଡା ଲେଖାଯାଇଥିବ ସେତିକି ପ୍ରତିଶତ ରିହାତି ଏମ୍‌ଆର୍‌ପି ଉପରେ ଉପଲବ୍ଧ ହେବ ଏବଂ ପ୍ଲସ୍‌ ପରେ ଲେଖାଯାଇଥିଲେ ରିହାତି ଜିନିଷରୁ କମାଯାଇଥିବା ପରିମାଣ ଉପରେ ଉପଲବ୍ଧ ହେବ। ଯେପରିକି ଫ୍ଲାଟ୍‌ ୩୦% ପ୍ଲସ୍ ୧୦% ଅର୍ଥାତ୍ ଆପଣ ୧୦୦୦ ଟଙ୍କା ମୂଲ୍ୟର ସାମଗ୍ରୀ ଉପରେ ୩୦୦ ଟଙ୍କା ରିହାତି ପାଇବେ। ଫଳରେ ସେହି ଜିନିଷର ମୂଲ୍ୟ ୭୦୦ ଟଙ୍କା ହେବ। ଏହା ପରେ ୭୦୦ ଟଙ୍କା ଉପରେ ୧୦% ରିହାତି ଉପଲବ୍ଧ ହେବ, ଯାହା ୭୦ ଟଙ୍କା ହେବ। ଏହି ଉପାୟରେ ଆପଣ ସେହି ଜିନିଷ ପାଇଁ ୬୩୦ ଟଙ୍କା ଦେବାକୁ ହେବ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ୩୦ ଏବଂ ୧୦ ପ୍ରତିଶତ ମିଶି ମୋଟ ୪୦ ପ୍ରତିଶତ ରିହାତି ପାଇବେ।

OTV is now on Whatsapp

Join and get latest news update delivered to you via whatsapp

Join Now