ନିଜ କର୍ତ୍ତବ୍ୟ ନିଷ୍ଠା ଓ ସାହସିକତା ପାଇଁ ଓଡ଼ିଶାରେ ଘରେ ଘରେ ପରିଚିତ ଥିଲେ ଅରିନ୍ଦମ।
ଡିଜାଷ୍ଟର ରିପୋର୍ଟିଂ ସାଙ୍ଗକୁ ଗ୍ରାଉଣ୍ଡ୍ରୁ ଓ୍ୱାଇଲ୍ଡ ଲାଇଫ୍ ରିପୋର୍ଟିଂରେ ବି ଅରିନ୍ଦମଙ୍କର ଥିଲା ଅସମ୍ଭବ ଦକ୍ଷତା। ବଢ଼ି ହେଉ କି ମରୁଡ଼ି, ବାତ୍ୟା ହେଉ କି ଅନ୍ୟ ଯେକୌଣସି ବିପତ୍ତି ସବୁ ବିପର୍ଯ୍ୟୟରେ ସବୁଠୁ ଆଗରେ ସେ ଥିବେ, ଥିବ ତାଙ୍କ ଡେୟାର ଡେଭିଲ୍ ରିପୋର୍ଟିଂ।
ଚାହୁଁ ଚାହୁଁ ବର୍ଷଟେ ବିତିଗଲା । ଅଫେରା ରାଇଜକୁ ଚାଲିଯାଇଥିବା ଲୋକଟି ଆଜି ବି ମନରେ ସେମିତି ନିଜ ଜାଗାରେ ସତେଜ ସ୍ମୃତିଟିଏ ହୋଇ ରହିଛି । ଚିଫ୍ ରିପୋର୍ଟର ସ୍ୱର୍ଗତଃ ଅରିନ୍ଦମ ଦାସଙ୍କର ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ମନେ ପକାଉଛନ୍ତି ସାରା ଓଡ଼ିଶାବାସୀ, ପୂରା ଓଟିଭି ଫ୍ଲୋର୍। ଯିଏ ତାଙ୍କ ରିପୋର୍ଟିଂର ଦିୱାନା ସେମାନେ ଆଜି ବି ସ୍କ୍ରିନ୍ରେ ଖୋଜୁଛନ୍ତି ଅରିନ୍ଦମଙ୍କୁ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ‘ଆପଣ ସବୁବେଳେ ମନେ ରହିବେ ଅରିନ୍ଦମ ଭାଇ ।’
ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ନାଁରେ OTV ପକ୍ଷରୁ ସ୍କଲାରସିପ୍ ଘୋଷାଣା ହୋଇଛି। ଏକାଦଶାହ ଅବସରରେ ଅରିନ୍ଦମଙ୍କ ନାଁରେ ସ୍କଲାରସିପ୍ ଘୋଷଣା ହେଲା। ପ୍ରତିବର୍ଷ ଜଣେ ସାମ୍ବାଦିକତା ଛାତ୍ର ବା ଛାତ୍ରୀଙ୍କୁ ଦିଆଯିବ ଏହି ସ୍କଲାରସିପ୍। ସାମ୍ବାଦିକତା ପାଠ ପଢ଼ିବା ପାଇଁ ଦିଆଯିବ ସ୍କଲାରସିପ୍, ସ୍ମୃତି-ସଭାରେ ଓଟିଭି ଏମ୍ଡି ଜଗି ମଙ୍ଗତ ପଣ୍ଡା ଏନେଇ ଘୋଷଣା କରିଛନ୍ତି।
ଦିବଂଗତ ସାମ୍ବାଦିକ ତଥା ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କୁ ନେଇ ଚାଲିଥିବା ଅପପ୍ରଚାର ବନ୍ଦ ହେଉ। ଏଭଳି କଠିନ ସମୟରେ ଆମେ ଏପରି ଗୁଜବକୁ ସ୍ୱୀକାର କରିବା ସ୍ଥିତିରେ ନାହୁଁ ବୋଲି ଅରିନ୍ଦମଙ୍କ ସାନ ଭଉଣୀ ଝରଣା ଦାସ ଟୁଇଟ୍ କରି ଉଲ୍ଲେଖ କରିଛନ୍ତି
କଟକ SCBରୁ ଡିସ୍ଚାର୍ଜ ହେଲେ ଓଟିଭି କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା। ୩ ଦିନ ଚିକିତ୍ସା ପରେ ସୁସ୍ଥ ହୋଇ ସେ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ୨୪ ତାରିଖ ଦିନ ହାତୀ ଉଦ୍ଧାର ବେଳେ କଟକ ମୁଣ୍ଡଳି ବ୍ୟାରେଜ ନିକଟରେ ହୋଇଥିବା ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ପ୍ରଭାତ ଆହତ ହୋଇଥିଲେ।
କିଏ କହେ ସିଏ ଓଡ଼ିଶା ସାମ୍ବାଦିକ ଜଗତର ଝଡ଼, ଆଉ କିଏ କହେ ଡେୟାର ଡେଭିଲ୍। ତାଙ୍କ ରିପୋର୍ଟିଂ ସୁନ୍ଦର ଏବଂ ମାର୍ଜିତ। ସିଏ ସୃଷ୍ଟି କରିଥିଲେ ଦୁଃସାହସିକ ସାମ୍ବାଦିକତାର ଏକ ନୂଆ ଦିଗ।
ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି। ଅରିନ୍ଦମଙ୍କ ମୃତ୍ୟୁ ନେଇ ଏସ୍ସିବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି। କଟକ ବଡ଼ମେଡିକାଲରେ ରିସିଭ୍ ଡେଡ୍ ଘୋଷଣା କଲେ ଡାକ୍ତର।
ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି। ଅରିନ୍ଦମଙ୍କ ମୃତ୍ୟୁ ନେଇ ଏସ୍ସିବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି। କଟକ ବଡ଼ମେଡିକାଲରେ ରିସିଭ୍ ଡେଡ୍ ଘୋଷଣା କଲେ ଡାକ୍ତର।