Advertisment

କରୋନା ପାଇଁ ମାନ୍ଦା ପଡିଲା ମକର ମଉଜ

ଆଜି ପବିତ୍ର ମକର ସଂକ୍ରାନ୍ତି । ଆଜିର ଦିନର ଅନେକ ମହତ୍ୱ ରହିଛି । ଆଜିର ଦିନରେ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ଚଳନ କରନ୍ତି । ଆଜିଠାରୁ ଦିନ ବଡ଼ ହୋଇଥାଏ । ଆଜିର ଦିନରେ ବହୁ ଶ୍ରଦ୍ଧାଳୁ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିଥାନ୍ତି । କିନ୍ତୁ ଏଥର ମକର ମଉଜ ମାନ୍ଦା ପଡିଛି । କରୋନା କଟକଣା ପାଇଁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ମକର ପାଳନ ଉପରେ କଟକଣା ଜାରି କରାଯାଇଛି ।

author-image
Pallipuspa Samal
ଅଦ୍ୟତନ ହୋଇଛି
makara sakranti

makara sakranti

ଫିକା ପଡିଛି ମକର ସଂକ୍ରାନ୍ତି । ନା ସାର୍ବଜନୀନ ଭାବେ ପର୍ବ ପାଳନ କରିହେବ, ନା ମକର ବୁଡ଼ ପକାଇ ହେବ । କରୋନାର କାୟା ବିସ୍ତାର ଭିତରେ ରାଜ୍ୟରେ ଉତ୍ସବ, ପର୍ବପର୍ବାଣୀ ପାଳନ ଉପରେ କଟକଣା ଜାରି କରିଛନ୍ତି ଏସ୍ଆର୍ସି ଏଥିରେ ମେଳାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ମକର ପାଳନ ଉପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି ।

Advertisment

ମକର ସଂକ୍ରାନ୍ତି ଏହି ଅବସରରେ ଶ୍ରୀମନ୍ଦିରରେ ପାଳନ ହେଉଛି ମହାପ୍ରଭୁଙ୍କର ମକରନୀତି । ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ଆଜି ଭୋରରୁ ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ନୀତି ବଢ଼ିବା ପରେ ଶ୍ରୀଜିଉଙ୍କର ପଟା ପହରଣ ଲାଗି କରାଯାଇଥିଲା । ଏହାପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଥିଲା । ଏହାପରେ କର୍ପୂର ଲାଗି ହୋଇ ଶ୍ରୀବିଗ୍ରହଙ୍କର ବେଶ ବଢ଼ିଥିଲା ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଜିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ । ଏହି ଅବସରରେ ମାଳଚୂଳ ଅଳଙ୍କାର ପିନ୍ଧି ମକର ଚୌରାସୀ ବେଶରେ ସଜିତ ହୋଇଛନ୍ତି ଶ୍ରୀଜିଉ । ଗତ ରାତିରୁ କୁମ୍ଭାରପଡ଼ା ଆଲାମଚଣ୍ଡୀ ମନ୍ଦିର ପକ୍ଷରୁ ପାଞ୍ଚଟି ମକର ତାଡ ଯୋଗାଇ ଦିଆଯାଇଛି । କୋଭିଡ୍ କଟକଣା ଯୋଗୁ ଶ୍ରୀମନ୍ଦିର ବନ୍ଦ ରହିଥିବାରୁ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରି ନ ପାରି ନିରାଶା ହୋଇଛନ୍ତି॥

Advertisment

ମକର ସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପାଇଁ ଗଞ୍ଜାମ ଜିଲ୍ଲାର ସମୁଦ୍ର ବେଳାଭୂମି ବନ୍ଦ ରଖାଯାଇଛି ୧୭ ତାରିଖ ପଯର୍ୟନ୍ତ ଗୋପାଳପୁର, ସୋନପୁର ଓ ଅନ୍ୟ ବେଳାଭୂମି ବନ୍ଦ ରହିବ ବୋଲି ଜିଲ୍ଲାପାଳ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ମକର ସଂକ୍ରାନ୍ତି ଅବସରରେ ଚିଲିକାର ମାଆ କାଳୀଜାଇଙ୍କ ପୀଠରେ ପ୍ରବଳ ଜନଗହଳି ହୋଇଥାଏ । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାରେ ୧୪୪ ଧାରା ଜରି କରାଯାଇଥିବେଳେ , କେବଳ ମନ୍ଦିରରେ ନୀତିକାନ୍ତି ପାଇଁ ଅନୁମତି ଦିଆଯାଇଛି

ସେହିପରି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ମନ୍ଦିର ପରିସରରେ ସାଧାରଣ ଦର୍ଶନ ବାରଣ କରାଯିବା ସହିତ ୧୪୪ ଧାରା ଜାରି କରାଯାଇଛି କେବଳ ଧାର୍ମିକ ଅନୁଷ୍ଠାନରେ ସର୍ବନିମ୍ନ ପୂଜକ, ସେବକଙ୍କୁ ନେଇ ନୀତିକାନ୍ତି ଆୟୋଜନ ପାଇଁ ଅନୁମତି ମିଳିଛି ଲୋକମାନଙ୍କୁ ଘରେ ରହି ପୂଜା କିମ୍ବ ଅନ୍ୟାନ୍ୟ ଧାର୍ମିକ ରୀତିନୀତି କରିବାକୁ ପରାମର୍ଶ ଦିଆଯାଇଛି

Restrictions For Makar Sankranti
Advertisment
Advertisment