ବ୍ରିଟେନରେ ରିଷି ସୁନକ୍ ନୂଆ ପ୍ରଧାନମନ୍ତ୍ରୀ ହେବା ପରେ ଭାରତରେ ବି ଉତ୍ସାହର ଲହରି । କାରଣ ସୁନକଙ୍କର ଭାରତ ସହ ରହିଛି ନିଗୂଢ ସଂପର୍କ। ବ୍ରିଟେନ୍ ନାଗରିକ ହୋଇଥିଲେ ବି ଗୋଟିଏ ପ୍ରକାରେ ସେ ଭାରତର ପୁଅ, ଅନ୍ୟପଟେ ଭାରତର ଜ୍ୱାଇଁ ବି ।
ବ୍ରିଟେନର ଶାସନ ଭାର ଗ୍ରହଣ କରିଥିବା ରିଷି ସୁନକଙ୍କ ବାପା-ମା ହେଉଛନ୍ତି ମୂଳ ଭାରତୀୟ। ନୂତନ ପ୍ରଧାନମନ୍ତ୍ରୀ ପଦ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ, ରିଷି ସୁନକ ଏବଂ ପେନି ମର୍ଡାଣ୍ଟ ଦୌଡରେ ଥିଲେ। ବୋରିସ୍ ଜନସନ ପଛକୁ ହଟିଲା ପରେ ରିଷି ସୁନକଙ୍କ ରାସ୍ତା ସହଜ ହୋଇଗଲା। ଆସନ୍ତୁ ଜାଣିବା ତାଙ୍କ ଜୀବନର କିଛି ରୋଚକ କଥା।
ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ହୋଇପାରନ୍ତି ରିଷି ସୋନକ। ଏମିତି ହେଲେ ଏହା ପ୍ରଥମ ଥର ହେବ ଯେ ଭାରତୀୟ ମୂଳ ବ୍ୟକ୍ତି ସେହି ଗୋରାମାନଙ୍କ ଉପରେ ଶାସନ କରିବେ ଯେଉଁମାନେ ଏକଦା ଭାରତକୁ ସେମାନଙ୍କର ଦାସ କରିଥିଲେ।
ଭାରତୀୟ ବଂଶୋଦ୍ଭବ ହୋଇପାରନ୍ତି ବିଟ୍ରେନର ପ୍ରଧାନମନ୍ତ୍ରୀ । ଋଷି ସୁନକ୍ ବୋରିସ୍ ଜନସନଙ୍କ ଉତ୍ତରାଧିକାରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।