ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ପୀଠରେ ମାଆଙ୍କୁ ପୂଜାର୍ଚ୍ଚନା ପାଇଁ ଟ୍ରଷ୍ଟ ପକ୍ଷରୁ କୋଭିଡ କଟକଣା ଭିତରେ ସମସ୍ତ ପ୍ରକାର ଆୟୋଜନ କରାଯାଇଛି । ମାଆଙ୍କ ପୀଠରେ କାଳୀପୂଜା ଅବସରରେ ସପ୍ତଦିବସ ବ୍ୟାପି ସପ୍ତମାତୃକା ବେଶରେ ମାଆ ଭଦ୍ରକାଳୀଙ୍କୁ ପୂଜାର୍ଚ୍ଚନା କରାଯିବା ସହ ମନ୍ଦିର ପରିସରରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ
କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀକୁ ଧନତେରସ ପର୍ବ ଭାବରେ ପାଳନ କରାଯାଏ । ଏହି ଦିନ ଧନର ଦେବତା କୁବେର, ମାଆ ଲକ୍ଷ୍ମୀ, ଧନଭନ୍ତରୀ ଏବଂ ଯମରାଜଙ୍କୁ ପୂଜା କରାଯାଏ । ବିଶ୍ୱାସ କରାଯାଏ ଯେ ଏହି ଦିନ କିଛି ଜିନିଷ କ୍ରୟ କଲେ ଶୁଭପ୍ରଦ ହୋଇଥାଏ । ସୁନା, ରୂପା ଏବଂ ଘରର ବାସନ ପାଇଁ କ୍ରୟ କରିବା ସବୁଠାରୁ ଶୁଭଙ୍କର ହୋଇଥାଏ ।
ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ସେଥିପାଇଁ ଦୀପ ପ୍ରସ୍ତୁତରେ ଲାଗି ପଡିଛନ୍ତି ଗୋଟେ ପରିବାର । ପ୍ରଦୁଷଣ ମୁକ୍ତ ଦୀପାବଳୀ ପାଇଁ ନୂଆ ପ୍ରୟାସ କରିଛନ୍ତି କଟକର ରବିନ୍ଦ୍ରନାଥ ଓଝା । ମାଟି ବଦଳରେ ବୈଦ୍ୟଶାସ୍ତ୍ରରେ ଥିବା ପଞ୍ଚଗବ୍ୟ ଆଧାରରେ ପ୍ରସ୍ତୁତ ହେଉଛି ଦୀପ । ପଞ୍ଚଗବ୍ୟ ଅର୍ଥାତ ଗୋବର, ଗୋମୁତ୍ର, ଦହି, ଖୀର ଓ ଘିଅର ମିଶ୍ରଣ କରି ଦୀପ ପ୍ରସ୍ତୁତ କରୁଛନ୍ତି ରବିନ୍ଦ୍ର ଓ ତାଙ୍କ ପରିବାର ।
ଦୀପାବଳୀରେ ଆଜିକାଲି ପ୍ଲାଷ୍ଟିକ ଦୀପ ଓ ଲିଚୁ ଲାଇଟ୍ ବହୁଳ ବ୍ୟବହାର ବୃଦ୍ଧି ପାଉଛି । ଧୀରେ ଧରେ କମୁଛି ମାଟି ଦୀପର ଚାହିଦା । ଏଥିପାଇଁ ଆସ୍ତେ ଆସ୍ତେ କୁମ୍ଭକାର ପରିବାରର କୌଳିକ ବ୍ୟବସାୟ ବୁଡିବାକୁ ବସିଲାଣି । ହେଲେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରହୁଥିବା ହାତ ଗଣତି କୁମ୍ଭକାର ପରିବାର କୌଳିକ ବୃତ୍ତି ବଞ୍ଚାଇ ରଖିବାକୁ ପ୍ରୟାସ କରୁଛନ୍ତି ।
ଆଉ କିଛି ଦିନ ବାକି ରହିଲା ଆଲୋକର ପର୍ବ ଦୀପାବଳି। ଘରେ ଘରେ ଜଳିବ ମାଳ ମାଳ ଦୀପ । ଦୀପର ଆଲୋକରେ ଦୂରେଇ ଯିବ ଅନ୍ଧକାର । ଏହି ଅବସରରରେ ଦୀପ ପ୍ରସ୍ତୁତିରେ ଲାଗିପଡିଛିନ୍ତି କାରିଗର । କୁମ୍ଭାରମାନେ ଦୀପାବଳି ପାଇଁ ଭଳି କି ଭଳି ଦୀପ ତିଆରି କରିବାରେ ଲାଗିପଡିଛନ୍ତି । ବିଭିନ୍ନ ପ୍ରକାରର ଦୀପ ତିଆରି କରି ସେମାନେ ନିଜ ପରିବାର ପ୍ରତିପୋଷଣ କରନ୍ତି ।
ପର୍ବ ପର୍ବାଣୀର ଦେଶ ଭାରତ। ଭାରତବାସୀ ବର୍ଷସାରା କିଛି ନା କିଛି ପର୍ବ ପାଳିଥାନ୍ତି। ତେବେ ଅନେକ ଜାତି-ଧର୍ମର ଦେଶ ଭାରତରେ ଲୋକେ ନିଜ ନିଜ ପରମ୍ପରା ଅନୁସାରେ ବିଭିନ୍ନ ପର୍ବ ପାଳିଥାନ୍ତି। ଏହିସବୁ ପର୍ବପର୍ବାଣୀ ଭିତରୁ ଏମିତି ଅନେକ ପର୍ବ ଅଛି ଯାହା ଅତ୍ୟନ୍ତ ଲୋକପ୍ରିୟ, ଯାହାକୁ ସାରା ଭାରତରେ ପାଳନ କରାଯାଏ। ସେହିସବୁ ପର୍ବଗୁଡିକ ଭିତରେ ଆଲୋକର ପର୍ବ ଦୀପାବଳୀ ଅନ୍ୟତମ। ବର୍ତ୍ତମାନ ଭାରତବର୍ଷ ଦୀପାବଳୀର ପ୍ରସ୍ତୁତିରେ।
ଗଛ ସହିତ ଗଛର ବିବାହ । ବରଗଛ ସହିତ ଓସ୍ତଗଛର ନିଆରା ବିବାହ ହୋଇଛି । କେହି କେହି ଆଗରୁ ଦେଖିଥିବେ ଏପରି ବିବାହ
ଦୀପାବଳୀରେ ସମଗ୍ର ଭାରତରେ ଦିବ୍ୟ ଜନନୀଙ୍କର ନାନା ରୂପରେ ପୂଜା କରାଯାଏ । କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ମଧ୍ୟ ରାତ୍ରୀରୁ ଦେବୀଙ୍କର ପୂଜା ହୁଏ । ଆମ ଦେଶରେ ବଙ୍ଗଳା, ଆସାମ, ଓଡ଼ିଶା ଓ ବିହାରରେ ଦୀପାବଳୀ ମାଆ କାଳୀଙ୍କ ପୂଜା କରାଯାଏ । ବିଶେଷ କରି, ଉତ୍ତର ଭାରତରେ ମହାଲକ୍ଷ୍ମୀଙ୍କ ରୂପରେ ଦେବୀଙ୍କ ଆରାଧନା କରାଯାଏ । କିମ୍ବଦନ୍ତୀ ଅନୁସାରେ ବିଭିନ୍ନ ଯୁଗରେ ଦୀପାବଳୀକୁ ନେଇ ଭିନ୍ନ ମହତ୍ୱ ରହିଛି ।
ଆଲୋକର ପର୍ବ ଦୀପାବଳୀ । ହିନ୍ଦୁ ଧର୍ମରେ ଦୀପାବଳିର ଅନେକ ମହତ୍ତ୍ୱ ଅଛି । ହିନ୍ଦୁ ମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ଯାହା ଘରେ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ । ଦୀପାବଳି ଦିନ ମା’ ଲକ୍ଷ୍ମୀ ଘରେ ପ୍ରବେଶ କରନ୍ତି ବୋଲି କୁହାଯାଏ । ତେବେ ଦୀପାବଳୀକୁ ନେଇ ଶାସ୍ତ୍ରରେ ବିଭିନ୍ନ କଥା ପ୍ରଚଳିତ ଅଛି । ଦୀପାବଳି ଦିନ କିଛି ଜୀବଜନ୍ତୁ ନଜର ଆସିଲେ ଏହା ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ ବୋଲି କୁହାଯାଏ ।
ଆଜିଠୁ ଧର୍ମ ମାସ କାର୍ତ୍ତିକ ଆରମ୍ଭ ହୋଇଛି। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ରାଧା ଦାମୋଦର ବେଶ ଦର୍ଶନ ସହ କାର୍ତ୍ତିକ ବ୍ରତ ପାଳନ ପାଇଁ ହଜାର ହଜାର ହବିଷ୍ୟାଳି ଶ୍ରୀକ୍ଷେତ୍ରକୁ ଆସିଥାନ୍ତି। କିନ୍ତୁ କରୋନା ପାଇଁ ସରକାର କଟକଣା ଜାରି କରିଥିବାରୁ ଏଥର ସେତେଟା ଭିଡ଼ ନାହିଁ।
ଆସନ୍ତାକାଲିଠୁ ଆରମ୍ଭ ହେଉଛି ଧର୍ମ ମାସ କାର୍ତ୍ତିକ। ଏହି ସମୟରେ ଶ୍ରୀକ୍ଷେତ୍ରରେ ଭକ୍ତ ହାଉଜାଉ ହେବା କଥା। ବିଶେଷ କରି ମହିଳା ଭକ୍ତ, କାରଣ କାର୍ତ୍ତିକ ବ୍ରତ କରି ସବୁ ଦିନ ଶ୍ରୀଜିଉଙ୍କ ରାଧା ଦାମୋଦର ବେଶ ଦେଖିବା ଓ ମହାପ୍ରସାଦ ପାଇବା କାହା ଭାଗ୍ୟରେ ଥାଏ
ଆଜି କୁମାର ପୂର୍ଣ୍ଣିମା। ଗତ କାଲିଠାରୁ ଆରମ୍ଭ ହୋଇସାରିଛି ଗଜଲକ୍ଷ୍ମୀ ପୂଜା। କୋଭିଡ୍ କଟକଣା ସହ ମଣ୍ଡପରେ ଚାଲିଛି ମାଆ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା। ଢେଙ୍କାନାଳ ସହରରେ ଚଳିତ ବର୍ଷ ମୋଟ ୩୮ଟି ମଣ୍ଡପରେ ପୂଜା ଆୟୋଜନ କରାଯାଇଛି
କୋଭିଡ୍ କଟକଣା ସହ ବିନା ଭକ୍ତରେ ବିରାଜିଲେ ଗଜଲକ୍ଷ୍ମୀ। ଢେଙ୍କାନାଳ ସହରରେ ଚଳିତ ବର୍ଷ ମୋଟ ୩୮ଟି ମଣ୍ଡପରେ ପୂଜା ଆୟୋଜନ କରାଯାଇଛି। ତେବେ କୋଭିଡ୍ କଟକଣା ପାଇଁ ମଣ୍ଡପରେ କେବଳ ରୀତିନୀତି ଛଡ଼ା ଭକ୍ତଙ୍କ ଭିଡ଼ ଜମିନି।
ଗୋଟିଏ ସ୍ଥାନରେ ମିଳିପାରିବ ଶାସ୍ତ୍ରୀୟ ନୃତ୍ୟର ଶିକ୍ଷା । ଓଡ଼ିଶୀର ସମସ୍ତ କଳା କୌଶଳ, ପୁରାତନ ଗୁରୁଙ୍କ କାଳଜୟୀ କଳାର ସମାହାର ସାଙ୍ଗକୁ ଏ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ନୃତ୍ୟର ଚାତୁରୀ । ରାଜ୍ୟର ଦିବଙ୍ଗତ ଓଡ଼ିଶୀ ଗୁରୁମାନଙ୍କ ନୃତ୍ୟ ଓ ସଙ୍ଗୀତ ଉଦ୍ଜୀବିତ କରିବାକୁ ଯାଉଛି ରାଜ୍ୟ ସଂସ୍କୃତି ବିଭାଗ ଓ ଗୁରୁ କେଳୁ ଚରଣ ମହାପାତ୍ର ଓଡିଶୀ ଗବେଷଣା ପ୍ରତିଷ୍ଠାନ ।
ଅକ୍ଟୋବର-ନଭେମ୍ବର ପାଇଁ ଆସିଲା ନୂଆ ପୂଜା ଗାଇଡଲାଇନ। ଅକ୍ଟୋବର -ନଭେମ୍ବର ମାସର ପୂଜା ବିଶେଷ କରି ଲକ୍ଷ୍ମୀ ପୂଜା, କାଳୀ ପୂଜା, କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗାଇଡଲାଇନ ଜାରି କରିଛି ବିଏମ୍ସି। BMC ଅଧୀନରେ ପୂଜା ପାଇଁ କମିଶନରେଟ ପୋଲିସର ଅନୁମତି ଲୋଡ଼ା। ସେହିପରି ମଣ୍ଡପ/ପେଣ୍ଡାଲରେ ପୂଜା ବେଳେ ଶ୍ରଦ୍ଧାଳୁଙ୍କୁ ଯିବା ଉପରେ କଟକଣା ରହିଛି।
ମା ଗଜଲକ୍ଷ୍ମୀଙ୍କର ପୂଜାରେ ଲାଗିଛି କରୋନା କଳଙ୍କ। କେବଳ ବିଧିରକ୍ଷା ପାଇଁ ମଣ୍ଡପରେ ଚାଲିଛି ପୂଜା
ଆସନ୍ତାକାଲି ମା’ ଗଜଲକ୍ଷ୍ମୀଙ୍କ ପୂଜା । ଧରାପୃଷ୍ଠକୁ ଧରାବତରଣ କରିବେ ଧନର ଦେବୀ ମା' ଲକ୍ଷ୍ମୀ । ଏଥିପାଇଁ ତୁଳସୀ କ୍ଷେତ୍ର କେନ୍ଦ୍ରାପଡାରେ ପ୍ରସ୍ତୁତି ଶେଷ ପର୍ଯ୍ୟାରେ ପହଞ୍ଚିଛି ।
ଉତ୍ତର ପ୍ରଦେଶ୍ରେ ବେଶ୍ ଧୂମଧାମ୍ରେ ପାଳନ କରାଯାଉଛି ରାବଣ ପୋଡି ଉତ୍ସବ । ବାଣ ଆଲୋକରରେ ଝଲସୁଛି ଆକାଶ ।
ଆଜି ମହାପ୍ରଭୁ ରାଧା ଦାମୋଦର ବେଶରେ ଦର୍ଶନ ଦେଉଛନ୍ତି..ଦଶହରାରେ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ପାଇ ନ ଥିବା ବେଳେ ଆଜି ଜଗା ଦର୍ଶନ ପାଇଁ ବ୍ୟାକୁଳ ହୋଇପଡ଼ିଛନ୍ତି ଭକ୍ତ..
କରୋନା କଟକଣା ଭିତରେ ନିରାଡ଼ମ୍ବର ଭାବେ ମେଲାଣି ନେଉଛନ୍ତି ମାଆ ଜଗଦଜନନୀ.. କଟକରେ କଣ ସବୁ ବ୍ୟବସ୍ଥା ହେଇଛି ଦେଖନ୍ତୁ..
କରୋନା ପାଇଁ ଏଥର ବିନା ଆଡ଼ମ୍ବରରେ ଯାଉଛନ୍ତି ମାଆ ମହାମାୟା…
ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି.. ରାଧା ଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜି.. ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ..
ସରିଲା ଦଶହରା, ଆଜି ମାଆଙ୍କ ମେଲାଣି.. ବିନା ଆଡ଼ମ୍ବରରେ, ବିନା ବାଜାବାଣରେ ମାଆ ମେଲାଣି ନେବେ.. ସବୁ ଏ କରୋନା ସଂକ୍ରମଣ ପାଇଁ..
ସରିଲା ଦଶହରା। ଆଜି ମା’ଙ୍କ ମେଲାଣି। କରୋନା ପାଇଁ ଏଥର ବାଜାବାଣ ମନା। ତେଣୁ ନିରାଡମ୍ବର ଭାବେ ଭସାଣ ଉତ୍ସବ ଲାଗି ସବୁଠି ପ୍ରସ୍ତୁତି ହୋଇଛି। ଭୁବନେଶ୍ୱରରେ ଭସାଣ ପାଇଁ ୫ଟି ଅସ୍ଥାୟୀ ପୋଖରୀ।
ଆଜି ପବିତ୍ର ବିଜୟା ଦଶମୀ ଅବସରରେ ପଶ୍ଚିମବଙ୍ଗ ବୀରଭୂମରେ ମହିଳାମାନେ ଧୂମଧାମରେ ଉତ୍ସବ ପାଳନ କରିଛନ୍ତି.. ପରମ୍ପରା ଅନୁଯାୟୀ ମହିଳାମାନଙ୍କ ସିନ୍ଦୁର ଖେଳ ଦେଖନ୍ତୁ.