• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଟ୍ୱିଟର କିଣିବେନି ଏଲନ ମସ୍କ । ନିଜ ମନ ବଦଳାଇ ଡିଲ୍‌ରୁ ଓହରିଗଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ । ମସ୍କ ନିଜେ ଏହି ଘୋଷଣା କରିଛନ୍ତି । ତାଙ୍କର ଏହି ଘୋଷଣା ପରେ ସମସ୍ତଙ୍କୁ ଜୋର୍‌ଦାର୍‌ ଝଟକା ଲାଗିଛି ।

ଗତ ଏପ୍ରିଲ୍‌ ମାସ ୨୫ ତାରିଖରେ ଏଲନ୍ ମସ୍କ ୪୪ ବିଲିୟନ ଡଲାରରେ ଟ୍ୱିଟର କିଣିବା ନେଇ ଅଫର୍ ଦେଇଥିଲେ ।  ହେଲେ ଏବେ ସେ ନିଜ ଡିଲ୍‌ରୁ ଓହରିବା ସହ ଟ୍ୱିଟର କିଣିବାକୁ ମନା କରିଛନ୍ତି । ତେବେ ଟ୍ୱିଟର କିଣିବା ଚୁକ୍ତିରୁ ଓହରିଥିବାରୁ ଟ୍ୱିଟର ମସ୍କଙ୍କ ବିରୁଦ୍ଧରେ ମୋକଦ୍ଦମା କରିବ ବୋଲି ଧମକ ଦେଇଛି ।

ଏନେଇ ମସ୍କଙ୍କ ଓକିଲ କହିଛନ୍ତି ଯେ, ଟ୍ୱିଟର ଅନେକ ଚୁକ୍ତିର ଉଲ୍ଲଙ୍ଘନ କରିଛି । ଏମିତିକି ଟ୍ୱିଟର୍ ଭ୍ରମିତ କଲା ଭଳି ଡିଲ୍‌ କରିଛି । 

ଏଲନମସ୍କ କହିଛନ୍ତି ଯେ, ଚୁକ୍ତିରେ ଉଲ୍ଲଙ୍ଘନ ହୋଇଥିବାରୁ ସେ ଏହି ଚୁକ୍ତିରୁ ଓହରିଛନ୍ତି । ଏହାସହ ମସ୍କ ଏହି ଡିଲ୍‌କୁ ଭାଙ୍ଗିବାର ଧମକ୍‌ ଦେବା ସହ କମ୍ପାନୀକୁ ପ୍ରମାଣ ଦେଖାଇ କହିଛନ୍ତି, ଏକାଧିକ ସ୍ପାମ୍ ଏବଂ ବଟ୍ ଆକାଉଣ୍ଟ ରହିଛି । ଏଗୁଡ଼ିକର ପୂରା ତଥ୍ୟ ତାଙ୍କୁ ଦିଆଯାଇନାହିଁ।  

ଅନ୍ୟପକ୍ଷରେ ଏନେଇ ଟ୍ୱିଟର ଏଲନ ମସ୍କଙ୍କ ବିରୁଦ୍ଧରେ ସୋସିଆଲ୍‌ ମିଡିଆ କମ୍ପାନୀ ନ କିଣିବାକୁ ନେଇ ମୋକଦ୍ଦମା କରିବ ବୋଲି କହିଛି । ଟ୍ୱିଟରର ବୋର୍ଡ ଅଧ୍ୟକ୍ଷ ବ୍ରେଟ୍ ଟାୟଲର( Bret Taylor), ‘ ଚୁକ୍ତିରୁ ଓହରିବାରୁ ମସ୍କଙ୍କୁ ବିରୋଧ କରିଛନ୍ତି । ଏହି ଚୁକ୍ତିକୁ ପୁନଃ ଲାଗୁ କରିବା ପାଇଁ ସେ କୋର୍ଟରେ ମୋକଦ୍ଦମା କରିବାର ଯୋଜନା କରୁଛି । ଆମକୁ ବିଶ୍ୱାସ ଅଛି ଯେ ଆମେ କେସ୍‌ ଜିତିପାରିବୁ’ ।