• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ମହାପ୍ରୟାଣ ଦିବସରେ ଗାନ୍ଧୀଙ୍କ ଉପରେ ଲିଖିତ ପୁସ୍ତକର ଉନ୍ମୋଚନ

ସାରା ଦେଶରେ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯାଉଛି । ଦିଲ୍ଲୀ ରାଜଘାଟ ସ୍ମୃତି ପୀଠରେ ପୂର୍ବ ବର୍ଷ ଭଳି ଏଥର ବି କରୋନା କଟକଣାରେ ସ୍ମୃତି ସଭା ଆୟୋଜନ ହୋଇଛି । ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସରେ ଗାନ୍ଧୀଙ୍କ ଉପରେ ଲିଖିତ ପୁସ୍ତକର ଉନ୍ମୋଚନ ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନରେ ଏହି ବହିର ଉନ୍ମୋଚନ କରିଛନ୍ତି । ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱ ନେବାର କୌଶଳ ଏବଂ ପରିଚାଳନାଗତ ଦକ୍ଷତା କିପରି ଉନ୍ନତ ଥିଲା, ତାକୁ ଏହି ବହିରେ ସ୍ଥାନ ଦିଆଯାଇଛି ।

ପ୍ରଫେସର ନିରଞ୍ଜନ ପାଣି ଓ ଡଃ ଦେବାଶିଷ ଭୂୟାଁ ବହିଟିକୁ ଲେଖିଛନ୍ତି । ପ୍ରଫେସର ନିରଞ୍ଜନ ପାଣି ହେଉଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ଅଧ୍ୟାପକ । ଏବେ ସେ ପବ୍ଲିକ୍ ଆଫାୟାର୍ସ ଆଣ୍ଡ ଗୁଡ୍ ଗଭର୍ଣ୍ଣାନ୍ସ ପତ୍ରିକାର ଆସୋସିଏଟ୍ ଏଡିଟର ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ ଗାଇଡାନ୍ସରେ ୨୪ ଜଣ ମେଧାବୀ ଛାତ୍ର ପିଏଚ୍ଡି ଡିଗ୍ରୀ ଲାଭ କରିଛନ୍ତି । ପ୍ରଫେସର ନିରଞ୍ଜନ ପାଣି ଏହାକୁ ମିଶାଇ ଅନେକ ପୁସ୍ତକ ଲେଖିସାରିଲେଣି । ସେହିପରି ଡଃ ଦେବାଶିଷ ଭୂୟାଁ ହେଉଛନ୍ତି ଜଣେ ସମାଜସେବୀ ଏବଂ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣୀତ

୧୯୪୮ ଆଜିର ଦିନରେ ସାରା ଦେଶକୁ ସ୍ତବ୍ଧ କରିବା ଭଳି ଘଟଣା ଘଟିଥିଲା । ଦିଲ୍ଲୀ ବିର୍ଲା ହାଉସ୍ରେ ଅତି ନିର୍ମମ ଭାବେ ବାପୁଙ୍କୁ ହତ୍ୟା କରିଥିଲା ନାଥୁରାମ ଗଡ଼ସେ । ହେ ରାମ କହି ବାପୁ ଆଖି ବୁଜିଥିଲେ । ସେ ସିନା ଚାଲିଗଲେ ହେଲେ ଭାରତୀୟଙ୍କ ମନରେ ଆଜି ବି ଜୀବିତ ଗାନ୍ଧିଙ୍କ ଅହିଂସା ଓ ଆଦର୍ଶ । ଆଜି ସମାଜ ଓ ସାରା ଦେଶ ତାଙ୍କ ପଥକୁ ଅନୁସରଣ କରୁଛି ଓ ଦିଶାରେ ଆଗକୁ ବଢ଼ୁଛି ।