/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642149407.jpg)
The importance of makar sankranti
ପବିତ୍ର ମକର ସଂକ୍ରାନ୍ତିକୁ ନେଇ ଭିନ୍ନ ଭିନ୍ନ ମହତ୍ୱ ରହିଛି । ଅନେକ ସ୍ଥାନରେ ମକର ସଂକ୍ରାନ୍ତିରେ ପୂର୍ବପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ଖେଚୁଡି ଦାନ କରିବାର ମଧ୍ୟ ବିଧି ବା ମହତ୍ୱ ରହିଛି । ମକର ସଂକ୍ରାନ୍ତିରେ ରାଶି ଓ ଗୁଡର ପ୍ରସାଦ ମଧ୍ୟ ବଂଟା ଯାଏ । ଅନେକ ସ୍ଥାନରେ ଗୁଡି ଉଡାଇବାର ପରମ୍ପରା ମଧ୍ୟ ରହିଛି । ତେବେ ଏହି ଦିନ କେତେକ କାମ କରିବାକୁ ମନା ବି କରାଯାଇଛି । ଚାଲନ୍ତୁ ଜାଣିବା ମକର ସଂକ୍ରାନ୍ତିରେ କଣ କରିବା ଉଚିତ୍ ଏବଂ କେଉଁ କାର୍ଯ୍ୟ କରିବା ମନା ।
Advertisment
ମକର ସଂକ୍ରାନ୍ତି ଦିନ କରନ୍ତୁ ନାହିଁ ଏହି କାମ:
- ମକର ସଂକ୍ରାନ୍ତି ଦିନ ବିନା ସ୍ନାନ ଓ ଦାନରେ ଭୋଜନ ଗ୍ରହଣ କରନ୍ତୁ ନାହିଁ। ଗାଧୁଆ ପାଣିରେ ପବିତ୍ର ନଦୀର ଜଳ ମିଶାନ୍ତୁ।
- ମକର ସଂକ୍ରାନ୍ତିରେ ଭୁଲରେ ବି ତାମସିକ ଭୋଜନ (ଆମିଷ, ପିଆଜ, ରସୁଣ), ମଦ୍ୟପାନ ଆଦି କରନ୍ତୁ ନାହିଁ। ଏହି ଦିନକୁ ଏକ ପବିତ୍ର ଦିନ ବୋଲି କୁହାଯାଏ।
- ମକର ସଂକ୍ରାନ୍ତିରେ ପବିତ୍ର ନଦୀରେ ସ୍ନାନ କରିବା ଉଚିତ।
- ଏହି ଦିନ ଆମିଷ ଭକ୍ଷଣ କରୁଥିବା ବ୍ୟକ୍ତି ନର୍କଗାମୀ ହୋଇଥାନ୍ତି।
- ମକର ସଂକ୍ରାନ୍ତି ଦିନ ଦାନ କରିବାର ବିଶେଷ ମହତ୍ତ୍ୱ ରହିଛି।
- ଏହି ଦିନ ଖାସ୍ କରି ରାଶି-ଗୁଡ଼, ଖେଚୁଡ଼ି ଆଦି ଦାନ କରିବା ଉଚିତ।
- ଏହି ଦିନ ଘରକୁ କୌଣସି ଭିକାରୀ ଆସୁଥାନ୍ତି, ତେବେ ତାଙ୍କୁ ଆଦୌ ଖାଲି ହାତରେ ଫେରାନ୍ତୁ ନାହିଁ। ଏମିତି କଲେ ଧନ ହାନି ହୋଇଥାଏ।
- ଏହି ଦିନ ରାଶି ଅନୁସାରେ କିଛି ଦାନ କରନ୍ତୁ। ଏହା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହେବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)