Advertisment

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବୋରିସ ଜନସନ୍

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି..

author-image
Otv Khabar Bureau
ଅଦ୍ୟତନ ହୋଇଛି
UK political crisis live updates: Boris Johnson resigns as UK PM

UK political crisis live updates: Boris Johnson resigns as UK PM

ଇସ୍ତଫା ଦେଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍।  ବୋରିସ ଜନସନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ଦୁଇ ଦିନରେ ତାଙ୍କ ମନ୍ତ୍ରିମଣ୍ଡଳରୁ ପ୍ରାୟ ୪୦ଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ସମୂହ ଇସ୍ତଫା ପରେ ବୋରିସ ଜନସନଙ୍କ ପାଇଁ ଅଡୁଆ ବଢିବା ସହ ପଦ ଛାଡିବା ପାଇଁ ଚାପ ସୃଷ୍ଟି ହୋଇଥିଲା ଫଳରେ ବାଧ୍ୟ ହୋଇ ସେ ଦେଶବାସୀଙ୍କୁ ସମ୍ବୋଧନ କରିସାରିବାପରେ ନିଜର ଇସ୍ତଫା ଘୋଷଣା କରିଥିଲେ । ୨୦୧୯ରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ବୋରିସ ଜନସନ୍ । ବୋରିସଙ୍କ ପ୍ରତି ତାଙ୍କ କ୍ୟାବିନେଟ ମନ୍ତ୍ରୀ ଓ ସହଯୋଗୀ ଅସନ୍ତୁଷ୍ଟ ଥିଲେ । କନ୍‌ଜରଭେଟିଭ ପାର୍ଟିରୁ କିଏ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ସ୍ପଷ୍ଟ ହୋଇନି । 

Advertisment

ତେବେ ଜନସନ ମନ୍ତ୍ରିମଣ୍ଡଳରେ ଅର୍ଥମନ୍ତ୍ରୀ ଥିବା ଭାରତୀୟ ବଂଶୋଭବ ଋଷି ସୁନକଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଛି ।

Advertisment

ବିବିସି ନ୍ୟୁଜ୍‌ର ସୂଚନା ମୁତାବକ, ନବ ନିଯୁକ୍ତ ମନ୍ତ୍ରୀମାନେ ମଧ୍ୟ ବୋରିସଙ୍କ ହାତ ଛାଡି ଦେଇଥିଲେ। ତାଙ୍କ କ୍ୟାବିନେଟ୍‌ରୁ ପାଖାପାଖି ୫୦ରୁ ଅଧିକ ସଦସ୍ୟ ଇସ୍ତଫା ଦେଇଥିଲେ। ଏଥିମଧ୍ୟରୁ ୮ଜଣ ମନ୍ତ୍ରୀ ଏବଂ ଦୁଇ ରାଜ୍ୟ ସଚିବ ଗତ ୨ଘଣ୍ଟା ମଧ୍ୟରେ ଇସ୍ତଫା ଦେଇଛନ୍ତି। ଏହା ଜନସନଙ୍କୁ ଅତ୍ୟଧିକ ଝଟ୍‌କା ଦେଇଥିଲା।  ମିଡିଆ ରିପୋର୍ଟ ଅନୁଯାୟୀ ଜନସନଙ୍କୁ ବର୍ତ୍ତମାନ ବିଦ୍ରୋହୀ ନେତାଙ୍କ ଦାବିରେ ମୁଣ୍ଡ ନୁଆଁଇବାକୁ ପଡିଛି। ସେ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି।

ଅନେକ ଦିନ ଧରି ନିଜ ପଦ ପାଇଁ ଲଢ଼ିବା ପରେ ଜନ୍‌ସନ ତାଙ୍କ ଦଳର କିଛି ନେତାଙ୍କୁ ଛାଡିଦେଲେ ଅନ୍ୟ ସମସ୍ତେ ତାଙ୍କ ହାତ ଛାଡି ଦେଇଥିଲେ। ୨୦୧୯ ରେ ଅଧିକାଂଶ ଭୋଟ୍‌ ହାତେଇ କ୍ଷମତାକୁ ଆସିଥିବା ୫୮ ବର୍ଷିୟ ଜନସନ ଏହାକୁ ଗ୍ରହଣ କରିବା କଷ୍ଟସାଧ୍ୟ ଥିଲା।

UK PM Boris Johnson Boris Johnson UK Political Crisis
Advertisment
Advertisment