• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Son met his mother after 70 years
ସୋସିଆଲ୍ ମିଡିଆ ଯୋଗୁଁ ଦୀର୍ଘ ୭୦ ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ

ଅନେକ ସମୟରେ ସୋସିଆଲ ମିଡିଆ ବଡ ବଡ କାମ କରିଥାଏ। କେତେବେଳେ ଗରିବକୁ ରାତାରାତି ଧନୀ କରିଦିଏ ତ ପୁଣି କେତେବେଳେ ହଜିଯାଇଥିବା ପୁଅକୁ ଫେରେଇଦିଏ। ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ମା’ ଠାରୁ ଅଲଗା ହୋଇଯାଇଥିବା ପୁଅକୁ ସୋସିଆଲ ମିଡିଆ ମିଶେଇ ଦେଇଛି। ୭୦ ବର୍ଷ ପରେ ମା’ କୋଳକୁ ଫେରି ଆସିଛି ପୁଅ। ଏଭଳି ଏକ ଖବର ବାଂଲାଦେଶରୁ ଆସୁଛି। ଏକ ପୁଅ ୭୦ ଦଶନ୍ଧି ପରେ ତା’ର ୧୦୦ ବର୍ଷର ବୃଦ୍ଧ ମାଆଙ୍କୁ ଭେଟିବାକୁ ସକ୍ଷମ ହୋଇଛି।

Pipili BY Election
କାହାର ହେବ ପିପିଲି? କାଲି ଭୋଟ୍‌, ୩ରେ ଫଳ

ପିପିଲିରେ ହେବ କାହାର ବିଜୟ? ମହାରଥୀଙ୍କ ଗଡରେ କିଏ ମାରିବ ବାଜି ? ଆସନ୍ତାକାଲି ପିପିଲି ବିଧାନସଭା ଆସନ ଲାଗି ଉପ ନିର୍ବାଚନ ହେଉଥିବା ବେଳେ ବଢିଛି ରାଜନୈତିକ ତାତି। ଏପଟେ ଭୋଟ ଗ୍ରହଣ ଲାଗି ସରିଛି ପ୍ରସ୍ତୁତି ପୋଲିଂ ପାର୍ଟି ବୁଥ୍‌ରେ ପହଞ୍ଚି ସାରିଛନ୍ତି। ଇଭିଏମ୍ ଓ ଭିଭିପ୍ୟାଟର ଚେକିଂ ସାଙ୍ଗକୁ ଆନୁସାଙ୍ଗିକ କାଗଜପତ୍ରର ଯାଞ୍ଚ କରାଯାଉଛି।

Baby monkey riding on the goat back and eat jamun
ଛେଳି ପିଠିରେ ବସି ଜାମୁ କୋଳି ଖାଇଲା ମାଙ୍କଡ଼

ଏକ ମାଙ୍କଡ଼ ଓ ଛେଳି ଏକାଠି ଜାମୁ କୋଳି ଖାଉଥିବା ଏକ ଭିଡିଓ ଇଣ୍ଟର୍‌ନେଟ୍‌ରେ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖାଯାଉଛି ଯେ ଜଙ୍ଗଲରେ ଜଣେ ବ୍ୟକ୍ତି ତାଙ୍କ ହାତରେ କିଛି ଜାମୁ କୋଳି ଧରି ଠିଆ ହୋଇଛନ୍ତି। ଲୋକଟିର ଡାକ ଶୁଣି ପ୍ରଥମେ ଜଙ୍ଗଲରୁ ଗୋଟିଏ ଛେଳି ବାହାରି ଆସିଥିଲା। କିଅନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ସେହି ଛେଳିର ବେକରେ ଗୁଡ଼ାଇ ହୋଇ ଏକ ଶିଶୁ ମାଙ୍କଡ ବସିଥିବା ଦେଖାଯାଇଛି।

Kotia
କୋଟିଆରେ ପଶିଲେ, ଓଡ଼ିଆ ବୋର୍ଡ଼କୁ ଲିଭାଇ ତେଲଗୁ ବୋର୍ଡ଼ ଲଗାଇଲେ ଦୁର୍ବୃତ୍ତ

କୋଟିଆରେ ଓଡ଼ିଆ ବୋର୍ଡକୁ ଲିଭାଇଲେ ଦୁବୃର୍ତ୍ତ। ପଡ଼ୋଶୀ ଆନ୍ଧ୍ରପ୍ରଦେଶର କିଛି ଦୁବୃର୍ତ୍ତ କୋଟିଆର ନେରେଡିବାଲସାରେ ପଶି ଏଭଳି କାଣ୍ଡ ଭିଆଇଛନ୍ତି । ଗତ ଉତ୍କଳ ଦିବସରେ କୋଟିଆର ବିଭିନ୍ନ ଗାଁରେ ସୂଚନା ଫଳକ ଓ ଉନ୍ନୟନମୂଳକ କାର୍ଯ୍ୟର ଫଳକ ଲଗାଯାଇଥିଲା। ଓଡ଼ିଆରେ ଏସବୁ ଫଳକ ଲାଗିଥିଲା। ହେଲେ ଗୁଲାବ ବାତ୍ୟା ସମୟରେ କୋଟିଆ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଏଭଳି କରାଯାଇଛି

  • Wednesday, 29 September 2021
  • Kotia
Narega Work
କାମ କଲେ କିନ୍ତୁ ମଜୁରୀ ପାଇଲେ ନାହିଁ

NREGAରେ କାମ କରିବା ପରେ ମିଳୁନି ପାରିଶ୍ରମିକ । ଏନେଇ ବାରମ୍ବାର ଦାବି ପରେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି । ସମ୍ବଲପୁର କେଶାଇବାହାଲ ପଞ୍ଚାୟତର ଶହ ଶହ ଶ୍ରମିକ ଏଭଳି ଅଭିଯୋଗ ଆଣି ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି।

  • Wednesday, 29 September 2021
  • NREGA
Farmers Protest
ସମବାୟରେ ପୁଣି ଦୁର୍ନୀତି ଅଭିଯୋଗ; ଚାଷୀଙ୍କ ଜାଣିନାହାନ୍ତି, ତାଙ୍କ ମୁଣ୍ଡରେ ଲକ୍ଷାଧିକ ଟଙ୍କାର ଋଣ ବୋଝ !

ଆଠଗଡ ପରେ ଏବେ ବଡମ୍ବାରେ ସମବାୟ ଦୁର୍ନୀତି ଅଭିଯୋଗ । ବଡମ୍ବା ବ୍ଲକ ଯୋଡୁମୁ ସୋସାଇଟିରେ କୋଟି କୋଟି ଟଙ୍କାର ଋଣ ଜାଲିଆତି ଅଭିଯୋଗ । ଚାଷୀମାନେ ଏଭଳି ସାଂଘାତିକ ଅଭିଯୋଗ ଆଣି ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧରଣା ଦେଇଛନ୍ତି ।

ବୈପାରୀଗୁଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର
ଅନ୍ଧାରରେ ଚାଲିଛି ରୋଗୀଙ୍କ ଚିକିତ୍ସା, ମୋବାଇଲ ଲାଇଟ୍‌ ପକାଇ ଦେଖୁଛନ୍ତି ନର୍ସ

ଅନ୍ଧାରରେ ଚାଲିଛି ରୋଗୀଙ୍କ ଚିକିତ୍ସା । କେଉଁ ବେଡ୍‌ରେ ଗର୍ଭବତୀଙ୍କ ଚିକିତ୍ସା ତ କେଉଁ ବେଡ଼ରେ ଶିଶଙ୍କୁ ଚିକିତ୍ସା କରାଯାଉଛି । ଦୀର୍ଘ ୬ ଘଣ୍ଟା ଧରି ବିଦ୍ୟୁତ କାଟ ହୋଇଥିବାବେଳେ ଟର୍ଚ୍ଚ ଲାଇଟରେ ଜାରି ରହିଥିଲା ଚିକିତ୍ସା ।

Expired Medicine Given To Patient
ନିରାମୟ କାଉଣ୍ଟରରେ ରୋଗୀଙ୍କୁ ଏକ୍ସପାଏରୀ ମେଡିସିନ ଦିଆଯାଇଥିବା ଅଭିଯୋଗ

ବଲାଙ୍ଗିର ବଡ ମେଡିକାଲରେ ରୋଗୀଙ୍କୁ ଏକ୍ସପାଏରୀ ମେଡିସିନ ଦିଆଯାଇଥିବା ଅଭିଯୋଗ ହୋଇଛି। ନିରାମୟ କେନ୍ଦ୍ରରେ ରୋଗୀଙ୍କୁ ଏହି ଔଷଧ ଦିଆଯାଇଥିବା ଅଭିଯୋଗ ହୋଇଛି। 

balanga Police Station Blast
ବଳଙ୍ଗା ଥାନା ବିସ୍ଫୋରଣ ଘଟଣାରେ କାର୍ଯ୍ୟାନୁଷ୍ଠାନ : SI ତଅପୋଇ ନାୟକ ନିଲମ୍ବିତ

ବଳଙ୍ଗା ଥାନାରେ ବିସ୍ଫୋରଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବଳଙ୍ଗା ଥାନା SI ତଅପୋଇ ନାୟକଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ଦର୍ଶାଇ SIଙ୍କୁ ନିଲମ୍ବନ କରିଛନ୍ତି ପୁରୀ ଏସପି । କାରଣ ବଳଙ୍ଗା ଥାନା ମାଲଖାନା ଦାୟିତ୍ୱରେ ଥିଲେ SI ତଅପୋଇ ନାୟକ । ଥାନାର ମାଲଖାନାରେ କିଛି ଜବତ ବିସ୍ଫୋରକ ଦ୍ରବ୍ୟ ରହିଥିଲା

Minor Boy Found In A Critical Condition
ନିଖୋଜର ୨ ଦିନ ପରେ ବିଲରୁ ମୁମୂର୍ଷ ଅବସ୍ଥାରେ ମିଳିଲା ନାବାଳକ

ଗାଁ ଦାଣ୍ଡରେ ଖେଳୁ ଖେଳୁ ହଠାତ୍‌ ନିଖୋଜ ହୋଇଯାଇଥିବା ନାବାଳକ ୨ ଦିନ ପରେ ଧାନ ବିଲରୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର ହୋଇଛି। ପିଲାଟିର ମୁଣ୍ଡରେ ଗଭୀର ଚୋଟ ଲାଗିଥିବା ବେଳେ ଅତ୍ୟଧିକ ରକ୍ତସ୍ରାବ ହେତୁ ଅବସ୍ଥା ସଙ୍କଟାପନ୍ନ ହୋଇ ପଡ଼ିଥିଲା।

Minor Girl Leaves From Home
ଇନଷ୍ଟାଗ୍ରାମରେ ଛଦ୍ମବେଶୀ ଯୁବତୀଙ୍କ ସହ ବନ୍ଧୁତା ସ୍ଥାପନ ପରେ ଘର ଛାଡ଼ି ପଳାଇଲେ ନାବାଳିକା, ତା’ପରେ...

ଇନଷ୍ଟାଗ୍ରାମରେ ଛଦ୍ମବେଶୀ ଯୁବତୀଙ୍କ ସହ ଚିହ୍ନା ପରିଚିତ, ପରେ ବନ୍ଧୁତା ସ୍ଥାପନ ଓ ଶେଷରେ ଘର ଛାଡ଼ି ବନ୍ଧୁଙ୍କ ପାଖକୁ ପଳାଇଲେ ନାବାଳିକା। ପରିବାର ଲୋକ ଥାନାରେ ଏତଲା ଦେବା ପରେ ପୋଲିସ୍‌ ସମ୍ପୃକ୍ତ ନାବାଳିକାଙ୍କ ଫୋନ୍‌ ଟ୍ରାକିଂ କରି ତାଙ୍କୁ ଧରିବାରେ ସଫଳ ହୋଇଥିଲେ।

Kendrapara
ଖରସ୍ରୋତା ଜଳବିବାଦ: RTI ତଥ୍ୟକୁ ନେଇ ବିରୋଧୀଙ୍କ ଟାର୍ଗେଟରେ ସରକାର

ଖରସ୍ରୋତା ମେଗା ଜଳଯୋଗାଣ ପ୍ରକଳ୍ପକୁ ନେଇ ପୁଣି ତେଜିଲା ବିବାଦ। ପ୍ରକଳ୍ପ ନେଇ ଆଇଆଇଟି ହାଇଦ୍ରାବାଦ୍ କୌଣସି ରିପୋର୍ଟ ଦେଇନଥିବା ଆରଟିଆଇରେ ଜଣାପଡିବା ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।

girl rescued
ବାୟା କଲାଣି ସୋସିଆଲ ମିଡିଆ, ବାପା-ମାଆଙ୍କୁ ନଜଣାଇ ଘରୁ ପଳାଇଲା ୧୨ ବର୍ଷର ଝିଅ

ବାୟା କଲାଣି ସୋସିଆଲ ମିଡିଆ । ବର୍ତ୍ତମାନର ଯୁବପିଢ଼ିଙ୍କୁ ସୋସିଆଲ ମିଡିଆ ଫେସ୍‌ବୁକ୍‌-ଇନ୍‌ଷ୍ଟାଗ୍ରାମ୍‌ ଆଦି ବାୟା କରୁଛି । ଯାହାଫଳରେ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି । ସେମିତି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ାରେ । ଇନଷ୍ଟଗ୍ରାମରେ ବନ୍ଧୁତା କରି ଘରୁ ଖସି ପଳାଇ ଆସିଥିବା ଜଣେ ୧୨ ବର୍ଷୀୟ ଛାତ୍ରୀଙ୍କୁ ଉଦ୍ଧାର କରିଛି ପୋଲିସ । ଘରୁ ଆସିବାର ୧୦ ଘଣ୍ଟା ଭିତରେ କେନ୍ଦ୍ରପଡା ପୋଲିସ ସମ୍ପୃକ୍ତ ଛାତ୍ରୀଙ୍କୁ ଉଦ୍ଧାର କରି ପରିବାର ଜିମାରେ ଦେଇଛି ।

landsat-9 most powerful earth observation satellite
ନାସା ମହାକାଶକୁ ଛାଡିଛି ଲ୍ୟାଣ୍ଡ୍‌ସାଟ୍‌ ୯; ଜାଣନ୍ତୁ ଏହାର କାମ

ସାଧାରଣ ଲୋକ ଭାବନ୍ତି ଯେ ନାସାର ଅଭିଯାନ କେବଳ ମହାକାଶ ଅନୁସନ୍ଧାନ ପାଇଁ ସୀମିତ। ଏହା ସତ୍ୟ ଯେ ଆମେରିକାର ସମସ୍ତ ଉପଗ୍ରହକୁ ମହାକାଶକୁ ଆଣିବାର କାର୍ଯ୍ୟ ନାସା ଦ୍ୱାରା କରାଯାଇଛି, କିନ୍ତୁ ନାସାର ଅନେକ ଅଭିଯାନ ମଧ୍ୟ ପୃଥିବୀ ଉପରେ ନଜର ରଖିଥାଏ। ସୋମବାର ନାସା ମହାକାଶକୁ ଏକ ଶକ୍ତିଶାଳୀ ଏବଂ ଉନ୍ନତ ଉପଗ୍ରହ ପଠାଇଛି, ଯାହାର କାମ ହେଉଛି ପୃଥିବୀ ଉପରେ ନଜର ରଖିବା।

Peepal tree fell for five years suddenly stood up
କଟା ହୋଇଥିବା ଗଛ ପୁଣି ଠିଆ ହୋଇଗଲା; ବିଶ୍ୱାସ ନା ଅନ୍ଧବିଶ୍ୱାସ

ପ୍ରାୟ ଏକ ସପ୍ତାହ ପୂର୍ବରୁ ସଦର ତହସିଲ ଅନ୍ତର୍ଗତ ଡାକଶିରାରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା।​ ପାଞ୍ଚ ବର୍ଷ ପୂର୍ବେ ପଡିଥିବା ଏକ ଅସ୍ୱସ୍ଥ ଗଛକୁ ବ୍ୟବସାୟୀ ଖଣ୍ଡ ଖଣ୍ଡ କରି କାଟି ଘରକୁ ନେଇ ଯାଇଥିଲେ। ତେବେ ବର୍ତ୍ତମାନ ଏହି ଗଛ ସହ ଯାହା ଘଟିଛି ତାହା ଅବିଶ୍ୱସନୀୟ। ଏବେ ଏହି ଗଛ ସମ୍ପୂର୍ଣ୍ଣ ଛିଡା ହୋଇଥିବା ଦେଖାଯାଉଛି। ଏହି କଥା ସମଗ୍ର ଅଞ୍ଚଳରେ ଜଙ୍ଗଲୀ ନିଆଁ ପରି ବ୍ୟାପିବାରେ ଲାଗିଛି।

Instagram Girl
ବାୟା କଲାଣି ସୋସିଆଲ ମିଡିଆ, ବାପା-ମାଆଙ୍କୁ ନଜଣାଇ ଘରୁ ପଳାଇଲା ୧୨ ବର୍ଷର ଝିଅ

ବାୟା କଲାଣି ସୋସିଆଲ ମିଡିଆ । ବର୍ତ୍ତମାନର ଯୁବପିଢ଼ିଙ୍କୁ ସୋସିଆଲ ମିଡିଆ ଫେସ୍‌ବୁକ୍‌-ଇନ୍‌ଷ୍ଟାଗ୍ରାମ୍‌ ଆଦି ବାୟା କରୁଛି ।

Protest For Odia Language
ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ପାଇଁ ଆନ୍ଦୋଳନ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ଝାଡଖଣ୍ଡରେ ଓଡ଼ିଆ ଭାଷାକୁ ଉଚିତ ଅଧିକାର ଦାବିରେ ବିଚ୍ଛିନ୍ନାଞ୍ଚଳ ଷଡେଇକଳାରେ ଲୋକଙ୍କ ଧାରଣା । ଝାଡଖଣ୍ଡରେ ଥିବା କୋଲହାନ ଓଡିଆ ସମାଜ ପକ୍ଷରୁ ଆଜି ଷଡେଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି ।

vegetable price hike
ଆକାଶ ଛୁଆଁ ପରିବା ଦର, ୮୦ ତଳକୁ କିଛି ନାହିଁ...

ରାତି ପାହିଲେ ଦ୍ୱିତୀୟା ଓଷା । ଦ୍ୱିତୀୟା ଭାର ସହ ଘରେ ଘରେ ପ୍ରସ୍ତୁତ ହେବ ଘାଂଟ ତରକାରୀ । ଏଥିପାଇଁ ଆବଶ୍ୟକ ବିଭିନ୍ନ କିସମର ପନିପରିବା । ତେବେ ଏହି ସମୟରେ ପନବିପରିବା ଦର ଆକାଶ ଛୁଆଁ ହୋଇଛି ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାହକ ।

Koraput Sunki
ଗୁଲାବ ପ୍ରଭାବ: ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ, ରାସ୍ତା ଉପରେ ପଡ଼ି ରହିଛି ମାଟି ଅତଡ଼ା

କୋରାପୁଟ ସୁଙ୍କି ଘାଟିରେ ଭୂସ୍ଖଳନ ପରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଏନ୍‌ଡିଆର୍‌ଏଫ୍‌ ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ ପରେ ରେସ୍କ୍ୟୁ କାର୍ଯ୍ୟ ଜୋରାଦାର ଆରମ୍ଭ ହୋଇଛି ।

explosion
ବଡ଼ ଅଘଟଣରୁ ବଞ୍ଚାଇଦେଲା ଦଇବ !

ପୁରୀ ବଳଙ୍ଗା ଥାନା ବିସ୍ଫୋରଣ ମାମଲାରେ ତଦନ୍ତ ଆରମ୍ଭ। କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। କିପରି ଏହି ବିସ୍ଫୋରଣ ହେଲା ? ବିସ୍ଫୋରକ କେତେ ପରିମାଣର ଥିଲା ସେ ସମ୍ପର୍କରେ ତଦନ୍ତ ହେଉଛି। ଆଡିସନାଲ ଏସ୍ପିଙ୍କୁ ଘଟଣାର ତଦନ୍ତ ପାଇଁ ଦାୟିତ୍ୱ ଦିଆଯାଇଥିବା ନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି।

kotia
ଓଡ଼ିଶାର ଗାଁରେ ଆନ୍ଧ୍ରର ଫଳକ

କୋଟିଆ ଅଞ୍ଚଳରେ ତେଲୁଗୁ ଫଳକ ଲଗାଉଛି ଆନ୍ଧ୍ର ସରକାର। ଆଗରୁ ଏହି ଅଞ୍ଚଳର ଗାଁରେ ଓଡ଼ିଆ ଫଳକ ଲଗାଯାଇଥିଲା। ଏବେ ଆନ୍ଧ୍ର ଲଗାଉଛି ତେଲୁଗୁ ଫଳକ। ଓଡିଶା ସରକାରଙ୍କ ବାରମ୍ବାର ବାରଣ ସତ୍ତ୍ୱେ ଏପରି ଘଟଣା ଘଟାଉଛି ଆନ୍ଧ୍ରପ୍ରଦେଶ।

Rakata Tirtha Eram
ଜରାଜୀର୍ଣ୍ଣ ଅବସ୍ଥାରେ ରକ୍ତତୀର୍ଥ ଇରମ୍‌: ଭାଙ୍ଗିବାକୁ ବସିଲାଣି ୭୯ ବର୍ଷ ତଳର ଐତିହ୍ୟ ସ୍ମୃତି

ସମଗ୍ର ଓଡିଶାରେ ଏପରି କୌଣସି ସ୍ଥାନ ନାହିଁ, ଯେଉଠି ପରାଧୀନ ଭାରତର ମୁକ୍ତି କାମନା କରି ଏକ ସମୟରେ ୨୯ଜଣ ସଂଗ୍ରାମୀ ସହୀଦ ହୋଇଛନ୍ତି। ଆଉ ଏହି ସଂଗ୍ରାମୀମାନଙ୍କ ମଧ୍ୟରେ ଜଣେ ମହିଳା ସଂଗ୍ରାମୀ ମଧ୍ୟ ତାଙ୍କ ପ୍ରାଣବଳୀ ଦେଇଛନ୍ତି।

Blast in Police Station
ଥାନାରେ ଭୟଙ୍କର ବିସ୍ଫୋରଣ, ଉଡ଼ିଗଲା ଛାତ

ଥାନା ଦ୍ୱାରା ଯେଉଁ ସବୁ ବିସ୍ଫୋରକ ଜବତ କରି ମାଲଖାନାରେ ରଖାଯାଇଥିଲା। ତା କୌଣସି କାରଣବଶତଃ ବିସ୍ଫୋରଣ ହୋଇଥିଲା। ଏ ନେଇ ଖବର ପାଇବା ପରେ ପୁରୀ ଏସ୍ପି ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।   

A Biscuit made woman millionaire
ଗୋଟେ ବିସ୍କୁଟ୍ ହିଁ ମହିଳାଙ୍କୁ କରିଦେଲା କୋଟିପତି

ବେଳେ ବେଳେ ଭବିଷ୍ୟତକୁ ନେଇ ଚିନ୍ତା ଘାରେ ଯେ ଜୀବନରେ କ’ଣ କରିବାକୁ ହେବ। ଅନେକ ସମୟରେ ନିଷ୍ପତ୍ତି ମଧ୍ୟ ନେଇ ହୁଏନି। କିନ୍ତୁ ଉପରବାଲାର ନିର୍ଦ୍ଦେଶରେ ଆମ ଆଖପାଖରେ ଅନେକ ଈଶାରା ଆସେ। ଯିଏ ଏହି ଈଶାରାକୁ ବୁଝିନିଏ ସିଏ ଜୀବନର ପଥକୁ ଠିକ କରିନିଏ ଆଉ ହୋଇଯାଏ ଧନୀ। ଅମାଣ୍ଡା ନାମକ ଜଣେ ମହିଳାଙ୍କ ସହ ଠିକ୍ ଏପରି ହୋଇଛି। ତାଙ୍କ ଜୀବନରେ ଯେତେବେଳେ ଏଭଳି ଏକ ସମୟ ଆସିଲା, ଯେତେବେଳେ ଆଗକୁ ଆଉ କୌଣସି ରାସ୍ତା ଦେଖାଗଲା ନାହିଁ ସେତେବେଳେ ଏକ ବିସ୍କୁଟ୍ ହିଁ ତାଙ୍କୁ ରାସ୍ତା ଦେଖେଇଥିଲା

Cyclone Gulab
ଗୁଲାବ ଗଲା, ହେଲେ ଦକ୍ଷିଣ ଓଡ଼ିଶାରେ ଛାପ ଛାଡ଼ିଦେଇ ଗଲା..

ବାତ୍ୟା ଗୁଲାବ ଗଲା । ହେଲେ ଦକ୍ଷିଣ ଓଡ଼ିଶାରେ ଦେଖାଇଛି ବର୍ଷା ଓ ପବନର କୋପ । ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ସବୁଠି ଗତକାଲିଠୁ ଲାଗି ରହିଛି ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ।