• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ପବିତ୍ର ମାଘ ସପ୍ତମୀ । କୋଭିଡ କଟକଣା ମଧ୍ୟରେ ବିନା ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ ଅନୁଷ୍ଠିତ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଚନ୍ଦ୍ରଭାଗା ତୀର୍ଥ ପଡିଆକୁ ଶ୍ରଦ୍ଧାଳୁମାନଙ୍କ ପ୍ରବେଶ ଉପରେ କଟକଣା ରହିଛି । କାଲି ଅପରାହ୍ନ ୪ ଟାରୁ ଆଜି ୧୧ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି ।

ପରମ୍ପରା ଅନୁଯାୟୀ ପବିତ୍ର ଷଷ୍ଠୀ ରାତ୍ରି ୯ଟା ୩୦ରେ ମାଧିପୁରର ଶ୍ରୀଶ୍ରୀ ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁରର ଶ୍ରୀଶ୍ଶ୍ରୀ ଐଶାନ୍ୟଶ୍ୱର ମହାଦେବ ଓ କୁରୁଜଙ୍ଗର ଦକ୍ଷିଣେଶ୍ୱର ମହାଦେବ ତିନି ଠାକୁର ବିମାନ ବିଜେ ପରେ ରାତି ୧୨ଟା ୩୦ ମଧ୍ୟରେ କୋଣାର୍କ ଏନଏସିଠାରେ ଏକତ୍ର ଭୋଗ ଖାଇଥିଲେ । ଏହାପରେ ପାରମ୍ପରିକ ଶୋଭାଯାତ୍ରାରେ ଭୋର ୩ଟା ୪୦ ମଧ୍ୟରେ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚିଥିଲେ ଭୋର ୪ଟା ୨୦ରେ ପ୍ରଭୁଙ୍କ ନୀତିକାନ୍ତି ପରେ ମହାସ୍ନାନ ଅନୁଷ୍ଠିତ ହୋଇଥିଲା । ପରେ ନୀତିକାନ୍ତି ସହ ଜଡିତ ସେବକ ଓ ସାଦ୍ଧୁସନ୍ଥ ବୁଡ ପକାଇଥିଲେ ।

ପୁରାଣିକ ମତାନୁସାରେ ଏହି ପବିତ୍ର ଦିନରେ ସୂର୍ଯ୍ୟ ଭଗବାନ ବା ମିତ୍ରାଦିତ୍ୟଙ୍କ ଜନ୍ମ ଦିନ । ତେଣୁ ଏହି ଦିନରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶ୍ରାପ ଜନିତ ରୋଗରୁ ମୁକ୍ତି ହୋଇଥିଲେ । ତେଣୁ ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବା ପାଇଁ ହିନ୍ଦୁ ଧର୍ମାଲମ୍ବୀ ମାନେ ଏହି ପବିତ୍ର ଦିନରେ ବୁଡ ପକାଇ ସୂର୍ଯ୍ୟଦୋୟ ଦର୍ଶନ କରିଥାନ୍ତି ।

ଅନ୍ୟପକ୍ଷେ, ପବିତ୍ର ମାଘଶ୍ର ସପ୍ତମୀ ଅବସରରେ ଆଜିଠୁ ଖଣ୍ଡଗିରି କୁମ୍ଭ ମେଳା ଆରମ୍ଭ ହେଉଛି । ଆଜିଠାରୁ ଆସନ୍ତା ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ମେଳା ଚାଲିବ । ଏଥିଲାଗି ଖଣ୍ଡଗିରିରେ ସାଧୁସନ୍ଥଙ୍କ ଗହଳି ଜମିଆସିଲାଣି ।କରୋନା କଟକଣା ପାଇଁ ଜନ ସମାଗମ ଉପରେ ରୋକ ଲାଗିଥିବାରୁ କେବଳ ସାଧୁସନ୍ଥ ପୂଜାର୍ଚ୍ଚନା ଓ ହୋମ ଯଜ୍ଞ କରିବେ ମେଳା କେବଳ ମନ୍ଦିର ଭିତରେ ସୀମିତ ରହିବ । କରୋନା ପାଇଁ କୌଣସି ଅପେରା, ମେଳା ଓ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇନାହିଁ । ଗତବର୍ଷ କରୋନା କଟକଣା ଥିଲେ ବି ମେଳା ଜମିଥିଲା ଏଣୁ ଏଥର ଯେପରି ସେଭଳି ପରିସ୍ଥିତି ନ ହୁଏ, ସେଥିଲାଗି ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି ।