Arindam Das Death | We Don’t Need Financial Help, Says Younger Sister Jharana
ଦିବଂଗତ ସାମ୍ବାଦିକ ତଥା ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କୁ ନେଇ ଚାଲିଥିବା ଅପପ୍ରଚାର ବନ୍ଦ ହେଉ। ଏଭଳି କଠିନ ସମୟରେ ଆମେ ଏପରି ଗୁଜବକୁ ସ୍ୱୀକାର କରିବା ସ୍ଥିତିରେ ନାହୁଁ ବୋଲି ଅରିନ୍ଦମଙ୍କ ସାନ ଭଉଣୀ ଝରଣା ଦାସ ଟୁଇଟ୍ କରି ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, ଯେଉଁମାନେ ଗୁଜବ କରୁଛନ୍ତି ସେମାନେ ଭାବନ୍ତୁ ତ ତାଙ୍କ ପରିବାରରେ ଏଭଳି ଘଟଣା ଘଟିଥିଲେ କଣ ହୋଇଥାନ୍ତା ? ଦୟାକରି କାହାରି ଦୁଃଖଦ ଘଟଣାକୁ ନେଇ ମଜା କରିବା ବନ୍ଦ କରନ୍ତୁ ବୋଲି ଟୁଇଟରେ ଅନୁରୋଧ କରିଛନ୍ତି ଅରିନ୍ଦମଙ୍କ ସାନ ଭଉଣୀ। ଏଥିସହ ଅରିନ୍ଦମଙ୍କ ପରିବାର ସାଧାରଣ ଲୋକଙ୍କଠାରୁ ଆର୍ଥିକ ସହାୟତା ଲୋଡୁଛନ୍ତି ବୋଲି ସୋସିଆଲ୍ ମିଡିଆରେ ପ୍ରସାରିତ ମିଥ୍ୟା ଖବରକୁ ବିଶ୍ୱାସ ନ କରିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)