• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କରଞ୍ଜିଆ(ଦୀପକ କୁମାର ମହାନ୍ତ) : ପ୍ରାକୃତିକ ପରିବେଶରେ ଭରପୁର ମୟୂରଭଞ୍ଜ ଜିଲ୍ଲା । ଲାଖଚାଷ ପାଇଁ ଏକ ଅନୁକୂଳ ପରିବେଶ । ତେବେ ଏହାକୁ ନେଇ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଉନୟନ ସଂସ୍ଥା ପକ୍ଷରୁ ଏକ ପାଇଲଟ ପ୍ରୋଜେକ୍ଟ ଠାକୁରମୁଣ୍ଡା ବ୍ଳକ ଅଞ୍ଚଳରେ ଆରମ୍ଭ କରାଯାଇଛି । ଲକଡାଉନ୍ ସମୟରେ ଚାଷୀମାନେ ଅଳ୍ପ ପରିଶ୍ରମରେ ୪ଗୁଣା ଲାଭ ପାଇବା ସହିତ ଲକ୍ଷପତି ହେବାର ସୁଯୋଗ ପାଉଥିବାରୁ ବେଶ ଚାହିଦା ବଢୁଛି ଲାଖ ଚାଷର ।

ମୟୂରଭଞ୍ଜ  ଜିଲ୍ଲାର ପାଣିପାଗକୁ ବେଶ ଖାପ ଖୁଆଛି ଲାଖ ଚାଷ । ଶିମିଳିପାଳ ପାଦଦେଶରେ ଥିବା ଠାକୁରମୁଣ୍ଡା ବ୍ଲକରେ ପ୍ରଥମେ ଆଦିବାସୀ ଉନୟନ ସଂସ୍ଥା ପକ୍ଷରୁ ଲାଖ ଚାଷ କରିବା ପାଇଁ ପାଇଲଟ ପ୍ରୋଜେକ୍ଟରେ ଆରମ୍ଭ କରାଯାଇଥିଲା । ଏଥିରେ ସଫଳ ହେଲା ପରେ ଏବେ ବିଭିନ୍ନ ସ୍ଥାନରେ ଲାଖ ଚାଷ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଚଳିତବର୍ଷ ଠାକୁରମୁଣ୍ଡା ବ୍ଲକର କେସିଡିହା ପଞ୍ଚାୟତ ର ବଡ଼ବାଲିପୋଷି,ମଣ୍ଡଳଝରି ଓ ଚିରୁପଦା ଗାଁରେ ୧୦୦ ଜଣଚାଷୀ ଲାଖ ଚାଷ କରିବେଶ ଲାଭବାନ ହେଉଥିବା କହିଛନ୍ତି । ଲାଖ ଚାଷ ବର୍ଷରେ ଦୁଇରୁ ତିନି ଥର ଅମଳ ହେଇଥିବାରୁ ଚାଷୀ ବେଶ ଲାଭବାନ ହୋଇପାରୁଛି ।

ଲାଖ ତିନିପ୍ରକାର ଗଛରେ ଚାଷ କରାଯାଇଥାଏ । କୁସୁମଗଛ, ବରକୋଳିଗଛ ଓ ସାନିଆଲତା ଗଛରେ ଚାଷ କୋଲେ ଚାଷୀ ଅଧିକ ଲାଭବାନ ହଇଥାଏ । ତେବେ ଏସବୁ ଗଛରୁ ଅଧିକ ଚାହିଦା କୁସୁମ ଗଛରେ ଚାଷୀଙ୍କୁ ମିଳିଥାଏ । ଚଳିତ ବର୍ଷ ଜୁନ ମାସରୁ ଚାଷ ଆରମ୍ଭ କରିଛନ୍ତି ଏ ଅଞ୍ଚଳର ଚାଷୀ । ସେମାନେ କୁସୁମ ଗଛରେ ଛାଡିଛନ୍ତି ଲାଖପୋକ । ତେବେ ଚଳି ତବର୍ଷ ଲାଖ ଚାଷ ଭଲ ହୋଇଥିବା କଥା ସେମାନେ କହିଛନ୍ତି । ତେବେ ଆସନ୍ତା ଡିସେମ୍ବର ଓ ଜାନୁଆରୀ ଅମଳ କରାଯିବ ଲାଖ ।ବିଭିନ୍ନ ସୌଖିନ ଜିନିଷ ସହିତ ସୁନାଗହଣାଠୁ ଆରମ୍ଭ କରି ଜାହାଜ ପର୍ଯ୍ୟନ୍ତ ସବୁ ଜାଗାରେ ବେବ୍ୟହାର ହେଉଥିବାରୁ ଲାଖର ଚାହିଦା ବହୁତ ରହିଛି ।

ଲାଖ ବିହନକୁ କୁସୁମ ଗଛ ,ବରକୋଳି ଗଛ ଓ ସାନିଆଲତା ଗଛର ପତ୍ରଥିବା ଡାଳରେ କପଡା ଦ୍ଵାରା ବାନ୍ଧି ରଖିବା ଦ୍ଵାରା ଏହାର ବଂଶ ବିସ୍ତାର ହଇଥାଏ । ପରବର୍ତ୍ତୀ ସମୟରେ ପତ୍ର ଖାଇ ଏହାର ଵଂଶ ବିସ୍ତାର ହଇଥାଏ । ଲାଖ ପୋକଟି ଯେଉଁ ମଳ ତ୍ୟାଗ କରିଥାଏ, ତାହାକୁ ଲାଖ କୁହାଯାଇଥାଏ । ଗୋଟିଏ ଡାଳରେ ଲାଖ ତିଆରି କରିବାକୁ ୫ ମାସରୁ ୬ ମାସ ସମୟ ନେଇଥାନ୍ତି ଲାଖ ପୋକ ମାନେ । ଲାଖରେ ବିଭିନ୍ନ ପ୍ରକାର ଚୁଡ଼ି ସୁନାଗହଣା, କେମିକାଲ , ଇଲକ୍ଟୋଟ୍ରନିକ୍ସ ଇଣ୍ଡଷ୍ଟ୍ରିରର ଅଧିକାଂଶ ଜିନିଷରେ ବ୍ୟବହାର ପାଇଁ ଲାଗିଥାଏ ।

ଏବେ ଏଠାରେ ଲାଖର କୌଣସି ପ୍ରସେସିଂ ୟୁନିଟ ଖୋଲା ହୋଇନଥିଲେ ବି ଏହାର ସଫଳ ବେବ୍ୟହାର କିପରି ହୋଇପାରିବ ସେ ନେଇ ଏକ ଆଲୋଚନା ହୋଇଚି ଓ ଗ୍ରାମର ମହିଳାଙ୍କୁ ନେଇ ଟ୍ରେନିଂ ମଧ୍ୟ ଦିଆ ହେଉଛି । ଲାଖର ଚାହିଦା ଯୋଗୁଁ ବାହାର ରାଜ୍ୟ ଲୋକମାନେ ଏଠିକାର ଲାଖକୁ ନେବା ପାଇଁ ଏବେ ଇଚ୍ଛା ପ୍ରକାଶ କଲେଣି । ଚଳିତବର୍ଷ ୧୦୦ ଜଣ ଲାଖ ଚାଷୀ ୧୮ ରୁ ୨୦ ଲକ୍ଷ୍ୟ ଟଙ୍କା ରୋଜଗାର କରିବେ ବୋଲି ଆଶା ରଖିଛନ୍ତି ।

କରଞ୍ଜିଆ ଉପଖଣ୍ଡରେ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ମିଶନ ଜୀବିକା ଯୋଜନାରେ ୧୦୦ ଜଣ ଚାଷୀଙ୍କୁ ମାଗଣାରେ ଲାଖ ବିହନ ଦିଆ ଯାଇଥିଲା । ତେବେ ଫସଲ ଅମଳ ପୂର୍ବରୁ ୬୦ ଜଣ ସ୍ଵଂୟ ସହାୟକ ଗୋଷ୍ଠୀ ମହିଳାଙ୍କୁ ଲାଖରେ ନିର୍ମିତ ଚୁଡି ଏବଂ ଅନ୍ୟାନ୍ୟ ସାମଗ୍ରୀ ତିଆରି କରିବାର ତାଲିମ ଦୁଇଟି ସ୍ଥାନରେ ଦିଆଯାଉଛି । ବାଲେଶ୍ଵରର ଲାଖ ସୋସାଇଟି ଠାକୁରମୁଣ୍ଡାରେ ତାଲିମ ଦେଉଛନ୍ତି ମହିଳା ଚାଷୀଙ୍କୁ ।  ୬ ମାସ ପର୍ଯ୍ୟନ୍ତ ଟ୍ରେନିଂ ଦିଆଯିବ । ଲାଖରେ କିପରି ରଙ୍ଗ ମିଶାଇ ଲାଖଚୁଡି ଗୁଡିକ ଆକର୍ଷଣୀୟ କରାଯିବ ସେଥିପାଇଁ ବିଶେଷ ଗୁରୁତ୍ୱ ଦେଇଛନ୍ତି ମହିଳା ମାନେ । ଲାଖରୁ ନିର୍ମିତ ଚୁଡି, ପେପରପ୍ଲେଟ, ବିଭିନ୍ନ ଗୃହରେ ବ୍ୟବହାର ଜିନିଷ ବନାଇ ବେଶ ଖୁସି ଅଛନ୍ତି ମହିଳା ମାନେ । ଲାଖରେ କିପରି ବିଭିନ୍ନ ପ୍ରକାର ଜିନିଷ ନିର୍ମାଣ କରି ପାରିବେ ସେଥିପାଇଁ ୪ ଜଣ ମହିଳା ତାଲିମ ଦେବା ପାଇଁ ନିଯୁକ୍ତି ହଇଛନ୍ତି ।

ଆଗାମୀ ଦିନରେ ଠାକୁରମୁଣ୍ଡା ବ୍ଲକର କେସିଡ଼ିହା ପଞ୍ଚାୟତକୁ ଲାଖ ପଞ୍ଚାୟତ ଘୋଷଣା କରିବାକୁ ଯୋଜନା ରଖିଛନ୍ତି ଆଦିବାସୀ ଉନୟନ ସଂସ୍ଥା । ଲାଖ ଚାଷ କରି ୪ଗୁଣା ଲାଭ ପାଉଥିବା ବେଳେ ଲାଖ ନିର୍ମିତ ଜିନିଷ ବିକ୍ରି କଲେ ୮ ଗୁଣ ଲାଭ ବାହାରିପାରିବ । ବନ ଧନ ବିକାଶ କେନ୍ଦ୍ର ଯୋଜନାରେ ଲାଖ ନିର୍ମିତ ଜିନିଷ ଗୁଡିକ ବିକ୍ରି କରିବା ପାଇଁ ଯୋଜନା ରହିଛି । ଯାହା ଫଳରେ ଘରେ ରହି ରୋଜଗାର କରି ପାରିବେ ମହିଳାଚାଷୀ