Advertisment

ମୃତ୍ୟୁ ପ୍ରମାଣପତ୍ର କରାଇ ଦେବା ପାଇଁ ୫୦୦ ଟଙ୍କା ଲାଞ୍ଚ !

ମୃତ୍ୟୁ ପ୍ରମାଣପତ୍ର କରାଇ ଦେବା ପାଇଁ ୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଉତ୍ତେଜନା । ଧରା ପଡ଼ିଯିବା ଭୟରେ ଲାଞ୍ଚ ନେଉଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ ସମ୍ପୃକ୍ତ ବେସରକାରୀ କର୍ମଚାରୀ। ଏଥିରେ ଉତ୍ତ୍ୟକ୍ତ ଲୋକ ତାଙ୍କୁ  ଠେଲାପେଲା ସହ ଧସ୍ତାଧସ୍ତି କରିଥିବା ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Corruption In Issuance Of Death Certificate

Corruption In Issuance Of Death Certificate

ଚାନ୍ଦବାଲି: ମୃତ୍ୟୁ ପ୍ରମାଣପତ୍ର କରାଇ ଦେବା ପାଇଁ ଜଣେ ବେସରକାରୀ କର୍ମଚାରୀ  ୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଛି। ଧରା ପଡ଼ିଯିବା ଭୟରେ ଲାଞ୍ଚ ନେଉଥିବା ଅଭିଯୋଗକୁ ସେ ଖଣ୍ଡନ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ଲୋକ ତାଙ୍କୁ ଠେଲାପେଲା ସହ ଧସ୍ତାଧସ୍ତି କରିଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଘଣଣା ଘଟିଛି।

Advertisment

ଅଭିଯୋଗ ଅନୁସାରେ, ସୁନ୍ଦରପୁର ଗାଁର ଗଙ୍ଗାଧର ସାହୁଙ୍କ ମୃତ୍ୟୁ ପ୍ରମାଣପତ୍ର ଲାଗି ପୁଅ ଗଣେଶ ଚାନ୍ଦବାଲି ମେଡିକାଲରେ ଆବେଦନ କରିଥିଲେ। ହେଲେ ଏହି କାମ କରାଇ ଦେବାକୁ ସମ୍ପୃକ୍ତ ବେସରକାରୀ କର୍ମଚାରୀ ତାଙ୍କ ଠାରୁ ୫୦୦ ଟଙ୍କା ଦାବି କରିଥିଲେ। ଟଙ୍କା ନ ଦେଲେ ପ୍ରମାଣପତ୍ର ମିଳିବ ନାହିଁ ବୋଲି ସେ କହିଥିଲେ। ତେବେ ଗଣେଶ ଟଙ୍କା ଦେଇ ଦେବାରୁ ତତ୍‌କ୍ଷଣାତ ମାତ୍ର ଅଧ ଘଣ୍ଟାରେ ସେ ପ୍ରମାଣପତ୍ର ଦେଇ ଦେଇଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଧସ୍ତାଧସ୍ତି ହୋଇଥିଲା।

ଘଟଣାକୁ ନେଇ ଅଭିଯୋଗକାରୀ ଗଣେଶ କହିଛନ୍ତି, ବର୍ଷେ ପୂର୍ବେ ବାପାଙ୍କର ମୃତ୍ୟୁ ହୋଇଥିଲା। ୩ ମାସ ପୂର୍ବେ ମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲି। କର୍ମଚାରୀ ଜଣକ କହିଲେ, ୱେବ୍‌ସାଇଟ୍‌ ୬ ମାସ ପର୍ଯ୍ୟନ୍ତ ବନ୍ଦ ଅଛି। ତେଣୁ ୬ ମାସ ପରେ ଆସନ୍ତୁ। ଏହାପରେ କହିଲେ, ୫ଶହ ଟଙ୍କା ଦିଅନ୍ତୁ ଅଧ ଘଣ୍ଟାରେ କାମ ହୋଇଯିବ। ୫ଶହ ଟଙ୍କା ଦେବାରୁ ଅଧ ଘଣ୍ଟାରେ କାମ ହୋଇଗଲା। ହେଲେ କର୍ମଚାରୀ ଜଣକ ଏହି  ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି।

Advertisment
Corruption Death Certificate
Advertisment
Advertisment