Advertisment

ଭୟଙ୍କର ଭୂକମ୍ପ: ଭୟରେ ଘର ବାହାରକୁ ଚାଲି ଆସିଲେ ଲୋକେ, ୨୫୦ରୁ ଅଧିକ ମୃତ

ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୬.୧ ରେକର୍ଡ କରାଯାଇଛି। ଏଥିରେ ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Earthquake In Afghanistan

Earthquake In Afghanistan

ଆଫଗାନିସ୍ତାନରେ ବଡ଼ ଧରଣର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୬.୧ ରେକର୍ଡ କରାଯାଇଛି। ଆଫଗାନିସ୍ତାନର  ପାକ୍ଟିକା  ପ୍ରଦେଶର ଏହି ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିବା ସୂଚନା ମିଳିଛି। ଏଥିରେ ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି।

Advertisment

ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଭୂକମ୍ପ ଯୋଗୁ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁ ଘର ଭାଙ୍ଗି ମାଟିରେ ମିଶି ଯାଇଛି। ଫଳରେ ଭଗ୍ନାବଶେଷ ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳର ଖୋଷ୍ଟର ଥଇଲା। ଏହା ୪୪ କି.ମି. ଦୂରରେ  ଅନୁଭୂତ ହୋଇଥିବା କୁହାଯାଉଛି। 

ଭୂକମ୍ପ ଯୋଗୁ ଭୟରେ ଲୋକମାନେ ଘରୁ ବାହାରି ଆସିଥିଲେ। ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଭାବିତ ଅଞ୍ଚଳକୁ ସ୍ୱତନ୍ତ୍ର ଟିମ୍ ଯାଇଥିବା ତାଲିବାନ ସରକାର କହିଛନ୍ତି। ଆଫଗାନିସ୍ତାନ ବ୍ୟତୀତ ପାକିସ୍ତାନ ଓ ଭାରତରେ ମଧ୍ୟ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିବା ସୂଚନା ମିଳିଛି। 

Advertisment

ପାକିସ୍ତାନର ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି, ଭୂକମ୍ପର ତୀବ୍ରତା ୬.୧ ଥିଲା। ଏହାର ଝଟ୍‌କା ପାକିସ୍ତାନର ରାଜଧାନୀ ଇସଲାମାବାଦ, ଲାହୋର, ପେଶାଓ୍ୱରରେ ମଧ୍ୟ ଅନୁଭୂତ ହୋଇଥିଲା।  

Earthquake Earthquake In Afghanistan
Advertisment
Advertisment