• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ୱାଗତଂ ନୂଆବର୍ଷ । ନୂଆ ଆଶା, ନୂଆ ବିଶ୍ୱାସ ଓ ନୂଆ ସମ୍ଭାବନା ନେଇ ଆସିଛି ନୂଆବର୍ଷ ୨୦୨୨ । ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । କିନ୍ତୁ କରୋନା କଟକଣା ଯୋଗୁଁ ଚଳିତବର୍ଷ ନୂଆବର୍ଷ ପାଳନ ଟିକେ ଫିକା ପଡିଯାଇଛି । ହୋଟେଲ, ରେଷ୍ଟୁରାଣ୍ଟରେ ଜିରୋନାଇଟ ସେଲିବ୍ରେସନ ପାଇଁ କଟକଣା ଜାରି କରାଯାଇଥିବାରୁ ଲୋକମାନେ ଘରେ ରହି ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି ।

ଏଥିସହ ସୋସିଆଲ ମିଡିଆରେ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି । ହେଲେ କରୋନାରେ ଆକ୍ତାମାକ୍ତା ବିଶ୍ୱବାସୀ ଖୋଜୁଛନ୍ତି ଆଶ୍ୱସ୍ତିର ରାହା । ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଲୋକମାନେ ପ୍ରସ୍ତୁତି କରିଥିବା ବେଳେ ଅଚାନକ ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ପାଇଥିବାରୁ ବିଭିନ୍ନ ରାଜ୍ୟରେ କଡା କଟକଣା ଲଗାଯାଇଛି ।

ସେପଟେ ପୁରୀରେ ନୂଆବର୍ଷ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୀ ସହରକୁ ୧୩ଟି ସେକ୍ଟରରେ ବିଭକ୍ତ କରାଯାଇ ପ୍ରତି ସେକ୍ଟର ପାଇଁ ଜଣେ ଇନ୍ସପେକ୍ଟରଙ୍କୁ ଦାତିତ୍ୱ ଦିଆଯାଇଛି । ଜିରୋନାଇଟକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ସମୁଦାୟ ୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ବେଳାଭୂମିରେ ଜଣେ ଡ଼ିଏସପି, ୩ ପ୍ଲାଟୁନ ଫୋର୍ସ,୨ ଇନ୍ସପେକ୍ଟର ମୁତୟନ ରହିବେ ।

ରାତି ୧୦ଟାରୁ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ମାଧ୍ୟମରେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହ ଜୟ ଜଗନ୍ନାଥ ଏବଂ ୨୦୨୨ ଲେଖି ନବ ବର୍ଷର ଅଭିନନ୍ଦନ ଜଣାଇଛନ୍ତି । ବାଲିରେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ବେସ୍ ଆକର୍ଷଣୀୟ ହୋଇଛି ।