• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Strange rituals of Luo tribe
ଏହି ଜନଜାତିର ଅଦ୍ଭୁତ ପରମ୍ପରା; ମୃତ ଶରୀର ସହ ଶୋଇବାକୁ ହୁଏ

ଆଜି ବି ଦୁନିଆରେ ଏମିତି କିଛି ଜନଜାତି ଅଛନ୍ତି ଯେଉଁମାନେ ସମାଜର ମୁଖ୍ୟଧାରାରୁ ବହୁତ ଦୂରରେ ଅଛନ୍ତି। ଏହି ଜନ ଜାତିର ନିଜର ନିୟମ ଓ ପରମ୍ପରା ରହିଛି। ସେମାଙ୍କ ମଧ୍ୟରେ ଥିବା ଉତ୍ସବ ସାଧାରଣରେ ଆଶ୍ଚର୍ଯ୍ୟ କରିବା ଭଳି। ପଶ୍ଚିମ କେନିୟାରେ ଲୁଓ ନାମକ ଏକ ଜନଜାତି ବାସ କରନ୍ତି। ସେମାନଙ୍କୁ ଜୋନାଗୀ / ଓନଗୀ ମଧ୍ୟ କୁହାଯାଏ। ସେମାନେ ଉତ୍ତରୀ ଯୁଆଡା ଓ ଉତ୍ତରୀ ଜଞ୍ଜାଜିଆ କ୍ଷେତ୍ରରେ ମଧ୍ୟ ଦେଖାଯାଆନ୍ତି। ତେବେ ଏହି ଲୁଓ ବ୍ୟକ୍ତି ସେମାନଙ୍କର ଅଜବ ପରମ୍ପରା ଓ ସାଂସ୍କୃତିକ ପ୍ରଥା ପାଇଁ ବେଶ ଜଣାଶୁଣା।

Man whole
ସ୍ମାର୍ଟସିଟିର ସ୍ମାର୍ଟ ରାସ୍ତା, ଛକ ଛକରେ ଛକିଚି ମୃତ୍ୟୁର ଗର୍ତ୍ତ !

ସ୍ମାର୍ଟସିଟିର ସ୍ମାର୍ଟ ରାସ୍ତା । ଛକ ଛକରେ ଛକିଚି ମୃତ୍ୟୁର ଗର୍ତ୍ତ । କେଉଁଠି ମୁକୁଳା ମ୍ୟାନ୍ ହୋଲ୍ ତ କେଉଁଠି ରାସ୍ତା ମଝିରେ ବଡ଼ ଗାଡ଼ । ଫାସ ଏମିତି ଫସିଲେ ବର୍ତ୍ତିବା ମୁସ୍କିଲ୍ ।

Flood
ଚିନ୍ତା ବଢାଉଛି ସୁବର୍ଣ୍ଣରେଖା: ବନ୍ୟା ପାଣିରେ ଦିନ କାଟୁଛନ୍ତି ହଜାର ହଜାର ଲୋକ

ମାତ୍ର ୫ ଦିନର ବ୍ୟବଧାନ ପରେ ପୁଣି ଜଳ ପ୍ରଳୟ। ଜନବସତି, ରାସ୍ତାଘାଟ, ବିଲଗହିର ସବୁଆଡ଼େ ଖାଲି ପାଣି ଆଉ ପାଣି ଦେଖିବାକୁ ମିଳିଛି। ଉପରମୁଣ୍ଡରେ ଲଗାଣ ବର୍ଷା ଓ ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟାରେଜର ଅଧିକ ଗେଟ୍ ଖୋଲାଯିବା ପରେ ଫୁଲୁଛି ସୁବର୍ଣ୍ଣରେଖା। ଆଉ ତାର ପ୍ରଭାବରେ ବାଲେଶ୍ୱର ବାଲିଆପାଳ ଓ ଭୋଗରାଇ ଅଞ୍ଚଳରେ ସ୍ଥିତି ସଙ୍ଗୀନ ହେଲାଣି।

Jalad Tripathi
ଜଳଦ ତ୍ରୀପାଠୀ ହେଲେ ରାଜ୍ୟ ମୁଖ୍ୟ ସୂଚନା କମିଶନର

ଜଳଦ ତ୍ରିପାଠୀ ହେଲେ ରାଜ୍ୟ ମୁଖ୍ୟ ସୂଚନା କମିଶନର । ସୁନିଲ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ପରେ ଖାଲିଥିଲା ପଦବୀ । ଏହି ପଦବୀ ପାଇଁ ଜଳଦ ତ୍ରିପାଠୀଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ତାମିଲନାଡୁର ପୂର୍ବତନ ପୋଲିସ ଡିଜି ତଥା ୧୯୮୫ ବ୍ୟାଚର ଅବସରପ୍ରାପ୍ତ ଆଇପିଏସ୍ ଥିଲେ ଜଳଦ ତ୍ରିପାଠୀ ।

Jalad tripathy
ଜଳଦ ତ୍ରିପାଠୀ ହେଲେ ରାଜ୍ୟ ମୁଖ୍ୟ ସୂଚନା କମିଶନର

ଜଳଦ ତ୍ରିପାଠୀ ହେଲେ ରାଜ୍ୟ ମୁଖ୍ୟ ସୂଚନା କମିଶନର । ସୁନିଲ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ପରେ ଖାଲିଥିଲା ପଦବୀ । ଏହି ପଦବୀ ପାଇଁ ଜଳଦ ତ୍ରିପାଠୀଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ତାମିଲନାଡୁର ପୂର୍ବତନ ପୋଲିସ ଡିଜି ତଥା ୧୯୮୫ ବ୍ୟାଚର ଅବସରପ୍ରାପ୍ତ ଆଇପିଏସ୍ ଥିଲେ ଜଳଦ ତ୍ରିପାଠୀ ।

Government Sanitary Napkin
ଛାତ୍ରୀଙ୍କୁ ବଣ୍ଟା ନଯାଇ ନୋଡାଲ ସେଣ୍ଟରରେ ଗଦା ହୋଇଛି ୯ ଲକ୍ଷରୁ ଅଧିକ ନାପ୍‌କିନ୍‌

ବାସୁଦେବପୁର ନୋଡାଲ ସେଣ୍ଟରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ନୋଡାଲ ସେଣ୍ଟରରୁ ବ୍ଳକର ସବୁ ସ୍କୁଲ ଓ କଲେଜକୁ ନାପକିନ୍ ଯୋଗାଇ ଦେବାକୁ ଯୋଜନା ହୋଇଥିଲା ।

British man makes world record
ଗଛର ଗୋଟିଏ ଶାଖାରେ ୮୩୯ଟି ଟମାଟୋ, ବିଶ୍ୱ ରେକର୍ଡ କଲେ ଚାଷୀ

ଡାଳ ଗୋଟିଏ, ଫଳିଛି ୮୩୯ ଟମାଟୋ। ଏଥି ପାଇଁ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି ଏହି ଚାଷୀ। ନିକଟରେ ଟମାଟୋ ଚାଷ କରି ଜଣେ ବ୍ୟକ୍ତି ବିଶ୍ବ ରେକର୍ଡ କରିଥିବା ଜଣାପଡ଼ିଛି। ଜଣେ ବ୍ରିଟିଶ ବ୍ୟକ୍ତି ଟମାଟୋ ଗଛର ଗୋଟିଏ ଶାଖାରେ ୮୩୯ଟି ଟମାଟୋ ଫଳାଇ ଥିବା ଜଣାପଡ଼ିଛି। ଏହା ପୂର୍ବରୁ ଡଗଲାସ ଆଉ ଏକ ରେକର୍ଡ କରିଥିଲେ। ଗତବର୍ଷ ସେ ଦୁନିଆର ସବୁଠାରୁ ବଡ଼ ଟମାଟୋ ଫଳାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ।

refrigerator
ଛୋଟିଆ ଫ୍ରିଜ୍ ତିଆରି କରି ଚର୍ଚ୍ଚାରେ ଓଡ଼ିଆ ପୁଅ, ଖର୍ଚ୍ଚ ହୋଇଛି ମାତ୍ର...

ଭଦ୍ରକ ଜିଲ୍ଲା ତିହିଡି ସାଲପୁର ଅଞ୍ଚଳର ବିଟେକ ଛାତ୍ର କମଲ କିଶୋର ମାଝି। ସବୁ ବେଳେ ନୂଆ ନୂଆ ଆବିଷ୍କାର କରି ସେ ଚର୍ଚ୍ଚାକୁ ଆସିଥାନ୍ତି। ଏଥର SMALLEST FUNCTIONAL REFRIGERATORଟିଏ ତିଆରି କରି ଚର୍ଚ୍ଚାରେ ରହିବା ସହ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ଏହାକୁ ତିଆରି କରିବା ପାଇଁ ସେ ଖର୍ଚ୍ଚ କରିଛନ୍ତି ମାତ୍ର ଏକ ହଜାର ଶହେ ୩୫ ଟଙ୍କା।

Villagers Hold 'Prajameli' In Malkangiri Opposing police
ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ବିଶାଳ ପ୍ରଜାମେଳି ! ମାଓ ପତାକା ଓ ବ୍ୟାନର ଧରି ଶୋଭାଯାତ୍ରା କଲେ ଶହ ଶହ ଆଦିବାସୀ

ଜଙ୍ଗଲରେ ମାଓବାଦୀଙ୍କ ପ୍ରଜାମେଳି । ପୋଲିସର କଡ଼ା ଅପରେସନ ଭିତରେ ମାଓବାଦୀଙ୍କ ପତାକା ଓ ବ୍ୟାନର ଧରି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ସୀମାରେ ପ୍ରଜାମେଳି । ସ୍ୱାଭିମାନ ଅଞ୍ଚଳକୁ ଲାଗିଥିବା ଆନ୍ଧ୍ର ପ୍ରଦେଶର ଏକ ଜଙ୍ଗଲରେ ଶହ ଶହ ଆଦିବାସୀ ପ୍ରଜାମେଳି କରିଛନ୍ତି । ଯଦିଓ ମାଓବାଦୀମାନେ ସାମନାକୁ ଆସିନାହାନ୍ତି, ତେବେ ତାଙ୍କ ଇସାରରେ ଏହି ପ୍ରଜାମେଳି କରାଯାଇଛି ।

Expensive Grapes
ସୁନା ମୂଲ୍ୟରେ ବିକ୍ରି ହେଉଛି ଅଙ୍ଗୁର ! ଗୋଟିଏ ଦାନାର ମୂଲ୍ୟ ଜାଣିଲେ,ଉଡ଼ିଯିବ ହୋସ୍‌

ଅଧିକ ଦାମ୍‌ ହୋଇଥିବାରୁ ଏହାକୁ ବଜାରରେ ଠେଲା ଗାଡ଼ିରେ ବିକ୍ରି କରାଯାଇନଥାଏ। ତେଣୁ ଏହାର ନିଲାମ କରାଯାଇଥାଏ। ନିଲାମ ବେଳେ ଯିଏ ଅଙ୍ଗୁରର ସର୍ବାଧିକ ମୂଲ୍ୟ ଲଗାଇଥାନ୍ତି, ତାଙ୍କୁ ହିଁ ଏହି ଅଙ୍ଗୁର ମିଳିଥାଏ।

Special Story | This Odisha Child Artist\'s Portrayals Are Simply Awesome
ଶିଶୁ ଚିତ୍ରଶିଳ୍ପୀ ସୋନୁଙ୍କ ତୁଳୀରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ବୟସ ମାତ୍ର ଦଶ ବର୍ଷ। ହେଲେ କୌଣସି ବଡ଼ ଚିତ୍ରଶିଳ୍ପୀଙ୍କ ଠାରୁ କମ୍ ନୁହନ୍ତି । ଖେଳକୁଦ କରିବା ବୟସରେ ସେ ନିଜ ତୂଳୀର ଦେଖାଇଛନ୍ତି କରିସ୍ମା।

Special Story | Odisha Boys Develop Machine To Predict Weather
ଚାଷୀଙ୍କ ମୁହଁରେ ଫୁଟେଇଲେ ହସ, ଦୁଇ ସାଙ୍ଗ ଗାଁରେ ତିଆରି କଲେ ପାଣିପାଗ ଯନ୍ତ୍ର

ଦୁଇ ବନ୍ଧୁ ମିଶି ତିଆରି କରିଛନ୍ତି ଏକ ପାଣିପାଗ ଯନ୍ତ୍ର । ଜଣେ କଂପ୍ୟୁଟର ଛାତ୍ର ଓ ଅନ୍ୟଜଣେ ଉଦ୍ଭିଦ ବିଜ୍ଞାନ ଛାତ୍ର । ଦୁହେଁ ତିଆରି କରିଥିବା ଏହି ଯନ୍ତ୍ର ପାଣିପାଗ ସଂପର୍କରେ ଆଗୁଆ ସୂଚନା ଦେଇପାରୁଛି ।

Special Story | Indian Army Jawan Turns Farmer At Home - OTV Special Report
ଦୁଇ ବନ୍ଧୁ ଜମିରେ ଫଳାଉଛନ୍ତି ସୁନାର ଫସଲ

ଦୁଇ ସାଙ୍ଗ ପିଲାଦିନୁ କବାଡ଼ି ଖେଳୁଥିଲେ। ସେଥିରେ ନାଁ ମଧ୍ୟ କରିଛନ୍ତି। ଏବେ ଜଣେ ଓଡ଼ିଶା କବାଡି ଟିମ୍ ର କୋଚ। ଆଉ ଜଣେ ଭାରତୀୟ ସେନାରେ ଯବାନ୍।

Orphan Girl Tops Diploma Entrance Exam In Cuttack
ଟପ୍ପର ହେଲେ ଅନାଥ ଝିଅ

କଟକ ସ୍ଥିତ ବୋଷ ଇଂଜିନିୟରିଂ ସ୍କୁଲରେ ଡିପ୍ଲୋମା ପଢ଼ିବାକୁ ଚାହୁଁଥିବା ଶର୍ମିଷ୍ଠା ମହାପାତ୍ର ପ୍ରବେଶିକା ପରୀକ୍ଷାରେ ଟପ୍ପର ହୋଇଛନ୍ତି।

Odisha | Sanitary Napkins Rot In Storehouses, Depts Blame Each Other
‘ଖୁସି’ ଯୋଜନା ବାଟବଣା !

ରାଜ୍ୟର ଷଷ୍ଠ ଓ ତଦୁର୍ଦ୍ଧ୍ୱ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ମାଗଣା ସାନିଟାରୀ ନାପକିନ୍ ଦେବାକୁ ସରକାର ଆରମ୍ଭ କରିଥିଲେ ‘ଖୁସି’ ଯୋଜନା। ହେଲେ ବାଟବଣା ହୋଇ କୁଆଡେ ହଜିଗଲା ‘ଖୁସି’ !

Two Boys Develop Machine To Predict Weather
ପାଣିପାଗ ସୂଚନା ଯନ୍ତ୍ର ତିଆରି କଲେ ୨ ବନ୍ଧୁ, ଉପକୃତ ହେଉଛନ୍ତି ଚାଷୀ

କଥାରେ ଅଛି ଦୃଢ ଇଛା ଶକ୍ତି ଥିଲେ ସବୁ କାର୍ଯ୍ୟ କରିବାରେ ସକ୍ଷମ ହୋଇପାରିବେ । ୨ଜଣ ବନ୍ଧୁ ନିଜସ୍ୱ ଉଦ୍ୟମ ବଳରେ ପାଣିପାଗ ସୂଚନା ଯନ୍ତ୍ର ତିଆରି କରିଛନ୍ତି ଯାହାକି ପାଣିପାଗ ପୂର୍ବାନୁମାନର ସୂଚନା ଦେଉଛି । ଏହି ସୂଚନା ପାଇବା ଦ୍ୱାରା ଚାଷୀମାନେ ‍କ୍ଷତିରେ ପଡୁ ନାହାଁନ୍ତି । ଏହି ଯନ୍ତ୍ର ତିଆରି କରି ବିନିକା ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ୨ଜଣ ବନ୍ଧୁ ।

accident
ବସ୍ ଓଲଟି ୧୨ ଯାତ୍ରୀ ଆହତ ! ସେପଟେ ଦିଗପହଣ୍ଡି ନିକଟରେ ବସ ଡ୍ରାଇଭରକୁ ପିଟିଲା ଅଟୋ, ଘଟଣାସ୍ଥଳରେ ମୃତ୍ୟୁ

ଗଂଜାମ ଗାଙ୍ଗପୁର ଥାନା କୁଲାଙ୍ଗି-କାଳିଆଗୁଡ଼ା ରାସ୍ତାରେ ଓଲଟିଛି ନୀଳକଣ୍ଠ ନାମକ ଯାତ୍ରୀବାହୀ ବସ । ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଛି ।  ନୀଳକଣ୍ଠ ନାମକ ଘରୋଇ ବସ ଟି ସୋରଡା ରୁ ଭଞ୍ଜନଗର ଅଭିମୁଖେ ଯାତ୍ରା କରୁଥିଲା । ବସ ରେ ୩୦ ରୁ ଅଧିକ ଯାତ୍ରୀ ଥିଲେ । 

Khushi Yojana Reality Check
ବାଟବଣା ସରକାରଙ୍କ ଖୁସି ଯୋଜନା : ବାସୁଦେବପୁର ଓ ଉଦଳାରେ ବଣ୍ଟା ନହୋଇ ଖତଖାଉଛି ନାପକିନ୍

ଷଷ୍ଠ ଶ୍ରେଣୀରୁ ଛାତ୍ରୀଙ୍କ ପାଇଁ ମାଗଣା ସାନିଟାରୀ ନାପକିନ୍ । ରାଜ୍ୟ ସରକାର ଆରମ୍ଭ କରିଥିଲେ ଖୁସି ଯୋଜନା । ଲକ୍ଷ୍ୟ ଥିଲା କିଶୋରୀ ମାନଙ୍କ ମଧ୍ୟରେ ସ୍ୱଚ୍ଛତା ସୃଷ୍ଟି କରିବା, ହେଲେ ଏହି ସାନିଟାରୀ ନାପକିନ୍ ଛାତ୍ରୀଙ୍କ ନିକଟରେ ନପହଞ୍ଚି ବର୍ଷ ବର୍ଷ ଧରି ନୋଡାଲ ସେଂଟରର ଗୋଦାମରେ ପଡ଼ିଛି । ବାସୁଦେବପୁରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସେପଟେ ମୟୂରଭଂଜର ଉଦଳାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି ।

orphan girl sharmistha
ମୁଣ୍ଡ ଉପରେ ଦୁଃଖର ପାହାଡ଼, ତଥାପି ଚାଲିଥିଲେ: ଏବେ ପ୍ରବେଶିକା ପରୀକ୍ଷାରେ ଟପ୍ପର ହେଲେ ଅନାଥ ଶର୍ମିଷ୍ଠା

ଛୋଟ ଝିଅଟିଏ। ଧୂଳି ଖେଳ ଛାଡ଼ିବା ପୂର୍ବରୁ ଆରମ୍ଭ ହୋଇଗଲା ସଂଘର୍ଷ। ଜୀବନ କ’ଣ ଚିହ୍ନିବା ଆଗରୁ ମୁଣ୍ଡ ଉପରୁ ଦୂରେଇ ଗଲା ବାପା-ମା’ଙ୍କ ଆଶୀର୍ବାଦର ହାତ। କେମିତି ବଞ୍ଚିବେ ତାହା ତାଙ୍କ ଭାବନାର ବାହାରେ ଥିଲା।

NCC Cadet training
ମହିଳା କ୍ୟାଡେଟ୍‌ ନେଉଛନ୍ତି ତାଲିମ୍‌: କେତେବେଳେ ସଲାମୀ ଶସ୍ତ୍ର ତ କେତେବେଳେ ଫୁଲ୍ ସ୍ପିଡ୍‌ରେ ବଢ଼ାଉଛନ୍ତି କଦମ

କମାଣ୍ଡରଙ୍କ କମାଣ୍ଡରେ ପାଦକୁ ପାଦ ମିଶାଇ ପରେଡ ଅଭ୍ୟାସ। ହାତରେ ଏସ୍ଏଲ୍ଆର୍ ରାଇଫଲ୍। କେତେବେଳେ ସଲାମୀ ଶସ୍ତ୍ର ତ ଆଉ କେତେବେଳେ ଫୁଲ୍ ସ୍ପିଡ୍‌ରେ ବଢ଼ାଉଛନ୍ତି କଦମ।

  • Thursday, 23 September 2021
Aparajita Sarangi
ଜ୍ୟୋତିପ୍ରକାଶଙ୍କ ପରିବାରକୁ ଭେଟିଲେ ଅପରାଜିତା ଷଡ଼ଙ୍ଗୀ : ମୃତକଙ୍କ ସାନ ଭାଇର ପାଠପଢ଼ା ଦାୟିତ୍ୱ ନେବାକୁ ପ୍ରତିଶ୍ରୁତି

୧୩ଟି ପ୍ରାକୃତିକ ନାଳର ଯେଉଁ ବ୍ୟବସ୍ଥା ହେବା କଥା, ତାହା କାହିଁକି ହୋଇନାହିଁ ? ୨୦୧୯ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ଡ୍ରେନେଜ ବ୍ୟବସ୍ଥା ପାଇଁ ଘୋଷଣା କରିଥିବା ହଜାରେ କୋଟି ଟଙ୍କା କୁଆଡ଼େ ଗଲା ? ଆଗାମୀ ଦିନରେ ଡ୍ରେନେଜ ବ୍ୟବସ୍ଥାରେ ପୂର୍ଣ୍ଣାଙ୍ଗ ଯୋଜନା ଦରକାର ।

Bhubaneswar Open Drain
ଆଗରୁ କହୁଥିଲେ ୨୭ ଏବେ କହୁଛନ୍ତି ୭୫ଟି ସ୍ଥାନରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଡ୍ରେନ୍ !

ରାଜଧାନୀ ଭୁବନେଶ୍ୱରରେ ୭୫ଟି ସ୍ଥାନରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଡ୍ରେନ୍ ଓ ଜଳବନ୍ଦୀ ସମସ୍ୟା । ଖୋଦ୍ ବିଏମ୍‌ସି ଏହାକୁ ଚିହ୍ନଟ କରିଛି । ଶତାବ୍ଦୀ ନଗର ଡ୍ରେନ୍ ଟ୍ରାଜେଡି ପରେ ପ୍ରଥମ ଥର ଲାଗି ମୁହଁ ଖୋଲି ବିଏମ୍‌ସି କମିଶନର କହିଛନ୍ତି ପ୍ରାକୃତିକ ନାଳକୁ ଘୋଡ଼ାଇବା ଲାଗି ସୁପ୍ରିମ୍ କୋର୍ଟ ଓ NGTର କଟକଣା ଥିବା ବେଳେ ଦୁର୍ଘଟଣା ଘଟିବା ଆଶଙ୍କା ଥିବା ସ୍ଥାନକୁ ଦେଖି ପ୍ରତିକାର ବ୍ୟବସ୍ଥା କରାଯାଉଛି ।

jalaka
ଗାଁ ଦାଣ୍ଡରେ ପାଣି, ଘର ଭିତରେ ପାଣି, ରାସ୍ତା ଉପରେ ବି ପାଣି ! କାରଣ ହଠାତ୍‌ ମାଡ଼ି ଆସିଲା ବନ୍ୟା ଜଳ..

ଗାଁ ଦାଣ୍ଡରେ ପାଣି । ଘର ଭିତରେ ପାଣି । ରାସ୍ତା ଉପରେ ବି ପାଣି । ଜଳକାରେ ହଠାତ୍ ପାଣି ମାଡ଼ି ଆସିବା ଫଳରେ ଆଜି ଏମିତି କଲବଲ ବସ୍ତା ବ୍ଲକ୍‌ର ୧୨ରୁ ଅଧିକ ପଞ୍ଚାୟତର ପ୍ରାୟ ୫୦ ହଜାରରୁ ଅଧିକ ଲୋକେ ।

Shark born without male sperms
ଦୁଇ ମହିଳା ସାର୍କଙ୍କ ମିଳନରେ ‘ଇସ୍ପେରା’ର ଜନ୍ମ

ଅନେକ କ୍ଷେତ୍ରରେ ଚମତ୍କାର ଘଟିଥିବାର ଆପଣ ନିଶ୍ଚୟ ଦେଖିଥିବେ। ଯାହା ସାଧାରଣ ଭାବେ ବିଶ୍ୱାର କରି ହୁଏନି ତାହାକୁ ଚମତ୍କାର କୁହାଯାଏ। ଏହିପରି ଅନେକ ଘଟଣା ସାମ୍ନାକୁ ଆସିଛି । ଏବେ ଆଉ ଏକ ଚମତ୍କାର ଘଟଣା ଇଟାଲୀରୁ ସାମ୍ନାକୁ ଆସିଛି। ଇଟାଲୀର ସର୍ଡିନିଆର ଏକ ଟ୍ୟାଙ୍କରେ ଦୁଇ ମହିଳା ମାଛ ଏକ ସାର୍କକୁ ଜନ୍ମ ଦେଇଛନ୍ତି।

Worker
ପୈତୃକ ଘରକୁ ଫେରୁଛି ଓମାନରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ମୃତ ଦେହ

ବିଦେଶରୁ ଆସୁଛି ଓଡ଼ିଆ ଶ୍ରମିକଙ୍କ ମର ଶରୀର। ଓମାନରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକ ପ୍ରଦୀପ ପାହାନଙ୍କ ମର ଶରୀରକୁ ଏୟାର ଇଣ୍ଡିଆ ବିମାନରେ ଅଣାଯାଉଛି। ବାହାରିନ୍ ପ୍ରବାସୀ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅରୁଣ କୁମାର ପ୍ରହରାଜଙ୍କ ପ୍ରୟାସରେ ତାଙ୍କର ମର ଶରୀରକୁ ଓଡ଼ିଶା ଅଣାଯାଉଛି