• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଅତ୍ୟାଧୁନିକ ରାଫେଲ ସହ ଫ୍ଲାଏପାଷ୍ଟ କରିବେ ୭୫ଟି ବାୟୁଯାନ

  • ସ୍ଥାନ ପାଇବ ବିଭିନ୍ନ ବିଭାଗ ଓ ରାଜ୍ୟର ପ୍ରଜ୍ଞାପନ ମେଢ

ଆଜି ଦେଶ ପାଳୁଛି ୭୩ ତମ ସାଧାରଣତନ୍ତ୍ର ଦିବସ । ୧୯୫୦ ମସିହା ଆଜିର ଦିନରେ ଭାରତରେ ନୂତନ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଭାରତ ସାଧାରଣତନ୍ତ୍ର ରାଷ୍ଟ୍ରରେ ପରିଗଣିତ ହେବା ସହ ଡର ରାଜେନ୍ଦ୍ର ପ୍ରସାଦ ପ୍ରଥମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଥିଲେ । ଏହି ଐତିହାସିକ ଦିବସକୁ ମନେ ପକାଇବା ପାଇଁ ଆଜି ଦେଶରେ ସାଧାରଣତନ୍ତ୍ର ଦିବସ ପାଳନ ହେଉଛି । ଏଥିଲାଗି ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ । ରାଜପଥରେ ଆୟୋଜିତ ହେବ ଭବ୍ୟ ପରେଡ୍ । ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦୁନିଆ ଦେଖିବ ଭାରତ ସୌର୍ଯ୍ୟ, ସାମର୍ଥ ।

ଚଳିତ ଥର ୭ଟି ନୂଆ ରାଫେଲ୍ ଫାଇଟର୍ ଜେଟ୍, ଅନ୍ୟ ବିମାନ ଓ ହେଲିକପ୍ଟରକୁ ମିଶାଇ ରାଜପଥ ଉପରେ ଫ୍ଲାଏପାଷ୍ଟ କରିବେ ସର୍ବାଧିକ ୭୫ଟି ବାୟୁଯାନ । ଫ୍ଲାଏପାଷ୍ଟରେ ବାୟୁସେନା ବିମାନ ସହ ନୌସେନା ବିମାନ ଓ ଆର୍ମିର ହେଲିକପ୍ଟର ମଧ୍ୟ ଆକାଶରେ କରିସ୍ମା ଦେଖାଇବ । ସବୁଠୁ ବଡ଼ ଆକର୍ଷଣ ହେବ ୫ଟି ରାଫେଲର ବିନାଶ ଫର୍ମେସନ୍ । ପଞ୍ଚମ ରାଫେଲ୍ ବିମାନ, ୨ଟି ଜାଗୁଆର୍, ୨ଟି ମିଗ୍-29 ଓ ୨ଟି ସୁଖୋଇ-MKI ସହ ବାଜ୍ ଫର୍ମେସନ୍ କରିବାକୁ ଥିବା ବେଳେ ସପ୍ତମ ରାଫେଲ୍ ଏକାକି ବିଜୟ ଫର୍ମେସନରେ ଉଡ଼ିବ ଧ୍ରୁବ, MI-17, ଚିନୁକ୍, ଆପାଚେ ହେଲିକପ୍ଟର, C-130J ସୁପର୍ ହର୍କୁଲିସ୍, ଡାକୋଟା, ଡୋନିୟର୍-228 ଆଦି ଉଡ଼ାଣ ପରେଅ ଫ୍ଲାଏପାଷ୍ଟର ଅନ୍ତିମ ଚରଣରେ ୧୭ଟି ଜାଗୁଆର୍ ଦେଖାଇବେ ଅମ୍ରିତ୍ ଫର୍ମେସନ୍ ।

୧୯୭୧ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବାୟୁସେନାର ପ୍ରଜ୍ଞାପନ ମେଢ଼ ରାଜପଥରେ ଗଡ଼ିବାକୁ ଥିବା ବେଳେ ଆକାଶରେ ଟାଙ୍ଗାଇଲ୍ ଓ ମେଘ୍ନା ଫର୍ମେସନ୍ ପ୍ରଦର୍ଶିତ ହେବ । ତାସହ ପାରାଚୁଟ୍ କମାଣ୍ଡୋ ମାନଙ୍କୁ ନୂତନ କମ୍ବାଟ୍ ୟୁନିଫର୍ମରେ ଦେଖିବାକୁ ମିଳିବ । ସେହିଭଳି ଭାରତୀୟ ସେନାର ଅତ୍ୟାଧୁନିକ ଟ୍ୟାଙ୍କ, ମିଶାଇଲ୍ ସହ ଏକ ହଜାର ଡ୍ରୋନ୍ ବି ଏଥର ଗଣତନ୍ତ୍ର ଦିବସ ଅବସରରେ ରାଜପଥରେ ଦେଖିବାକୁ ମିଳିବ । ସେହିପରି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଓ ରାଜ୍ୟର ସଂସ୍କୃତିର ଝଲକ ପ୍ରଜ୍ଞାପନ ମେଢ଼ ଜରିଆରେ ପ୍ରଦର୍ଶିତ ହେବ ।

କରୋନା ତୃତୀୟ ଲହରକୁ ଦୃଷ୍ଟିରେ ରଖି ଚଳିତବର୍ଷ ସମାରୋହରେ କେନ୍ଦ୍ରୀୟ ଏସୀୟ ଦେଶର କୌଣସି ମୁଖ୍ୟ ଅତିଥି ଯୋଗ ଦେବେ ନାହିଁ । ସୁରକ୍ଷା ପାଇଁ ଦିଲ୍ଲୀ ପୋଲିସର ୨୫ ହଜାରରୁ ଅଧିକ ଅଧିକାରୀ ଓ ଯବାନଙ୍କୁ ମୁତୟନ କରାଯାଇଛି । ସେହିପରି ୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀଙ୍କୁ ନିୟୋଜିତ କରାଯାଇଛି ।