• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

raja
ଏମିତି ରଜ ପାଳନ କରନ୍ତି ଓଲିଉଡ୍‌ ଷ୍ଟାର୍‌ : Ollywood Stars Raja Experience

ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ। ହଁ, ଆସୁଛି ରଜ। ଓଡ଼ିଆମାନଙ୍କର ସବୁଠୁ ବଡ଼ ଗଣ ପର୍ବ। ଓଡ଼ିଆ ପରମ୍ପରାର ଝଲକ୍‌ ରଜରେ ଦେଖିବାକୁ ମିଳେ। ୩ ଦିନ ଧରି…

  • Friday, 02 July 2021
579-1-750x430
ରାଜା ରାମଚନ୍ଦ୍ର ମୁନିପାଳ କଲେ ଛେରା ପହଁରା, ଅନୁଗୁଳରେ ଗଡ଼ିଲା ରଥ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡାରେ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ସକାଳେ ନୀତିକାନ୍ତି ପରେ ଦିନ ୧୧ଟାରେ ତିନି ଠାକୁରଙ୍କୁ ପହଣ୍ଡି ବିଜେ କରି ରଥାରୂଢ କରା ଯାଇଥିଲା। ପାଲଲହଡା ଗଡଜାତ ରାଜ୍ୟର ରାଜା ସାହେବ ରାମଚନ୍ଦ୍ର ମୁନିପାଳ ରଥରେ ଛେରା…

  • Friday, 02 July 2021
Akankhya
NEET Result: ସୋଏବଙ୍କ ପରି ଇଏ ବି ରଖିଛନ୍ତି ଶତପ୍ରତିଶତ ମାର୍କ

ଲକ୍ଷ୍ନୌ: ନିଟ୍‌ରେ ରେ ୭୨୦ରୁ ୭୨୦ ନମ୍ୱର ରଖି ସାରା ଦେଶରେ ଟପର୍ ହୋଇଛନ୍ତି ରାଉରକେଲାର ସୋଏବ୍ ଅଫତାବ। ପୂର୍ବରୁ ନିଟ୍‌ରେ ପୂରା ୭୨୦ରୁ ୭୨୦ କେହି ରଖିନଥିଲେ। ତେବେ କୌତୁହଳର କଥା ହେଉଛି, ଅଫତାବଙ୍କ ସହ ଆଉଜଣେ ଛାତ୍ରୀ ଉତ୍ତର ପ୍ରଦେଶର ଆକାଂକ୍ଷା ସିଂହ ମଧ୍ୟ ୭୨୦ରୁ ୭୨୦ ମାର୍କ ରଖିଛନ୍ତି। ଦୁଇ ଜଣ ସମାନ ନମ୍ବର ରଖି ଜଣେ ଅଲ୍‌ ଇଣ୍ଡିଆ ରାଙ୍କ ୧ ଓ ଆଉ ଜଣେ ରାଙ୍କ ୨ ପାଇଛନ୍ତି। ଏହା ନିଷ୍ପତ୍ତି […]

  • Friday, 02 July 2021
sukharam
କରୋନା ପାଇଁ କ୍ରିକେଟର ସାଜିଲେ କୁଲି

କୋରାପୁଟ: କରୋନା ମହାମାରୀ ଅନେକଙ୍କ ଜୀବନଧାରା ବଦଳାଇ ଦେଇଛି । କିଏ ରୋଜଗାର ହରାଇଛି ତ ଆଉ କିଏ ଦୁର୍ଦ୍ଦିନରେ ଦିନ କାଟୁଛି । ଆମେ ଏମିତି ତଣେ ଆନ୍ତର୍ଜାତିକ ସ୍ତରର କ୍ରିକେଟରଙ୍କ କଥା କହିବାକୁ ଯାଉଛୁ, ଯିଏ କି ଜୁନିୟର ସ୍ତରରେ ସ୍ୱର୍ଣ୍ଣପଦକ ହାସଲ କରି ମଧ୍ୟ ଅଭାବ ଅନଟନରେ ଚଳୁଛନ୍ତି । କୋରାପୁଟ ଜିଲ୍ଲା ସୁକ୍ରିଗୁଡ଼ା ଗାଁର ସୁଖରାମ ମାଝୀ। ଆନ୍ତର୍ଜାତୀୟ ସ୍ତରର ବ୍ୟାଟ୍ସମ୍ୟାନ୍‌। ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ ଟିମ୍‌ର ଜଣେ ଆଗଧାଡ଼ିର ଖେଳାଳି […]

  • Friday, 02 July 2021
baramaja
'ବାପାଙ୍କ ସ୍ୱପ୍ନ ପ୍ରେରଣା ଯୋଗାଇଛି'

ବାଲେଶ୍ୱର : ବାପା ବାରମଜା ବିକ୍ରି କରନ୍ତି ଆଉ ପୁଅର ଲକ୍ଷ ଲୋକଙ୍କର ସେବା କରିବା। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗଣ୍ଡିବେଡ଼ ଗ୍ରାମରେ ଶଙ୍କର୍ଷଣ ସେଠୀଙ୍କ ପୁଅ ରମେଶ ସେଠୀ ଡାକ୍ତରୀ ପଢିବା ପାଇଁ ସଫଳତା ହାସଲ କରିଛନ୍ତି। ଶଙ୍କର୍ଷଣ ଆଜକୁ ଦୀର୍ଘ ୨୦ ବର୍ଷ ହେବ ଗାଁରେ ବୁଲି ବୁଲି ବାରମଜା ବିକ୍ରି କରୁଛନ୍ତି। ତାଙ୍କ ପରିବାର ଗରିବ ଶ୍ରେଣୀର। କିନ୍ତୁ ତାଙ୍କ ପୁଅ ରମେଶ ନିଟ୍‌ ପରୀକ୍ଷାରେ ୫୫୬ ନମ୍ବର ରଖି ଡାକ୍ତରୀ […]

  • Friday, 02 July 2021
run
୯ମାସର ଗର୍ଭବତୀ ୫ମିନିଟ୍‌ରେ ଦୌଡିଲେ ୧.୬କିମି, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଗର୍ଭବତୀ ମାନେ ସେମାନଙ୍କର ଟିକେ ଅଧିକ ଯତ୍ନ ନିଅନ୍ତି। ନିଜ ସହ ଏହି ସମୟରେ ପେଟରେ ବଢୁଥିବା ପିଲା ବିଷୟରେ ମଧ୍ୟ ଚିନ୍ତା କରିବାକୁ ହୁଏ। ଏହି ସମୟରେ ଖାଦ୍ୟପେୟଠୁ ଆରମ୍ଭ କରି ଆରାମରେ ଚଲାବୁଲା କରିବାକୁ କୁହାଯାଏ। କିନ୍ତୁ ନିକଟରେ ଜଣେ ଗର୍ଭବତୀଙ୍କୁ ୫ମିନିଟ୍‌ରେ ୧.୬କିମି ଦୌଡିବାରେ ଦେଖାଯାଇଛି। ସୋଶାଲ୍‌ ମିଡିଆରେ ଏହି ଭିଡ଼ିଓ ଭାଇରାଲ୍‌ ହେଉଛି। ମିଚିଲେ ମାଇଲର୍‌ ନାମକ ଜଣ ବ୍ୟକ୍ତି ୟୁଟ୍ୟୁବ୍‌ରେ ତାଙ୍କ ପତ୍ନୀ ମକିନାଙ୍କର ଏକ ଭିଡ଼ିଓ ଶେଆର […]

  • Friday, 02 July 2021
rkl
ନୋବୋଲ୍ ଶାନ୍ତି ପୁରସ୍କାର ସହ ରହିଛି ଓଡ଼ିଶାର ସମ୍ପର୍କ

ଭୁବନେଶ୍ୱର: ରାଉରକେଲା ଏନ୍ଆଇଟିର ପୂର୍ବତନ ଛାତ୍ର ପ୍ରଣବ ଖୈତାନଙ୍କ ସହ ରହିଛି ନୋବୋଲ୍ ଶାନ୍ତି ପୁରସ୍କାରର ସମ୍ପର୍କ।  ଚଳିତ ବର୍ଷ ଓ୍ୱାର୍ଲଡ୍ ଫୁଡ୍ ପ୍ରୋଗାମକୁ ନୋବେଲ୍ ଶାନ୍ତି ପୁରସ୍କାର ମିଳିଛି।  ବିଶ୍ୱରୁ କ୍ଷୁଦା ଦୂର କରିବାକୁ ଗୁଗଲ ଏବଂ WFP ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।  ଏଥିଲାଗି ଗୁଗଲର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ କାର୍ଯ୍ୟକ୍ରମର ସହାୟତା ନିଆଯାଉଛି।  ଆଉ ଏହି କାର୍ଯ୍ୟକ୍ରମ ସହ ସିଧାସଳଖ ସାମିଲ ଅଛନ୍ତି ପ୍ରଣବ ଖୈତାନ। ବିଶ୍ୱରୁ କ୍ଷୁଦା ଦୂର କରିବାକୁ ଗୁଗଲ ଏବଂ […]

  • Friday, 02 July 2021
old-women
ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ସାଇକେଲ ଧରି ୨୨ଶହ କିଲୋମିଟର ଯାତ୍ରା କଲେ ୬୮ ବର୍ଷୀୟା ମହିଳା

ନୂଆଦିଲ୍ଲୀ: ଭକ୍ତିରେ ଅନେକ ଶକ୍ତି ଥାଏ। ଆଉ ଏକଥାକୁ ପ୍ରମାଣ କରିଦେଖାଇଛନ୍ତି ମହାରାଷ୍ଟ୍ରର ବୁଲଢ଼ାଣା ଜିଲ୍ଲାର ୬୮ ବର୍ଷୀୟା ଜଣେ ମହିଳା। ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ସେ  ସାଇକେଲ ଧରି ୨୨ ଶହ କିଲୋମିଟର ଯାତ୍ରା କରିଛନ୍ତି। ଏହି ବୃଦ୍ଧ ମହିଳାଙ୍କ ସାହାସ ଏବଂ ଶକ୍ତିକୁ ନେଇ ସୋଶାଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି। ସୋଶାଲ୍‌ ମିଡିଆରେ ମହିଳାଙ୍କର ଯାତ୍ରା ସମୟର ଭିଡିଓ ମଧ୍ୟ ଭାଇରାଲ୍‌ ହେଉଛି। ଭିଡିଓରେ ଧଳା ଓ କମଳା ରଙ୍ଗର ଶାଢ଼ି […]

  • Friday, 02 July 2021
Dun-pkg
ଚୀନ୍ ଆକାଶରେ ୩ଟି ସୂର୍ଯ୍ୟ

ଚୀନର ମୋହେ ସହରର ଲୋକମାନେ ଏକ ଅଦ୍ଭୁତ ଘଟଣା ଦେଖିଛନ୍ତି। ଲୋକମାନେ ଗତ ୧୫ ତାରିଖ ସକାଳୁ ସକାଳୁ ଆକାଶରେ ଦେଖିଲେ ତିନୋଟି ସୂର୍ଯ୍ୟ। ପ୍ରଥମେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସବୁଦିନ ଗୋଟିଏ ସୂର୍ଯ୍ୟ ଦେଖନ୍ତି , ତିନୋଟି ସୂର୍ଯ୍ୟ ଆସିଲେ କେଉଁଠୁ? ଲୋକମାନେ ଏହାର ଭିଡିଓ କରିବା ସହ ଫଟୋ ଉଠାଇବାରେ ଲାଗିଗଲେ। କିଛି ସମୟ ପାଇଁ ଲୋକମାନେ ମୁଣ୍ଡ ଉପରର ସୂର୍ଯ୍ୟଙ୍କୁ ଚାହିଁ ରହିଲେ। ସୂର୍ଯ୍ୟ ଦୁଇପଟେ ଆଉ ଦୁଇଟି ସୂର୍ଯ୍ୟ ଦେଖାଯାଉଥିଲା। ଦୃଷ୍ଟି […]

  • Friday, 02 July 2021
gold
ଚୋରି ହୋଇଗଲା କୋଟିଏ ୩୦ ଲକ୍ଷ ଟଙ୍କାର ଗହଣା

ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ଚୋରି ହେଲା କୋଟିଏ ୩୦ ଲକ୍ଷ ଟଙ୍କାର ଗହଣା । ଚୋର ଧରାହେଲା କୋଲକାତାର ହାଓଡା ଷ୍ଟେସନରୁ । ଏକ ନାଟକୀୟ ଢଙ୍ଗରେ ବେଙ୍ଗାଲୁରୁ ପୋଲିସ କୋଲକାତାରୁ ଏହି  ଚୋରକୁ ଧରିଛି । ତାର ନାଁ କୈଳାଶ ଦାସ । ଘର ପଶ୍ଚିମବଙ୍ଗ ଜିଲ୍ଲା ବର୍ଦ୍ଧମାନ ଜିଲ୍ଲାରେ । ସେ ବେଙ୍ଗାଲୁରୁରେ ଜଣେ ବିଲ୍ଡରଙ୍କ ଘରେ ରହି କାମ ଦାମ କରୁଥିଲା । ଏହି ମାଲିକଙ୍କ ଘରେ ଏଇ ମାସ ପ୍ରଥମ ସପ୍ତାହରେ ଜଣେ […]

  • Friday, 02 July 2021
riksha
ରିକ୍ସା ଚଲାଇଲା ରୋବଟ୍, ଭିଡ଼ିଓ ଭାଇରାଲ୍‌

ନୂଆଦିଲ୍ଲୀ: ଆପଣ ସାଧାରଣତଃ ରିକ୍ସା ଦେଖିଥିବେ। ରିକ୍ସା ଚାଳନା ପାଇଁ ମଣିଷ ଆବଶ୍ୟକ। କିନ୍ତୁ ନିକଟରେ ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେଉଛି ଯେଉଁଥିରେ ଜଣେ ରୋବଟ୍‌ ରିକ୍ସା ଚଲାଉଥିବାର ଦେଖିବାକୁ ମିଳିଛି। ଆମେରିକୀୟ ଇଫେକ୍ଟ ଡିଜାଇନର୍ ତଥା ଟେଲିଭିଜନ ବ୍ୟକ୍ତିତ୍ୱ ଆଡାମ ସାଭେଜ୍ ତିନି ଚକିଆ ଯାତ୍ରୀବାହୀ ଯାନ ଟାଣିବା ପାଇଁ ଏକ ରୋବଟ୍‌କୁ ପରୀକ୍ଷା କରିଥିଲେ। ଯଦିଓ ଏହି ଭିଡିଓ ଫେବୃଆରୀରୁ ହୋଇଛି, କିନ୍ତୁ ଗତକାଲି ଆଇଏଏସ୍ ଅଫିସର ସୁପ୍ରିୟା ସାହୁ  ଟ୍ୱିଟରରେ […]

  • Friday, 02 July 2021
tree
୧୪୦୦ ବର୍ଷ ପୁରୁଣା ଗଛ, ଝଡୁଛି ସୁନାର ପତ୍ର!

ନୂଆଦିଲ୍ଲୀ: ଆପଣ କେବେ ସୁନା ଗଛ ଦେଖିଛନ୍ତି? ନିକଟରେ ଖାଇ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଟ୍ୱିଟରରେ ଏହି ସୁନା ପତ୍ରଥିବା ଗଛ ଫଟୋ ଶେଆର କରିଛନ୍ତି। ଏହି ଫଟୋ ଶେଆର କରି ସେ ଲେଖିଛନ୍ତି, ୧୪୦୦ବର୍ଷ ପୁରୁଣା ଗଛରୁ ସୁନାର ପତ୍ର ଝଡୁଛି। ସେ ଟ୍ୱିଟରରେ ଗିଙ୍କୋ ବିଲୋକା ଗଛର ଫଟୋ ଶେଆର କରିଛନ୍ତି। ଗିଙ୍କୋ ବିଲୋବା ସାଧାରଣତଃ ଗିନ୍‌କୋ ନାଁରେ ପରିଚିତ। ଚୀନରେ ଥିବା ଏହି ଗଛରେ ଅନେକ ଔଷଧୀୟ ଗୁଣ ରହିଛି।ଏହି ଗଛର […]

  • Friday, 02 July 2021
5g
ଆସୁଛି ୫ଜି ନେଟୱାର୍କ, ଚୀନ ବଦଳରେ ଆମେରିକା ସହ ହାତ ମିଳାଇଛି ଭାରତ

ନୂଆଦିଲ୍ଲୀ: ଭାରତକୁ ଆସିବାକୁ ଯାଉଛି ୫ଜି ନେଟୱାର୍କ। ଏଥିରେ ସବୁଠୁ ଆଗରେ ରହିଛି ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚୀନ୍ ବଦଳରେ ଆମେରିକା କମ୍ପାନୀ ସହ  ଏଥିପାଇଁ ହାତ ମିଳାଇଛି ଭାରତ। ୫ଜି ନେଟ୍‌ୱାର୍କର ବିକାଶ ପାଇଁ ଜିଓ ପ୍ଲାଟଫର୍ମ କାଲିଫର୍ଣ୍ଣିଆରେ ଥିବା କ୍ୱାଲକମ୍ ସହ ଯୋଗାଯୋଗ ଚଲାଇଛି। ୫ଜି ନେଟୱାର୍କର ବିକାଶ, ଭିତ୍ତିଭୂମି ନିର୍ମାଣ ଓ ସେବା ଯୋଗାଇବା ପାଇଁ ଆମେରିକା କମ୍ପାନୀ ସହ ଆଲୋଚନା ଚାଲିଛି। କ୍ୱାଲକମ ହେଉଛି ବିଶ୍ୱର […]

  • Friday, 02 July 2021
lanka-pi
ବାପା ଲଙ୍କା ବିକନ୍ତି, ଝିଅ ଡାକ୍ତର ହେବେ

ଝାରସୁଗୁଡା(ଭାଗୀରଥି ସାହୁ): ସଂକଳ୍ପ, ଅଧ୍ୟବସାୟ ସାଙ୍ଗକୁ ଦୃଢ ଇଛାଶକ୍ତି ଥିଲେ ସବୁ ସମ୍ଭବ। ଆଉ ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ରେଙ୍ଗାଲି ଗ୍ରାମର ରିମାରାଣୀ। ନିଟ୍‌ରେ ସେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି। ରିମାଙ୍କ ବାପା ଦିଲ୍ଲୀପ ସାହୁ  ହାଟକୁ ହାଟ ବୁଲି ଲଙ୍କା ଓ ଅଦା ବିକ୍ରିକରନ୍ତି। ଏକ ଛୋଟିଆ ବ୍ୟବସାୟୀ ପରିବାରର ଅଭାବ ଅସୁବିଧାରେ ରହି ରିମା ଯେଉଁ ସଫଳତା ପାଇଛନ୍ତି। ତାକୁ ନେଇ ଆଖ ପାଖ ଲୋକେ […]

  • Friday, 02 July 2021
auto
ଆମ୍ବୁଲାନ୍ସ ନଥିବାରୁ ୨୦୦ କରୋନା ରୋଗୀଙ୍କୁ ହସ୍ପିଟାଲ୍‌ ପହଞ୍ଚାଇଛନ୍ତି ୨ଅଟୋ ଡ୍ରାଇଭର୍‌

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ ସମୟରେ ଅନେକ ଅମାନବୀୟ ଘଟଣା ସାମ୍ନାକୁ ଆସିଲା। ଏହି ମହାମାରୀକୁ ଡରି କେତେବେଳେ ଲୋକମାନେ ରୋଗୀଙ୍କୁ ଛୁଇଁଲେନି। ତ ଆଉ କେତେବେଳେ ଘର ଭିତରକୁ ରୋଗୀ ପ୍ରବେଶକୁ ବାରଣ ହେଲା। ଏହି ମହାମାରୀ ସମୟରେ କିଛି ମାନବିକତାର ଉଦାହରଣ ମଧ୍ୟ ମିଳିଲା। କେରଳର ହରିସ୍‌ କରୁବାଚେରୀ ଏବଂ ମଇଲ୍‌ ରଥିସ୍‌ ନାମକ ଦୁଇ ବ୍ୟକ୍ତି ଆମ୍ବୁଲାନ୍ସର ଅଭାବ ପାଇଁ ୨୦୦କରୋନା ରୋଗୀଙ୍କୁ ନେଇ ହସ୍ପିଟାଲ୍‌ରେ ପହଞ୍ଚାଇଛନ୍ତି। ହରିସ୍‌ ଏବଂ ମଇଲ୍‌ ଦୁହେଁ ଅଟୋ […]

  • Friday, 02 July 2021
pic
୪୦୪୨ଟି ଚାଉଳ ଦାନାରେ ‘ଭାଗବତ ଗୀତା’ ଲେଖିଲେ ଛାତ୍ରୀ

ନୂଆଦିଲ୍ଲୀ: ଚାଉଳ ଦାନାରେ ଅକ୍ଷର ଲେଖିବା ବେଶ୍‌ କଷ୍ଟକର କାମ। ବୋଧହୁଏ ଆପଣମାନେ କେହି କେବେ ଚାଉଳରେ ନାଁ ଲେଖିବାର ଚେଷ୍ଟା କରିନଥିବେ। ହାଇଦ୍ରାବାଦର ଆଇନ ବିଭାଗର ଜଣେ ଛାତ୍ରୀ କିନ୍ତୁ ଏମିତି ନିଆରା ଉଦ୍ୟମ କରିଛନ୍ତି। ୪୦୪୨ଟି ଚାଉଳ ଦାନାରେ ସେ ପୂରା ଭାଗବତ ଗୀତା ଲେଖିଛନ୍ତି। ଏହି ଛାତ୍ରୀଙ୍କୁ ନେଇ ଏବେ ବେଶ୍‌ ଚର୍ଚ୍ଚା ହେଉଛି।ଏହି ଆଇନ ଛାତ୍ରୀଙ୍କ ନାଁ ରାମାଗିରି ସ୍ୱାରିକା। ରାମାଗିରିଙ୍କ କହିବା ଅନୁଯାୟୀ, ମତେ ୪୦୪୨ଟି ଚାଉଳ ଦାନାରେ ଭାଗବତ […]

  • Friday, 02 July 2021
amit-sah
୫୬ ବର୍ଷରେ ପାଦ ଦେଲେ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ୫୬ ବର୍ଷରେ ପଦାର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଦେଶର ବିକାଶରେ ତାଙ୍କର ଯୋଗଦାନ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତର ବିକାଶରେ ତାଙ୍କର ନିଷ୍ଠା ଓ ପ୍ରଶଂସାଯୋଗ୍ୟ କାମ ଦେଶ ଦେଖୁଛି । ବିଜେପିକୁ ଅଧିକ ଦୃଢ କରିବାରେ ତାଙ୍କର ମଧ୍ୟ ଉଲ୍ଲେଖଯୋଗ୍ୟ ଭୂମିକା ରହିଛି । ଦେଶର […]

  • Friday, 02 July 2021
୧୦ ଟଙ୍କାରେ ବିରିୟାନୀ ବିକୁଥିଲେ, ଉଠାଇ ନେଲା ପୋଲିସ୍‌

ଚେନ୍ନାଇ: ୧୦ ଟଙ୍କାରେ ବିରିୟାନୀ ପ୍ଲେଟ୍‌ ବିକି ଗିରଫ ହେଲେ ଦୋକାନୀ। ତାମିଲନାଡୁରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ଆରୁପୁକୋଟାଇରେ ଜାହିର ହୁସେନ ନାମକ ଏହି ଯୁବକ ନୂଆ ବିରିୟାନୀ ଦୋକାନ ଖୋଲିଥିଲେ। ସେ ଆଡଭର୍ଟାଇଜମେଣ୍ଟ ଦେଇଥିଲେ ଯେ, ପ୍ରଥମ ଦିନରେ ସେ ବିରିୟାନୀ ପ୍ଲେଟ୍ ୧୦ ଟଙ୍କାରେ ବିକିବେ। ଏହି ୨୯ ବର୍ଷୀୟ ଯୁବକ ଗତ ରବିବାର ଦିନ ନୂଆ ଦୋକାନ ଖୋଲିଲେ। କେବଳ ରବିବାର ଦିନ ୧୧ଟାରୁ ୧ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା […]

  • Friday, 02 July 2021
khali
ବୟସ ୧୪, ଉଚ୍ଚତା ୭ ଫୁଟରୁ ଅଧିକ

ନୂଆଦିଲ୍ଲୀ: ଶରୀରର ଉଚ୍ଚତାକୁ ନେଇ କିଏ ବା ଚିନ୍ତିତ ନୁହେଁ। ହାଇଟ୍‌ ବଢାଇବା ପାଇଁ କେତେ ପରିଶ୍ରମ କରିବାକୁ ନ ପଡ଼ୁଛି ! ହେଲେ ଏଇ ବାଳକଙ୍କୁ ଦେଖ। ଏତେ ଉଚ୍ଚତା ! ମାତ୍ର ୧୪ ବର୍ଷ ବୟସରେ ୭ ଫୁଟ ୩ ଇଞ୍ଚ । ବାପ୍‌ରେ… ଦ୍ର ଗ୍ରେଟ ଖଲିଙ୍କ ଉଚ୍ଚତା( ୭ ଫୁଟ ୧ ଇଞ୍ଚ)ଠାରୁ ବି ଅଧିକ। ହଁ,  ଚୀନର ଏହି ବାଳକଙ୍କୁ ପୃଥିବୀର ଟଲେଷ୍ଟ ମେଲ ଟିନ୍‌ଏଜର ମାନ୍ୟତା ମିଳିଛି। ଚୀନ୍‌ର […]

  • Friday, 02 July 2021
coronavirus
କରୋନାରେ ମୃତ ବ୍ୟକ୍ତିଙ୍କ ଅଟୋପ୍ସି ରିପୋର୍ଟରେ ଆସିଲା ଚମକାଇ ଦେଲା ଭଳି ତଥ୍ୟ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କରୋନାରେ ମୃତ୍ୟୁ ହୋଇଥିବା ଜଣେ ୬୨ ବର୍ଷୀୟ ବ୍ୟକ୍ତିଙ୍କର Autopsy (ମୃତ୍ୟୁର କାରଣ ଜାଣିବା ପାଇଁ ଶବ ପରୀକ୍ଷଣ) କରିବା ପରେ ଯାହା ଜଣା ପଡ଼ିଲା, ତାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଅଟୋପ୍‌ସି ରିପୋର୍ଟରେ ବ୍ୟକ୍ତିର ଫୁସ୍‌ଫୁସ୍‌ ଚମଡ଼ା ବଲ୍ ପରି ଶକ୍ତ ହୋଇଯାଇଥିବା ଜଣାପଡ଼ିଛି। ଟାଇମ୍ସ ଅଫ୍‌ ଇଣ୍ଡିଆର ଏକ ରିପୋର୍ଟକୁ ଆଧାର କରି ଏଭଳି ରିପୋର୍ଟ ପ୍ରକାଶ କରିଛି ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ। ରିପୋର୍ଟ ଅନୁସାରେ, ମୃତ ବ୍ୟକ୍ତିଙ୍କର […]

  • Friday, 02 July 2021
burger
ଆଶ୍ଚର୍ଯ୍ୟ ! ଅନ୍‌ଲାଇନ୍‌ରେ ଅର୍ଡର କଲେ ବର୍ଗର, ଆସିଲା ସସ୍‌ ପ୍ୟାକେଟ୍

ନୂଆଦିଲ୍ଲୀ: ସାରା ଦୁନିଆରେ ଏମିତି ଅନେକ ଅଜବ ଘଟଣା ଘଟୁଛି, ଯାହା ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ଏମିତି ଅନେକ ଘଟଣା ଆପଣମାନେ ଅନ୍‌ଲାଇନ୍‌ ଅର୍ଡରରେ ଦେଖିବାକୁ ପାଇଥିବେ। ଆପଣ ଅନ୍‌ଲାଇନ୍‌ରେ ଗୋଟିଏ ଜିନିଷ ଅର୍ଡର କରିଥିବେ ହେଲେ ଆଉ ଗୋଟିଏ ଜିନିଷ ଆସି ଘରେ ପହଞ୍ଚିଯାଇଥାଏ। ଯାହା ଆପଣ କେବେ ଭାବି ମଧ୍ୟ ନଥିବେ। ଏଭଳି ଏକ ଘଟଣା କାନାଡାରେ ଦେଖିବାକୁ ମିଳିଛି। ସେଠାରେ ଜଣେ ମହିଳା ଅନ୍‌ଲାଇନ୍‌ରେ ହାମ୍‌ବର୍ଗର(Hamburger) ଅର୍ଡର କରିଥିଲେ। ହେଲେ […]

  • Friday, 02 July 2021
pic-1
ଫ୍ରି ଟ୍ରି: ଯେଉଁଠି ଗରିବଙ୍କ ପାଇଁ ଲୋକମାନେ ଛାଡିଯାଆନ୍ତି ଦରକାରୀ ଜିନିଷ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ‘ନେକି କି ଦିୱାର’ ବିଷୟରେ ଆପଣ ଶୁଣିଥିବେ। ଏହା ଏମିତି ଏକ ଷ୍ଟୋର୍‌ ଯେଉଁଠି ଲୋକମାନେ ଡ୍ରେସ୍‌ ଏବଂ ଜୋତା ଆଣି ରଖିଦିଅନ୍ତି। ଗରିବ ଏବଂ ଦରକାରୀ ଲୋକ ଏଠାରୁ ଆସି ସେମାନଙ୍କର ଆବଶ୍ୟକ ଅନୁସାରେ କପଡା ନେଇଯାଆନ୍ତି। ସେମିତି ଏହି ଅଞ୍ଚଳରେ ଆଉ ଏକ ଗଛ ରହିଛି। ଯାହାର ନାଁ ରହିଛି ‘ଫ୍ରି ଟ୍ରି’। ଏହି ଗଛ ତଳେ ଲୋକମାନେ ତାଙ୍କର ଅଦରକାରୀ କପଡା ଏବଂ ଜୋତା ରଖିଦେଇଯାଆନ୍ତି। ଏବଂ ଗରିବ ଲୋକମାନେ […]

  • Friday, 02 July 2021
gacha
ମ୍ୟାଜିକ୍‌ ଚାଉଳ ଚାଷ କରନ୍ତି ଏହି ଚାଷୀ, ଥଣ୍ଡା ପାଣିରେ ପକେଇଲେ ହୋଇଯିବ ଭାତ

ନୂଆଦିଲ୍ଲୀ: ଆପଣ କେବେ ମ୍ୟାଜିକ୍‌ ଚାଉଳ ବିଷୟରେ ଶୁଣିଛନ୍ତି? ଏହାକୁ ଗରମ ପାଣିରେ ନୁହେଁ, ଥଣ୍ଡା ପାଣିରେ ପକେଇଲେ ଭାତ ହୋଇଯିବ। ବିହାରର ପଶ୍ଚିମ ଚମ୍ପରଣର ହରିହର ଗାଁର ବିଜୟ ଗିରି ନାମକ ଜଣେ ଚାଷୀ ଏହି ମ୍ୟାଜିକ୍‌ ଧାନ କରି ପ୍ରସିଦ୍ଧ। ୬୪ବର୍ଷୀୟ ବିଜୟ ଗିରି ଆଜିକାଲି ଧାନ ଏବଂ ଗହମର ନୂଆ ପ୍ରକାର ଚାଷକୁ ନେଇ ଚର୍ଚ୍ଚାରେ ଅଛନ୍ତି। ୧୦ମ ପର୍ଯ୍ୟନ୍ତ ପଢିଥିବା ବିଜୟ ଗିରି ନିଜ ବାପାଙ୍କ ୧୨ଏକର ଜମିରେ ଚାଷ କରି […]

  • Friday, 02 July 2021
yello-2
ଉତ୍ତର କୋରିଆକୁ ୟେଲୋ ଡଷ୍ଟ୍ ଭୟ

ନୂଆଦିଲ୍ଲୀ: ୟେଲୋ ଡଷ୍ଟ୍ ପ୍ରଭାବରୁ ବର୍ତ୍ତିବା ପାଇଁ ଉତ୍ତର କୋରିଆ ସରକାର ଲୋକମାନଙ୍କୁ ଘରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଚୀନକୁ ଲାଗି ରହିଥିବା ଉତ୍ତର କୋରିଆରେ ଏ ପର୍ଯ୍ୟନ୍ତ କେହି କୋଭିଡରେ ଆକ୍ରାନ୍ତ ହୋଇନାହାନ୍ତି। ଦେଶର ସୀମାକୁ ସିଲ କରିଦିଆଯାଇଛି। ତେବେ ଉତ୍ତର କୋରିଆ ସରକାରଙ୍କୁ ଏବେ ୟେଲୋ ଡଷ୍ଟ ର ଭୟ ଘାରିଛି । ତେବେ କଣ ଏହି ୟୋଲୋ ଡଷ୍ଟ୍ ଆସନ୍ତୁ ଜାଣିବା। ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ଚୀନ ପଟୁ ଉତ୍ତର […]

  • Friday, 02 July 2021
frming
ଚାକିରିଆ ଦମ୍ପତିଙ୍କୁ ଘାରିଛି ଚାଷ ନିଶା

କାମାକ୍ଷାନଗର(ବିଦ୍ୟାଧର ବରାଳ): ଦିନକୁ ଦିନ ଚାଷରୁ ମୁହଁ ବୁଲେଇବାରେ ଲାଗିଛନ୍ତି ଚାଷୀ। କିନ୍ତୁ ଚାକିରିଆ ଲୋକଙ୍କର ଏହା ଏକ ସଉକ ପାଲଟିଗଲାଣି। ନିକଟରେ  ଜଣେ ଚାକିରିଆ ଦମ୍ପତିଙ୍କ ଚାଷ ପ୍ରେମରେ ପଡିଥିବା ଦେଖାଦେଇଛି। ଦୁହେଁ ଜୈବିକ ଉପାୟରେ ଚାଷ କରୁଛନ୍ତି। ଏଥିପାଇଁ ସେ ଅନେକ ସୁନାମ ମଧ୍ୟ ଅର୍ଜନ କରିଛନ୍ତି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଟାବାହଳ ଗାଁର ଚାକିରିଆ ଦମ୍ପତି ତପନ କୁମାର ପ୍ରଧାନ ଏବଂ ସ୍ମିତା ପ୍ରଧାନ। ସ୍ୱାମୀ ତପନ ପେଷାରେ ଜଣେ ଫାର୍ମା […]

  • Friday, 02 July 2021