• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି । ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଛି । ପରେଡ ସ୍ଥଳ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ସମସ୍ତ ଅଞ୍ଚଳକୁ ସିସିଟିଭି ନଜରରେ ରଖାଯାଇଛି । ମୋଟ ୬୨ଟି ସିସିଟିଭି କ୍ୟାମେରା ଦ୍ୱାରା ନଜର ରଖାଯାଇଛି । ଗାନ୍ଧି ମାର୍ଗ ପରେଡ ସ୍ଥଳରେ ଅସ୍ଥାୟୀ କଣ୍ଟ୍ରୋଲ ରୁମ ମଧ୍ୟ କରାଯାଇଛି । ଟାକଟିକାଲ ୟୁନିଟ,ସାଧା ପୋଷାକ ଧାରୀ ପୋଲିସ,ଷ୍ଟ୍ରାଇକିଙ୍ଗ ଫୋର୍ସଙ୍କୁ ନିୟୋଜିତ କରାଯାଇଛି ।

ଏପଟେ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ବ୍ୟକ୍ତିଗତ ଭାବେ ନିଜ ଘରେ ପତାକା ଉତ୍ତୋଳନ ପାଇଁ ୫ ଜଣଙ୍କୁ ଅନୁମତି ଦିଆଯାଇଥିବା ବେଳେ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ ପାଇଁ ୧୦ ଜଣଙ୍କୁ ଅନୁମତି ମିଳିଛି । ପତାକା ଉତ୍ତୋଳନ ବେଳେ କୋଭିଡ୍ କଟକଣା ମାନିବାକୁ ପରାମର୍ଶ ଦିଆଯାଇଛି ।

ତେବେ ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୨୨ ଜଣ ପୋଲିସ୍ ମେଡାଲ ପାଇବେ । ଦେଶରେ ମୋଟ ୯୩୯ ପୋଲିସ୍ ଅଧିକାରୀ ପୁରସ୍କୃତ ହେବେ । ଉତ୍କୃଷ୍ଟ ସେବା ପାଇଁ ୬୬୨ ଜଣ ଏବଂ ୮୮ ଜଣ ଉଲ୍ଲେଖନୀୟ ସେବା ପାଇଁ ମନୋନୀତ ହୋଇଛନ୍ତି । ସେହିପରି ୧୮୯ ଜଣ ପୋଲିସ କର୍ମଚାରୀଙ୍କୁ ସାହସିକତା ଲାଗି ପୁରସ୍କୃତ କରାଯିବ ।

ଓଡ଼ିଶାରୁ ୨୨ଜଣଙ୍କ ମଧ୍ୟରୁ ୧୧ ଜଣଙ୍କୁ ଉତ୍କୃଷ୍ଟ ସେବା ପାଇଁ ଏବଂ ୯ ଜଣଙ୍କୁ ସାହସିକତା ଲାଗି ମନୋନୀତ କରାଯାଇଛି । ସେହିପରି ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟରୁ ୨ ଜଣ ରାଷ୍ଟ୍ରପତି ପଦକ ଲାଗି ମନୋନୀତ ହୋଇଛନ୍ତି । ସାଧାରଣତନ୍ତ୍ର ଦିବସର ଅବସରରେ ଭୁବନେଶ୍ୱରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ପରେଡ୍ ଉତ୍ସବ ପାଇଁ ରାଜଧାନୀରେ ଆୟୋଜିତ ହୋଇଛି ଅଭ୍ୟାସ ପରେଡ୍ । ଏଥିରେ ୧୦ଟି ଟ୍ରୁପ୍ ସାମିଲ ହୋଇଛନ୍ତି । ଯେଉଁଥିରେ ୨ ଟି ବ୍ରାସ ବ୍ରାଣ୍ଡ ସହ ୮ଟି ପୋଲିସ କଣ୍ଟିଜେଣ୍ଟ ପରେଡରେ ଭାଗ ନେଇଛନ୍ତି ।

ପୋଲିସ ଡିଜି ସୁନିଲ୍ ବଂଶଲ ଫାଇନାଲ୍ ପରେଡ ରିହରସାଲକୁ ନୀରକ୍ଷଣ କରିଛନ୍ତି । ପରେଡରେ ଅଂଶଗ୍ରହଣ କରୁଥିବା ସମସ୍ତ ସଦସ୍ୟଙ୍କ ଆର୍ଟିପିସିଆର ଟେଷ୍ଟ ହେବ । ରାଜ୍ୟପାଳ ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ । ଅଥିତି ଭାବରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।