ବାଳକଟି ଗତ କିଛି ଦିନ ହେଲା ମୋବାଇଲ ମାୟାରେ ଏମିତି ପଡ଼ିଯାଇଥିଲା ଯେ, ଘଡ଼ିଏ ମଧ୍ୟ ତାକୁ ଛାଡ଼ିବାକୁ ଚାହୁଁନଥିଲା। ବିଶେଷ କରି ନୂଆ ନୂଆ ମୋବାଇଲ ଗେମ୍ର ନିଶା ତାକୁ ପୁରା କବଳିତ କରି ରଖିଥିଲା।
ବର୍ଷକରେ ଭୁବନେଶ୍ୱରରେ ବଢିଛନ୍ତି ୧୬୦୦% । MPL ଗେମିଂ ରିପୋର୍ଟକୁ ନେଇ ଚିନ୍ତାରେ ଅଭିଭାବକ ।
ମୋବାଇଲ୍ ଖେଳ ହେଉଛି କାଳ : ୧୫ ଦିନରେ ରାଜ୍ୟରେ ଦୁଇ ସ୍କୁଲ ପିଲାଙ୍କ ଜୀବନ ହାନୀ ପରେ ବଢୁଛି ବାପା-ମାଆଙ୍କ ଟେନସନ୍ । ଗଣଶିକ୍ଷାମନ୍ତ୍ରୀ କହିଲେ,ବିଦ୍ୟାଳୟ ଖୋଲିବା ପର୍ଯ୍ୟନ୍ତ ଅଭିଭାବକ ରଖନ୍ତୁ ନଜର ।
ମହାମାରୀ ସମୟରେ ପିଲାଏ ଘରେ ବସି ମୋବାଇଲରେ ପାଠ ପଢୁଛନ୍ତି କିନ୍ତୁ ପାଠ ପଢା ଯେତିକି ଫଳପ୍ରଦ ହେଉନି, କୋମଳମତି ପିଲାଙ୍କ ଉପରେ କିନ୍ତୁ କୁପ୍ରଭାବ ଯଥେଷ୍ଟ ପଡୁଛି। ଅଭିଭାବକ ସଂଘର ଯୁକ୍ତି ହେଲା ଆତ୍ମଘାତୀ ମୋବାଇଲ୍ ଗେମଗୁଡିକୁ ସରକାର ବ୍ୟାନ୍ କରିବା ଉଚିତ।
ମୋବାଇଲ ଛଡ଼ାଇ ନେବାରୁ ଅଷ୍ଟମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା । ଏପରି ଘଟଣା ଘଟିଛି କୋରାପୁଟ ସହର ଗୌତମ ନଗରରେ । ମୃତକ ହେଲେ ଗୌତମନଗରର ଶ୍ରୀନିବାସ ରାଓଙ୍କ ୧୩ ବର୍ଷ ବୟସର ପୁଅ ବି.ମନୋହର ।
ମୋବାଇଲ ଗେମ୍ର ମାୟାରେ ବାୟା କିଶୋର କିଶୋରୀ ଓ ଯୁବପିଢ଼ି । ପବ୍ଜି ହେଉ କି ଫ୍ରି ଫାୟାର୍ ଅବା ବ୍ୟାଟଲ୍ ଗ୍ରାଉଣ୍ଡ । ଏହି ସବୁ ମୋବାଇଲ ଗେମ୍, ପିଲାଙ୍କ ପାଇଁ ଆଡିକ୍ସନ ବା ଏକପ୍ରକାର ନିଶା ପାଲଟି ଯାଉଛି ।
ପୁଅ ଗେମ୍ ଖେଳୁଥିବା ଦେଖି ମା’ ବିରକ୍ତି ପ୍ରକାଶ କରିଥିଲେ। ଗେମ୍ ଖେଳିବାକୁ ମନା କରିବା ସହିତ ବିଷୟ ପଢ଼ିବାକୁ ସୌମ୍ୟକୁ ତାଙ୍କ ମାଆ କହିଥିଲେ। ମା’ ମନା କରିବାରୁ ମ୍ରିୟମାଣ ହୋଇ ସୌମ୍ୟ ଘର ଛାତ ଉପରକୁ ଚାଲି ଯାଇଥିଲେ।