• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶ୍ରୀମନ୍ଦିରରେ ଆଜି ପୁଷ୍ୟାଭିଷେକ ପାଳିତ ହେବ । ତିଥି ଅନୁସାରେ ଆଜି ହେଉଛି ପୌଷ ପୂର୍ଣ୍ଣିମା, ତାହ ସହିତ ପୁଷ୍ୟା ନକ୍ଷତ୍ର । ବିଶ୍ୱାସ ରହିଛି ଯେ, ଆଜିର ଦିନରେ ଜଗତର ନାଥ ଜଗନ୍ନାଥଙ୍କୁ ରାଜା ଭାବେ ଅଭିଷେକ କରାଯାଇଥିଲା । ସାରା ସଂସାରର ରାଜା ଭାବେ ତାଙ୍କୁ ଆଜି ଅଭିଷେକ କରାଯାଇଥିବାର କଥା ରହିଛି । ଏହି ଅପୂର୍ବ ଦୃଶ୍ୟ ଦେଖିବାକୁ ତ୍ରିମୂର୍ତ୍ତି, ସମସ୍ତ ଦେବାଦେବୀ, ସାଧୁ ସନ୍ଥ ଆସନ୍ତି ବୋଲି ମଧ୍ୟ ବିଶ୍ୱାସ ରହିଛି ।

ପ୍ରଭୁ ଜଗନ୍ନାଥଙ୍କ ପୁଷ୍ୟାଭିଷେକ ଅବସରରେ ମହୋଦଧି ନିକଟରେ ସମବେତ ହୁଅନ୍ତି ହଜାର ହଜାର ଭକ୍ତ । ତେଣୁ ଆଜିର ଦିନରେ ସମୁଦ୍ର ଆଳତୀ ମଧ୍ୟ କରାଯାଏ । କୁହାଯାଏ ବର୍ଷକର ଏହି ଗୋଟିଏ ଦିନରେ ତ୍ରିଭୁବନର ସମସ୍ତ ଦେବାଦେବୀଙ୍କୁ ଏକା ଥରେ ଗୋଟିଏ ସ୍ଥାନରେ ମହୋଦଧି କୂଳରେ ଦେଖିବାର ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ସେପଟେ ଆଜି ଗଜପତି ମହାରାଜଙ୍କ ଶ୍ରୀନହରରେ ଶାଢ଼ୀ ବନ୍ଧା ନୀତି ଅନୁଷ୍ଠିତ ହେବ । ଗଜପତିଙ୍କ ପ୍ରତିନିଧି ରୂପେ ମୁଦିରସ୍ତ ସମସ୍ତ ନୀତିକାନ୍ତି କରିଥାନ୍ତି । ଜଣେ ନାବାଳକ ସେବାୟତଙ୍କୁ ମୁଦିରସ୍ତ ଭାବେ ଶାଢ଼ୀ ବନ୍ଧାଯିବ ।

ଶ୍ରୀକ୍ଷେତ୍ର ପୁରୀରେ ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମାଭାରତୀ ଗତକାଲି ପହଞ୍ଚିଛନ୍ତି । ଏହା ପରେ ସଂଧ୍ୟାରେ ସେ ଶ୍ରୀମନ୍ଦିର ଯାଇ ପତିତପାବନଙ୍କୁ ଦର୍ଶନ କରିଥିଲେ । ଏହା ପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ଆଜି ପୁରୀ ବେଳାଭୂମିରେ ହେବାକୁ ଥିବା ସମୁଦ୍ର ଆଳତୀ ମହୋତ୍ସବରେ ଉମା ଭାରତୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।