• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

yello-2
ଉତ୍ତର କୋରିଆକୁ ୟେଲୋ ଡଷ୍ଟ୍ ଭୟ

ନୂଆଦିଲ୍ଲୀ: ୟେଲୋ ଡଷ୍ଟ୍ ପ୍ରଭାବରୁ ବର୍ତ୍ତିବା ପାଇଁ ଉତ୍ତର କୋରିଆ ସରକାର ଲୋକମାନଙ୍କୁ ଘରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଚୀନକୁ ଲାଗି ରହିଥିବା ଉତ୍ତର କୋରିଆରେ ଏ ପର୍ଯ୍ୟନ୍ତ କେହି କୋଭିଡରେ ଆକ୍ରାନ୍ତ ହୋଇନାହାନ୍ତି। ଦେଶର ସୀମାକୁ ସିଲ କରିଦିଆଯାଇଛି। ତେବେ ଉତ୍ତର କୋରିଆ ସରକାରଙ୍କୁ ଏବେ ୟେଲୋ ଡଷ୍ଟ ର ଭୟ ଘାରିଛି । ତେବେ କଣ ଏହି ୟୋଲୋ ଡଷ୍ଟ୍ ଆସନ୍ତୁ ଜାଣିବା। ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ଚୀନ ପଟୁ ଉତ୍ତର […]

  • Friday, 02 July 2021
frming
ଚାକିରିଆ ଦମ୍ପତିଙ୍କୁ ଘାରିଛି ଚାଷ ନିଶା

କାମାକ୍ଷାନଗର(ବିଦ୍ୟାଧର ବରାଳ): ଦିନକୁ ଦିନ ଚାଷରୁ ମୁହଁ ବୁଲେଇବାରେ ଲାଗିଛନ୍ତି ଚାଷୀ। କିନ୍ତୁ ଚାକିରିଆ ଲୋକଙ୍କର ଏହା ଏକ ସଉକ ପାଲଟିଗଲାଣି। ନିକଟରେ  ଜଣେ ଚାକିରିଆ ଦମ୍ପତିଙ୍କ ଚାଷ ପ୍ରେମରେ ପଡିଥିବା ଦେଖାଦେଇଛି। ଦୁହେଁ ଜୈବିକ ଉପାୟରେ ଚାଷ କରୁଛନ୍ତି। ଏଥିପାଇଁ ସେ ଅନେକ ସୁନାମ ମଧ୍ୟ ଅର୍ଜନ କରିଛନ୍ତି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଟାବାହଳ ଗାଁର ଚାକିରିଆ ଦମ୍ପତି ତପନ କୁମାର ପ୍ରଧାନ ଏବଂ ସ୍ମିତା ପ୍ରଧାନ। ସ୍ୱାମୀ ତପନ ପେଷାରେ ଜଣେ ଫାର୍ମା […]

  • Friday, 02 July 2021
Sinc-pkg
ପାନ ଦୋକାନୀଙ୍କ ପୁଅ ହେବେ ବୈଜ୍ଞାନିକ

ଚୌଦ୍ୱାର (ପ୍ରକାଶ କୁମାର ନାୟକ) : ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିଯାଏ। ଆଉ କଠିନ ପରିଶ୍ରମ ସମସ୍ତ ଅସମ୍ଭବକୁ ସମ୍ଭବ କରି ଦେଖାଏ। ଏବେ ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଶଙ୍କରପୁର ଗ୍ରାମର ସୁବାଶିଷ। ଆଇଜର୍‌ରେ ସେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ସୁବାଶିଷଙ୍କ ବାପା ଜଣେ ପାନ ଦୋକାନୀ। ସେ ଏକ ଛୋଟିଆ ପାନ ଦୋକାନ କରି ପରିବାର ଚଳାଉଥିବା ବେଳେ ପୁଅ କିନ୍ତୁ ପାଠ ପଢି […]

  • Friday, 02 July 2021
Puri
ଦିଆସିଲି କାଠିରେ ଯୁବକ ତିଆରି କଲେ କାଳିଆ ମୂର୍ତ୍ତି

ପୁରୀ: କରୋନା ପାଇଁ ଜଗତର ନାଥ ଜଗନ୍ନାଥଙ୍କର ଦର୍ଶନ ମିଳୁନି। ସମୁଦ୍ର କୂଳକୁ ଯିବା ପାଇଁ ଯଦିଓ ଅନୁମତି ମିଳିଯାଇଛି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ମନା ହୋଇଛି। ଏହି ସମୟରେ ଜଣେ ଯୁବକ ଦିଆସିଲି କାଠିରେ ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରିଛନ୍ତି। ପୁରୀ କୁମ୍ଭାରପଡ଼ା ଅଞ୍ଚଳର ଯୁକ୍ତ ତିନି ପ୍ରଥମ ବର୍ଷରେ ପଢୁଥିବା ଛାତ୍ର ଶାଶ୍ୱତ ରଞ୍ଜନ ସାହୁ  ୭୮୮୧ ଖଣ୍ଡ ଦିଆସିଲି କାଠିରେ ର୍ନିମାଣ କରିଛନ୍ତି ଜଗନ୍ନାଥଙ୍କ ମୂର୍ତ୍ତି। ଯେଉଁଥିପାଇଁ ଆଖ ପାଖ ଲୋକ […]

  • Friday, 02 July 2021
corea-pic
ଉତ୍ତର କୋରିଆ ଜେଲ୍‌ରେ ଏମିତି ଦଣ୍ଡ ପାଆନ୍ତି କଏଦି

ନୂଆଦିଲ୍ଲୀ: ଉତ୍ତର କୋରିଆରେ ଆଇନ ବ୍ୟବସ୍ଥା କେମିତି? ଭାରତଠୁ ଏହା କେତେ ଭିନ୍ନ? ନିକଟରେ ଉତ୍ତର କୋରିଆର ଜେଲ୍‌ ସମ୍ପର୍କରେ ଆସିଥିବା ଏକ ରିପୋର୍ଟ ବୟାନ୍‌ କରେ ଯେ ଏଠାରେ ଜେଲ୍‌ରେ ରହୁଥିବା କଏଦି ମାନଙ୍କୁ ଅମାନୁଷିକ ବ୍ୟବହାର କରାଯାଏ। ଆମେରିକାର ହ୍ୟୁମାନ୍ ରାଇଟ୍ସ ୱାଚ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଏଠାରେ ଲୋକମାନଙ୍କୁ ଛୋଟ ଛୋଟ ଭୁଲ୍‌ ପାଇଁ ମଧ୍ୟ କଠୋର ଦଣ୍ଡ ମିଳିଥାଏ। ଉତ୍ତର କୋରିଆର ଅପରାଧିକ ନ୍ୟାୟ ବ୍ୟବସ୍ଥା ବିଷୟରେ […]

  • Friday, 02 July 2021
7am-DURGA-IN-ICE-CREAM-STICK
ଆଇସ୍‌କ୍ରିମ୍‌ କାଠିରେ ତିଆରି ହେଇଛି ମା' ଦୁର୍ଗାଙ୍କ ପ୍ରତିମୂର୍ତ୍ତି

ପୁରୀ: ଶିଳ୍ପୀର ହାତ କେତେବେଳେ ନନ୍ଦିଘୋଷ ରଥରେ ଶ୍ରୀଜଗନ୍ନାଥଙ୍କୁ ବିରାଜମାନ କରେ ତ କେତେବେଳେ ବିଦ୍ୟାଦାତା ଗଣେଶଙ୍କ ମୂର୍ତ୍ତ ଗଢେ। ଏବେ ଶାରଦୀୟ ଦୁର୍ଗା ପୂଜା ଅବସରରେ ଜଣେ ଶିଳ୍ପୀ ଅଛନ୍ତି ଯେ ଆଇସ୍‌କ୍ରିମ୍‌ କାଠିରେ ମାଆ ଦୁର୍ଗାଙ୍କ ପ୍ରତିମୂର୍ତ୍ତି କରିଛନ୍ତି। ଦଶହରାରେ ମାଆଙ୍କ ଦର୍ଶନ ହେଇପାରୁନି। ଚଳିତ ବର୍ଷ ଦଶହରାରେ ମାଆଙ୍କ ମୂର୍ତ୍ତି କରି ଏହି ଶିଳ୍ପୀ ଜଣଙ୍କ ମହିଷାସୁର ରୂପୀ କରୋନାକୁ ବଧ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି। ପୁରୀର ବିଶ୍ୱଜିତ ନାୟକ ୬ଦିନର […]

  • Friday, 02 July 2021
Seba
ରାସ୍ତା କଡର ମଣିଷଙ୍କୁ ଖିଅର କରୁଛନ୍ତି, ଗାଧୋଇ ଦେଉଛନ୍ତି ଶିକ୍ଷିତ ଯୁବଗୋଷ୍ଠୀ

ନୟାଗଡ(ଆର୍ତ୍ତତ୍ରାଣ ପ୍ରଧାନ): ମାନବ ସେହା ହିଁ ମାଧବ ସେବା। ଆର୍ଥାତ୍‌ ମଣିଷ ମାନଙ୍କ ସେବା କରିବା କେଉଁଠିନା କେଉଁଠି ଭଗବାନ୍‌ଙ୍କ ସେବା କରିବାକୁ ବୁଝାଏ। ଆଉ ଏକଥାକୁ ଗ୍ରହଣ କରି ଜୀବନରେ ଆଗକୁ ବଢିଚାଲିଛନ୍ତି ନୟାଗଡର କିଛି ଶିକ୍ଷିତ ଯୁବକ। ଏମାନଙ୍କର କାମ ହେଉଛି, ରାସ୍ତାରେ ବୁଲୁଥିବା ଭିକାରୀ ଏବଂ ମାନସିକ ବିକୃତ ରୋଗିଙ୍କ ଦାଢି ଚୁଟି କାଟି ସେମାନଙ୍କୁ ଗାଧେଇଦେବା। କରୋନା ମହାମାରୀ ସମୟରେ ଏମିତି ନିଆରା କାର୍ଯ୍ୟକରୀ ଚର୍ଚ୍ଚାରେ ଏହି ଯୁବଗୋଷ୍ଠୀ। ପେସାରେ ଏହି […]

  • Friday, 02 July 2021
Dog
ବୁଲା କୁକୁରଙ୍କ ପ୍ରେମରେ ବନ୍ଧା ସସ୍ମିତା

ସୁନ୍ଦରଗଡ: କୁକୁର ଦେଖିଲେ ଲୋକମାନେ ନାକ ଟେକନ୍ତି। ଗାଁ ଗହଳିରେ କୁକୁର ଯାଉଥିବା ସ୍ଥାନକୁ ଲୋକେ ପାଣି ପକାଇ ପରିସ୍କାର କରନ୍ତି।  କିନ୍ତୁ ସେହି ଗାଁ ଗହଳି ପରିବେଶରେ ରହି କୁକୁରଙ୍କ ମାଆ ସାଜିଯାଇଛନ୍ତି ଜଣେ ମହିଳା। ସୁନ୍ଦରଗଡ ବ୍ରାହ୍ମଣପଡାର ସସ୍ମିତା ଯୋଶୀ ବୁଲା କୁକୁରଙ୍କୁ ଘରକୁ ଆଣି ଆଶ୍ରୟ ଦେଉଛନ୍ତି। କୁକୁରମାନଙ୍କୁ ବଡ ଯତ୍ନର ସହ ସେ ଲାଳନପାଳନ କରୁଛନ୍ତି। ଗୋଟିଏ କି ଦୁଇଟି ନୁହେଁ ଛୋଟ ବଡ ମିଶାଇ ୨୦ରୁ ଅଧିକ କୁକୁରଙ୍କୁ ସେ […]

  • Friday, 02 July 2021
pic-op
କୋଟିଏରୁ ଅଧିକ ଟଙ୍କାରେ ସଜ୍ଜିତ ହୋଇଛନ୍ତି ପରମେଶ୍ୱରୀ ଦେବୀ

ନୂଆଦିଲ୍ଲୀ: ଭବ୍ୟ ଓ ଅତି ଆଡମ୍ବରରେ ପାଳିତ ହୋଇଛି ତେଲେଙ୍ଗାନାର କନକ ପରମେଶ୍ୱରୀ ଦେବୀଙ୍କ ଦଶହରା ଉତ୍ସବ। ଏଠାରେ ମା’ଙ୍କୁ ସଜ୍ଜିତ କରିବା ପାଇଁ ଆୟୋଜକମାନେ ଏକ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ପୁରା ନିଆରା ଢଙ୍ଗରେ ଏଠାରେ ମାଆଙ୍କର ପୂଜା ହୋଇଛି। ସବୁଠୁ ନିଆରା କଥା ହେଉଛି ଏଠାରେ ମାଆଙ୍କ ହାର ଏହଂ ଆଖ ପାଖରେ ସଜାଯାଇଥିବା ଫୁଲ ଟଙ୍କାରେ ତିଆରି ହୋଇଛି। ୧୦ ଟଙ୍କିଆ, ୨୦ ଟଙ୍କିଆ, ୫୦ଟଙ୍କିଆ, ୧୦୦ଟଙ୍କିଆ ଏବଂ ୫୦୦ଟଙ୍କିଆ […]

  • Friday, 02 July 2021
piaji-budha
ଗଞ୍ଜାମ ଭଞ୍ଜନଗରରେ ଆଉ ଜଣେ 'ବାବା କା ଢାବା'ର କାହାଣୀ

ବ୍ରହ୍ମପୁର: ଦିଲ୍ଲୀର ‘ବାବା କା ଢାବା’ ବିଷୟରେ ତ ଆପଣ ମାନେ ଜାଣିଥିବେ। ଗତ କିଛିଦିନ ତଳେ ସୋଶାଲ୍‌ ମିଡିଆରେ ଦିଲ୍ଲୀର ବାବାକା ଢାବାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଏହି ଢାବାରେ କାମ କରୁଥିବା ଜଣେ ବୃଦ୍ଧ ଦମ୍ପତି ଢାବାକୁ ଲୋକମାନେ ଖାଇବାକୁ ଆସୁନାହାନ୍ତି ବୋଲି କାନ୍ଦିକି କହିବାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଲୋକମାନେ ତାଙ୍କ ଢାବା ବାହାରେ ଗହଳି କରିଥିଲେ। ସେହି ବାବାଙ୍କ ଢାବା ପରି ଭଞ୍ଜନଗରରେ ମଧ୍ୟ ଏକ […]

  • Friday, 02 July 2021
moon
ଜହ୍ନରେ ମିଳିଲା ପାଣିର ସନ୍ଧାନ

ନୂଆଦିଲ୍ଲୀ: ଚନ୍ଦ୍ର ପୃଷ୍ଠରେ ମିଳିଛି ପାଣିର ସନ୍ଧାନ । ଆମେରିକୀୟ ମହାକାଶ ଗବେଷଣା ସଂସ୍ଥାର ମୁନ୍ ମିଶନରେ ବୈଜ୍ଞାନିକମାନେ ଚନ୍ଦ୍ରରେ ପର୍ଯ୍ୟାପ୍ତ ପାଣି ଥିବା ଦାବି କରିଛନ୍ତି । ଫ୍ଲାଇଙ୍ଗ ଟେଲିସ୍କୋପ ଜରିଆରେ ଚନ୍ଦ୍ରପୃଷ୍ଠର ବିଭିନ୍ନ ଅଂଶକୁ ସମୀକ୍ଷା କରିବା ପରେ ଉତ୍ତର ଓ ଦକ୍ଷିଣ ମେରୁ ନିକଟରେ ଥଣ୍ଡା ବଳୟ ପାଖରେ କାଚ କଣିକା ଭଳି ଜଳର ସନ୍ଧାନ ମିଳିଥିବା ନେଇ ସୋମବାର ଦିନ ନାସା ପକ୍ଷରୁ ପ୍ରକାଶ କରାଯାଇଛି। ଏହାସହ ଚନ୍ଦ୍ରପୃଷ୍ଠରେ ଅଧିକ ଥଣ୍ଡା […]

  • Friday, 02 July 2021
Sisters
ପଞ୍ଚକ ଭାଇ ଭଉଣୀଙ୍କ କାହାଣୀ: ଏକାଠି ଜନ୍ମ ହେଇଥିଲେ ଏବେ ଏକାଠି କରୁଛନ୍ତି ବିବାହ

ନୂଆଦିଲ୍ଲୀ: ଆପଣମାନେ ଯାଆଁଳା ଭାଇ ଭଉଣୀଙ୍କ କଥା ଶୁଣିଥିବେ। କିନ୍ତୁ ପଞ୍ଚକ ଭାଇଭଉଣୀଙ୍କ କଥା ପ୍ରାୟତଃ ଶୁଣିନଥିବେ । ୧୯୯୫ ମସିହା ନଭେମ୍ୱର ମାସରେ ଗୋଟିଏ ଦିନରେ ଜନ୍ମଗ୍ରହଣ କରିଥିଲେ କେରଳର ଗୁରୁବାୟୁରର ୫ଜଣ ଭାଇ ଭଉଣୀ। ନିକଟରେ ଏହି ଭାଇ ଭଉଣୀଙ୍କ ମଧ୍ୟରୁ ୩ଭଉଣୀଙ୍କର ବାହାଘର ହେଇଛି, ସେ ପୁଣି ଗୋଟିଏ ଦିନରେ। ଏହି ଘଟଣା ଏବେ ଗଣମାଧ୍ୟମର ଶିରୋନାମା ପାଲଟିଛି। କେରଳର ପୋଥେନକୋଡରେ ଲହୁଥିବା ରେମାଙ୍କ ପେଟରୁ ଏହି ୫ଜଣଟି ସନ୍ତାନ ଜନ୍ମ ହୋଇଥିଲେ। […]

  • Friday, 02 July 2021
Teacher
ନିଜ ଖର୍ଚ୍ଚରେ ଶିକ୍ଷକ ଶିକ୍ଷୟିତ୍ରୀ ତିଆରି କରୁଛନ୍ତି ପାଠ୍ୟ ଉପକରଣ

ମୟୂରଭଞ୍ଜ: ସୁନ୍ଦର ପରିବେଶ  ଆଉ ତା ସାଙ୍ଗକୁ ସୁନ୍ଦର ଶ୍ରେଣୀ ଗୃହ। ଘରର କାନ୍ଥରେ ସୁନ୍ଦର ଫଟୋଚିତ୍ର। ତାସହ ସ୍କୁଲ୍‌ରେ ରହିଛି ସୁନ୍ଦର ସୁନ୍ଦର ପାଠ୍ୟ ଉପକରଣ। ମୟୂରଭଞ୍ଜ ଜିଲ୍ଲାର କୁଳିଆଣା ବ୍ଲକ ଦୁଵିଲାବେଡା ମାତୃଭାଷା ଭିତ୍ତିକ ବହୁଭାଷୀ ସ୍କୁଲରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ଶ୍ରେଣୀଗୃହ ବାହାରେ ଏକତ୍ର ହୋଇ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତିଆରି କରୁଛନ୍ତି ବିଭିନ୍ନ ପାଠ୍ୟ ଉପକରଣ। ନିକିତି, ବଟକରା, ଧନୁତୀର, ଶଗଡ଼ଗାଡି, ବିଭିନ୍ନ ପ୍ରକାରର ଶସ୍ୟ ଆଉ ତା ସାଙ୍ଗକୁ […]

  • Friday, 02 July 2021
nilagiri home pkg
୩ ବର୍ଷ ହେଲା ପଡୋଶୀ ଘରେ କଟୁଛି ଜୀବନ

ବାଲେଶ୍ୱର: ପର ଘରେ ୩ବର୍ଷ ମୁଣ୍ଡ ଗୁଞ୍ଜିଛନ୍ତି ଗୋଟେ ପରିବାର। ଔପଦା ବ୍ଲକ ଈଶ୍ୱରପୁର ପଞ୍ଚାୟତ ମର୍ଦରାଜପୁର ଗାଁର କାର୍ତ୍ତିକ ରାଉତ ଅର୍ଥ ଅଭାବରୁ ପଡୋଶୀ ଘରେ ରହିଛନ୍ତି। ମର୍ଦରାଜପୁର ଗାଁରେ ତିନି ବର୍ଷ ପୂର୍ବେ ପକ୍କା ରାସ୍ତା ନଥିଲା। ସେତେବେଳେ ପକ୍କା ସଡ଼କରେ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା ହୋଇନଥିବା ଯୋଗୁ ଗାଁରେ ଲୋକଙ୍କ ଘରେ ପାଣି ପଶୁଥିଲା। ପାଣି ପସି କାର୍ତ୍ତକ ରାଉତଙ୍କ ମାଟି ଘର  ଭାଙ୍ଗିଗଲା। ଏଥିରେ ସାଙ୍ଗହୋଇ ରହୁଥିବା ତିନି ଭାଇ […]

  • Friday, 02 July 2021
topper
ବିନା କୋଚିଂରେ ନିଟ୍‌ରେ ଓଡିଶାର ଦ୍ୱିତୀୟ ଟପ୍ପର ହେଲେ ଅମିତ୍‌

ଭୁବନେଶ୍ୱର: ବିନା କୌଣସି କୋଚିଂ କ୍ଲାସ୍ ଏବଂ ସହଯୋଗରେ ଚଳିବ ବର୍ଷ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଖୋର୍ଦ୍ଧାର ଅମିତ ନାରାୟଣ ଦାସ। ମୋଟ ୭୨୦ ନମ୍ବରରୁ ଅମିତ୍‌ ୬୮୬ ନମ୍ବର ରଖିଛନ୍ତି। ଏହି ନମ୍ବର ରଖିବା ଦ୍ୱାରା ଅମିତ୍‌ ଓଡ଼ିଶାରେ ଦ୍ୱିତୀୟ ସବୁଠୁ ଅଧିକ ନମ୍ବର ରଖିଥିବା ଛାତ୍ର ହୋଇଛନ୍ତି। ୧୯ ବର୍ଷୀୟ ଅମିତ୍‌ କେବଳ ନିଟ୍‌ ନୁହେଁ, ଆଇଆଇଟି ଜେଇଇରେ କୃତକାର୍ଯ୍ୟ ହାସଲ୍‌ କରିବା ସହ ନାଇଜର୍‌ରେ ଅଲ୍‌ ଇଣ୍ଡିଆ ୩୦୪ରାଙ୍କ ରଖିଛନ୍ତି। ଆଗକୁ […]

  • Friday, 02 July 2021
diamond-pk
ମୁଦି ତିଆରି କରି ବିଶ୍ୱ ରେକର୍ଡ କଲେ ବ୍ୟବସାୟୀ

ନୂଆଦିଲ୍ଲୀ: ହାଇଦ୍ରାବାଦରେ ଜଣେ ଅଳଙ୍କାର ବ୍ୟବସାୟୀ ଗୋଟିଏ ଅତି ସୁନ୍ଦର ମୁଦି ତିଆରି କରିଛନ୍ତି। ସେ ଏହି ମୁଦିର ନାଁ ରଖିଛନ୍ତି ‘ବ୍ରହ୍ମ ବଜ୍ର କମଳମ୍’। ଏହି ମୁଦିରେ ସେ ୭୮୦୧ ଖଣ୍ଡ ହୀରା ଲଗାଇଛନ୍ତି। ସାଧାରଣତଃ ବ୍ରହ୍ମକମଳ ଫୁଲ ହିମାଳୟରେ ଫୁଟେ। ଏହି ଫୁଲ ପରି ସେ ଏହି ମୁଦି ତିଆରି କରିଛନ୍ତି। ଏହି ମୁଦିରେ ସର୍ବାଧିକ ହୀରା ବ୍ୟବହାର କରାଯାଇଥିବାରୁ ଏହା ଗିନିସ ୱାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛି। ଏହି ମୁଦି ତିଆରି କରିଥିବା […]

  • Friday, 02 July 2021
car 1
କୋଟିଏ ଟଙ୍କାର ଦାମୀ କାର୍‌ ଜାଳିଦେଲେ ୟୁଟ୍ୟୁବର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: କୋଟିଏ ଟଙ୍କାର ମର୍ସିଡିଜ୍‌ କାର୍‌ ଜାଳିଦେଲେ ୟୁଟ୍ୟୁବର। ଏହି ୟୁଟ୍ୟୁବର ନିଜର ୧ କୋଟି ୧୦ ଲକ୍ଷ ଟଙ୍କାର ମର୍ସିଡିଜ୍‌ କାର୍‌ରେ ନିଆଁ ଲଗାଇ ଏହାର ଭିଡିଓ କରି ନିଜେ ସୋସିଆଲ ମିଡିଆରେ ଶେଆର କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ମିଖାଇଲ୍‌ ଲିଟ୍‌ଭିନ୍‌ ନାମକ ଋଷର ଏହି ୟୁଟ୍ୟୁବରଙ୍କ ଫ୍ୟାନ୍ସ ସଂଖ୍ୟା ବହୁତ ଅଧିକ। ୟୁଟ୍ୟୁବରେ ତାଙ୍କର ୪.୯୭ ମିଲିୟନ ସବ୍‌ସ୍କ୍ରାଇବର ଥିବାବେଳେ ଇନ୍‌ଷ୍ଟାଗ୍ରାମରେ ମଧ୍ୟ ତାଙ୍କର […]

  • Friday, 02 July 2021
corona-virus
କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଭୂତାଣୁ !

ନୂଆଦିଲ୍ଲୀ:କରୋନା ଭାଇରସ ସଂକ୍ରମଣକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଯଦିଓ କରୋନାର ମୁକାବିଲା ପାଇଁ ଔଷଧ ଏବଂ ଭାକ୍ସିନ ବାହାର କରିବା ପାଇଁ ଗବେଷକମାନେ ଉଦ୍ୟମ ଜାରି ରଖିଛନ୍ତି ତଥାପି ଏ ଦିଗରେ ସମ୍ପୂର୍ଣ୍ଣ ସଫଳତା ମିଳିନାହିଁ।ଇତିମଧ୍ୟରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି।  କରୋନା ମୁକ୍ତ ବ୍ୟକ୍ତିକୁ ନେଇ ହୋଇଥିବା ଏକ ଅଧ୍ୟୟନରୁ ଜଣାଯାଇଛି, ଏହି ଭାଇରସ ରୋଗୀଙ୍କ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଉଛି।  ଏହାର ପ୍ରଭାବରେ ମଣିଷର […]

  • Friday, 02 July 2021
Costume Designer
ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

ଥିରୁଅନନ୍ତପୁରମ୍‌: ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବାକୁ ଯାଉଛନ୍ତି ଜଣେ ଦିନ ମଜୁରିଆ। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, ଦିନ ମଜୁରିଆ କେମିତି ଆୱାର୍ଡ ପାଇଲେ। ତାହା ହିଁ ବାସ୍ତବତା। କେରଳ ଆଲାପୁଝାର ଅଶୋକାନ ଜଣକ ଘରକୁ ଦିନ ମଜୁରିଆ ଭାବେ କାମ କରିବାକୁ ଯାଉଥିଲେ। ଖବର ପାଇଲେ, ସେ କେରଳ ରାଜ୍ୟ ସରକାରଙ୍କ ଦ୍ୱାରା ଚଳିତ ବର୍ଷର ବେଷ୍ଟ କଷ୍ଟ୍ୟୁମ୍ ଡିଜାଇନର୍ ଆୱାର୍ଡ ପାଇବାକୁ ଯାଉଛନ୍ତି। ରାଜ୍ୟ ସରକାର ତାଙ୍କ ନାଁ ଘୋଷଣା କରିବା ପରେ ସ୍ଥାନୀୟ […]

  • Friday, 02 July 2021
super cyclone
ଆଜିକୁ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା

ଭୁବନେଶ୍ୱର: ସୁ ସୁ ହୋଇ ବହୁଥିଲା ପବନ। ଚମକାଇ ଦେଉଥିଲା ବିଜୁଳି। ତା ସାଙ୍ଗକୁ ଘଡଘଡି ସହ ଝଡ଼ ବର୍ଷା। ଆଜକୁ ଠିକ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା। ସେଦିନ ଥିଲା ୧୯୯୯ ମସିହା ଅକ୍ଟୋବର ୨୯। ସେ ଦିନ ଉପକୂଳ ଓଡ଼ିଶାକୁ ଗ୍ରାସ କରିଥିଲା ମହାବାତ୍ୟା। ଆଉ ପ୍ରକୃତିର କରାଳ କାୟାରେ ଛାରଖାର ହୋଇଯାଇଥିଲା ଅନେକ ପରିବାର। ୧୯୯୯ ମସିହା ଅକ୍ଟୋବର ୨୫ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିଲା ଲଘୁଚାପ। […]

  • Friday, 02 July 2021
gas cylinder booking
କାଲିଠୁ ବଦଳିବ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ବୁକିଂ, ରେଲ୍‌ୱେ ଟାଇମ୍ ଟେବଲ୍‌

ନୂଆଦିଲ୍ଲୀ: ଆସନ୍ତାକାଲି ଏଲ୍‌ପିଜି ସିଲିଣ୍ଡର ବୁକିଂଠୁ ଆରମ୍ଭ କରି ରେଲ୍‌ୱେ ଟାଇମ୍ ଟେବଲ୍‌ ପର୍ଯ୍ୟନ୍ତ‌ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। କାଲିଠୁ ଏହିସବୁ ନିୟମ ବଦଳିବ…. ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ବୁକିଂ ଯଦି ଆପଣ Indane ଗ୍ୟାସ୍‌ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତା’ହେଲେ ଏଣିକି ବୁକିଂ ପାଇଁ ଆପଣଙ୍କୁ ନୂଆ ନମ୍ବର ବ୍ୟବହାର କରିବାକୁ ପଡ଼ିବ। ଇଣ୍ଡିଆନ୍‌ ଅଏଲ୍‌ ଇଣ୍ଡେନ୍‌ ଗ୍ୟାସ୍‌ ବୁକିଂ ନମ୍ବରରେ ପରିବର୍ତ୍ତନ କରିଛି। ଏବେ ଗ୍ରାହକମାନେ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ବୁକିଂ […]

  • Friday, 02 July 2021
benu-mausha
କେତେ ସମ୍ପତ୍ତିର ମାଲିକ ବେଣୁ ମଉସା ?

ବାଲେଶ୍ୱର: ବାଲେଶ୍ୱର ସଦର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପ୍ରଚାର ଦିନକୁ ଦିନ ଜମିବାରେ ଲାଗିଛି। ପ୍ରଥମେ ପାଦରେ ଚାଲି ଚାଲି ପ୍ରଚାର କରୁଥିବା ବେଣୁ ମଉସା, ପରେ ଖୋଲା ଜିପରେ ପ୍ରଚାର କରୁଥିବା ଦେଖିବାକୁ ମିଳିଲା। ତା ପରେ ପରେ ରଥ। ଶେଷରେ ହୋଣ୍ଡା ସିଟି ଗାଡିରେ ବୁଲି ପ୍ରଚାର କଲେ ବେଣୁ ମଉସା। ଏବେ ତାଙ୍କ ପ୍ରଚାର ପାଇଁ ଆଉ ଗାଡିର ଅଭାବ ନାହିଁ। ସକାଳୁ ସକାଳୁ ଘର ଆଗରେ ଲାଗି ଯାଉଛି […]

  • Thursday, 01 July 2021
story-1
ଯଦି ପଶାଖେଳ ପାପ, ମହାପ୍ରଭୁ ଖେଳନ୍ତି କେମିତି ?

ପଶା ବା ଦ୍ୟୁତ ଖେଳ କଥା ଶୁଣିଲେ ସମସ୍ତଙ୍କ ମନରେ ଏକ ନକାରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଥାଏ। କାରଣ ଏହି ଖେଳ କେତେ ବଡ ବିପର୍ଯ୍ୟୟକୁ ଡାକି ଆଣିପାରେ ତାହା ଆମେ ମହାଭାରତରୁ ଜାଣୁ। ତଥାପି ପଶା ଖେଳ ହୁଏ। ପଶା ଖେଳୁଥିବା ଲୋକଙ୍କ ଯୁକ୍ତି- ମହାପ୍ରଭୁ ଜଗନ୍ନାଥ ତ ଖେଳନ୍ତି, ଆମେ ଖେଳିଲେ କ’ଣ ହେଲା ? ସତେ ତ, ମହାପ୍ରଭୁ ବି ପଶା ଖେଳିବାର ପରମ୍ପରା ଶ୍ରୀମନ୍ଦିରରେ ରହିଛି। ତେବେ କାହିଁକି ? ମହାପ୍ରଭୁ […]

  • Thursday, 01 July 2021
deepa-op
୨୪ ରୁ ୪୦ ଘଣ୍ଟା ଜଳୁଛି ମାଟି ଦୀପ

ନୂଆଦିଲ୍ଲୀ: ଛତିଶଗଡର କୋଣ୍ଡାଗାଓନରେ ରହୁଥିବା କାରିଗର ଅଶୋକ ଚକ୍ରଧାରୀ ଏକ ମାଟି ଦୀପ ତିଆରି କରିଛନ୍ତି। ଯାହାକି ୨୪ ରୁ ୪୦ ଘଣ୍ଟା ପର୍ଯ୍ୟନ୍ତ ଲଗାତାର ଜଳୁଛି। ଏଥିପାଇଁ ତାଙ୍କୁ ଜାତୀୟ ମେରିଟ୍ ଆୱାର୍ଡ ସାଇଟେସନ୍ ମଧ୍ୟ ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ, ଅଶୋକ ଚକ୍ରଧାରୀ ବୃତ୍ତିରେ ଜଣେ କାରିଗର। ସେ ଏମିତି ଏକ ମାଟିର ଦୀପ କରିଛନ୍ତି ଯାହା ୨୪ ରୁ ୪୦ ଘଣ୍ଟା ପର୍ଯ୍ୟନ୍ତ ଲଗାତାର ଜଳୁଛି। ଅଶୋକଙ୍କ କହିବା ଅନୁଯାୟୀ, ୩୫ ବର୍ଷ […]

  • Thursday, 01 July 2021
pic-1
ମାଗଣାରେ ଯୁବପିଢିଙ୍କୁ ତାଲିମ ଦେଉଛନ୍ତି ଅବସରପ୍ରାପ୍ତ ସିଆଇଏସଏଫ୍ ଅଫିସର

ଯାଜପୁର: ଦୀର୍ଘଦିନ ଧରି ଦେଶର ସେବା କରିବା ପରେ ଏବେ ଯୁବପିଢିଙ୍କୁ ତାଲିମ ଦେବାରେ ବ୍ୟସ୍ତ ରହିଛନ୍ତି ଅବସରପ୍ରାପ୍ତ ସିଆଇଏସଏଫ୍ ଅଫିସର ଅଖତର ହୁସେନ ଖାଁ। ସେ ପ୍ରତିଦିନ ଯାଜପୁରର ବ୍ରହ୍ମବରଦା କଲେଜରେ ପ୍ରାୟ ୪୦ରୁ ସ୍ଥାନୀୟ ଯୁବକଙ୍କୁ ଫିଟନେସ ଟ୍ରେନିଂ ଦେଉଛନ୍ତି।  ଏଥିପାଇଁ କିନ୍ତୁ ସେ ଟଙ୍କାଟିଏ ବି ପାରଶ୍ରମିକ ନିଅନ୍ତି ନାହିଁ।  କେବଳ ଏତିକି ନୁହେଁ ସପ୍ତାହକୁ ୪ଦିନ ଯୁବକମାନଙ୍କୁ ଫିଟନେସ୍ ଟ୍ରେନିଂ ସହ ଗୋଟିଏ ଦିନ ଯୋଗ, ପ୍ରାଣାୟାମ ଶିଖାଇଥାନ୍ତି। ରବିବାର କିମ୍ବା […]

  • Thursday, 01 July 2021