Advertisment

ସ୍କୁଲ୍‌ ଯାଉଛି ଶୁଆ...ଛାତ୍ରଛାତ୍ରୀଙ୍କ ସହ ଏକାଠି ଖାଇବା ସହ ମସ୍ତି ବି କରୁଛି

ସାଙ୍ଗ ସାଥିଙ୍କ ସହ ସ୍କୁଲ୍‌ ଯାଉଛି ଶୁଆ। ମିଟୁ ଡାକ ଡାକି କେବେ ସାଙ୍ଗର ମୁଣ୍ଡ ଉପରେ ତ ପୁଣି କେବେ ସାଙ୍ଗର କାନ୍ଧ ଉପରେ ବସୁଛି ଶୁଆ। ସମୟରେ ସ୍କୁଲ୍‌ ଯାଉଛି ଆଉ ଛୁଟି ହେଲେ ଫେରୁଛି। ସ୍କୁଲ୍‌ କେତେବେଳେ ଖୋଲୁଛି ଆଉ କେତେବେଳେ ବନ୍ଦ ହେଉଛି ତାହା ବି ଜାଣିଛି ଏହି ଶୁଆ।

author-image
Rajalaxmi Sahoo
Unique Friendship Between Parrot And Students

Unique Friendship Between Parrot And Students

ଭୋପାଳ: ସାଙ୍ଗ ସାଥିଙ୍କ ସହ ସ୍କୁଲ୍‌ ଯାଉଛି ଶୁଆ। ମିଟୁ ଡାକ ଡାକି କେବେ ସାଙ୍ଗର ମୁଣ୍ଡ ଉପରେ ତ ପୁଣି କେବେ ସାଙ୍ଗର କାନ୍ଧ ଉପରେ ବସୁଛି ଶୁଆ। ସମୟରେ ସ୍କୁଲ୍‌ ଯାଉଛି ଆଉ ଛୁଟି ହେଲେ ଫେରୁଛି। ସ୍କୁଲ୍‌ କେତେବେଳେ ଖୋଲୁଛି ଆଉ କେତେବେଳେ ବନ୍ଦ ହେଉଛି ତାହା ବି ଜାଣିଛି ଏହି ଶୁଆ। 

Advertisment

ସ୍ନେହ, ଶ୍ରଦ୍ଧା, ଭଲପାଇବାର ଆପଣ ଅନେକ ଉଦାହରଣ ଦେଖିଥିବେ। ହେଲେ ଏହି ଶୁଆକୁ ନେଇ ଏବେ ଚର୍ଚ୍ଚା। ମଧ୍ୟପ୍ରଦେଶ ଗ୍ୱାଲିୟରରେ ଏଭଳି କିଛି ନିଆର ଦୃଶ୍ୟ ଦେଖିବାକୁ ମିଳିଛି। ଗତ କିଛି ଦିନ ମଧ୍ୟରେ ଏହି ଛାତ୍ରଛାତ୍ରୀଙ୍କ ସହ ଶୁଆର ସମ୍ପର୍କ ଏତେ ବଢ଼ିଯାଇଛି ଯେ, ଆଖ ପାଖ ଅଞ୍ଚଳରେ ଏହି ଶୁଆକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। 

ଗ୍ୱାଲିୟର ଶାରଦା ବାଲଗ୍ରାମ ପାହାଡି ଜଙ୍ଗଲରେ ରହୁଥିବା ଏହି ଶୁଆ ଠିକ୍ ୯ଟା ବାଜିଲେ ଛାତ୍ରଛାତ୍ରୀଙ୍କ ସହ ସ୍କୁଲ୍‌ ଯାଇଥାଏ। ସ୍କୁଲ ଭିତରକୁ ଛାତ୍ରଛାତ୍ରୀମାନେ ଯେମିତି ପ୍ରବେଶ କରନ୍ତି ଠିକ୍ ସେହି ସମୟରେ ଶୁଆଟି ଖୋଲା ଆକାଶରେ ମନଖୋଲି ଉଡ଼ିଯାଏ।  ଆଉ ଯେବେ ସ୍କୁଲର ଘଣ୍ଟି ବାଜେ, ଫେରିବା ବାଟରେ ସାଙ୍ଗ ହୋଇ ଛାତ୍ରଛାତ୍ରୀଙ୍କ ସହ ଶୁଆଟି ଫେରିଥାଏ। ହଷ୍ଟେଲରେ ଛାତ୍ରଛାତ୍ରୀଙ୍କ ପ୍ରବେଶ ହେଉ ହେଉ ଶୁଆଟି ପୁଣି ସନ୍ଧ୍ୟାରେ ଉଡ଼ିଯାଏ।  ଦିନେ କି ମାସେ ନୁହେଁ ଏମିତି ବର୍ଷ ବର୍ଷ ଧରି ଏମାନଙ୍କ ସହ ବନ୍ଧୁତା କରିଛି ଏହି ସ୍ନେହୀ ଶୁଆ। 

Advertisment

କେବଳ ସ୍କୁଲ୍‌ ଯିବା ଆସିବା ନୁହେଁ ଏପରିକି ଛାତ୍ରଛାତ୍ରୀଙ୍କ ସହ ଏହି ଶୁଆଟି ଏକାଠି ଖାଇବା ସହ ମଉଜ ମସ୍ତି ବି କରିଥାଏ। କେବଳ ଶୁଆ ନୁହେଁ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ଶୁଆ ପ୍ରେମରେ ପଡ଼ି ଯାଇଛନ୍ତି। ଛାତ୍ରଛାତ୍ରୀଙ୍କ ସହ ଏହି ଶୁଆର ବନ୍ଧୁତା ସମସ୍ତଙ୍କ ଦୃଦୟ ଜିଣି ନେଇଛି। 

School Students Parrot
Advertisment
Advertisment