Advertisment

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରକୁ ଗୁଳିମାଡ଼, ଅବସ୍ଥା ସଙ୍କଟାପନ୍ନ

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରକୁ ବିଚ୍ ରାସ୍ତାରେ ଗୁଳିମାଡ଼ ହୋଇଛି। ଫଳରେ ଗୁଳି ଯାଇ ସିଧା ସିଞ୍ଜୋଙ୍କ ଛାତିରେ ବାଜିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Japan ex PM Shinzo Abe shot at during speech

Japan ex PM Shinzo Abe shot at during speech

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରକୁ ବିଚ୍ ରାସ୍ତାରେ ଗୁଳିମାଡ଼ ହୋଇଛି। ନାରା ସହରରେ ସିଞ୍ଜୋ ଅଭିଭାଷଣ ରଖୁଥିବା ବେଳେ ପଛ ଆଡ଼ୁ ଜଣେ ଦୁବୃର୍ତ୍ତ ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଫଳରେ ଗୁଳି ଯାଇ ସିଧା ସିଞ୍ଜୋଙ୍କ ଛାତିରେ ବାଜିଥିଲା। ଘଟଣାରେ ଜଣେ ସନ୍ଦିଗ୍ଧକୁ ଅଟକ ରଖାଯାଇଛି। 

Advertisment

ଗୁରୁତର ଅବସ୍ଥାରେ ସିଞ୍ଜୋ ଆବେଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜାପାନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କୁହାଯାଇଛି। ଶରୀରରେ ଗୁଳି ବାଜିବା ପରେ ତାଙ୍କୁ ହାର୍ଟ ଆଟାର୍କ ମଧ୍ୟ ଆସିଥିଲା ବୋଲି ସୂଚନା ମିଳିଛି।  ୨୦୦୬-୦୭, ୨୦୧୨-୨୦୨୦ ଯାଏ ସିଞ୍ଜୋ ଆବେ ଜାପାନ ପ୍ରଧାନମନ୍ତ୍ରୀ ଥିଲେ। ଜାପାନରେ ସବୁଠୁ ଅଧିକ ଦିନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ସେ ତୁଲାଇଛନ୍ତି। ୨୦୨୦ ମସିହାରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। 

Advertisment
Shinzo Abe Japan Ex PM Shinzo Abe
Advertisment
Advertisment