• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

kendrapara
କେନ୍ଦ୍ରାପଡ଼ାରେ ଶ୍ରୀଜୀଉଙ୍କର ଗଜ ବେଶ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ପରମ୍ପରା ଅନୁଯାୟୀ ପାଳନ କରାଯାଇଛି ସ୍ନାନ ଯାତ୍ରା। ସକାଳ ୬ଟାରେ ତିନି ଦିଅଁଙ୍କୁ ସ୍ନାନ ମଣ୍ଡପରେ ବିଜେ କରାଯାଇଥିଲା। ପରେ ପରେ ଜୟ ମଙ୍ଗଳା ଆଳତୀ, ନୀତିସ୍ନାନ, ବଲ୍ଲଭ ମଣୋହି, ମଙ୍ଗଳାର୍ପଣ କରାଯାଇଥିଲା। ଏହାପରେ ସ୍ନାନମଣ୍ଡପରେ ଶ୍ରୀଜୀଉଙ୍କର ଗଜ ବଦନ ବେଶ କରାଯାଇଥିଲା। ସେବକମାନେ ଶ୍ରୀଜୀଉମାନଙ୍କୁ ପାରମ୍ପରିକ ରୀତିରେ ଗଜବେଶ କରାଇଥିଲେ। କରୋନା କଟକଣା ପାଇଁ ଚଳିତ ବର୍ଷ ଏଠାରେ ବି ୧୪୪ ଧାରା ଜାରି […]

  • Monday, 26 July 2021
fs
ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ସ୍ନାନ ନୀତି ସଂପନ୍ନ

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମଧ୍ୟ ଆୟୋଜିତ ହେଉଛି ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ଏବେ ଶ୍ରୀଜିଉମାନଙ୍କ ସ୍ନାନ ନୀତି ସଂପନ୍ନ ହୋଇଥିବା ବେଳେ ଅପରାହ୍ଣରେ ହେବ ହାତୀ ବେଶ। ଭୋର ୪ଟାରୁ ପହଡ଼ ଭଙ୍ଗା ହେବାପରେ ମଙ୍ଗଳ ଆଳତୀ ହୋଇଥିଲା। ପରେ ତିନି ଠାକୁରଙ୍କୁ ଗୋଟି ପହଣ୍ଡିରେ ସ୍ନାନ ମଣ୍ଡପକୁ ଅଣାଯାଇଥିଲା। ସ୍ନାନ ମଣ୍ଡପରେ ବିଜେ ପରେ ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ କରାଯାଇଛି। ତେବେ କରୋନା କଟକଣା ଯୋଗୁଁ ଭକ୍ତଙ୍କୁ ମନ୍ଦିର ପ୍ରବେଶ […]

  • Monday, 26 July 2021
ଈଓଊପୋ
ସ୍ନାନ ପରେ ହାତୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ: ସ୍ନାନ ପରେ ହାତୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଧଳା ଓ କଳା ହାତୀବେଶରେ ବିଭୂଷିତ ହୋଇଛନ୍ତି ମହାପ୍ରଭୁ। ପାରମ୍ପରିକ ନିୟମ ଅନୁସାରେ ଆଜି ଶ୍ରୀଜିଉଙ୍କୁ ହାତୀ ବେଶରେ ସଜ୍ଜିତ କରାଯାଇଛି। ସେହିପରି ମାଆ ସୁଭଦ୍ରାଙ୍କୁ କମଳା ବେଶରେ ସଜା ଯାଇଛି। ଶ୍ରୀଜଗନ୍ନାଥ ଓ ବଡ଼ ଠାକୁର ବଳଭଦ୍ରଙ୍କ ପାଇଁ ହାଣ୍ଡିଆ, ଥୋଡ଼ହସ୍ତ, ଅଧର ତୋରଣ, ଗଜଖୁମ୍ଭ, ତିଲକ, ଛତୀରେ ଦୁଇ ଠାକୁରଙ୍କୁ ସଜା ଯାଇଛି। ସେହିଭଳି ମାଆ ସୁଭଦ୍ରାଙ୍କୁ ତଡ଼କୀ, ଚିତା ତରାସରେ ସଜା […]

  • Monday, 26 July 2021
pd
ରାତି ଗୋଟାଏରୁ ପହଣ୍ଡି; ମଧ୍ୟାହ୍ନ ୧୧ଟାରୁ ୧୨ ଭିତରେ ହାତୀବେଶ

ପୁରୀ : ଶ୍ରୀମନ୍ଦିର ଇତିହାସରେ ଲେଖା ହେବ ନୂଆ ଘଟଣା। ବଡ଼ଦାଣ୍ଡରେ ବିନା ଭକ୍ତରେ ସମ୍ପନ୍ନ ହେବ ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣମୀ ନୀତି। ଏଥିପାଇଁ ଶ୍ରୀଜିଉଙ୍କ ଅପେକ୍ଷାରେ ରହିଛି ସ୍ନାନ ବେଦି। ରତ୍ନସିଂହାସନରୁ ଓହ୍ଲାଇ ଧାଡ଼ି ପହଣ୍ଡିରେ ଆସି ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତୀ। ପରମ୍ପରା ଅନୁସାରେ ପ୍ରଥମେ ଚକ୍ରରାଜ ସୁଦର୍ଶନ, ତା’ପରେ ବଡ଼ଠାକୁର ବଳଭଦ୍ର, ତାଙ୍କ ପଛକୁ ଦେବୀ ସୁଭଦ୍ରା ଓ ଶେଷରେ ଆସିବେ ମହାପ୍ରଭୁ ଜଗନ୍ନାଥ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ନୀତି ନିର୍ଘଣ୍ଟ […]

  • Monday, 26 July 2021
h
ସ୍ନାନଯାତ୍ରାର ଦର୍ଶନ ବ୍ୟବସ୍ଥାରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ

ପୁରୀ: ମହାପ୍ରଭୁଙ୍କ ସ୍ନାନଯାତ୍ରାର ଦର୍ଶନ ବ୍ୟବସ୍ଥାରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ। ଭକ୍ତଙ୍କ ଦର୍ଶନ ଉପରେ ରାଜ୍ୟ ସରକାର କଟକଣା ଲାଗୁ କରିଥିବାରୁ ଏହା ବିରୋଧରେ ହାଇକୋର୍ଟରେ ଆବେଦନ କରାଯାଇଥିଲା। ଆଜି ଏହାର ଶୁଣାଣି କରିଛନ୍ତି ହାଇକୋର୍ଟ। ଏ ପ୍ରସଙ୍ଗରେ ରାଜ୍ୟ ସରକାର ହିଁ ନିଷ୍ପତ୍ତି ନେବେ। କୋଭିଡ କଟକଣା ଭିତ୍ତିରେ ସରକାର ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। କୋଭିଡ୍ ପରିସ୍ଥିତିକୁ ଦେଖି ଏଥର ଭକ୍ତଙ୍କ ଅନୁପସ୍ଥିତିରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା କରିବାକୁ […]

  • Monday, 26 July 2021
Niladri Bije
ଆଜି ନୀଳକନ୍ଦରର ରତ୍ନସିଂହାସନରେ ବିଜେ କରିବେ ନୀଳାଦ୍ରିନାଥ

ଜନ୍ମବେଦୀରେ ଲୀଳାଖେଳା ସରିବା ପରେ ଆଜି ନୀଳକନ୍ଦରର ରତ୍ନସିଂହାସନରେ ବିଜେ କରିବେ ନୀଳାଦ୍ରିନାଥ। ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ରତ୍ନସିଂହାସନରେ ବିରାଜିତ ହେବେ କାଳିଆ ସାଆନ୍ତେ।

adharapana
ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି

ତ୍ରୟୋଦଶୀ ତିଥିରେ ରଥାରୁଢ଼ ଶ୍ରୀଜିଉଙ୍କ ଅଧରପଣା ଭୋଗ ନୀତି ଅନୁଷ୍ଠିତ ହେବ । ଅଧରପଣା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ ଓ଼ଡ଼ିଆ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥାଏ

 suna vesha at puri
ସୁନାବେଶରେ ଅଘଟଣ; ଖସିଗଲା ମହାପ୍ରଭୁଙ୍କ କିରିଟିର କିଆ

ମହଣ ମହଣ ସୁନାରେ ସଜ୍ଜିତ ହୋଇ ମହାପ୍ରଭୁ ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ। ଏପଟେ ଘଟିଲା ଅଘଟଣ। ମହାପ୍ରଭୁଙ୍କ କିରିଟିରୁ ଖସିଗଲା ଗୋଟିଏ କିଆ।

Rath Yatra
ଅନନ୍ୟ ସୌଭାଗ୍ୟ ପାଇ ଧନ୍ୟ ମଣୁଥିଲେ ନିଜକୁ, ଭଜୁ ଥିଲେ ଜଗା ନାମକୁ

ରଥ ରଜ୍ଜୁ କାନ୍ଧରେ ଯେତେବେଳେ ଆନନ୍ଦ ଲାଗିବନି । ସେଇଥି ପାଇଁ ତ ଖାତିର ନଥିଲା ଡହ ଡହ ଖରାକୁ କି ଡର ନଥିଲା ମୂଷଳ ଧାରାର ବର୍ଷାକୁ । ରଜ୍ଜୁ ଟାଣୁଥିଲେ, ରଥ ଗଡୁଥିଲା ।

sunabesha
ଆରମ୍ଭ ହେଲା ମହାପ୍ରଭୁଙ୍କ ସୁନାବେଶ ନୀତିକାନ୍ତି

ଆରମ୍ଭ ହେଲା ମହାପ୍ରଭୁଙ୍କ ସୁନାବେଶ ନୀତିକାନ୍ତି । ଶ୍ରୀକ୍ଷେତ୍ରରେ ରଥ ଉପରେ  ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ । ମହଣ ମହଣ ସୁନାରେ ସଜେଇ ହେବେ ତିନି ଠାକୁର । ଅପରାହ୍ନରେ ସାରା ଜଗତ ଦେଖିବ ଚକାଆଖିର ସୁନାବେଶ । ଶ୍ରୀଜିଉଙ୍କ ଏହି ଅପରୂପ ବେଶ ଦେଖିବାକୁ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଛନ୍ତି । 

baripada-ratha-yatra-750x420
ରାତି ସାରା ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତ୍ତି

ବାରିପଦା (ମାଣିକଲାଲ୍‌ ପାଣି): ଆଜି ଶ୍ରୀକ୍ଷେତ୍ରରେ ହୋଇଛି ରଥଯାତ୍ରା। ମାତ୍ର ଆସନ୍ତାକାଲି ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାରେ ରଥ ଟଣା ଆରମ୍ଭ ହେବ। ଆଜି ଗୋଟି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥ ଉପରେ ବିରାଜମାନ କରାଯାଇଥିଲା। ତା’ପରେ ଶ୍ରଦ୍ଧାଳୁମାନେ ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥିଲେ। ଆସନ୍ତାକାଲି ଅପରାହ୍ନ ୨.୩୦ ମିନିଟ୍‌ରେ ମହାପ୍ରଭୁ ବଳଭଦ୍ରଙ୍କ ରଥକୁ ଭକ୍ତମାନେ ମାଉସୀ ମାଆ ମନ୍ଦିର ପର୍ଯ୍ୟନ୍ତ ଟାଣିନେବେ। ପରେ ଭଉଣୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଅଧବାଟ (ଟାଉନ୍‌ ଥାନା) […]

  • Wednesday, 21 July 2021
340-2-750x430
ମହାପ୍ରଭୁଙ୍କ ପାଇଁ ବିଶ୍ୱର ସବୁଠୁ କୁନି ରଥ ଗଢ଼ିଛନ୍ତି ସତ୍ୟ ମହାରଣା

ବ୍ରହ୍ମପୁର: ଯୁଗେ ଯୁଗେ ଭକ୍ତର ଭାବରେ ବନ୍ଧା ପଡ଼ିଛନ୍ତି ଭଗବାନ। ଭକ୍ତିର ଶକ୍ତି ଏତେ ଅଧିକ ଯେ, ମହାପ୍ରଭୁ ତାଙ୍କ ପ୍ରିୟ ଭକ୍ତଙ୍କ ପାଇଁ ସବୁ ପ୍ରକାର ଆଡ଼ମ୍ବରକୁ ତ୍ୟାଗ କରିପାରନ୍ତି। ସେ ବାଲି ରଥରେ ତାଙ୍କ ଭକ୍ତ ବଳରାମ ଦାସଙ୍କୁ ଦର୍ଶନ ଦେଇପାରନ୍ତି ଆଉ ଦାସିଆ ବାଉରୀଙ୍କ ପାଇଁ ତାଙ୍କ ରଥ ଅଟକି ଯାଏ। ତାଙ୍କୁ ଯିଏ ଯେଉଁଠି ଡାକିଥାଏ, ସେ ତାର ଡାକ ଶୁଣିଥାନ୍ତି। ସେମିତି ଜଣେ ଭକ୍ତ ହେଉଛନ୍ତି ବ୍ରହ୍ମପୁରର ସତ୍ୟ ମହାରଣା। […]

  • Wednesday, 21 July 2021
ratha
ରଥ ଚକଡ଼ାକୁ ଅଣାଗଲା ତିନି ରଥ

ପୁରୀ: ଆସନ୍ତାକାଲି ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ରଥଖଳାରୁ ତିନି ରଥକୁ ଶ୍ରୀମନ୍ଦିର ସମ୍ମୁଖ ରଥ ଚକଡ଼ାକୁ ନିଆଯାଇଛି।  ପ୍ରଥମେ ନନ୍ଦିଘୋଷ ରଥକୁ ନିଆଯାଇଥିଲା। ଏହା ପରେ ଦେବଦଳନ ଓ ତାଳଧ୍ୱଜ ରଥକୁ ନିଆଯାଇଛି। ଏହା ପୂର୍ବରୁ ଅନୁଷ୍ଠିତ ହୋଇଛି ରଥ ଆଜ୍ଞାମାଳ ନୀତି। ପରମ୍ପରା ମୁତାବକ ସକାଳ ଧୂପ ପରେ ପୂଜାପଣ୍ଡା ସାମନ୍ତ ତିନି ବାଡ଼ରୁ ଆଜ୍ଞାମାଳ ଆଣି ତିନି ରଥରେ ଦେଇଥିଲେ। ୩ ରଥକୁ ଆଜ୍ଞାମାଳ ବିଜେ କରିଥିଲେ ପୂଜା ପଣ୍ଡା। ସେପଟେ […]

p5
ରଥଯାତ୍ରା ପାଇଁ ସିସିଟିଭି ନଜରରେ ରହିବ ପୁରୀ

ପୁରୀ : ରଥଯାତ୍ରା ବେଳେ ସିସିଟିଭି ନଜରରେ ରହିବ ସମଗ୍ର ପୁରୀ ସହର। ସିଂହଦ୍ୱାର, ବଡ଼ଦାଣ୍ଡଠୁ ଆରମ୍ଭ କରି ରେଳ ଷ୍ଟେସନ, ବସ୍‌ଷ୍ଟାଣ୍ଡ, ପାର୍କିଂସ୍ଥଳ ସବୁ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ। ଏଥି ସହିତ ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଏହି ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯିବ ବୋଲି ପୁଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି। ରଥଯାତ୍ରା ପାଇଁ ଦାୟିତ୍ୱରେ ଥିବା ସମସ୍ତ ପୁଲିସ ଓ ଅନ୍ୟ ବିଭାଗର ଉଚ୍ଚ ଅଧିକାରୀଙ୍କ ସହ ଚୂଡ଼ାନ୍ତ ବୈଠକ […]

  • Wednesday, 21 July 2021
pic2
ଚାଲିଛି ଠାକୁରଙ୍କ ଗୁପ୍ତସେବା, ହରିବଳଦେବଜୀଉଙ୍କ ମନ୍ଦିରରେ ତାଲା

ବାରିପଦା: ମହାପ୍ରଭୁଙ୍କ ଅଣସର ଅବସରରେ ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାରେ ହରିବଳଦେବଜୀଉଙ୍କ ମନ୍ଦିରରେ ଚାଲିଛି ଠାକୁରଙ୍କ ଗୁପ୍ତ ସେବା । ସେବାରେ ଯେପରି ବ୍ୟାଘାତ ନ ଘଟେ, ସେଥିପାଇଁ ମନ୍ଦିର ବେଢ଼ାରେ ଯଥା ସମ୍ଭବ ନିରବତା ରକ୍ଷା କରିବା ପାଇଁ ମନ୍ଦିରରେ ତାଲା ପକାଯାଇଛି। ଶ୍ରୀଜଗନ୍ନାଥଙ୍କ ବାଡରେ ଶ୍ରୀ ନାରାୟଣ, ବଳଦେବଙ୍କ ବାଡରେ ମହାରୁଦ୍ର ଓ ମା’ ସୁଭଦ୍ରାଙ୍କ ବାଡରେ ଭୁବନେଶ୍ୱରୀ ପୂଜା ପାଉଛନ୍ତି। ଶ୍ରଦ୍ଧାଳୁମାନେ ପଟି ଦିଅଁଙ୍କୁ ଦର୍ଶନ କରି ଫେରି ଯାଉଛନ୍ତି। ସେପଟେ ଆଉ କିଛି […]

  • Wednesday, 21 July 2021
ପୁରୀ ସୁନାବେଶ ସିଧା ପ୍ରସାରଣ
ପୁରୀ ସୁନାବେଶ ୨୦୨୧ ଲାଇଭ୍ ଅପଡେଟ

ଆଜି ମହାପ୍ରଭୁଙ୍କ ରାଜରାଜେଶ୍ୱର ବା ସୁନାବେଶ। ୯ ଦିନର ଦାଣ୍ଡଯାତ୍ରା

suna besa
ଶ୍ରୀକ୍ଷେତ୍ରରେ ଆଜି ଶ୍ରୀଜିଉଙ୍କ ସୁନାବେଶ : ରଥ ଉପରେ ମହଣ ମହଣ ସୁନାରେ ସଜେଇ ହେବେ ତିନି ଠାକୁର

ଶ୍ରୀକ୍ଷେତ୍ରରେ ଆଜି ରଥ ଉପରେ ଶ୍ରୀଜୀଉଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜେଇ ହେବେ ତିନି ଠାକୁର । ଶ୍ରୀଜିଉଙ୍କ ଏହି ଅପରୂପ ବେଶ ଦେଖିବାକୁ ଶ୍ରଦ୍ଧାଳୁ ଅପେକ୍ଷା କରିଛନ୍ତି ।

Puri
ଗରମ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଥିଲେ ସେବାୟତ, ଆକାଶରୁ ଝରିଲା ଉଶ୍ୱାସର ବର୍ଷା

ଭକ୍ତଶୂନ୍ୟ ଘୋଷଯାତ୍ରା ଭଳି କ୍ରମାଗତ ଦ୍ୱିତୀୟ ଥର ପାଇଁ ସୁରୁଖୁରୁରେ ସରିଲା ବିନା ଭକ୍ତରେ ବାହୁଡ଼ାଯାତ୍ରା । ଜନ୍ମବେଦୀରେ ସବୁ ଲୀଳାଖେଳା ସାରି ଆଜି ନୀଳକନ୍ଦର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି ମହାବାହୁ ।

bahuda jatra
ସିଂହଦ୍ୱାରରେ ଲାଗିଲା ତାଳଧ୍ୱଜ ଓ ଦର୍ପଦଳନ : ପଛରେ ଆସୁଛି ନନ୍ଦିଘୋଷ ରଥ

ବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ଫେରୁଛନ୍ତି ତିନି ଠାକୁର । ଆଜି ପ୍ରତ୍ୟୁଷରେ ମଙ୍ଗଳ ଆତି, ମଇଲମ, ତଡପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା,ଦ୍ୱାରପାଳ ପୂଜା ହୋଇଥିଲା । ଏହାପରେ ଗୋପାଳବଲ୍ଲଭ ଓ ଖେଚୁଡି ଭୋଗ ହୋଇଥିଲା । ସେନାପଟା ଲାଗି ପରେ ବାହୁଡା ପହଣ୍ଡି ଆରମ୍ଭ ହୋଇଥିଲା ।

Puri Gajapati Maharaja
ଛେରା ପହଁରାରେ ୫୦ ବର୍ଷ ପୂରଣ କଲେ ଗଜପତି ମହାରାଜା

ଚଳିତ ବର୍ଷ ରଥଯାତ୍ରାରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ବିରଳ ରେକର୍ଡ କରିଛନ୍ତି। ଚଳିତ ବର୍ଷକୁ ମିଶାଇ ଛେରା ପହଁରାରେ ୫୦ ବର୍ଷ ପୂରଣ କରିଛନ୍ତି ଗଜପତି ମହାରାଜା।

puri bahuda jatra rituals
ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିଲେ ଶ୍ରୀଜିଉ, ଆରମ୍ଭ ହେଲା ରଥଟଣା

ଆରମ୍ଭ ହେଲା ରଥଟଣା। ଶ୍ରୀଗୁଣ୍ଡିଚା ମନ୍ଦିର ଛାଡ଼ି ଶ୍ରୀମନ୍ଦିର ଅଭିମୁଖେ ଶ୍ରୀଜିଉ। ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି ନୀତିକାନ୍ତି।

bahuda yatra at puri
ଆଜି ଶ୍ରୀମନ୍ଦିର ବାହୁଡ଼ିବେ ଶ୍ରୀଜିଉ; ଶରଧାବାଲିରେ ନାହିଁ ଭକ୍ତଙ୍କ ଭିଡ଼

ଆଜି ବାହୁଡା ଯାତ୍ରା। ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଶ୍ରୀଜୀଉ। ଜନ୍ମବେଦୀରେ ଲୀଳାଖେଳା ସାରି ଏବେ କର୍ମବେଦୀ ଅଭିମୁଖେ ତିନି ଠାକୁର।  ଏଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗରେ ଅପେକ୍ଷାରତ ତିନି ରଥ। 

rathajatra
ବାହୁଡ଼ା ପାଇଁ ପ୍ରସ୍ତୁତି,ସମୀକ୍ଷା ବୈଠକରେ ଆଲୋଚନା

ବାହୁଡ଼ା ଯାତ୍ରା ପାଇଁ ଶେଷ ହେଲା ସମୀକ୍ଷା ବୈଠକ। ନୀଳାଦ୍ରୀ ଭକ୍ତ ନିବାସରେ ବସିଥିଲା ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧକ୍ଷତାରେ ପ୍ରଶାସନିକ ଅଧିକାରୀଙ୍କ ସହ ବସିଥିଲା ବୈଠକ। ବୈଠକରେ ଜିଲ୍ଲାପାଳ, ଏସପି,ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ, ସିଡିଏମଓ ଉପସ୍ଥିତ ଥିଲେ ।

bahuda
ଜନ୍ମବେଦିରୁ ଫେରିଲେ ଶ୍ରୀଜିଉ

ପୁରୀ : ବାହୁଡ଼ାରେ ବାହୁଡ଼ିଛନ୍ତି ଶ୍ରୀଜିଉ। ଜନ୍ମବେଦୀରେ ଲୀଳାଖେଳା ସାରି ନୀଳକନ୍ଦର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି ଚତୁର୍ଦ୍ଧା ମୂରତି। ପାଗ ଅନୁକୂଳ ଓ ଶୃଙ୍ଖଳିତ ନୀତିକାନ୍ତି ଯୋଗୁଁ ନିର୍ଦ୍ଧାରିତ ସମୟର ଢେର୍ ପୂର୍ବରୁ ପହଣ୍ଡି ସଂପନ୍ନ ହେବା ସହ ଅାଗୁଅା ଅାରମ୍ଭ ହୋଇଥିଲା ରଥ ଟଣା। ଯେଉଁଥି ପାଇଁ ସନ୍ଧ୍ୟା ସୁଦ୍ଧା ସିଂହଦ୍ୱାରରେ ଲାଗିଛନ୍ତି। ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ। ଗତକାଲିର ଲଗାଣ ବର୍ଷା ସତ୍ୱେ ଅାଜି ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଏହି ଅପୂର୍ବ ଲୀଳା […]

  • Monday, 19 July 2021
puri-1
ସନ୍ଧ୍ୟା ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ଭିଡ଼

ପୁରୀ : ଅାସନ୍ତାକାଲି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା। ୯ ଦିନର ଲୀଳାଖେଲା ସାରି ଶ୍ରୀମନ୍ଦିରକୁ ବାହୁଡ଼ିବେ ତିନି ଠାକୁର। ତା ପୂର୍ବରୁ ଅାଜି ଗୁଣ୍ଡିଚା ମନ୍ଦିରରେ ଅାଡ଼ପ ମଣ୍ଡପରେ ଚାଲିଛି ମହାପ୍ରଭୁଙ୍କ ସନ୍ଧ୍ୟାଦର୍ଶନ। ନୀତି ତ୍ୱରାନ୍ୱିତ ପାଇଁ ସନ୍ଧ୍ୟାଦର୍ଶନ ସନ୍ଧ୍ୟା ୭ଟା ଭିତରେ ବନ୍ଦ ରଖାଯିବ ବୋଲି କହିଛନ୍ତି ଦଇତାପତି ନିଯୋଗ ସହ ସମ୍ପାଦକ। ଏହା ପରେ ଶ୍ରୀଜୀଉଙ୍କ ସନ୍ଧ୍ୟା ଅାରତୀ, ଶ୍ରୀମୁଖ ଖଣ୍ଡୁଅା, ବାହୁଟ କଣ୍ଟ ଓ କୁସୁମି ଲାଗି ଅାଦି ନୀତି ଅନୁଷ୍ଠିତ ହେବ। […]

  • Monday, 19 July 2021