• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗାଡ଼ି, ଘର, ଆସବାବପତ୍ର ପରି ଭଡ଼ାରେ ମିଳୁଛି ସ୍ୱାମୀ । ମାତ୍ର ୩୩୬୫ ଟଙ୍କାରେ ନିଜ ସ୍ୱାମୀଙ୍କୁ ଭଡ଼ାରେ ଲଗାଇଛନ୍ତି ୟୁକେର ଜଣେ ମହିଳା । ତେବେ ଏଥିପାଇଁ ସେ ଏକ ସ୍ୱତନ୍ତ୍ର ୱେବସାଇଟ୍‌ ଖୋଲିଛନ୍ତି । ମହଙ୍ଗା ଯୁଗରେ ଟଙ୍କା ଆୟ କରିବାର ଅନେକ ଉପାୟ ରହିଛି । ଘରର ବଜେଟ୍‌ ବଢ଼ିଯାଉଥିବା ବେଳେ ଲୋକେ ନୂଆ ନୂଆ ଉପାୟ ଆପଣାଉଛନ୍ତି । ଅତିରିକ୍ତ ଆୟ ପାଇଁ କିଏ ପାର୍ଟ ଟାଇମ୍‌ ଚାକିରି କରୁଛି ତ ପୁଣି କିଏ ବ୍ୟବସାୟ କରୁଛି । କିନ୍ତୁ ଟଙ୍କା ଆୟ ପାଇଁ ୟୁକେ ମହିଳାଙ୍କ ଏପରି ଉପାୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ବ୍ରିଟେନର ମହିଳା ଜଣକ ନିଜ ସ୍ୱାମୀଙ୍କୁ ଭଡା ଦେବା ପାଇଁ ଏକ ନିଆରା ସେବା ଆରମ୍ଭ କରିଛନ୍ତି । ଏଥିପାଇଁ ସେ ସୋସିଆଲ ମିଡିଆରେ ବିଜ୍ଞାପନ ମଧ୍ୟ ଦେଇଛନ୍ତି । ସେ ସ୍ୱାମୀଙ୍କୁ ଭଡା ଦେବାକୁ ଚାହୁଁଥିବା କହିଛନ୍ତି । ୩ ପିଲାଙ୍କ ମା’ ଲାରା ୟଙ୍ଗଙ୍କ ବିଜ୍ଞାପନକୁ ଅନେକ ପସନ୍ଦ କରୁଥିବା ବେଳେ କିଛି ଲୋକ ପସନ୍ଦ କରୁନାହାନ୍ତି । ସେ ‘Hire my handy hubby’ ନାମରେ ବିଜ୍ଞାପନ ଦେଇଛନ୍ତି ।

ଲାରାଙ୍କ ସ୍ୱାମୀ ଜେମ୍ସ ନିଜ ହାତରେ ଜିନିଷକୁ ଭଲରେ ଯୋଡ଼ାଯୋଡ଼ି କରିପାରନ୍ତି । ଏହି ଅଭ୍ୟାସ ପାଇଁ ତାଙ୍କୁ ଯୁଗାଡ଼ୁ ମଧ୍ୟ କୁହାଯାଏ । ଆଉ ତାଙ୍କର ଏହି ସ୍ୱତନ୍ତ୍ର କୌଶଳ ପାଇଁ ସେ ତାଙ୍କ ପୁରୁଣା ଘରକୁ ବହୁତ ସୁନ୍ଦର କରିପାରିଛନ୍ତି । ଟ୍ୟାପ୍‌ ଖରାପ ହେଲେ କିମ୍ବା ଘରର ସମସ୍ତ ଆସବାବପତ୍ର ପର୍ଯ୍ୟନ୍ତ, ସେମାନେ ସର୍ବୋତ୍ତମ ଉପାୟରେ କିପରି କାର୍ଯ୍ୟ କରିବେ ଜାଣନ୍ତି । ତେବେ ମହଙ୍ଗା ଯୁଗରେ ଲାରା ୟଙ୍ଗ ତାଙ୍କ ସ୍ୱାମୀଙ୍କ ଏହି କଳାକୁ ଘରେ ଅତିରିକ୍ତ ଆୟର ମାଧ୍ୟମ କରିବାକୁ ଚାହୁଁଛନ୍ତି । ଏହି କାରଣରୁ ସ୍ୱାମୀଙ୍କୁ ଭଡ଼ାରେ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଫେସବୁକରେ ଦେଲେ ବିଜ୍ଞାପନ

ଲାରାଙ୍କ କହିବା ଅନୁସାରେ ତାଙ୍କ ସ୍ୱାମୀ ବଗିଚା ଠାରୁ ଆରମ୍ଭ କରି ଘର ପାଇଁ ସବୁ ଜିନିଷ ଖୁବ୍‌ ସୁନ୍ଦର ଭାବେ ତିଆରି କରିପାରନ୍ତି । ତାଙ୍କର ସେହି କୌଶଳ ପାଇଁ ଲୋକେ ତାଙ୍କୁ କାମରେ ଲଗାଇ ପରିବେ । ଏହି ଅନନ୍ୟ ବ୍ୟବସାୟ ପାଇଁ ଲାରା “Rent My Handy Husband” ନାମରେ ଏକ ୱେବସାଇଟ୍ ତିଆରି କରିଛନ୍ତି । ଫେସବୁକରେ ଏଥିପାଇଁ ଏକ ବିଜ୍ଞାପନ ଦିଆଯାଇଛି । ଜେମ୍ସ ପୂର୍ବରୁ ଏକ ୱେରହାଉସରେ କାମ କରୁଥିଲେ, ଦୁଇ ବର୍ଷ ପୂର୍ବରୁ ସେ ଚାକିରି ଛାଡ଼ିଛନ୍ତି । କିଛି ଲୋକ ଲାରାଙ୍କ ଏହି ଆପକୁ ପ୍ରଶଂସା କରିଛନ୍ତି ।

ଲାରା ଏଥିପାଇଁ ୩୩୬୫ ଟଙ୍କା ଚାର୍ଜ କରୁଛନ୍ତି । ତେବେ ସେ ଏଥିରେ ରିହାତି ମଧ୍ୟ ପ୍ରଦାନ କରୁଛନ୍ତି । ତାଙ୍କ ଅନୁସାରେ କୌଣସି କାମ ଛୋଟ ନୁହେଁ । ଏପରି ମହଙ୍ଗା ଯୁଗରେ ଭଡ଼ାକୁ ସର୍ବନିମ୍ନ ରଖିବାକୁ ଚେଷ୍ଟା କରିଛି ।