Advertisment

ସବୁକିଛି ଠିକ୍‌ଠାକ୍‌ ଥିଲା, ହେଲେ ହଠାତ୍‌ ଘଟିଲା ଅଘଟଣ: ଲୋକଙ୍କୁ ଘର ଭିତରେ ରହିବାକୁ ପରାମର୍ଶ

କ୍ରେନ୍‌ରୁ ଗୋଟିଏ ଟାଙ୍କି ଖସି ପଡ଼ିବା ଫଳରେ ଉପୁଜିଥିଲା ଭୟଙ୍କର ସ୍ଥିତି। ଏଥିରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Toxic Gas Leak In Jordan

Toxic Gas Leak In Jordan

ଜାହାଜରେ ବୋଝେଇ ହୋଇଥିଲା ଗ୍ୟାସ୍‌ ଭର୍ତ୍ତି ବଡ଼ ବଡ଼ କଣ୍ଟେନର୍। ଆଉ ତା’ ଭିତରେ ଥିଲା ବିଷାକ୍ତ ଗ୍ୟାସ୍। ସବୁକିଛି ଠିକ୍‌ଠାକ୍‌ ଥିଲା। ହେଲେ ହଠାତ୍ ଘଟିଲା ଦୁର୍ଘଟଣା। କ୍ରେନ୍‌ରୁ ଗୋଟିଏ ଟାଙ୍କି ଖସି ପଡ଼ିବା ଫଳରେ ଉପୁଜିଥିଲା ଭୟଙ୍କର ସ୍ଥିତି। ମଧ୍ୟପ୍ରାଚ୍ୟ ଦେଶ ଜୋର୍ଡାନ୍‌ରେ ଏଭଳି ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଛି। ଜୋର୍ଡାନ୍‌ର ଆକ୍ୱାବା ବନ୍ଦରରେ ଏହି ଅଭାବନୀୟ ଘଟଣା ଘଟିଛି।ଏଥିରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। 

Advertisment

ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଘଟଣା କ୍ୟାମେରାରେ କଏଦ୍ ହୋଇଛି। ବିଷାକ୍ତ ଗ୍ୟାସ୍ ଭର୍ତ୍ତି ଟାଙ୍କି ଖସି ପଡ଼ିବା ପରେ ହଳଦିଆ ରଙ୍ଗର ବିଷାକ୍ତ ଗ୍ୟାସ୍ ପୁରା ପରିସରକୁ ମାଡ଼ିଯାଇଥିଲା। ଲୋକମାନେ ପ୍ରାଣ ବିକଳରେ ଏଣେ ତେଣେ ଦୌଡ଼ୁଥଇଲେ। ହେଲେ ଏଥିରୁ ବର୍ତ୍ତି ନପାରି ୧୦ ଜଣଙ୍କ ଜୀବନ ଚାଲି ଯାଇଥିଲା।

Advertisment

ସରକାରଙ୍କ ପକ୍ଷରୁ ଆକ୍ୱାବା ସହରବାସୀଙ୍କୁ ଘର ଭିତରେ ରହିବାକୁ ଏବଂ ଝରକା କବାଟ ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି। ତେବେ କଣ୍ଟେନର୍‌ରେ କେଉଁ ଗ୍ୟାସ୍ ଥିଲା ସେନେଇ କିଛି ସ୍ପଷ୍ଟ କରାଯାଇନଥିବା ବେଳେ, ଏହା କ୍ଲୋରିନ୍ ଗ୍ୟାସ୍ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

Toxic Gas Leak
Advertisment
Advertisment