• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲା ପୋଲିସ ପକ୍ଷରୁ ପାଳିତ ହୋଇଛି ୮୭ ତମ ପୋଲିସ ପ୍ରତିଷ୍ଠା ଦିବସ । କଟକ ଷଷ୍ଠ ବାଟାଲିୟନ ପରିସରରେ ୮୭ ତମ ରାଜ୍ୟ ସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ ଉତ୍ସବରେ କର୍ତ୍ତବ୍ୟନିଷ୍ଠା ଓ ଉତ୍ସର୍ଗୀକୃତ ପୋଲିସ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଡିଜିପି ସୁନୀଲ ବଂଶଲ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରେଡରେ ସେ ଅଭିବାବନ ଗ୍ରହଣ କରିଥିଲେ । ଆଜିର ପ୍ୟାରେଡ଼ରେ ଉତ୍ତମ ପ୍ରଦର୍ଶନ କରିଥିବା ପ୍ଲାଟୁନକୁ ସମ୍ବର୍ଦ୍ଧିତ କରିଥିଲେ ।

୧୯୩୬ ମସିହା ଏପ୍ରିଲ ୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ସହ ଓଡ଼ିଶା ପୋଲିସର ପ୍ରତିଷ୍ଠା ହୋଇଥିଲା । ବିହାର ରାଜ୍ୟ ପୋଲିସରୁ ଅଲଗା ହୋଇ ଓଡିଶା ରାଜ୍ୟ ପୋଲିସ ଗଠନ ହୋଇଥିଲା । ଭୁବନେଶ୍ୱର ସପ୍ତମ ବାଟାଲିୟନ ପଡିଆରେ ମଧ୍ୟ କମିଶନରେଟ୍ ପୋଲିସ୍ ୮୭ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହୋଇଛି । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିବାଦନ ଗ୍ରହଣ କରିଥିଲେ । ଆଜିର ପୋଲିସ୍ ପ୍ରତିଷ୍ଠା ଦିବସରେ ଶିଶୁ ପାର୍କ, ନିଶା ନିବାରଣ କେନ୍ଦ୍ର ଏବଂ ୨ଟି ବ୍ଲିସ୍ ଫୁଲ ସେଣ୍ଟର୍ ମଧ୍ୟ ଉଦଘାଟିତ ହୋଇଛି ।

ଖୋର୍ଦ୍ଧା ତରତୁଆ ସ୍ଥିତ ପୋଲିସ ରିଜର୍ଭ ପଡ଼ିଆ ଠାରେ ଜିଲ୍ଲା ପୋଲିସ ପକ୍ଷରୁ ପାଳିତ ହୋଇଛି ୮୭ ତମ ପୋଲିସ ପ୍ରତିଷ୍ଠା ଦିବସ । କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକକ ଅଲେଖ କୁମାର ପହି ଯୋଗଦେଇ ସମ୍ମିଳୀତ ପରେଡର ଅଭିବାଦନ ଗ୍ରହଣ କରିଥିଲେ । ଜଗତସିଂହପୁର ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ମହାସମାରୋହରେ ପାଳିତ ହୋଇଯାଇଛି । ଏସପି ଅଖିଳେଶ୍ୱର ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ ।

ସେହିପରି ରାୟଗଡ଼ା ଓ ଗୁଣୁପୁର ଠାରେ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏ ଅବସରରେ କାର୍ଯ୍ୟ କ୍ଷେତ୍ରରେ ପାରଦର୍ଶିତା ଦେଖାଇଥିବା ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ସମ୍ମାନୀତ କରାଯାଇଥିଲା ।