୨୦୨୨ ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀରେ ମୁଖ ଚିହ୍ନିବା ପ୍ରଣାଳୀ ସହିତ ଏକ ମଲ୍ଟି ଲେୟାର ସୁରକ୍ଷା କଭର ସ୍ଥାପନ କରାଯାଇଛି | ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ କୋଭିଡ୧୯ ପ୍ରତିବନ୍ଧକ ହେତୁ ଚଳିତ ବର୍ଷ ପରିଦର୍ଶକଙ୍କ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଇବ | ଗତ ବର୍ଷ, ୨୫୦୦୦ ପରିଦର୍ଶକ ଅଂଶଗ୍ରହଣ କରିଥିବାବେଳେ ଏହି ବର୍ଷ ମନ୍ତ୍ରଣାଳୟ ୫୦୦୦-୮୦୦୦ ଅତିଥି ଯୋଗଦେବାର ଆୟୋଜନ ରହିଛି କିନ୍ତୁ ଏପର୍ଯ୍ୟନ୍ତ କିଛି ଚୂଡାନ୍ତ ହୋଇନାହିଁ | ଏହି ସମୟରେ ଆର-ଡେ ପ୍ୟାରେଡ ପାଇଁ ରିହର୍ସଲ ଚାଲିଛି। ଉତ୍ସବକୁ ଗ୍ରାଣ୍ଡ ଏବଂ ଅସୁବିଧାମୁକ୍ତ କରିବା ପାଇଁ ପ୍ରସ୍ତିତି ଚାଲିଛି। ଆସନ୍ତୁ ଦେଖିବା ଏହାର କିଛି ଝଲକ
Published By: Otv Khabar Bureau
Last updated: 19 January 2022, 07:49 PM IST
ବିଏସ୍ଏଫ ମହିଳା ଯବାନଙ୍କ ବାଇକ ଉପରେ କଳା ପ୍ରଦର୍ଶନ
କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍) ର କଣ୍ଟିଜେଣ୍ଟ୍ ମାର୍ଚ
ନୂଆଦିଲ୍ଲୀରେ ହେବାକୁ ଥିବା ରିପବ୍ଲିକ୍ ଡେ ପ୍ୟାରେଡ୍ ପାଇଁ ରିହର୍ସଲ କରୁଛନ୍ତି ରାଷ୍ଟ୍ରପତିଙ୍କ ବଡିଗାର୍ଡ
ସାଧାରଣତନ୍ତ୍ର ଦିବସ ପାଇଁ ରିହର୍ସଲ କରୁଛନ୍ତି ସ୍ପେଶାଲ ଫୋର୍ସ କମାଣ୍ତୋ
ଆସାମ ଗୌହାଟୀର ଖଦି ଓ ଗ୍ରାମ ଇଣ୍ତଷ୍ଟ୍ରି ବୋର୍ଡର ଜଣେ କର୍ମଚାରୀ ଗଣତନ୍ତ୍ର ଦିବସ ପାଳନ ପୂର୍ବରୁ ଜାତୀୟ ପତାକା ତିଆରି ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି