• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାରା ଦେଶରେ ବଡ଼ ଧୁମ୍‌ ଧାମ୍‌ରେ ହୋଲି ପାଳନ କରାଯାଇଥାଏ । ପିଲାମାନଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ରଙ୍ଗରେ ରଙ୍ଗେଇ ହେବେ । କେହି ଫୁଲରେ ହୋଲି ଖେଳୁଛନ୍ତି ତ କେହି ନିଜ ପ୍ରିୟ ଲୋକଙ୍କୁ ରଙ୍ଗରେ ରଙ୍ଗେଇ ଦେଉଛନ୍ତି । ଟିଭି ଏବଂ ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ରଙ୍ଗର ବୁଡି ରହିଥାନ୍ତି । କିନ୍ତୁ କିଛି ସେଲିବ୍ରିଟି ଅଛନ୍ତି ଯେଉଁମାନେ ବିଲ୍‌କୁଲ ହୋଲି ଖେଳନ୍ତି ନାହିଁ । ଏହି ତାଲିକାରେ କରୀନା କପୁର ଖାନ, ରଣବୀର ସିଂ, ଟାଇଗର ଶ୍ରଫଙ୍କ ନାଁ ସାମିଲ ରହିଛି । ତେବେ ଆସନ୍ତୁ ଜାଣିବା ଏହି ସେଲିବ୍ରିଟିମାନେ କାହିଁକି ହୋଲି ପର୍ବ ପାଳନ କରନ୍ତି ନାହିଁ ।

କରୀନା କପୁର ଖାନ ହୋଲି ଖେଳନ୍ତି ନାହିଁ । ତାଙ୍କୁ ଏହି ରଙ୍ଗର ପର୍ବ ବିଲ୍‌କୁଲ ପସନ୍ଦ ନୁହେଁ । ଏକ ସାକ୍ଷାତକାର ସମୟରେ ସେ କହିଥିଲେ ତାଙ୍କୁ କାହିଁକି ହୋଲି ଖେଳିବା ପସନ୍ଦ ନୁହେଁ । ସେ କହିଥିଲେ ଯେ, ତାଙ୍କ ଜେଜେ ବାପା ରାଜ କପୁରଙ୍କ ଦେହାନ୍ତ ହେବା ପରଠାରୁ ତାଙ୍କ ଜୀବନରୁ ରଙ୍ଗ ଉଭାନ୍‌ ହୋଇଯାଇଛି । ତେଣୁ ସେ ହୋଲି ପର୍ବ କେବେ ପାଳନ କରନ୍ତି ନାହିଁ ।

ରଣବୀର ସିଂ ରଙ୍ଗଠାରୁ ଦୂରରେ ରୁହନ୍ତି । ସେ ହୋଲି କାହିଁକି ପାଳନ କରନ୍ତି ନାହିଁ, ଏନେଇ ନିଜେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ମୁଁ ହୋଲି ପାଳନ କରେ ନାହିଁ କାରଣ ମୋତେ ସଫା ସୁତୁରା ରହିବାର ଗୋଟେ ଅଭ୍ୟାସ ରହିଛି । ରଣବୀର ଆହୁରି କହିଛନ୍ତି ଯେ, ତାଙ୍କ ମୁହଁରେ କିଏ ରଙ୍ଗ ଲଗାଇଲେ ତାଙ୍କୁ ଭଲ ଲାଗେ ନାହିଁ ।

ଜନ୍ ଅବ୍ରହାମ ମଧ୍ୟ ହୋଲି ରଙ୍ଗଠାରୁ ଦୂରତା ରଖନ୍ତି । ସେ ଏକ ସାକ୍ଷାତକାରରେ କହିଥିଲେ ଯେ ଲୋକମାନେ ଏହି ପର୍ବର ଅପବ୍ୟବହାର କରୁଛନ୍ତି । ଏମିତିକି ଲୋକ ପ୍ରକୃତିକୁ ଆଘାତ ଦେଉଛନ୍ତି ବୋଲି ଜନ୍‌ କହିଥିଲେ । ସେଥିପାଇଁ ଏହି ପର୍ବ ତାଙ୍କ ପାଇଁ କୌଣସି ଅର୍ଥ ରଖେ ନାହିଁ ।

ତାପସୀ ପନ୍ନୁ ମଧ୍ୟ ହୋଲିର ରଙ୍ଗଠାରୁ ଦୂରରେ ରୁହନ୍ତି । ତାପସୀଙ୍କ କହିବାନୁଯାୟୀ, ତାଙ୍କ ଘରେ ବହୁତ କମ୍ ପର୍ବ ପର୍ବାଣୀ ପାଳନ କରାଯାଏ । ତାଙ୍କ ପିତାମାତା ମଧ୍ୟ ହୋଲି ଖେଳନ୍ତି ନାହିଁ, ତେଣୁ ସେ ମଧ୍ୟ ହୋଲି ଖେଳନ୍ତି ନାହିଁ ବୋଲି ତାପସୀ କହିଛନ୍ତି ।

'ବଲମ ପିଚକରୀ'ରେ ଜବରଦସ୍ତ ହୋଲି ଖେଳିଥିବା ରଣବୀର କପୁର ବାସ୍ତବ ଜୀବନରେ କିନ୍ତୁ ହୋଲି ଖେଳିବାକୁ ପସନ୍ଦ କରନ୍ତି ନାହିଁ । କୁହାଯାଏ କପୁର ପରିବାରର ହୋଲି ପାର୍ଟିରେ ସମସ୍ତେ ନଜର ଆସନ୍ତି, କିନ୍ତୁ ରଣବୀର କପୁର ସେଠାରେ ନଥାନ୍ତି । କରୀନା କପୁରଙ୍କ ଭଳି ସେ ମଧ୍ୟ ରାଜ କପୁରଙ୍କୁ ଖୁବ୍ ମିସ୍ କରନ୍ତି । କୁହାଯାଏ ‘ବଲମ ପିଚକାରୀ’ର ସୁଟିଂ ସମୟରେ ରଙ୍ଗ ହେତୁ ସେ ବିଲ୍‌କୁଲ କମ୍‌ଫଟେବଲ ନଥିଲେ ।

ଶ୍ରୁତି ହାସନ ନିଜ ସ୍କିନ୍‌କୁ ନେଇ ଖୁବ୍‌ ଯତ୍ନବାନ । ତେଣୁ ସେ ମଧ୍ୟ ହୋଲିଠୁ ଦୂରେଇ ରୁହନ୍ତି । ସେ କେବେବି ପସନ୍ଦ କରନ୍ତି ନାହିଁ ଯେ, ତାଙ୍କ ମୁହଁରେ କେହି କେମିକାଲ ଯୁକ୍ତ ରାସାୟନିକ ରଙ୍ଗ ଲଗାନ୍ତୁ । ହୋଲି ଖେଳିଲେ ଅଯଥା ପାଣି ବର୍ବାଦ ହୁଏ ବୋଲି ସେ କୁହନ୍ତି ।

ଟାଇଗର ଶ୍ରଫ୍‌ଙ୍କୁ ମଧ୍ୟ ଅନୁଭବ ହୁଏ ଯେ, ହୋଲି ଯୋଗୁଁ କେବଳ ପାଣି ନଷ୍ଟ ହୋଇଥାଏ । ହୋଲିରେ ବ୍ୟବହୃତ କେମିକାଲ ରଙ୍ଗ ପ୍ରତି ମଧ୍ୟ ତାଙ୍କର ପ୍ରବଳ ଭୟ ରହିଛି । ତେଣୁ ସେ ଏହି ପର୍ବଠାରୁ ଦୂରରେ ରୁହନ୍ତି ।